ଦେଶର ବୈଜ୍ଞାନିକ ସମୁଦାୟର ବିଶ୍ୱାସ ରହିବା ଉଚିତ ଯେ ସେମାନଙ୍କ ପ୍ରୟାସ ପାଇଁ ସମ୍ବଳର ଅଭାବ ରହିବ ନାହିଁ: ପ୍ରଧାନମନ୍ତ୍ରୀ
ଗବେଷଣା ଇକୋସିଷ୍ଟମରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଚିହ୍ନଟ କରିବା ଏବଂ ଦୂର କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
ବୈଶ୍ୱିକ ସମସ୍ୟାର ସ୍ଥାନୀୟ ସମାଧାନ ଉପରେ ଧ୍ୟାନ ଦିଅନ୍ତୁ: ପ୍ରଧାନମନ୍ତ୍ରୀ
ଗବେଷଣା ଏବଂ ବିକାଶ ସମ୍ବନ୍ଧୀୟ ସୂଚନାର ସହଜ ଟ୍ରାକିଂ ପାଇଁ ଏକ ଡାସବୋର୍ଡର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି
ଗବେଷଣା ଏବଂ ଉଦ୍ଭାବନ ପାଇଁ ସମ୍ବଳର ଉପଯୋଗର ବୈଜ୍ଞାନିକ ତଦାରଖର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ
ଗବେଷଣା ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ ମେଣ୍ଟରସିପ୍ ମୋଡ୍ ରେ ଶୀର୍ଷସ୍ତରୀୟ ପ୍ରତିଷ୍ଠିତ ଅନୁଷ୍ଠାନ ସହ ଯୋଡ଼ି ହବ୍ ଏବଂ ସ୍ପୋକ ମୋଡ୍ ରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ
ଗବେଷଣା କରିବାରେ ସହଜତା ହାସଲ କରିବା ଦିଗରେ ଗବେଷକମାନଙ୍କୁ ନମନୀୟ ଏବଂ ସ୍ୱଚ୍ଛ ପାଣ୍ଠି ବ୍ୟବସ୍ଥା ସହିତ ସଶକ୍ତ କରାଯିବ
ମନୋନୀତ ପ୍ରାଥମିକତା କ୍ଷେତ୍ରରେ ମିଶନ ମୋଡ୍ ରେ ସମାଧାନ ଭିତ୍ତିକ ଗବେଷଣା ଉପରେ କାର୍ଯ୍ୟକ୍ରମ ଆରମ୍ଭ କରିବ ଏଏନ୍ଆରଏଫ୍
ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ସହିତ ସମନ୍ୱିତ ହେବା ଏବଂ ଗବେଷଣା ଓ ବିକାଶ ଏଜେନ୍ସି ଦ୍ୱାରା ଗ୍ରହଣ କରାଯାଇଥିବା ବିଶ୍ୱସ୍ତରୀୟ ଶ୍ରେଷ୍ଠ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଆଜି ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନର ଗଭର୍ଣ୍ଣିଂ ବୋର୍ଡର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏବଂ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମର ପୁନର୍ବିନ୍ୟାସ ଉପରେ ଆଲୋଚନା କରାଯାଇଥିଲା।

 

ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନର ଗଭର୍ଣ୍ଣିଂ ବଡିର ପ୍ରଥମ ବୈଠକ ସହିତ ଏକ ନୂତନ ଆରମ୍ଭ ହୋଇଛି । ଦେଶର ଗବେଷଣା ଇକୋସିଷ୍ଟମରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଚିହ୍ନଟ କରିବା ଏବଂ ଦୂର କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବଡ଼ ଲକ୍ଷ୍ୟ ସ୍ଥିର କରିବା, ତାହା ହାସଲ କରିବା ଉପରେ ଗୁରୁତ୍ୱ ଦେବା ସହ ଗବେଷଣା କରିବା ବିଷୟରେ ସେ କହିଥିଲେ। ସେ କହିଛନ୍ତି ଯେ ଗବେଷଣା ବର୍ତ୍ତମାନର ସମସ୍ୟାର ନୂତନ ସମାଧାନ ଖୋଜିବା ଉପରେ ଧ୍ୟାନ ଦେବା ଉଚିତ୍ । ସେ ଗୁରୁତ୍ୱାରୋପ କରିଥିଲେ ଯେ ସମସ୍ୟାଗୁଡିକ ବିଶ୍ୱସ୍ତରୀୟ ହୋଇପାରେ କିନ୍ତୁ ଭାରତୀୟ ଆବଶ୍ୟକତା ଅନୁଯାୟୀ ଏହାର ସମାଧାନ ସ୍ଥାନୀୟ ହେବା ଆବଶ୍ୟକ ।

 

