ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟର ୮୦୦ ମେଗାୱାଟ ୟୁନିଟ ଲୋକାର୍ପଣ କରିଛନ୍ତି
ବିଭିନ୍ନ ରେଳ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି
ପିଏମ୍ - ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ତେଲେଙ୍ଗାନାରେ ନିର୍ମାଣ ହେବାକୁ ଥିବା ୨୦ ଟି କ୍ରିଟିକାଲ କେୟାର ବ୍ଲକର ଶିଳାନ୍ୟାସ
ସିଦ୍ଦିପେଟ୍ - ସିକନ୍ଦରାବାଦ - ସିଦ୍ଦିପେଟ୍ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ
"ବିଦ୍ୟୁତ୍‌ର ସୁଚାରୁ ରୂପେ ଯୋଗାଣ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ"
ଯେଉଁ ପ୍ରକଳ୍ପ ଗୁଡିକ ପାଇଁ ମୁଁ ଶିଳାନ୍ୟାସ କରିଥିଲି ତାହା ସମ୍ପୂର୍ଣ୍ଣ କରିବା ଆମ ସରକାରଙ୍କ କାର୍ଯ୍ୟ ସଂସ୍କୃତି
"ହାସନ-ଚେର୍ଲାପଲ୍ଲୀ ଶସ୍ତା ଏବଂ ପରିବେଶ ଅନୁକୂଳ ଉପାୟରେ ଏଲ୍‌ପିଜି ପରିବର୍ତ୍ତନ, ପରିବହନ ଏବଂ ବିତରଣର ଆଧାର ହେବ "
ଭାରତୀୟ ରେଳବାଇ ସମସ୍ତ ରେଳ ଲାଇନକୁ ଶତ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ନେଇ ଗତି କରୁଛି

ତେଲଙ୍ଗାନାର ରାଜ୍ୟପାଳ ତମିଲିସାଇ ସୌନ୍ଦରାରାଜନ ମହୋଦୟା, କେନ୍ଦ୍ର ସରକାରରେ ମୋର ସହଯୋଗୀ ଭାଇ ଜି. କିଶନ ରେଡ୍ଡୀ ମହାଶୟ, ଏଠାରେ ଉପସ୍ଥିତ ସମସ୍ତ ବରିଷ୍ଠ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !

ଆଜି ଯେଉଁ ପ୍ରକଳ୍ପର ଶିଳାନ୍ୟାସ ଅବା ଲୋକାର୍ପଣ ହୋଇଛି, ମୁଁ ଏଥିପାଇଁ ତେଲଙ୍ଗାନାକୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

କୌଣସି ମଧ୍ୟ ଦେଶ ଏବଂ ରାଜ୍ୟର ବିକାଶ ପାଇଁ ବହୁତ ଆବଶ୍ୟକ ହେଉଛି ସେହି ରାଜ୍ୟ ବିଜୁଳି ଉତ୍ପାଦନ ବିଷୟରେ ଅଧିକରୁ ଅଧିକ ଆତ୍ମନିର୍ଭର ହେଉ । ଯେତେବେଳେ ରାଜ୍ୟରେ ପ୍ରଚୁର ବିଜୁଳି ଉତ୍ପାଦନ ହୋଇଥାଏ ସେତେବେଳେ  ବ୍ୟବସାୟ ସୁଗମତା ଏବଂ ସହାବସ୍ଥାନ ସୁଗମତା ଉଭୟ ହିଁ ସୁଧୁରି ଯାଇଥାଏ । ସୂଚାରୁ ବିଜୁଳି ଯୋଗାଣ, ରାଜ୍ୟର ଔଦ୍ୟୋଗିକ ବିକାଶକୁ ମଧ୍ୟ ଗତି ଦେଇଥାଏ । ଆଜି ପେଦ୍ଦପଲ୍ଲି ଜିଲ୍ଲାରେ ଏନଟିପିସିର ସୁପର ତାପଜ ଶକ୍ତି ପ୍ରକଳ୍ପର ପ୍ରଥମ ୟୁନିଟର ଲୋକାର୍ପଣ ହୋଇଛି । ଖୁବ୍ ଶୀଘ୍ର ଏହାର ଦ୍ୱିତୀୟ ୟୁନିଟ୍ ଆରମ୍ଭ ହୋଇଯିବ । ଯେତେବେଳେ ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହୋଇଯିବ, ସେତେବେଳେ ଏହି ପ୍ରକଳ୍ପର ଉତ୍ପାଦନ କ୍ଷମତା 4000 ମେଗାୱାଟ ହୋଇଯିବ । ମୁଁ ଖୁସି ଯେ, ଏନଟିପିସିର ଦେଶରେ ଯେତେ ମଧ୍ୟ ଶକ୍ତି ପ୍ରକଳ୍ପ ଅଛି, ସେଥିମଧ୍ୟରୁ ଏହା ହେଉଛି ସବୁଠାରୁ ଆଧୁନିକ ପ୍ଲାଂଟ । ଏହି ପ୍ଲାଂଟରୁ ଯେଉଁ ବିଜୁଳି ଉତ୍ପାଦନ ହେବ, ତାହାର ବହୁତ ବଡ଼ ଅଂଶ ତେଲଙ୍ଗାନାର ଲୋକମାନଙ୍କୁ ମିଳିବ । ଆମ ସରକାର ଯେଉଁ ପ୍ରକଳ୍ପର ଶୁଭାରମ୍ଭ କରି ଥାଆନ୍ତି, ତାହାକୁ ମଧ୍ୟ ସମ୍ପୂର୍ଣ୍ଣ କରି ଦେଖାଇ ଥାଆନ୍ତି । ମୋର ସ୍ମରଣ ଅଛି ଅଗଷ୍ଟ 2016ରେ ମୁଁ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲି । ଏବେ ଆଜି ଏହାର ଲୋକାର୍ପଣର ମଧ୍ୟ ସୌଭାଗ୍ୟ ମୋତେ ମିଳିଛି । ଏହା ହେଉଛି ଆମ ସରକାରଙ୍କର ନୂତନ କାର୍ଯ୍ୟ ସଂସ୍କୃତି ।

