ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇବାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗ ଯେଉଁ ଅପାର ଯନ୍ତ୍ରଣା ଏବଂ କ୍ଷତି ସହୁଛନ୍ତି ତାହା ସ୍ୱୀକାର କରି ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ଆଜି ସକାଳେ, ଶ୍ରୀ ମୋଦୀ ଅହମ୍ମଦାବାଦର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତିର ପ୍ରତ୍ୟକ୍ଷ ଆକଳନ କରିଥିଲେ। ସେ ବିପର୍ଯ୍ୟୟ ପରେ ଅକ୍ଲାନ୍ତ ପରିଶ୍ରମ କରି ଉଦ୍ଧାର କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଦଳ ସହ ସାକ୍ଷାତ ଆଲୋଚନା କରିଥିଲେ।



ଏକ୍ସ ରେ ଭିନ୍ନ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
‘‘ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାରେ ଆମେ ସମସ୍ତେ ମର୍ମାହତ। ଅକସ୍ମାତ ଘଟିଥିବା ଏହି ହୃଦୟ ବିଦାରକ ଦୁର୍ଘଟଣାରେ ଏତେ ଲୋକଙ୍କ ଜୀବନ ହାନି ଘଟିବାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ସମସ୍ତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା। ଆମେ ସେମାନଙ୍କର ଯନ୍ତ୍ରଣା ବୁଝିପାରୁଛୁ ଏବଂ ଏହା ମଧ୍ୟ ଜାଣୁ ଯେ, ପ୍ରିୟଜନଙ୍କୁ ହରାଇବା ଯୋଗୁ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ପୂରଣ କରି ହେବ ନାହିଁ । ଓମ୍ ଶାନ୍ତି।’’
‘‘ଆଜି ଅହମ୍ମଦାବାଦରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କଲି। ଧ୍ୱଂସର ଦୃଶ୍ୟ ଦୁଃଖଦ। ନିରନ୍ତର ଭାବେ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ଦଳମାନଙ୍କୁ ଭେଟିଲି। ଏହି ଅକଳ୍ପନୀୟ ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହିତ ଆମର ସମବେଦନା ରହିଛି।’’
We are all devastated by the air tragedy in Ahmedabad. The loss of so many lives in such a sudden and heartbreaking manner is beyond words. Condolences to all the bereaved families. We understand their pain and also know that the void left behind will be felt for years to come.…
— Narendra Modi (@narendramodi) June 13, 2025
Visited the crash site in Ahmedabad today. The scene of devastation is saddening. Met officials and teams working tirelessly in the aftermath. Our thoughts remain with those who lost their loved ones in this unimaginable tragedy. pic.twitter.com/R7PPGGo6Lj
— Narendra Modi (@narendramodi) June 13, 2025


