ପ୍ରାୟ ୩୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ
ତିରୁଥୁରାଇପୋଣ୍ଡି ଏବଂ ଅଗସ୍ତିୟାମପାଲ୍ଲୀ ମଧ୍ୟରେ ୩୭ କିଲୋମିଟର ସେକ୍ସନ ରେଳପଥର ପ୍ରଶସ୍ତୀକରଣ
ତିରୁଥୁରାଇପୋଣ୍ଡି-ଅଗସ୍ତିୟାମପାଲ୍ଲୀ ଡିଇଏମଭି ସେବା ଓ ତାମ୍ବରମ ଏବଂ ସେନ ଗୋଟାଇ ମଧ୍ୟରେ ଏକ୍ସପ୍ରେସ ସେବାକୁ ପତାକା ଦେଖାଇ ଯାତ୍ରାରମ୍ଭ
“ତାମିଲନାଡୁ ହେଉଛି ଇତିହାସ ଓ ଐତିହ୍ୟର ନିବାସସ୍ଥଳୀ, ଭାଷା ଓ ସାହିତ୍ୟର ଭୂମି”
“ପୂର୍ବରୁ ଭିତ୍ତିଭୂମି ପ୍ରକଳ୍ପ ଅର୍ଥ ବିଳମ୍ବ ଥିବାବେଳେ ଏବେ ଏହା ସେବା ପ୍ରଦାନକାରୀ”
“କରଦାତାର ପ୍ରତ୍ୟେକ ଅର୍ଥ ପାଇଁ ସରକାର ନିଜକୁ ଉତ୍ତରଦାୟୀ ମନେ କରନ୍ତି”
“ଆମେ ଭିତ୍ତିଭୂମିକୁ ଏକ ମାନବୀୟ ଦୃଷ୍ଟିକୋଣରୁ ଦେଖୁ । ଏହା ଆକାଂକ୍ଷାକୁ ସଫଳତାର ସହ ଓ ଜନସାଧାରଣଙ୍କୁ ସମ୍ଭାବନା, ସ୍ୱପ୍ନକୁ ବାସ୍ତବତା ସହ ସଂଯୋଗ କରେ”
“ତାମିଲନାଡୁର ବିକାଶ ସରକାରଙ୍କ ଏକ ବିରାଟ ପ୍ରାଥମିକତା”
“ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦରର ସମନ୍ୱିତ ରହଣି ସ୍ଥଳର ପରିପାଟୀରେ ତାମିଲ ସଂସ୍କୃତିର ସୌନ୍ଦର୍ଯ୍ୟ ପ୍ରତିଫଳିତ”
“ତାମିଲନାଡୁ ହେଉଛି ଦେଶର ଏକ ଅନ୍ୟତମ ଅଭିବୃଦ୍ଧି ଇଞ୍ଜିନ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ଚେନ୍ନାଇସ୍ଥିତ ଆଲଷ୍ଟ୍ରମ କ୍ରିକେଟ ପଡ଼ିଆରେ ଆୟୋଜିତ ସମାରୋହରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ରହଣି ସ୍ଥଳ ଭବନର ଉଦଘାଟନ କରିବା ସହ ଚେନ୍ନାଇରେ ଚେନ୍ନାଇ-କୋଏମ୍ବାଟୁର ବଂଦେ ଭାରତ ଏକ୍ସପ୍ରେସ ଟ୍ରେନର ଯାତ୍ରାରମ୍ଭ କରିଥିଲେ ।

 

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାମିଲନାଡୁ ହେଉଛି ଇତିହାସ ଓ ଐତିହ୍ୟର ନିରବଚ୍ଛିନ୍ନ ଭାଷା ଓ ସାହିତ୍ୟର ଭୂମି । ଆମର ଅନେକ ସ୍ୱାଧୀନତା ସଂଗ୍ରାମୀ ତାମିଲନାଡୁର ବୋଲି କହି ପ୍ରଧାନମନ୍ତ୍ରୀ ଏହି ରାଜ୍ୟ ଦେଶ ପ୍ରେମ ଓ ଜାତୀୟ ଚେତନାର କେନ୍ଦ୍ରବିନ୍ଦୁ ଥିଲା ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାମିଲନାଡୁ ପୁଆଣ୍ଡୁ (ନବବର୍ଷ ସମାରୋହ) ଆଗକୁ ଅଛି ଓ ଏହି ସମୟ ନୂତନ ଶକ୍ତି, ଆଶା, ଆକାଂକ୍ଷା ଓ ନୂଆକରି କିଛି ଆରମ୍ଭ କରିବାର ସମୟ । “ଅନେକ ନୂତନ ଭିତ୍ତିଭୂମି ପ୍ରକଳ୍ପ ଅଜିଠାରୁ ଲୋକମାନଙ୍କ ସେବା ଆରମ୍ଭ କରୁଥିବା ବେଳେ ଆଉ କିଛି ଖୁବଶୀଘ୍ର ଆରମ୍ଭ କରିବେ” ବୋଲି କହିବା ସହ ରେଳବାଇ, ସଡ଼କ ଓ ବିମାନ ଯାତ୍ରା ନୂତନ ବର୍ଷ ଉତ୍ସବରେ ରଙ୍ଗ ଆଣିବ ବୋଲି କହିଥିଲେ ।