ଅନୁଷ୍ଠାନଗୁଡ଼ିକର ଉନ୍ନତିକରଣ ଏବଂ ମାନକୀକରଣ ର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ସେମାନଙ୍କ ଦକ୍ଷତା ଆଧାରରେ ଡୋମେନ୍ ବିଶେଷଜ୍ଞଙ୍କ ତାଲିକା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ ଏକ ଡାସବୋର୍ଡ ବିକଶିତ କରିବା ବିଷୟରେ ମଧ୍ୟ କହିଥିଲେ ଯେଉଁଠାରେ ଦେଶରେ ହେଉଥିବା ଗବେଷଣା ଏବଂ ବିକାଶ ସମ୍ବନ୍ଧୀୟ ସୂଚନା ସହଜରେ ଟ୍ରାକ୍ କରାଯାଇପାରିବ ।

 

ଗବେଷଣା ଏବଂ ନବସୃଜନ ପାଇଁ ସମ୍ବଳର ଉପଯୋଗର ବୈଜ୍ଞାନିକ ତଦାରଖର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହା ଏକ ମହତ୍ୱାକାଂକ୍ଷୀ ଆରମ୍ଭ ବୋଲି ଦର୍ଶାଇ ସେ କହିଛନ୍ତି ଯେ ଦେଶର ବୈଜ୍ଞାନିକ ସମୁଦାୟର ବିଶ୍ୱାସ ରହିବା ଉଚିତ ଯେ ସେମାନଙ୍କ ପ୍ରୟାସ ପାଇଁ ସମ୍ବଳର ଅଭାବ ରହିବ ନାହିଁ । ଅଟଳ ଟିଙ୍କରିଂ ଲ୍ୟାବ୍ ର ସକାରାତ୍ମକ ପ୍ରଭାବ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ ଏହି ଲ୍ୟାବ୍ ଗୁଡ଼ିକର ଗ୍ରେଡିଂ କରାଯାଇପାରିବ । ପରିବେଶ ପରିବର୍ତ୍ତନର ନୂତନ ସମାଧାନ ଖୋଜିବା, ଇଭି ପାଇଁ ବ୍ୟାଟେରୀ ଉପାଦାନ, ଲ୍ୟାବରେ ଉତ୍ପାଦିତ ହୀରା ଭଳି ବିଭିନ୍ନ କ୍ଷେତ୍ରରେ ଗବେଷଣା ଉପରେ ସେ ଆଲୋଚନା କରିଥିଲେ।

 

ଏହି ବୈଠକରେ ଗଭର୍ଣ୍ଣିଂ ବଡି ପକ୍ଷରୁ ହବ୍ ଓ ସ୍ପିକ୍ ମୋଡରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯେଉଁଠାରେ ଗବେଷଣା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ଶୀର୍ଷସ୍ତରୀୟ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକୁ ମେଣ୍ଟରସିପ୍ ମୋଡରେ ରଖାଯାଇଛି।

 

ଗଭର୍ଣ୍ଣିଂ ବଡି ଏଏନଆରଏଫର ରଣନୈତିକ ହସ୍ତକ୍ଷେପର ଅନେକ କ୍ଷେତ୍ର ଉପରେ ମଧ୍ୟ ଆଲୋଚନା କରିଥିଲେ, ଯେଉଁଥିରେ ପ୍ରମୁଖ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ସ୍ଥିତି, ଗବେଷଣା ଓ ବିକାଶକୁ ଜାତୀୟ ପ୍ରାଥମିକତା ସହିତ ଯୋଡ଼ିବା, ଅନ୍ତର୍ଭୁକ୍ତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବୃଦ୍ଧି, ବୈଜ୍ଞାନିକ ଅଗ୍ରଗତି ଏବଂ ଅଭିନବ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଏବଂ ଶିଳ୍ପ-ସଂଯୁକ୍ତ ଅନୁବାଦିକ ଗବେଷଣା ମାଧ୍ୟମରେ ଶିକ୍ଷାଗତ ଗବେଷଣା ଏବଂ ଶିଳ୍ପ ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଅନ୍ତର୍ଭୁକ୍ତ ।

 

ବୈଦ୍ୟୁତିକ ଯାନ (ଇଭି) ଗତିଶୀଳତା, ଉନ୍ନତ ସାମଗ୍ରୀ, ସୌର ସେଲ୍‍, ସ୍ମାର୍ଟ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଓ ଚିକିତ୍ସା ପ୍ରଯୁକ୍ତିବିଦ୍ୟା, ସ୍ଥାୟୀ କୃଷି ଏବଂ ଫୋଟୋନିକ୍ସ ଭଳି ନିର୍ଦ୍ଦିଷ୍ଟ ପ୍ରାଥମିକତା କ୍ଷେତ୍ରରେ ମିଶନ ମୋଡରେ ସମାଧାନ ଭିତ୍ତିକ ଗବେଷଣା ଉପରେ ଏଏନ୍ଆରଏଫ୍ କାର୍ଯ୍ୟକ୍ରମ ଆରମ୍ଭ କରିବ। ଏହି ପ୍ରୟାସ ଆତ୍ମନିର୍ଭର ଭାରତ ଅଭିମୁଖେ ଆମର ଅଗ୍ରଗତିକୁ ପ୍ରଭାବିତ କରିବ ବୋଲି ଗଭର୍ଣ୍ଣିଂ ବଡି କହିଛି।

