ସଶକ୍ତ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଲୋକାର୍ପିତ ହୋଇଥିବା ତିନି ଯୁଦ୍ଧପୋତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀର ଭାରତୀୟ ନୌସେନାକୁ ସଶକ୍ତ କରିବା ଲାଗି ଏହା ଏକ ପଦକ୍ଷେପ : ପ୍ରଧାନମନ୍ତ୍ରୀ
ସମଗ୍ର ବିଶ୍ୱରେ ଏକ ପ୍ରମୁଖ ନୌବାଣିଜ୍ୟ ଶକ୍ତି ଭାବେ ଭାରତ ଉଭା ହୋଇଛି : ପ୍ରଧାନମନ୍ତ୍ରୀ
ଦକ୍ଷିଣ ଗୋଲାର୍ଦ୍ଧରେ ଏକ ନିର୍ଭର ଯୋଗ୍ୟ ବୈଶ୍ୱିକ ଶକ୍ତି ଭାବେ ଭାରତ ପରିଗଣିତ ହୋଇପାରିଛି : ପ୍ରଧାନମନ୍ତ୍ରୀ
ସମଗ୍ର ଭାରତ ମହାସାଗର ଅଂଚଳରେ ଏକ ଶକ୍ତି କେନ୍ଦ୍ର ଭାବରେ ଭାରତ ଖ୍ୟାତି ଅର୍ଜନ କରିଛି : ପ୍ରଧାନମନ୍ତ୍ରୀ
ଜଳ, ସ୍ଥଳ, ଗଭୀର ସମୁଦ୍ର, ଆକାଶ ଓ ମହାକାଶରେ ଭାରତ ନିଜର ସ୍ଥିତିକୁ ମଜଭୂତ କରିଛି : ପ୍ରଧାନମନ୍ତ୍ରୀ

ବୁଧବାର ଦିନ ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀର ଯୁଦ୍ଧପୋତକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁମ୍ବାଇର ନାଭାଲ ଡକୟାର୍ଡରେ ଏହି ଯୁଦ୍ଧପୋତ ସବୁ କାର୍ଯ୍ୟ।ରମ୍ଭ କରିଛନ୍ତି । ସମବେତ ଜନତାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୫ ଜାନୁୟାରୀକୁ ସାରା ଦେଶ ସେନା ଦିବସ ଭାବେ ପାଳନ କରୁଛି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବୀର ସୈନିକଙ୍କୁ ସେ ଏହି ଅବସରରେ ସାଲ୍ୟୁଟ କରିଛନ୍ତି ।

ଆଜିର ଦିନକୁ ଭାରତୀୟ ନୌବାଣିଜ୍ୟ ଇତିହାସରେ ଏକ ଗୌରବମୟ ଦିବସ ଭାବେ ଅଭିହିତ କରି ଉଭୟ ନୌସେନା ଓ ଆତ୍ମନିର୍ଭର ଭାରତ ଅଭିଯାନର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଛତ୍ରପତି ଶିବାଜୀ ମହାରାଜ ଭାରତୀୟ ନୌସେନାକୁ ଏକ ନୂଆ ଦିଶା ଦେଇଛନ୍ତି । ସେହି ଛତ୍ରପତିଙ୍କ ଭୂମିରେ ଆଜିର ଦିନରେ କେନ୍ଦ୍ର ସରକାର ଏକବିଂଶ ଶତାବ୍ଦୀର ଭାରତର ନୌସେନାକୁ ମଜଭୂତ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ପ୍ରଥମଥର ପାଇଁ ତିନିଟି ବିଧ୍ୱଂସକାରୀ ଯୁଦ୍ଧପୋତ ବୁଡାଜାହାଜର ଶୁଭାରମ୍ଭ କରାଯାଇଛି । ଏହି ତିନିଟି ଅଗ୍ରଣୀ ପ୍ଲାଟଫର୍ମ ସ୍ୱଦେଶୀ ହୋଇଥିବାରୁ ଦେଶ ପାଇଁ ଏହା ଏକ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସଫଳତା ପାଇଁ ଭାରତୀୟ ନୌସେନା, ଯୁଦ୍ଧପୋତ ନିର୍ମାଣର ସମସ୍ତ ଅଂଶୀଦାର ଓ ଭାରତୀୟ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

 