 

ଭାରତ ଏକ ଭିତ୍ତିଭୂମି ବିପ୍ଳବ ଯାହା ଗତି ଓ ମାପକ ଦେଇ ଏବେ ଗତି କରୁଛ ବୋଲି ପ୍ରଧାନମନ୍ତ୍ରୀ ତା’ ଉପରେ ଆଲୋକପାତ କରିଥିଲେ । ମାପକ ଉପରେ ସେ କହିଥିଲେ ଯେ ଚଳିତବର୍ଷ ବଜେଟରେ ୧୦ ଲକ୍ଷ କୋଟି ଟଙ୍କା କେବଳ ଭିତ୍ତିଭୂମି ବିକାଶ ଲାଗି ବ୍ୟୟ ବରାଦ ରଖାଯାଇଛି, ଯାହା ୨୦୧୪ ବଜେଟ୍ ତୁଳନାରେ ପାଞ୍ଚଗୁଣ ଅଧିକ ଓ ଏଥର ରେଳ ଭିତ୍ତିଭୂମି ନିମନ୍ତେ ରେକର୍ଡ ପରିମାଣର ବ୍ୟୟ ବରାଦ ହୋଇଛି । ଗତି ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ଠାରୁ ଜାତୀୟ ରାଜପଥ ଦୈର୍ଘ୍ୟ ବର୍ଷକୁ ଦ୍ୱିଗୁଣିତ ହୋଇଥିବା ବେଳେ, ରେଳପଥ ବିଦୁତକରଣ ୬୦୦ କିଲୋମିଟରରୁ ୪୦୦୦ କିଲୋମିଟରକୁ ବୃଦ୍ଧି ପାଇଛି ଓ ବିମାନବନ୍ଦର ସଂଖ୍ୟା ୭୪ରୁ ୧୫୦କୁ ବୃଦ୍ଧି ପାଇଛି। ତାମିଲନାଡୁର ବିଶାଳ ସମୁଦ୍ରତଟ ଯାହାକି ବାଣିଜ୍ୟ ନିମନ୍ତେ ଉପଯୁକ୍ତ ପ୍ରଧାନମନ୍ତ୍ରୀ ବନ୍ଦରଗୁଡ଼ିକର ସାମର୍ଥ୍ୟ ମଧ୍ୟ ୨୦୧୪ ମସିହା ତୁଳନାରେ ଦ୍ୱିଗୁଣିତ ହୋଇଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଦେଶର ସାମାଜିକ ଓ ଡିଜିଟାଲ ଭିତ୍ତିଭୂମି ଉପରେ ମଧ୍ୟ ଆଲୋକପାତ କରି ଦେଶରେ ମେଡିକାଲ କଲେଜ ସଂଖ୍ୟା ୨୦୧୪ରେ ୩୮୦ ଥିବାବେଳେ ଏହା ଏବେ ୬୬୦କୁ ବୃଦ୍ଧି ପାଇଛି ବୋଲି କହିଥିଲେ । ଗତ ନଅ ବର୍ଷ ମଧ୍ୟରେ ଆପ୍ସ ସଂଖ୍ୟା ତିନିଗୁଣ ଅଧିକ ହୋଇଥିବା ବେଳେ, ଡିଜିଟାଲ ନେଣଦେଣରେ ଦେଶ ବିଶ୍ୱରେ ପ୍ରଥମ ଓ ସବୁଠାରେ ବିଶ୍ୱର କମ୍ ମୂଲ୍ୟରେ ମୋବାଇଲ ସେବା ତଥ୍ୟ ଆଦାନପ୍ରଦାନ ସହ ଛଅ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇବର ବିଛାଇ ପ୍ରାୟ ଦୁଇ ଲକ୍ଷ ଗ୍ରାମକୁ ଏହାଦ୍ୱାରା ଯୋଡ଼ା ଯାଇଛି । “ଆଜି ଭାରତରେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବାହାରୀଙ୍କ ସଂଖ୍ୟା ଅଧିକ” ବୋଲି ସେ କହିଥିଲେ ।

