କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ପ୍ରୟାସ ବିକଶିତ ଭାରତ - ୨୦୪୭ ସ୍ୱପ୍ନକୁ ସାକାର କରିବ: ପ୍ରଧାନମନ୍ତ୍ରୀ
ବିକଶିତ ରାଜ୍ୟମାନଙ୍କ ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ; ପ୍ରତ୍ୟେକ ରାଜ୍ୟ ଏବଂ ଜିଲ୍ଲା ୨୦୪୭ ପାଇଁ ଏକ ସଂକଳ୍ପ ଧାର୍ଯ୍ୟ କରିବା ଉଚିତ ଯାହା ଦ୍ୱାରା ବିକଶିତ - ୨୦୪୭ କୁ ସାକାର କରାଯାଇପାରିବ : ପ୍ରଧାନମନ୍ତ୍ରୀ
ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ‘ନିବେଶ ଅନୁକୂଳ ଚାର୍ଟର’ ପ୍ରସ୍ତୁତ କରିବାକୁ ନୀତି ଆୟୋଗକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ
ଜଳ ସମ୍ପଦର ପ୍ରଭାବଶାଳୀ ଉପଯୋଗ ପାଇଁ ରାଜ୍ୟସ୍ତରରେ ନଦୀ ଗ୍ରିଡ୍ ନିର୍ମାଣକୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ
ଭବିଷ୍ୟତରେ ଜନସଂଖ୍ୟା ବୃଦ୍ଧି ସମସ୍ୟାର ସମାଧାନ ପାଇଁ ଜନସଂଖ୍ୟା ପରିଚାଳନା ଯୋଜନା ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ ଉତ୍ସାହିତ କଲେ
ଯୁବକମାନଙ୍କୁ ରୋଜଗାର ପାଇଁ ପ୍ରସ୍ତୁତ କରିବା ନିମନ୍ତେ ସେମାନଙ୍କ ଦକ୍ଷତା ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ପାଇଁ 'ଶୂନ୍ୟ ଦାରିଦ୍ର୍ୟ' ଆମର ଲକ୍ଷ୍ୟ ହେବା ଦରକାର : ପ୍ରଧାନମନ୍ତ୍ରୀ
ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଅଧ୍ୟୟନ କରିବାକୁ ପ୍ରଧାନମନ୍ତ୍ରୀ ନୀତି ଆୟୋଗକୁ ନିର୍ଦ୍ଦେଶ ଦେଲେ
ବୈଠକରେ ଅଂଶଗ୍ରହଣ କଲେ ୨୦ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗର ନବମ ପରିଚାଳନା ବୈଠକରେ ଅଧ୍ୟକ୍ଷତା କରିଥିଲେ । ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରର ସହଯୋଗ ଏବଂ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ ।

ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସ୍ଥିର ଅଭିବୃଦ୍ଧି ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୨୦୧୪ରେ ବିଶ୍ୱର ୧୦ମ ବୃହତ୍ତମ ଅର୍ଥବ୍ୟବସ୍ଥା ମାନ୍ୟତା ପାଇଥିବା ଭାରତ ୨୦୨୪ ସୁଦ୍ଧା ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସରକାର ଏବଂ ସମସ୍ତ ନାଗରିକଙ୍କ ସାମୂହିକ ଲକ୍ଷ୍ୟ ହେଉଛି ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିବା ।

 