 

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

ଆମ ସରକାର ତେଲଙ୍ଗାନାର ଲୋକମାନଙ୍କର ଉର୍ଜ୍ଜା ସହିତ ଜଡ଼ିତ ଅନ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ଦୁଇ ଦିନ ପୂର୍ବେ ହିଁ ଯେତେବେଳେ ମୋତେ ହାସନ- ଚେରଲାପଲ୍ଲୀ ଏଲପିଜି ପାଇପ୍ ଲାଇନ୍ ର ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା । ଏହି ପାଇପ ଲାଇନ୍ ଏଲପିଜି ରୂପାନ୍ତରଣ ଏବଂ ତାହାର ପରିବହନ ଏବଂ ବିତରଣର ସୁରକ୍ଷିତ, କମ୍ ବ୍ୟୟରେ ଏବଂ ପରିବେଶ ଅନୁକୂଳ ବ୍ୟବସ୍ଥା ବିକଶିତ କରିବାର ଆଧାର ପାଲଟିବ ।

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

ଆଜି ମଧ୍ୟ ମୋତେ ଧର୍ମାବାଦ- ମନୋହରାବାଦ ଏବଂ ମହବୁବନଗର- କର୍ଣ୍ଣୁଲୁ ରେଳ ଷ୍ଟେସନର ବିଦ୍ୟୁତୀକରଣ ପ୍ରକଳ୍ପକୁ ରାଷ୍ଟ୍ରକୁ ସମର୍ପିତ କରିବାର ସୁଯୋଗ ପ୍ରାପ୍ତ ହୋଇଛି । ଏହାଦ୍ୱାରା ତେଲଙ୍ଗାନାର ଯୋଗାଯୋଗ ମଧ୍ୟ ବଢ଼ିବ ଏବଂ ଏହା ସହିତ ଦୁଇଟି ଟ୍ରେନର ହାରାହାରି ଗତି ମଧ୍ୟ ବୃଦ୍ଧି ପାଇବ । ଭାରତୀୟ ରେଳ, ଆଗାମୀ କିଛି ମାସ ମଧ୍ୟରେ ସମସ୍ତ ରେଳ ଲାଇନକୁ ଶତ-ପ୍ରତିଶତ ବିଦ୍ୟୁତୀକରଣ କରିବାର ଲକ୍ଷ୍ୟକୁ ନେଇ ଅଗ୍ରସର ହେଉଛି । ଆଜି ହିଁ ମନୋହରାବାଦ- ସିଦ୍ଦିପେଟ ନୂତନ ରେଳ ଲାଇନର ମଧ୍ୟ ଲୋକାର୍ପଣ ହୋଇଛି । ଏହାଦ୍ୱାରା ବ୍ୟବସାୟ- କାରବାରକୁ ପ୍ରୋତ୍ସାହନ ମିଳିବ । 2016ରେ ମୋତେ ମଧ୍ୟ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାର ସୁଯୋଗ ମିଳିଥିଲା । ଆଜି ମଧ୍ୟ ଏହି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି ।

 

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

ଆମ ଦେଶରେ, ଦୀର୍ଘ ସମୟ ପର୍ଯ୍ୟନ୍ତ, ସ୍ୱାସ୍ଥ୍ୟ ସେବା ଉପରେ କେବଳ ସମୃଦ୍ଧ ଲୋକମାନଙ୍କର ଅଧିକାର ବୋଲି ଧରି ନିଆ ଯାଇଥିଲା । ବିଗତ 9 ବର୍ଷରେ ଆମେ ଏହି ଆହ୍ୱାନକୁ ସମାଧାନ କରିବା ପାଇଁ ଅନେକ ପଦକ୍ଷେପ ଉଠାଇଛୁ, ଯାହାଦ୍ୱାରା ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକ ଉପଲବ୍ଧ ହେଉ, ସୁଲଭ ମଧ୍ୟ ହେଉ । ଭାରତ ସରକାର ମେଡିକାଲ କଲେଜ ଏବଂ ଏମ୍ସର ସଂଖ୍ୟା ବୃଦ୍ଧି କରୁଛନ୍ତି । ତେଲଙ୍ଗାନାର ଲୋକ ଏମ୍ସ ବିବିନଗରରେ ନିର୍ମାଣ ଚାଲିଥିବା ଭବନରେ ଆମର କାର୍ଯ୍ୟକୁ ମଧ୍ୟ ଦେଖୁଛନ୍ତି । ଯେତେବେଳେ ହସ୍ପାତାଳ ବୃଦ୍ଧି ପାଉଛି ସେତେବେଳେ ରୋଗୀମାନଙ୍କ ଧ୍ୟାନ ରଖିବା ପାଇଁ ଡାକ୍ତର ଏବଂ ନର୍ସମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