 

କର୍ମ ସଂସ୍କୃତି ଓ ଦୃଷ୍ଟିକୋଣରେ ପରିବହନ ଯୋଗୁଁ ପରିବର୍ତ୍ତନ ସକାରାତ୍ମକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଗରୁ ଭିତ୍ତିଭୂମି ପ୍ରକଳ୍ପ ଅର୍ଥ ଥିଲା ବିଳମ୍ବ । ମାତ୍ର ଆଜି ଏହାର ଅର୍ଥ ହେଉଛି ସଅଳ ଫଳ ପ୍ରଦାନ କରିବା ଓ ଏହି ବିଳମ୍ବିତ ଅବସ୍ଥାରୁ ସଅଳ ଫଳ ପ୍ରଦାନ କରିବା ହେଉଛି କର୍ମ ସଂସ୍କୃତି ବୋଲି ସେ କହିଥିଲେ ।

କରଦାତାଙ୍କ ପ୍ରତ୍ୟେକଟି ଟଙ୍କା ପାଇଁ ସରକାର ନିଜକୁ ଉତ୍ତରଦାୟୀ ମନେ କରୁଥିବାରୁ ଯେକୌଣସି କାର୍ଯ୍ୟର ନିର୍ଦ୍ଧାରିତ ସମୟ ଆଗରୁ ଏହାକୁ ସମ୍ପୂର୍ଣ୍ଣ କରୁଛନ୍ତି । ପୂର୍ବ ସରକାର ଓ ବର୍ତ୍ତମାନ ସରକାରଙ୍କ ଦୂରଦୃଷ୍ଟିର ପାର୍ଥକ୍ୟ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଭିତ୍ତିଭୂମିକୁ ଆଜି କେବଳ କ୍ରଂକ୍ରିଟ, ଇଟା ଓ ସିମେଣ୍ଟର ମିଶ୍ରଣ ଭାବେ ବିବେଚନା କରାନଯାଇ ଏଥିରେ ଆକାଂକ୍ଷା ଓ ସଫଳତା ବାସ୍ତବତାର ମାନସିକ ଦିଗକୁ ଯୋଡ଼ା ଯାଇଛି ବୋଲି ସେ କହିଥିଲେ ।

ଆଜିର ପ୍ରକଳ୍ପଗୁଡ଼ିକର ଉଦାହରଣ ନେଇ ପ୍ରଧାନମନ୍ତ୍ରୀ କିପରି ଗୋଟିଏ ସଡ଼କ ପ୍ରକଳ୍ପ ବିରୁଦ୍ଧନଗର ଓ ଟେନକାଶୀର କପା ଚାଷୀଙ୍କୁ ଅନ୍ୟ ବଜାର ସହ ଯୋଡୁଛି, ଚେନ୍ନାଇ-କୋଏମ୍ବାଟୁର ବଂଦେ ଭାରତ ଏକ୍ସପ୍ରେସ ଛୋଟ ବ୍ୟବସାୟୀ ଓ ଗ୍ରାହକମାନଙ୍କୁ କିପରି ଯୋଡୁଛି ଓ ଚେନ୍ନାଇ ବିମାନ ବନ୍ଦରର ନୂତନ ରହଣି ସ୍ଥଳ କିପରି ସମଗ୍ର ପୃଥିବୀକୁ ତାମିଲନାଡୁ ସହ ଯୋଡୁଛି ତା’ ଉପରେ ଆଲୋକପାତ କରିଥିଲେ ।

 

