ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍ କାଉନସିଲ୍ (ବି.ଟି.ସି.) ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ (ସି.ଇ.ଏମ୍.) ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ହାଗ୍ରମା ମୋହିଲାରୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରଦ୍ଧେୟ ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କ ଦୂରଦୃଷ୍ଟି ପ୍ରତି ସହଭାଗୀ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ବି. ଟି. ସି. ପ୍ରଶାସନ ପ୍ରତି ଉଭୟ କେନ୍ଦ୍ର ସରକାର ଏବଂ ଆସାମ ସରକାରଙ୍କ ଅତୁଟ ସମର୍ଥନକୁ ଦୋହରାଇଥିଲେ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :
"ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍ କାଉନସିଲର ସିଇଏମ୍ ଭାବରେ ଶପଥ ଗ୍ରହଣ କରିଥିବାରୁ ମୁଁ ଶ୍ରୀ ହାଗ୍ରମା ମୋହିଲାରୀଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କ କାର୍ଯ୍ୟକାଳ ପାଇଁ ତାଙ୍କୁ ଏବଂ ତାଙ୍କ ଦଳକୁ ମୋର ଶୁଭେଚ୍ଛା। କେନ୍ଦ୍ର ସରକାର ଏବଂ ଆସାମ ସରକାର ବିଟିସି ସରକାରଙ୍କୁ ସମର୍ଥନ ଜାରି ରଖିବେ । କାରଣ ଆମେ ସମସ୍ତେ ମିଳିତ ଭାବେ ମହାନ ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କ ଦୂରଦୃଷ୍ଟିକୁ ପୂରଣ କରିବା ଏବଂ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛୁ।’’
@HagramaOnline”
I congratulate Shri Hagrama Mohilary on being sworn in as Bodoland Territorial Council’s CEM. My best wishes to him and his team for their tenure. The Central Government and Assam Government will continue to support the BTC Government as we all collectively work to fulfil the… pic.twitter.com/Y5DepTNgGd
— Narendra Modi (@narendramodi) October 5, 2025