ଆଜି ଭାରତରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୂଷ୍ମାନ ଭାରତ ଚାଲୁ ରହିଛି । ଏଥିଯୋଗୁଁ କେବଳ ତେଲଙ୍ଗାନାରେ 70 ଲକ୍ଷରୁ ଅଧିକ ଲୋକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରାଇବାର ଗ୍ୟାରେଂଟି ମିଳିଛି । ଜନଔଷଧି କେନ୍ଦ୍ରମାନଙ୍କରେ ଗରିବ ଏବଂ ମଧ୍ୟମବର୍ଗର ଲୋକଙ୍କୁ 80 ପ୍ରତିଶତ ରିହାତିରେ ଔଷଧ ଦିଆଯାଉଛି । ଏହାଦ୍ୱାରା ଏହିଭଳି ପରିବାରର ମାସକୁ ହଜାର- ହଜାର ଟଙ୍କା ସଂଚୟ ହେଉଛି ।

 

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

ପ୍ରତ୍ୟେକ ଜିଲ୍ଲାରେ ଭଲ ସ୍ୱାସ୍ଥ୍ୟ ଭିତିଭୂମିକୁ ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ଆୟୂଷ୍ମାନ ଭାରତ ଭିତିଭୂମି ମିଶନରେ ଶୁଭାରମ୍ଭ କରିଛୁ । ଆଜି ଏହି ମିଶନ ଅଧୀନରେ ତେଲଙ୍ଗାନାରେ 20 କ୍ରିଟିକାଲ କେୟାର ବ୍ଲକ୍ସର ଶିଳାନ୍ୟାସ ହୋଇଛି । ଏହି ବ୍ଲକ୍ସଗୁଡ଼ିକୁ ଏଭଳି ଭାବେ ନିର୍ମାଣ କରାଯିବ ଯେ ଏଥିରେ ଉତ୍ସର୍ଗୀକୃତ ଆଇସୋଲେସନ ୱାର୍ଡ, ଅମ୍ଳଜାନ ଯୋଗାଣ, ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିବ । ତେଲଙ୍ଗାନାରେ ସ୍ୱାସ୍ଥ୍ୟ ସୁବିଧାମାନ ବୃଦ୍ଧି କରିବା ପାଇଁ 5000ରୁ ଅଧିକ ଆୟୂଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି । କରୋନା ବୈଶ୍ୱିକ ମହାମାରୀ ସମୟରେ ତେଲଙ୍ଗାନାରେ ପାଖାପାଖି 50 ବଡ଼ ପିଏସଏ ଅମ୍ଳଜାନ କାରଖାନା ପ୍ରତିଷ୍ଠା କରାଯାଇଥିଲା, ଯାହାଦ୍ୱାରା ଲୋକମାନଙ୍କର ଜୀବନ ବଂଚାଇବାରେ ବହୁତ ସହାୟତା ମିଳିଥିଲା ।

ନା କୁଟୁମ୍ଭ ସଭ୍ୟୁଲ୍ଲାରା,

ଉର୍ଜ୍ଜା, ରେଳବାଇ ଏବଂ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ପାଇଁ ତେଲଙ୍ଗାନାର ଲୋକମାନଙ୍କୁ ମୁଁ ପୁଣି ଥରେ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଆଉ ଏବେ ମୋତେ ଆଗାମୀ କାର୍ଯ୍ୟକ୍ରମ ପାଇଁ ଲୋକମାନେ ପ୍ରତୀକ୍ଷା କରି ରହିଛନ୍ତି, ବହୁତ ଉତ୍ସାହ, ଉଦ୍ଦୀପନା ସହିତ ଅପେକ୍ଷା କରି ରହିଛନ୍ତି, ଖୋଲା ମୈଦାନ ଅଛି, ତେଣୁ ସେଠାରେ କିଛି ଖୋଲା ଖୋଲି ଭାବେ ମଧ୍ୟ କିଛି କଥାବାର୍ତା ହୋଇଯିବା ।

 

ବହୁତ- ବହୁତ ଧନ୍ୟବାଦ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India identifies 102 GWp floating solar potential, eyes new push for reservoir-based projects

Media Coverage

India identifies 102 GWp floating solar potential, eyes new push for reservoir-based projects
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 11, 2026
June 11, 2026

Vikas Bhi, Virasat Bhi: PM Modi’s Decade-Plus Journey of Development Rooted in Civilizational Pride