ପିଏମ କେୟାର୍ସକୁ ସହୃଦୟତାର ସହ ଦାନ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ପ୍ରଶଂସା
ପିଏମ କେୟାର୍ସ ଆପାତକାଳୀନ ଓ ଦୂରାବସ୍ଥା ସମୟରେ କେବଳ ସହାୟକ ହୁଏ ନାହିଁ ବରଂ ରିଲିଫ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପ ଓ ପୁନନିର୍ମାଣ ପ୍ରତି ମଧ୍ୟ ଧ୍ୟାନ ଦେଇଥାଏ
ମାନ୍ୟବର ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି କେ ଟି ଥୋମାସ, ପୂର୍ବତନ ଲୋକସଭା ଉପବାଚସ୍ପତି ଶ୍ରୀ କାରିଆ ମୁଣ୍ଡା ଓ ଶ୍ରୀ ରତନ ଟାଟା ପିଏମ କେୟାର୍ସ ପାଣ୍ଠିର ଟ୍ରଷ୍ଟି ଭାବେ ଯୋଗ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର୍ସ ପାଣ୍ଠି ବୋର୍ଡ ଅଫ ଟ୍ରଷ୍ଟି ବୈଠକରେ (୨୦-୦୯-୨୦୨୨) ଅଧ୍ୟକ୍ଷତା କରିଛନ୍ତି ।

ବୈଠକରେ ପିଏମ କେୟାର୍ସ ପାଣ୍ଠି ଓ ୪୩୪୫ ଜଣ ଶିଶୁଙ୍କୁ ସହାୟତା ପ୍ରଦାନ କରିଥିବା ପିଏମ କେୟାର୍ସ ଶିଶୁ ଯୋଜନା ନେଇ ମଧ୍ୟ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ବିବରଣୀ ପ୍ରଦାନ କରାଯାଇଥିଲା । ଦେଶର ଜଟିଳ ପରିସ୍ଥିତି କାଳରେ ପାଣ୍ଠି ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକା ନେଇ ଟ୍ରଷ୍ଟ ସଦସ୍ୟଗଣ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀ ଆକୁଣ୍ଠ ଚିତ୍ତରେ ପିଏମ କେୟାର୍ସ ପାଣ୍ଠିକୁ ଦାନ କରୁଥିବାରୁ ସେମାନଙ୍କ ପ୍ରଶଂସା କରିଥିଲେ ।

ପିଏମ କେୟାର୍ସ ପାଣ୍ଠି କେବଳ ରିଲିଫ ସହାୟତା ଜରିଆରେ ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିରେ ସାହାଯ୍ୟ କରୁନାହିଁ ବରଂ ଏହାର ଏକ ବ୍ୟାପକ ଦୃଷ୍ଟିକୋଣ ସ୍ୱରୂପ ଏହା ବିପର୍ଯ୍ୟୟ ପ୍ରଶମନ ଓ ସାମର୍ଥ୍ୟ ବିକାଶ ପଦକ୍ଷେପମାନ ମଧ୍ୟ କିପରି ଗ୍ରହଣ କରିଛି ସେ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା ।

ପିଏମ କେୟାର୍ସ ପାଣ୍ଠିର ଏକ ଅବିଚ୍ଛେଦ ଅଂଶ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଟ୍ରଷ୍ଟ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ।

ବୈଠକରେ ପିଏମ କେୟାର୍ସ ପାଣ୍ଠିର ଟ୍ରଷ୍ଟି ଯଥା କେନ୍ଦ୍ର ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସମେତ ନୂତନ ମନୋନୀତ ଟ୍ରଷ୍ଟିମାନେ ମଧ୍ୟ ଯୋଗ ଦେଇଥିଲେ । ସେମାନେ ହେଲେ:

  • ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ କେ ଟି ଥୋମାସ
  • ପୂର୍ବତନ ଲୋକସଭା ଉପବାଚସ୍ପତି ଶ୍ରୀ କରିଆ ମୁଣ୍ଡା
  • ଟାଟାସନ୍ସର ସମ୍ମାନୀୟ ଅଧ୍ୟକ୍ଷ ରତନ ଟାଟା

ପିଏମ କେୟାର୍ସ ପାଣ୍ଠିର ଉପଦେଷ୍ଟା ମଣ୍ଡଳୀ ଗଠନ ପାଇଁ ଟ୍ରଷ୍ଟ ନିମ୍ନଲିଖିତ ସୁନାମଧନ୍ୟ ବ୍ୟକ୍ତିମାନଙ୍କୁ ମନୋନୀତ କରିବାକୁ ନିଷ୍ପତ୍ତି ନେଇଛି

  • ଶ୍ରୀ ରାଜୀବ ମେହର୍ଷି, ପୂର୍ବତନ ଲେଖା ମହାନିୟନ୍ତ୍ରକ
  • ଶ୍ରୀମତୀ ସୁଧା ମୂର୍ତ୍ତି ପୂର୍ବତନ ଅଧ୍ୟକ୍ଷ ଇନଫୋସିସ
  • ଶ୍ରୀ ଆନନ୍ଦ ଶାହ ସହ ପ୍ରତିଷ୍ଠାତା ଟେକ ଫର ଇଣ୍ଡିଆ ଓ ପୂର୍ବତନ ଇଣ୍ଡିକର୍ପସ ଓ ପିରାମଲ ଫାଉଣ୍ଡେସନ ସିଇଓ

ନୂତନ ଟ୍ରଷ୍ଟି ଓ ଉପଦେଷ୍ଠାମଣ୍ଡଳୀ ଯୋଗୁଁ ପିଏମ କେୟାର୍ସ ପାଣ୍ଠିର ବ୍ୟାପକ କାର୍ଯ୍ୟ ଦକ୍ଷତା  ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସାଧାରଣ ଜୀବନରେ ସେମାନଙ୍କ ଦୀର୍ଘ ଅଭିଜ୍ଞତା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ଅଧିକ ଉତ୍ତରଦାୟୀ ଓ ମଜଭୁତ କରିବ ବୋଲି ସେ କହିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 02, 2026
August 02, 2026

Youth. Manufacturing. Digital Trust. The Three Engines Powering New Bharat Under PM Modi