ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱ ପାରା-ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୫ରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ପାରା-ଆଥଲେଟିକ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଭାରତ ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୬ଟି ସ୍ୱର୍ଣ୍ଣ ସମେତ ୨୨ଟି ପଦକ ହାସଲ କରିଛି । ଏହା ଦେଶର ପାରା-କ୍ରୀଡ଼ାର ଯାତ୍ରାରେ ଏକ ନୂତନ ଉପଲବ୍ଧି । ଭାରତ ଦ୍ୱାରା ପ୍ରଥମ ଥର ଏହି ପ୍ରତିଷ୍ଠିତ ବୈଶ୍ୱିକ ଆୟୋଜନର ଆୟୋଜକ ହୋଇଥିବାରୁ ଶ୍ରୀ ମୋଦୀ ଗର୍ବ ଭାବନା ବ୍ୟକ୍ତ କରିଥିଲେ ।

ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି;

“ଆମ ପାରା-ଆଥଲେଟଙ୍କ ଦ୍ୱାରା ଏକ ଐତିହାସିକ ପ୍ରଦର୍ଶନ!

ଚଳିତ ବର୍ଷର ବିଶ୍ୱ ପାରା-ଆଥଲେଟିକ୍ସ ଚାମ୍ପିଅନସିପ ଅତ୍ୟନ୍ତ ସ୍ୱତନ୍ତ୍ର । ଭାରତ ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୬ଟି ସ୍ୱର୍ଣ୍ଣ ସମେତ ୨୨ଟି ପଦକ ହାସଲ କରିଛି । ଆମର କ୍ରୀଡ଼ାବିତମାନଙ୍କୁ ଅଭିନନ୍ଦନ । ସେମାନଙ୍କ ସଫଳତା ଅନେକ ଲୋକଙ୍କୁ ପ୍ରେରଣା ଦେବ । ଆମ ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ମୁଁ ଗର୍ବିତ ଏବଂ ମୁଁ ସେମାନଙ୍କ ଭବିଷ୍ୟତର ପ୍ରତ୍ୟେକ ପ୍ରୟାସ ପାଇଁ ଶୁଭକାମନା ଜଣାଉଛି ।

ଦିଲ୍ଲୀରେ ଏହି କ୍ରୀଡ଼ାକୁ ଆୟୋଜନ କରିବା ମଧ୍ୟ ଭାରତ ପାଇଁ ଏକ ସମ୍ମାନର ବିଷୟ । ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବା ପ୍ରାୟ ୧୦୦ ଦେଶର କ୍ରୀଡ଼ାବିତ ଓ ସହାୟକ କର୍ମଚାରୀଙ୍କୁ କୃତଜ୍ଞତା ଜଣାଉଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi