ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଫେସର ଭୀମ ସିଂହଙ୍କ ନିଧନରେ ଗଭୀର ଶୋକପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଫେସର ଭୀମ ସିଂହ ଜଣେ ତୃଣମୂଳ ସ୍ତରର ନେତା ଭାବେ ସ୍ମରଣୀୟ ରହିବେ, ଯିଏ କି ଜମ୍ମୁ-କଶ୍ମୀରର କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି;
‘‘ପ୍ରଫେସର ଭୀମ ସିଂହ ଜୀ ଜଣେ ତୃଣମୂଳ ସ୍ତରର ନେତା ଭାବେ ସ୍ମରଣୀୟ ହୋଇ ରହିବେ, ଯିଏ କି ଜମ୍ମୁ-କଶ୍ମୀରର କଲ୍ୟାଣ ପାଇଁ ନିଜ ଜୀବନକୁ ସମର୍ପଣ କରିଦେଇଛନ୍ତି । ସେ ବହୁତ ପାଠ ପଢ଼ିଥିଲେ ଏବଂ ଜଣେ ବିଦ୍ୱାନ ଥିଲେ । ତାଙ୍କ ସହ ହୋଇଥିବା ମୋର ବାର୍ତ୍ତାଳାପକୁ ମୁଁ ସବୁଦିନ ମନେରଖିବି । ତାଙ୍କ ପରଲୋକରେ ଅତ୍ୟନ୍ତ ମର୍ମାହତ । ତାଙ୍କ ପରିବାର ଓ ସମର୍ଥକମାନଙ୍କୁ ମୋର ବିନମ୍ର ସମବେଦନା । ଓମ୍ ଶାନ୍ତି ।’’
Prof Bhim Singh Ji will be remembered as a grassroots leader who devoted his life for the welfare of Jammu and Kashmir. He was very well read and scholarly. I will always recall my interactions with him. Saddened by his demise. Condolences to his family and supporters. Om Shanti.
— Narendra Modi (@narendramodi) May 31, 2022