ସେ ଆହୁରି କହିଥିଲେ ଯେ ଏହା ପୁଞ୍ଜି ବିନିଯୋଗ ଆଣିବ, ଯାହା ଫଳରେ ଏଠାକାର ଯୁବଗୋଷ୍ଠୀଙ୍କୁ ଅଧିକ ନିଯୁକ୍ତି ସୁଯୋଗ ମିଳିପାରିବ । “କେବଳ ଯାନବାହନର ଗତି ବଢ଼ୁନାହିଁ, ଜନସାଧାରଣଙ୍କ ସ୍ୱପ୍ନ ଓ ଔଦ୍ୟୋଗିକ ଉତ୍ସାହର ଗତି ମଧ୍ୟ ବୃଦ୍ଧି ପାଉଛି । ଅର୍ଥନୀତି ମଧ୍ୟ ପ୍ରୋତ୍ସାହନ ପାଉଛି ବୋଲି କହି ପ୍ରତିଟି ଭିତ୍ତିଭୂମି ପ୍ରକଳ୍ପ କୋଟି କୋଟି ପରିବାରଙ୍କ ଜୀବନର ଅବସ୍ଥାନ୍ତର ଆଣୁଛି” ବୋଲି ସେ କହିଥିଲେ ।

“ତାମିଲନାଡୁର ବିକାଶ ସରକାରଙ୍କ ଏକ ବିରାଟ ପ୍ରାଥମିକତା” ବୋଲି କହି ପ୍ରଧାନମନ୍ତ୍ରୀ ତାମିଲନାଡୁ ରାଜ୍ୟ ପାଇଁ ଚଳିତ ବର୍ଷ ରେଳ ବଜେଟରେ ବିକାଶ ପାଇଁ ଛଅ ହଜାର କୋଟି ଟଙ୍କା ବ୍ୟୟ ବରାଦ ରେଳ ଭିତ୍ତିଭୂମି ବିକାଶ ପାଇଁ ହୋଇଛି ବୋଲି କହିଥିଲେ । ୨୦୦୯-୧୪ ମଧ୍ୟରେ ତାମିଲନାଡୁରେ ଜାତୀୟ ରାଜପଥ ପ୍ରାୟ ୮୦୦ କିଲୋମିଟର ହୋଇଥିବା ବେଳେ ୨୦୧୪ରୁ ୨୦୨୩ ମଧ୍ୟରେ ଏହା ପ୍ରାୟ ୨୦୦୦ କିଲୋମିଟର ହୋଇଛି । ତାମିଲନାଡୁର ଜାତୀୟ ରାଜପଥର ବିକାଶ ଓ ରକ୍ଷଣାବେକ୍ଷଣ ନେଇ ୨୦୧୪-୧୫ରେ ପ୍ରାୟ ୧୨୦୦ କୋଟି ଥିବାବେଳେ ୨୦୨୨-୨୩ ଏହା ଛଅ ଗୁଣ ବୃଦ୍ଧି ପାଇ ୮୨୦୦ କୋଟି ଟଙ୍କାରେ ପହଞ୍ଚôଛି ।

 

