ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚମନ ଲାଲ ଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଅନେକ ସମାଜ ସେବା ଉଦ୍ୟମ ପାଇଁ ଶ୍ରୀ ଚମନ ଲାଲ ଗୁପ୍ତା ସ୍ମରଣୀୟ ହୋଇ ରହିବେ । ସେ ଜଣେ ଉତ୍ସର୍ଗୀକୃତ ବିଧାୟକ ଥିଲେ ଏବଂ ଜମ୍ମୁ କଶ୍ମୀରରେ ବିଜେପିକୁ ମଜବୁତ ମଧ୍ୟ କରିଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।
Shri Chaman Lal Gupta Ji will be remembered for numerous community service efforts. He was a dedicated legislator and strengthened the BJP across Jammu and Kashmir. Pained by his demise. My thoughts are with his family and supporters in this hour of grief. Om Shanti.
— Narendra Modi (@narendramodi) May 18, 2021


