ପ୍ରଧାନମନ୍ତ୍ରୀଙ୍କ ପିଏମଏନଆରଏଫ ରୁ ଅନୁକମ୍ପା ସହାୟତା ଘୋଷଣା

ମହାରାଷ୍ଟ୍ରର ନାନେ୍ଦଡଠାରେ ଦୁର୍ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଃଖ ପ୍ରକାଶ କରିଛନ୍ତି । ସେ ପିଏମଏନଆରଏଫରୁ ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ପ୍ରତି ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯର୍୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ କୁହାଯାଇଛି:

“ମହାରାଷ୍ଟ୍ରର ନାନେ୍ଦଡ଼ଠାରେ ଦୁର୍ଘଟଣାରେ ଜୀବନହାନି ପାଇଁ ଗଭୀର ଦୁଃଖିତ । ନିକଟ ସମ୍ପର୍କୀୟ ଓ ପରିଜନଙ୍କୁ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୋର ଗଭୀର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ସ୍ଥାନୀୟ ପ୍ରଶାସନ ପୀଡ଼ିତମାନଙ୍କୁ ଯଥାସମ୍ଭବ ସହାୟତା କରୁଛି ।

ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ @narendramodi ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Madras incubates 112 startups, files 431 patents in FY26 milestone year

Media Coverage

IIT Madras incubates 112 startups, files 431 patents in FY26 milestone year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 28, 2026
April 28, 2026

From Orchids to Expressways: PM Modi’s Blueprint for a Self-Reliant, Connected & Proud India