ପ୍ରଧାନମନ୍ତ୍ରୀ ତାମିଲନାଡୁର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଆଲୋକପାତ କରି ଭାରତର ନିରାପତ୍ତାକୁ ସୁଦୃଢ଼ କରୁଥିବା ପ୍ରତିରକ୍ଷା ଶିଳ୍ପ କରିଡର, ପିଏମ ମିତ୍ର ବୃହତ ବୟନ ଉଦ୍ୟାନ, ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ର୍ରେସ ୱେ’ର ଶିଳାନ୍ୟାସର ଉଦାହରଣ ଦେଇଥି     ଲେ । ଚେନ୍ନାଇରେ ମଲ୍ଟି ମଡେଲ ଲଜିଷ୍ଟିକ୍ସ ଉଦ୍ୟାନ କାର୍ଯ୍ୟ ଚାଲିଥିବା ବେଳେ, ମାମଲାପୁରମରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମଗ୍ର ପୂର୍ବତଟ ସଡ଼କ ଭାରତମାଳା ପ୍ରକଳ୍ପ ଅଧିନରେ ବିକଶିତ ହେଉଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚେନ୍ନାଇ, ମଦୁରାଇ ଓ କୋଏମ୍ବାଟୁର ଭଳି ଗୁରୁତ୍ୱପୁର୍ଣ୍ଣ ନଗରୀଗୁଡ଼ିକ ଶିଳାନ୍ୟାସ ଓ ଉଦଘାଟିତ ବିଭିନ୍ନ ପ୍ରକଳ୍ପ ଦ୍ୱାରା ବିଶେଷ ଭାବେ ସିଧାସଳଖ ଉପକୃତ ହେଉଛନ୍ତି । ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦରରେ ଉଦଘାଟିତ ନୂତନ ଯାତ୍ରୀ ରହଣିସ୍ଥଳ ଯୋଗୁ ଅଧିକ ଯାତ୍ରୀ ପରିବହନ ବାବଦ ସୁବିଧା ହେବ । ବିମାନବନ୍ଦରରେ ନୂତନ ପରିପାଟୀ ତାମିଲ ସଂସ୍କୃତିର ସୌନ୍ଦର୍ଯ୍ୟର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଛାତର ପରିପାଟୀ ହେଉ ବା ଚଟାଣ, ସିଲିଂ ବା ପାଚେରୀ, ପ୍ରତ୍ୟେକ ଥିରେ ତାମିଲନାଡୁର ଚିତ୍ର ନିହିତ ରହିଛି” । ଯେତେବେଳେ ବିମାନ ବନ୍ଦରରେ ପରମ୍ପରାର ପ୍ରତିଫଳନ ହୁଏ, ସେତେବେଳେ ଏହା ଆଧୁନିକତାର ନିରନ୍ତର ଓ ସ୍ଥାୟୀତ୍ୱ ଅନୁସାରେ ମଧ୍ୟ ତିଆରି ହୋଇଥାଏ । ଏଥିରେ ଅନେକ ପରିବେଶ ଅନୁକୂଳ ସାମଗ୍ରୀ ଓ ଗ୍ରୀନ ଟେକନିକ ଯେପରିକି ଏଲଇଡି ଆଲୋକ ବ୍ୟବସ୍ଥା ଓ ସୌର ଶକ୍ତିର ବ୍ୟବହାର ମଧ୍ୟ ହେଉଛି । ସେ ମଧ୍ୟ ଶୁଭାରମ୍ଭ କରାଯାଇଥିବା ଚେନ୍ନାଇ-କୋଏମ୍ବାଟୁର ବଂଦେ ଭାରତକୁ ଲକ୍ଷ୍ୟ କରି ମହାନ ଭିଓ ଚିଦାମ୍ବରମ ପିଲେଙ୍କ ପ୍ରାକୃତିକ ଭୂମିରେ ‘ମେଡ ଇନ ଇଣ୍ଡିଆ’ ଗର୍ବକୁ ମଧ୍ୟ ଉଜ୍ଜୀବୀତ କରୁଛି ବୋଲି କହିଥିଲେ ।

ବୟନ କ୍ଷେତ୍ର ହେଉ ବା ଏମଏସଏମଇ କିମ୍ବା ଶିଳ୍ପ କୋଏମ୍ବାଟୁର ଏକ ଶିଳ୍ପକେନ୍ଦ୍ର ପାଇଁ ଅତ୍ୟାଧୁନିକ ସଂଯୋଗ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଚେନ୍ନାଇ-କୋଏମ୍ବାଟୁର ବଂଦେ ଭାରତ ଏକ୍ସପ୍ରେସ ଯୋଗୁ ଯାତ୍ରା ଅବଧି ମାତ୍ର ଛଅ ଘଣ୍ଟା ହେବ ବୋଲି ସେ କହିଥିଲେ । ଏହା ବୟନ ଓ ଶିଳ୍ପପୁଞ୍ଜ ଯେପରିକି ସାଲେମ, ଇରୋଡ ଓ ତିରୁପୁର ପାଇଁ ଅନେକ ସୁବିଧା ପ୍ରଦାନ କରିବ । ମଦୁରାଇର ଉଦାହରଣ ଦେଇ ସେ କହିଥିଲେ ଯେ ଏହି ନଗରୀ ତାମିଲନାଡୁର ପ୍ରାକୃତିକ ରାଜଧାନୀ ଓ ବିଶ୍ୱର ପ୍ରାଚୀନତମ ନଗରୀ । ଆଜିର ପ୍ରକଳ୍ପ ପ୍ରାଚୀନ ମହାନଗରୀର ଅତ୍ୟାଧୁନିକ ଭିତ୍ତିଭୂମି ଦୃଷ୍ଟିରୁ ଖୁବ ଉପଯୋଗୀ ହେବ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ତାମିଲନାଡୁ ଭାରତର ଅଭିବୃଦ୍ଧିର ଇଞ୍ଜିନ ବୋଲି ଦୃଢ଼ତାର ସହ କହୁଥିଲେ, “ଯେତେବେଳେ ଉନ୍ନତ ଭିତ୍ତିଭୂମି ଏଠାରେ କର୍ମନିଯୁକ୍ତି ସୃଷ୍ଟି କରେ, ସେତେବେଳେ ଆୟ ବୃଦ୍ଧି ସହ ତାମିଲନାଡୁ ମଧ୍ୟ ସମୃଦ୍ଧ ହେବ । ତାମିଲନାଡୁର ଅଭିବୃଦ୍ଧି ଘଟିଲେ ଭାରତ ମଧ୍ୟ ସମୃଦ୍ଧ ହେବ” ବୋଲି ସେ କହିଥିଲେ ।

