ସେୟାର
 
Comments

ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ତାଙ୍କ କାର୍ଯ୍ୟକାଳର ଦୁଇ ବର୍ଷ ପୂର୍ତ୍ତି କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ବିଗତ ଦୁଇ ବର୍ଷ ମଧ୍ୟରେ ଶ୍ରୀ ଓମ ବିର୍ଲା ଜୀ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହା ଆମ ସଂସଦୀୟ ଗଣତନ୍ତ୍ରକୁ ସମୃଦ୍ଧ କରିବା ସହିତ ଉତ୍ପାଦକତା ବୃଦ୍ଧି ପାଇଛି, ଫଳରେ ବହୁ ଐତିହାସିକ ତଥା ଜନପୋଯୋଗୀ ଆଇନ ପାରିତ ହୋଇଛି । ତାଙ୍କୁ ଅଭିନନ୍ଦନ!

ସୂଚନାଯୋଗ୍ୟ ଯେ, ପ୍ରଥମ ଥରର ସାଂସଦ, ଯୁବ ସାଂସଦ ଏବଂ ମହିଳା ସାଂସଦମାନଙ୍କୁ ଗୃହରେ କହିବାର ସୁଯୋଗ ଦେବା ଉପରେ ଶ୍ରୀ ଓମ ବିର୍ଲା ଜୀ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଏହା ସହିତ ବିଭିନ୍ନ କମିଟିକୁ ମଧ୍ୟ ସେ ମଜବୁତ କରିଛନ୍ତି, ଯାହାର ଭୂମିକା ଆମ ଗଣତନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ” ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
With 2.5 crore jabs on PM’s birthday, India sets new record for Covid-19 vaccines

Media Coverage

With 2.5 crore jabs on PM’s birthday, India sets new record for Covid-19 vaccines
...

Nm on the go

Always be the first to hear from the PM. Get the App Now!
...
ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଅନ୍ୟ ବିଶ୍ୱ ନେତାଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
September 17, 2021
ସେୟାର
 
Comments

ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଅନ୍ୟ ବିଶ୍ୱ ନେତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି ।

ରାଷ୍ଟ୍ରପତିଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମାନନୀୟ ରାଷ୍ଟ୍ରପତି ମହୋଦୟ, ଆପଣଙ୍କର ଏହି ଅମୂଲ୍ୟ ଶୁଭେଚ୍ଛା ବାର୍ତ୍ତା ପାଇଁ ହୃଦୟରୁ ସମ୍ମାନ ଜଣାଉଛି ।”  

ଉପରାଷ୍ଟ୍ରପତିଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଚିନ୍ତାଶୀଳ ଶୁଭେଚ୍ଛା ପାଇଁ ଧନ୍ୟବାଦ ଉପରାଷ୍ଟ୍ରପତି @ଏମଭେଙ୍କିଆନାଇଡୁ ଗାରୁ ।”  

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶୁଭେଚ୍ଛା ପାଇଁ ଧନ୍ୟବାଦ ରାଷ୍ଟ୍ରପତି @ଗୋଟବାୟାଆର ।”

ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି ପିଏମ @ଶେରବିଦେଉବା ।”  

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶୁଭେଚ୍ଛା ପାଇଁ ଧନ୍ୟବାଦ ବନ୍ଧୁ, ପିଏମ ରାଜପକ୍ଷ ।”

ଡୋମିନିକା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣଙ୍କ ଶୁଭେଚ୍ଛା ପାଇ ବେଶ କୃତଜ୍ଞ, ପିଏମ @ଏସକେରିଟଆର ।”  

ନେପାଳ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଧନ୍ୟବାଦ, ଶ୍ରୀ @କେପିଶର୍ମାଓଲି ।”