ଭବିଷ୍ୟତର ଆଶା ଆକାଂକ୍ଷା ସହ ଆମର ପୂର୍ବ ଐତିହ୍ୟକୁ ଏହା ଯୋଡୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସୁଦୂର ସାମୁଦ୍ରିକ ଜଳଯାତ୍ରା, ବାଣିଜ୍ୟ, ନୌସେନା ପ୍ରତିରକ୍ଷା, ଜାହାଜ ଶିଳ୍ପର ଏକ ଗୌରବାବହ ଅତୀତ ରହିଥିବା ମୋଦୀ କହିଛନ୍ତି । ଆଜିର ଦୁନିଆରେ ନୌବାଣିଜ୍ୟ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଭାରତବର୍ଷ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହେବାକୁ ଲାଗିଛି । ଇତିହାସର ଅବଲୋକନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚୋଳ ବଂଶର ରାଜୁତି ସମୟର ନୌବାଣିଜ୍ୟ ପରମ୍ପରାର ଦ୍ୟୋତକ ହେଉଛି ଆଇଏନଏସ ନୀଳଗିରି । ପଶ୍ଚିମ ଏସିଆ ସହ ଗୁଜରାଟ ବନ୍ଦରର ବାଣିଜ୍ୟିକ ସମ୍ପର୍କର ଦ୍ୟୋତକ ହେଉଛି ଆଇଏନଏସ ସୁରଟ । କାଲଭାରୀ ବୁଡାଜାହାଜ ପରେ ପି୭୫ ଶ୍ରେଣୀର ଷଷ୍ଠ ସଂସ୍କରଣ ହେଉଛି ଭାଗଶୀର ବୁଡାଜାହାଜ । ଭାରତର ନିରାପତା ଓ ପ୍ରଗତିକୁ ଏସବୁ ବୁଡାଜାହାଜ ଯୁଦ୍ଧପୋତ ସୂଚାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଦକ୍ଷିଣ ଗୋଲାର୍ଦ୍ଧରେ ଭାରତ ଏକ ନିର୍ଭରଯୋଗ୍ୟ ବୈଶ୍ୱିକ ବନ୍ଧୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମ୍ରାଜ୍ୟବାଦ ନୁହେଁ ବରଂ ପ୍ରଗତିଶୀଳ ଆଭିମୁଖ୍ୟ ନେଇ ଭାରତ ଆଗଉଛି ବୋଲି ମୋଦୀ କହିଛନ୍ତି । ଏକ ମୁକ୍ତ, ସୁରକ୍ଷିତ, ସମୃଦ୍ଧଶାଳୀ ଇଣ୍ଡୋ-ପାସିଫିକ ଅଂଚଳ ସପକ୍ଷରେ ଆମ ଦେଶ ସବୁ ବେଳେ ରହିଆସିଛି । ଉପକୂଳିଆ ଦେଶ ଭାବରେ ଭାରତ ସାଗର (ସିକ୍ୟୁରିଟି ଆଣ୍ଡ ଗ୍ରୋଥ ଫର ଅଲ ଇନ ଦି ରିଜନ) ମନ୍ତ୍ର ଦେଇ ଅଗ୍ରଗତି କରିବାରେ ଲାଗିଛି । ଜି-୨୦ର ନେତୃତ୍ୱ ନେଇ ଭାରତ ବାନ ଆର୍ଥ, ବାନ ଫାମିଲି, ବାନ ଫ୍ୟୁଚରର ମନ୍ତ୍ର ଦେଇଛି । ଆଉ କୋଭିଡ ମହାମାରୀ ସମୟରେ ବାନ ଆର୍ଥ, ବାନ ହେଲଥ ଭାବଧାରାରେ ଭାରତ କାମ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

 

ବୈଶ୍ୱିକ ନିରାପତା, ଅର୍ଥନୀତି, ରାଜନୀତିକୁ ପ୍ରଭାବିତ କରୁଥିବା ନୌବାଣିଜ୍ୟ ଦେଶ ହିସାବରେ ଭାରତ ଏହାର କ୍ଷେତ୍ରୀୟ ଜଳପଥକୁ ସୁରକ୍ଷିତ ରଖିବା ସହ ଜଳଯାତ୍ରାରେ ସ୍ୱାଧୀନତା, ସାମୁଦ୍ରିକ ଜଳପଥରେ ବାଣିଜ୍ୟିକ କାରବାରକୁ ସୁଦୃଢ କରିବା ଦିଗରେ ଉଦ୍ୟମ କରିଆସୁଛି । ଆତଙ୍କବାଦ, ଚୋରା ଅସ୍ତ୍ରଶସ୍ତ୍ର ଓ ନିଶା କାରବାର କବଳରୁ ଦେଶକୁ ସୁରକ୍ଷିତ ରଖିବା ଦିଗରେ ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସମୁଦ୍ର ପଥକୁ ସୁରକ୍ଷିତ ଓ ସମୃଦ୍ଧ ରଖିବା, ଲଜିଷ୍ଟିକ ଦକ୍ଷତା ବୃଦ୍ଧି, ଜାହାଜ ପରିବହନ ଶିଳ୍ପ ପରି ବିଭିନ୍ନ କ୍ଷେତ୍ରରେ ବୈଶ୍ୱିକ ଭାଗିଦାର ହେବାରେ ଏବେ ଗୁରୁତ୍ୱ ବଢିଯାଇଛି । ସାମୁଦ୍ରିକ ସମ୍ବଳ ହିସାବରେ ଦୁର୍ଲଭ ଖଣିଜ ଓ ମତ୍ସ୍ୟ ସମ୍ପଦର ଅପବ୍ୟବହାର ରୋକିବା ଦିଗରେ ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ମହାସାଗର ଅଂଚଳରେ ଜାହଜ ପରିବହନର ନୂଆ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାରେ ଆମ ଦେଶ ଅଗ୍ରଣୀ ଭୂମିକା ନେଉଥିବା ମୋଦୀ କହିଛନ୍ତି । ନିକଟ ଅତୀତରେ ଭାରତୀୟ ନୌସେନା ଶହ ଶହ ଜୀବନ ବଂଚାଇବା ସହ କୋଟି କୋଟି ଟଙ୍କାର ବହୁ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଗୋକୁ ସୁରକ୍ଷା ଦେଇଥିବାରୁ ବିଶ୍ୱ ସମୁଦାୟ ଆଗରେ ଭାରତ, ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀର ସମ୍ମାନ ବଢିଛି । ଆସିୟାନ, ଅଷ୍ଟ୍ରେଲିଆ, ଗଲଫ ଦେଶ, ଆଫ୍ରିକୀୟ ଦେଶ ସହ ଭାରତର ଆର୍ଥନୀତିକ ସହଯୋଗ ବୃଦ୍ଧି ପାଇଥିବା କାରଣରୁ ଭାରତ ମହାସାଗର ଅଂଚଳରେ ଏହାର ଗୁରୁତ୍ୱ ବଢିଯାଇଛି । ଆଜିର କାର୍ଯ୍ୟକ୍ରମ ଉଭୟ ସାମରିକ ଓ ଅର୍ଥନୀତି ଦୃଷ୍ଟିକୋଣରୁ ଗୁରୁତ୍ୱବହନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏକବିଂଶ ଶତାବ୍ଦୀରେ ଭାରତର ସାମରିକ ଶକ୍ତିର ଅଭିବୃଦ୍ଧି ଓ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଇ ମୋଦୀ କହିଛନ୍ତି ଯେ, ସ୍ଥଳ, ଜଳ, ଗଭୀର ସମୁଦ୍ର, ଆକାଶ ଓ ମହାକାଶରେ ନିଜର ଦକ୍ଷତା ବୃଦ୍ଧି ଦିଗରେ ଭାରତ କାମ କରୁଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ ପ୍ରଣୟନ ପୂର୍ବକ ବିଭିନ୍ନ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସଶସ୍ତ୍ର ସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏବେ ଥିଏଟର କମାଣ୍ଡସ ପ୍ରଚଳନ କରିବା ଦିଗରେ ଭାରତ ଅଗ୍ରସର ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ସଂକଟ ସମୟରେ ଅନ୍ୟ ଦେଶ ଉପରେ ଯେତେଦୂର ସମ୍ଭବ ନିର୍ଭରଶୀଳତା କମାଇ ଗତ କିଛି ଦଶନ୍ଧି ଭିତରେ ଭାରତୀୟ ସେନାର ଆତ୍ମ ନିର୍ଭରତା ବଢିଛି । ଭାରତୀୟ ସେନା ବ୍ୟବହାର କରୁଥିବା ପ୍ରାୟ ପାଂଚ ହଜାର ଅସ୍ତ୍ରଶସ୍ତ୍ରକୁ ଆଉ ଏବେ ବାହାରୁ ଆମଦାନୀ କରାଯିବ ନାହିଁ ବୋଲି ମୋଦୀ କହିଛନ୍ତି । ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଦିଗରେ ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଛି । କର୍ଣ୍ଣାଟକରେ ଦେଶର ବୃହତମ ହେଲିକପ୍ଟର ନିର୍ମାଣ ଫ୍ୟାକ୍ଟ୍ରି ସହ ଭାରତୀୟ ସେନା ପାଇଁ ପରିବହନ ଏୟାରକ୍ରାଫ୍ଟ ଫ୍ୟାକ୍ଟ୍ରି ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ତେଜସ ଫାଇଟର ପ୍ଲେନର ସଫଳତା, ଉତରପ୍ରଦେଶ ଓ ତାମିଲନାଡୁରେ ଡିଫେନ୍ସ କରିଡର ବିକାଶ ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିପାରିଛି । ମେକ ଇନ ଇଣ୍ଡିଆ ଅଭିଯାନରେ ମାଜାଗନ ଡକୟାର୍ଡର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଭାରତୀୟ ନୌସେନାରେ ଗତ କିଛି ଦଶନ୍ଧି ଭିତରେ ୩୩ଟି ଜାହାଜ, ୭ଟି ବୁଡାଜାହାଜ ସାମିଲ ହୋଇଥିବା ବେଳେ ଭାରତୀୟ ସିପୟାର୍ଡରେ ୪୦ଟି ସାମୁଦ୍ରିକ ପୋତ ଭିତରୁ ୩୯ଟି ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ଭିତରେ ଆଇଏନଏସ ବିକ୍ରାନ୍ତ ଏୟାରକ୍ରାଫଟ କ୍ୟାରିୟର, ଆଇଏନଏସ ଅରିହନ୍ତ ଓ ଆଇଏନଏସ ଅରିଘଟ ପରି ଆଣବିକ ବୁଡାଜାହାଜ ରହିଛି । ମେକ ଇନ ଇଣ୍ଡିଆ କ୍ୟାମ୍ପେନରେ ସଫଳତା ଲାଗି ସଶସ୍ତ୍ର ସେନାକୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ଆମ ଦେଶ ୧.୨୫ ଲକ୍ଷ କୋଟି ଟଙ୍କା ଉପରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିପାରିବା ସହ ପାଖାପାଖି ଶହେଟି ଦେଶକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରିପାରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ମେକ ଇନ ଇଣ୍ଡିଆ ଅଭିଯାନ ଭାରତୀୟ ସଶସ୍ତ୍ର ବାହିନୀର କେବଳ ଦକ୍ଷତା ବୃଦ୍ଧି କରିପାରିନାହିଁ ବରଂ ଅର୍ଥନୀତି ଅଭିବୃଦ୍ଧି ଦିଗରେ ସହାୟକ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶରେ ଜାହାଜ ନିର୍ମାଣ ଦିଗରେ ଖର୍ଚ୍ଚ ହେଉଥିବା ପ୍ରତି ପଇସା ଏହି ଦେଶର ଅର୍ଥନୀତିକୁ ଦୁଇଗୁଣା କରୁଛି । ପାଖାପାଖି ୧.୫ ଲକ୍ଷ କୋଟି ଟଙ୍କାର ୬୦ଟି ବଡ ଜାହାଜ ନିର୍ମାଣାଧୀନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୩ ଲକ୍ଷ କୋଟି ଆର୍ଥନୀତିକ କାରବାର ସହ ଛଅ ଦଫା ନିଯୁକ୍ତି ସୃଷ୍ଟି ଦିଗରେ ଏହା କାମ କରିବ ବୋଲି ସେ କହିଛନ୍ତି । ଅଧିକାଂଶ ଜାହାଜ ନିର୍ମାଣ ଯନ୍ତାଂଶ ଘରୋଇ ଏମଏସଏମଇ ସେକ୍ଟରରୁ ଆସୁଥିବା ବେଳେ ଗୋଟିଏ ଜାହାଜ ନିର୍ମାଣ ଲାଗି ଯଦି ଦୁଇ ହଜାର ଶ୍ରମିକ ନିଯୁକ୍ତ ହୁଅନ୍ତି ତେବେ ବାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମୋଦୀ କହିଛନ୍ତି ।

 

ମାନୁଫାକଚରିଂ ଓ ରପ୍ତାନୀ କ୍ଷମତା ବୃଦ୍ଧି ଦିଗରେ ଭାରତ ବିଶ୍ୱର ତୃତୀୟ ବୃହତମ ଅର୍ଥନୀତି ଭାବରେ ଅବତୀର୍ଣ୍ଣ ହେବାରେ ଲାଗିଛି । ବନ୍ଦର ବିକାଶ କାର୍ଯ୍ୟକ୍ରମରେ ଅଧିକା ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ସମୁଦ୍ର ତରୀ ସେକ୍ଟରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ଅଧିକା ସମ୍ଭାବନା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୧୪ରେ ଏହାର ସଂଖ୍ୟା ଏକ ଲକ୍ଷ ୨୫ ହଜାର ରହିଥିବା ବେଳେ ଏବେ ଏହା ୩ ଲକ୍ଷକୁ ବୃଦ୍ଧି ପାଇଥିବା ସେ କହିଛନ୍ତି । ସମୁଦ୍ର ତରୀ ନିର୍ମାଣ କ୍ଷେତ୍ରରେ ସମଗ୍ର ବିଶ୍ୱର ପ୍ରମୁଖ ପାଂଚଟି ଦେଶ ଭିତରେ ଭାରତର ସ୍ଥାନ ରହିଛି ।

ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୃତୀୟ ପାଳିରେ ତାଙ୍କ ସରକାର ଅନେକ ଉନ୍ନୟନମୂଳକ ଯୋଜନା ହାତକୁ ନେଇଥିବା ସେ କହିଛନ୍ତି । ତୃତୀୟ ପାଳିରେ ମହାରାଷ୍ଟ୍ରର ବଧମାନ ବନ୍ଦର ନିର୍ମାଣ ପାଇଁ ତାଙ୍କ ସରକାର ଅନୁମୋଦନ କରିଛନ୍ତି । ପାଖାପାଖି ୭୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ଆଧୁନିକ ବନ୍ଦର କାର୍ଯ୍ୟକ୍ଷମ ହେଲେ ହଜାର ହଜାର ନୂଆ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି ।

 

ଗତ ଦଶନ୍ଧିରେ ସୀମା ଓ ତଟୀୟ କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ପରିଲକ୍ଷିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ନିକଟରେ ଜମ୍ମୁ ଓ କାଶ୍ମୀରରେ ସୋନମାର୍ଗ ଟନେଲ ଉଦଘାଟିତ ହେବା ଫଳରେ କାରଗିଲ ଓ ଲଦାଖ ଅଂଚଳରେ ଗମନାଗମନ ସୁବିଧାଜନକ ହୋଇପାରିଛି । ଗତବର୍ଷ ଅରୁଣାଚଳ ପ୍ରଦେଶରେ ସେଲା ଟନେଲ ଉଦଘାଟିତ ହୋଇଥିବା ସେ କହିଛନ୍ତି । ଫଳରେ ଏଲଏସିକୁ ସେନା ସୁବିଧାରେ ଯାଇ ଆସିପାରୁଛି । ଭାରତମାଲା ପ୍ରୋଜେକ୍ଟ ଲୋକାର୍ପିତ ହେବା ପରେ ସୀମାରେ ଜାତୀୟ ରାଜପଥ ନେଟବାର୍କ ବୃଦ୍ଧି ଦିଗରେ ଆମେ ସଫଳତା ପାଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୀମାବର୍ତୀ ଗ୍ରାମଗୁଡିକର ବିକାଶ ଦିଗରେ ଭାଇବ୍ରାଂଟ ଭିଲେଜ ପ୍ରୋଗ୍ରାମ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛି ବୋଲି ସେ କହିଛନ୍ତି । ଗତ କିଛି ଦଶନ୍ଧିରେ ନାମ ନିଶାଣ ନଥିବା ସୀମାବର୍ତୀ ଗ୍ରାମଗୁଡିକୁ ନାମକରଣ କରିବା ଦିଗରେ ତାଙ୍କ ସରକାର ଉଲ୍ଲେଖନୀୟ ଭୂମିକା ନେଇଛନ୍ତି । ଭାରତର ଉଦ୍ୟମକ୍ରମେ ଭାରତ ମହାସାଗରରେ ରହିଥିବା ପାଂଚଟି ସମୁଦ୍ର ପାହାଡର ନାମକରଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ମହାସାଗରର ଅଶୋକା ସି ମାଉଂଟ, ହର୍ଷବର୍ଦ୍ଧନ ମାଉଂଟ, ରାଜା ରାଜା ଚୋଳ ସି ମାଉଂଟ, କଳ୍ପତରୁ ରିଜ, ଚନ୍ଦ୍ରଗୁପ୍ତ ରିଜ ଅନ୍ତର୍ଭୁକ୍ତ ।