ତାମିଲନାଡୁ ରାଜ୍ୟପାଳ ଶ୍ରୀ ଆର.ଏନ. ରବି, ମୁଖ୍ୟମନ୍ତ୍ରୀ ଶ୍ରୀ ଏମ୍.କେ. ଷ୍ଟାଲିନ ଓ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଦୁଗ୍ଧ ଓ ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଲ. ମୁରୁଗାନ ଓ ଶ୍ରୀପେରୁମବୁଦୁର ସଂସଦ ସଦସ୍ୟ ଶ୍ରୀ ଟି. ଆର. ବାଲୁ ଓ ତାମିଲନାଡୁ ସରକାରଙ୍କ ମନ୍ତ୍ରୀଗଣ ଏଥିରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି-

ପ୍ରଧାନମନ୍ତ୍ରୀ ୩୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ସେ ୭.୩ କିଲୋମିଟର ଦୀର୍ଘ ମଦୁରାଇ ନଗରୀ ଏଲିଭେଟେଡ କରିଡର ଏବଂ ୨୪.୪ କିଲୋମିଟର ଦୀର୍ଘ ୭୮୫ ନମ୍ବର ଚାରି ଲେନ ଜାତୀୟ ରାଜପଥ ମଧ୍ୟ ଉଦଘାଟନ କରିଥିଲେ । ଜାତୀୟ ରାଜପଥ ୭୪୪ର ନିର୍ମାଣରେ ମଧ୍ୟ ସେ ଶିଳାନ୍ୟାସ କରିଥିଲେ । ୨୪୦୦ କୋଟିରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ରାଜପଥ ଯୋଗୁ ତାମିଲନାଡୁ-କେରଳ ଆନ୍ତରାଜ୍ୟ ସଂଯୋଗୀକରଣ ସହ ମଦୁରାଇର ମିନାକ୍ଷୀ ମନ୍ଦିର, ଶ୍ରୀ ଭିଲିପୁଥୁରର ଆଂଦଲ ମନ୍ଦିର ଓ କେରଳ ସାବରୀମାଲା ମନ୍ଦିର ତୀର୍ଥଯାତ୍ରୀ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ୩୭ କିଲୋମିଟର ଦୀର୍ଘ ତିରୁଥୁରାଇପୋଣ୍ଡି ଓ ଅଗସ୍ତିୟାମପାଲ୍ଲୀ ମଧ୍ୟରେ ରେଳପଥ ପ୍ରଶସ୍ତୀକରଣ ଶିଳାନ୍ୟାସ କରିଥିଲେ ଯାହାକି ୨୯୪ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଏହା ଖାଇବା ଓ ଶିଳ୍ପାଞ୍ଚଳ ଲବଣ ଅଗସ୍ତୟାମପାଲ୍ଲୀରୁ ନାଗପାଟିନମ ଜିଲ୍ଲାକୁ ପରିବହନ ସୁବିଧା ହେବ ।

ପ୍ରଧାନମନ୍ତ୍ରୀ ତାମ୍ବରୀ ଓ ସେନଗୋଟାଇ ମଧ୍ୟରେ ଏକ୍ସପ୍ରେସ ସେବାର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ତିରୁଥିରାଇପୋଣ୍ଡି ଓ ଅଗସ୍ତିୟାମପାଲ୍ଲୀ ମଧ୍ୟରେ ଡିଇଏମଭି ସେବାର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହାଦ୍ୱାରା କୋଏମ୍ବାଟୁର, ତିରୁଭାରୁର ଓ ନାଗପଟିନମ ଜିଲ୍ଲାର ଯାତ୍ରୀମାନଙ୍କ ସୁବିଧା ହେବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.