ସାମାଜିକ ଓ ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରି ଗତ ୧୦ ବର୍ଷ ମଧ୍ୟରେ ଆମ ଦେଶ ଅନେକ ପ୍ରଗତି କରିସାରିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପୂର୍ବରୁ ମୁଖ୍ୟତଃ ଆମଦାନୀ ଭିତ୍ତିକ ଦେଶ ହୋଇଥିବା ଭାରତ ଏବେ ବିଶ୍ୱକୁ ଅନେକ ଉତ୍ପାଦ ରପ୍ତାନି କରୁଛି। ପ୍ରତିରକ୍ଷା, ମହାକାଶ, ଷ୍ଟାର୍ଟଅପ୍ ଓ କ୍ରୀଡ଼ା ଭଳି ବ୍ୟାପକ କ୍ଷେତ୍ରରେ ଦେଶ ବିଶ୍ୱ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ଆମ ଦେଶର ପ୍ରଗତି ପାଇଁ ପ୍ରେରକ ଶକ୍ତି ସାଜିଥିବା ୧୪୦ କୋଟି ନାଗରିକଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହକୁ ସେ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ପରିବର୍ତ୍ତନର ଦଶନ୍ଧି ଯାହା ବିଭିନ୍ନ କ୍ଷେତ୍ରରେ ଅନେକ ସୁଯୋଗ ଆଣିଛି । ଏହି ସୁଯୋଗଗୁଡ଼ିକର ଉପଯୋଗ କରିବା ଏବଂ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକାରିତାରେ ଅଭିନବ ଆଭିମୁଖ୍ୟ ମାଧ୍ୟମରେ ବିକାଶ ପାଇଁ ଅନୁକୂଳ ପ୍ରଶାସନିକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସେ ରାଜ୍ୟମାନଙ୍କୁ ଉତ୍ସାହିତ କରିଥିଲେ ।

ସେ କହିଥିଲେ ଯେ ବିକଶିତ ରାଜ୍ୟ ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ସାକାର କରାଯାଇପାରିବ। ବିକଶିତ ଭାରତର ଆକାଂକ୍ଷା ତୃଣମୂଳ ସ୍ତରରେ ଅର୍ଥାତ୍ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଏବଂ ଗ୍ରାମରେ ପହଞ୍ଚିବା ଉଚିତ । ଏଥିପାଇଁ ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲା ୨୦୪୭ ପାଇଁ ଏକ ସଂକଳ୍ପ ପ୍ରସ୍ତୁତ କରିବା ଦରକାର, ଯାହା ଦ୍ୱାରା ୨୦୪୭ ମସିହାରେ ବିକଶିତ ଭାରତ -୨୦୪୭କୁ ସାକାର କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ନୀତି ଆୟୋଗ ଦ୍ୱାରା ପରିଚାଳିତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହାର ସଫଳତାର ଚାବିକାଠି ହେଉଛି ପରିମାପଯୋଗ୍ୟ ମାନଦଣ୍ଡଗୁଡିକର ନିରନ୍ତର ଏବଂ ଅନଲାଇନ୍ ତଦାରଖ, ଯାହା ବିଭିନ୍ନ ସରକାରୀ ଯୋଜନାରେ ସେଗୁଡ଼ିକର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଜିଲ୍ଲାଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିଥିଲା ।

ଦକ୍ଷ ମାନବ ସମ୍ବଳ ପାଇଁ ବିଶ୍ୱ ଭାରତ ଆଡକୁ ଅନୁକୂଳ ଦୃଷ୍ଟିରେ ଦେଖୁଥିବା ବେଳେ ଯୁବକମାନଙ୍କୁ ରୋଜଗାର ନିମନ୍ତେ ପ୍ରସ୍ତୁତ କରିବା ଲାଗି ଦକ୍ଷତା ଓ ପ୍ରଶିକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

 

ନିବେଶକଙ୍କ ଅନୁକୂଳ ପରିବେଶ ପ୍ରଦାନ କରିବାକୁ ସେ ରାଜ୍ୟଗୁଡ଼ିକୁ ଉତ୍ସାହିତ କରିଥିଲେ। ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ନୀତି, କାର୍ଯ୍ୟକ୍ରମ ଏବଂ ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ‘ନିବେଶ ଅନୁକୂଳ ଚାର୍ଟର’ ପ୍ରସ୍ତୁତ କରିବାକୁ ସେ ନୀତି ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଞ୍ଜି ନିବେଶ ଆକୃଷ୍ଟ କରିବା ପାଇଁ ସେମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ମାନଦଣ୍ଡର ଉପଲବ୍ଧି ଉପରେ ରାଜ୍ୟମାନଙ୍କୁ ତଦାରଖ କରାଯାଇପାରିବ । କେବଳ ପ୍ରୋତ୍ସାହନ ପରିବର୍ତ୍ତେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଆଇନ ଶୃଙ୍ଖଳା, ସୁଶାସନ ଏବଂ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଜଳ ସମ୍ପଦର ଫଳପ୍ରଦ ଉପଯୋଗ ପାଇଁ ରାଜ୍ୟସ୍ତରରେ ଗ୍ରୀଡ୍ ନିର୍ମାଣକୁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିଥିଲେ ।