ଆରମ୍ଭ କରାଯାଇଥିବା ସମୁଦ୍ରାୟନ ପ୍ରକଳ୍ପ ଫଳରେ ମହାସାଗରର ଛଅ ହଜାର ମିଟର ତଳକୁ ବୈଜ୍ଞାନିକମାନଙ୍କୁ ନେବାକୁ ଚେଷ୍ଟା କରାଯାଉଛି । ଏପ୍ରକାର ଉଦ୍ୟମ କମ ଦେଶ କରିଥିବା ସେ ଉଲ୍ଲେଖ କରିଛନ୍ତି ।

ଉପନିବେଶବାଦରୁ ଦେଶକୁ ମୁକ୍ତି ଦେବା ଲାଗି ଏକବିଂଶ ଶତାବ୍ଦୀର ଭାରତ କାମ କରୁଥିବା ସେ କହିଛନ୍ତି । ଏକ୍ଷେତ୍ରରେ ଭାରତୀୟ ନୌସେନା କାମ କରୁଥିବା ସେ ସ୍ପଷ୍ଟ କରିଛନ୍ତି । ଆଡମିରାଲ ରାଙ୍କରେ ପରିବର୍ତନ କରି ଛତ୍ରପତି ଶିବାଜୀଙ୍କ ଗରିମାମୟ ଐତିହ୍ୟ ସହ ନିଜର ଧ୍ୱଜାକୁ ଭାରତୀୟ ନୌସେନା ଯୋଡି ପାରିଥିବା ସେ କହିଛନ୍ତି । ଉପନିବେଶବାଦ ମାନସିକତାରୁ ମୁକୁଳାଇବା ଲାଗି ଦେଶର ମେକ ଇନ ଇଣ୍ଡିଆ ଅଭିଯାନ କାମ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଚେଷ୍ଟା ଅବ୍ୟାହତ ରହିଥିବା ସେ କହିଛନ୍ତି ।

 

ମହାରାଷ୍ଟ୍ର ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନନ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ, ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାବାର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

ଇତିହାସ

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଓ ନୌବାଣିଜ୍ୟ ସୁରକ୍ଷା ଦିଗରେ ବିଶ୍ୱ ନେତା ହେବା ଲାଗି ଭାରତର ରହିଥିବା ଅନ୍ତର୍ଦୃଷ୍ଟି କ୍ଷେତ୍ରରେ ଏହି ତିନି ପ୍ରମୁଖ ଯୁଦ୍ଧପୋତ ଉଲ୍ଲେଖନୀୟ କାମ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଇଏନଏସ ସୁରଟ ହେଉଛି ପି-ବାନ ୫-ବି ପରିଚାଳିତ ମିସାଇଲ ବିଧ୍ୱଂସକାରୀ ପ୍ରକଳ୍ପର ଚତୁର୍ଥ ଓ ଶେଷ ଯୁଦ୍ଧପୋତ । ଏହାର ୭୫ ପ୍ରତିଶତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ । ଏହା ଯୁଦ୍ଧାସ୍ତ୍ର ସେନସର ପ୍ୟାକେଜ ଓ ଅଗ୍ରଣୀ ନେଟବାର୍କ କେନ୍ଦ୍ରୀୟ ଦକ୍ଷତା ସମ୍ବଳିତ ଯୁଦ୍ଧପୋତ ଅଟେ । ଆଇଏନଏସ ନୀଳଗିରି ହେଉଛି ପି-ବାନ ୭-ଏ ଷ୍ଟେଲଥ ଫ୍ରିଗେଟ ପ୍ରୋଜେକ୍ଟର ପ୍ରଥମ ସଂସ୍କରଣ । ଏହାକୁ ଭାରତୀୟ ନୌସେନା ବାରସିପ ଡିଜାଇନ ବ୍ୟୁରୋ ପରିକଳ୍ପନା କରିଛି । ସେହିପରି ଆଇଏନଏସ ଭାଗଶୀର ହେଉଛି ପି-୭୫ ସ୍କର୍ପିନ ପ୍ରେ୍‌ାଜେକ୍ଟର ଷଷ୍ଠ ଓ ଶେଷ ବୁଡାଜାହାଜ । ଏହା ନାଭାଲ ଗ୍ରୁପ ଅଫ ଫ୍ରାନ୍ସର ସହଯୋଗକ୍ରମେ ନିର୍ମାଣ କରାଯାଇଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”