 

ଶିଳ୍ପର ସକ୍ରିୟ ଅଂଶଗ୍ରହଣ ସହିତ ପାରମ୍ପରିକ ଗବେଷଣା ଉପରେ ଗୁରୁତ୍ୱାରୋପ କରିବା ସହିତ ଜ୍ଞାନର ଉନ୍ନତି ପାଇଁ ମୌଳିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଗଭର୍ଣ୍ଣିଂ ବଡି ଗୁରୁତ୍ୱାରୋପ କରିଛି । ମାନବିକତା ଏବଂ ସାମାଜିକ ବିଜ୍ଞାନରେ ଆନ୍ତଃବିଭାଗୀୟ ଗବେଷଣାକୁ ସମର୍ଥନ କରିବା ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗବେଷଣା କରିବାରେ ସହଜତା ହାସଲ କରିବା ଦିଗରେ ଆମ ଗବେଷକମାନଙ୍କୁ ନମନୀୟ ଏବଂ ସ୍ୱଚ୍ଛ ପାଣ୍ଠି ବ୍ୟବସ୍ଥା ସହିତ ସଶକ୍ତ କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସହମତି ହୋଇଥିଲା ।

 

ଏଏନ୍ଆରଏଫ୍‍ ରଣନୀତି ଗୁଡ଼ିକ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ସହିତ ସମନ୍ୱିତ ହେବା ଉଚିତ ଏବଂ ସମଗ୍ର ବିଶ୍ୱରେ ଗବେଷଣା ଏବଂ ବିକାଶ ଏଜେନ୍ସିଦ୍ୱାରା ଗ୍ରହଣ କରାଯାଇଥିବା ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଅନୁସରଣ କରିବା ଉଚିତ ବୋଲି ଗଭର୍ଣ୍ଣିଂ ବଡି ନିର୍ଦ୍ଦେଶ ଦେଇଛି।

 

ବୈଠକରେ ଗଭର୍ଣ୍ଣିଂ ବଡିର ଉପାଧ୍ୟକ୍ଷ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ନୀତି ଆୟୋଗର ସଦସ୍ୟ ସଚିବ, ସଦସ୍ୟ (ବିଜ୍ଞାନ) ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ବାୟୋଟେକ୍ନୋଲୋଜି ବିଭାଗ, ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ମଞ୍ଜୁଲ ଭାର୍ଗବ (ପ୍ରିନ୍ସଟନ୍ ୟୁନିଭର୍ସିଟି, ଆମେରିକା), ଡ. ରୋମେଶ ଟି ୱାଧୱାନୀ (ସିମ୍ଫନି ଟେକ୍ନୋଲୋଜି ଗ୍ରୁପ୍, ଆମେରିକା), ପ୍ରଫେସର ସୁବ୍ରା ସୁରେଶ (ବ୍ରାଉନ୍ ୟୁନିଭର୍ସିଟି, ଆମେରିକା), ଡ. ରଘୁବେନ୍ଦ୍ର ତନଓ୍ଵାର (ଭାରତୀୟ ଐତିହାସିକ ଗବେଷଣା ପରିଷଦ), ପ୍ରଫେସର ଜୟରାମ ଏନ୍ ଚେଙ୍ଗାଲୁର (ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ) ଏବଂ ପ୍ରଫେସର ଜି ରଙ୍ଗରାଜନ (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ)।

 

ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ବିଷୟରେ

ଭାରତର ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ଏବଂ ଗବେଷଣା ଓ ବିକାଶ ପରୀକ୍ଷାଗାରରେ ଗବେଷଣା ଓ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ (ଏଏନ୍ଆରଏଫ୍) ପ୍ରତିଷ୍ଠା କରାଯାଇଛି। ଜାତୀୟ ଶିକ୍ଷା ନୀତିର ସୁପାରିସ ଅନୁଯାୟୀ ଦେଶରେ ବୈଜ୍ଞାନିକ ଗବେଷଣାର ଉଚ୍ଚସ୍ତରୀୟ ରଣନୈତିକ ଦିଗ ପ୍ରଦାନ କରିବା ପାଇଁ ଏଏନ୍ଆରଏଫ୍ ଏକ ସର୍ବୋଚ୍ଚ ସଂସ୍ଥା ଭାବରେ କାର୍ଯ୍ୟ କରେ । ଏଏନ୍ଆରଏଫ୍ ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ବିଭାଗ ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗ ସୃଷ୍ଟି କରେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.