ସେ ପରାମର୍ଶ ଦେଇଥିଲେ ଯେ ଆମେ ଏକ ବିକଶିତ ଭାରତ ପାଇଁ ପ୍ରାଥମିକତା ଭାବରେ ଶୂନ୍ୟ ଦାରିଦ୍ର୍ୟକୁ ଲକ୍ଷ୍ୟ କରିବା ଉଚିତ୍ । କେବଳ କାର୍ଯ୍ୟକ୍ରମ ସ୍ତରରେ ନୁହେଁ ବରଂ ବ୍ୟକ୍ତିଗତ ଭିତ୍ତିରେ ଦାରିଦ୍ର୍ୟ ମୁକାବିଲା କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ତୃଣମୂଳ ସ୍ତରରୁ ଦାରିଦ୍ର୍ୟ ହଟାଇବା ଦ୍ୱାରା ଆମ ଦେଶରେ ପରିବର୍ତ୍ତନମୂଳକ ପ୍ରଭାବ ପଡ଼ିବ ବୋଲି ସେ କହିଥିଲେ।

କୃଷିକ୍ଷେତ୍ରରେ ଉତ୍ପାଦକତା ଓ ବିବିଧତା ବୃଦ୍ଧି କରିବା ଏବଂ କୃଷକମାନଙ୍କୁ ବଜାର ସଂଯୋଗ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟକୁ ଉତ୍ସାହିତ କରିଥିଲେ । ଜୈବିକ କୃଷି ପଦ୍ଧତିକୁ ଆପଣାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଯାହା ମାଟିର ଉର୍ବରତାରେ ଉନ୍ନତି ଆଣିପାରିବ, କମ୍ ଖର୍ଚ୍ଚ ହେତୁ କୃଷକମାନଙ୍କୁ ଉତ୍ତମ ଓ ଶୀଘ୍ର ଲାଭ ସୁନିଶ୍ଚିତ କରିପାରିବ ଏବଂ ଉତ୍ପାଦ ପାଇଁ ଏକ ବିଶ୍ୱସ୍ତରୀୟ ବଜାର ମଧ୍ୟ ପ୍ରଦାନ କରିପାରିବ ।

 

ପ୍ରଧାନମନ୍ତ୍ରୀ ଭବିଷ୍ୟତରେ ଜନସଂଖ୍ୟା ବୃଦ୍ଧି ସମସ୍ୟାର ସମାଧାନ ପାଇଁ ଜନସଂଖ୍ୟା ପରିଚାଳନା ଯୋଜନା ଆରମ୍ଭ କରିବାକୁ ରାଜ୍ୟମାନଙ୍କୁ ଉତ୍ସାହିତ କରିଥିଲେ ।

ସମସ୍ତ ସ୍ତରରେ ସରକାରୀ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ କହିଥିଲେ ଏବଂ ଏଥିପାଇଁ ଦକ୍ଷତା ବିକାଶ ଆୟୋଗ ସହ ସହଯୋଗ କରିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ ।

ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳମାନେ ୨୦୪୭ ମସିହାରେ ବିକଶିତ ଭାରତର ପରିକଳ୍ପନା ପାଇଁ ବିଭିନ୍ନ ପରାମର୍ଶ ଦେବା ସହ ନିଜ ରାଜ୍ୟରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। କୃଷି, ଶିକ୍ଷା ଓ ଦକ୍ଷତା ବିକାଶ, ଉଦ୍ୟୋଗ, ପାନୀୟ ଜଳ, ଅନୁପାଳନ ହ୍ରାସ, ପ୍ରଶାସନ, ଡିଜିଟାଲକରଣ, ମହିଳା ସଶକ୍ତୀକରଣ, ସାଇବର ନିରାପତ୍ତା ଇତ୍ୟାଦି କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଓ ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋକପାତ କରାଯାଇଥିଲା। ୨୦୪୭ ପାଇଁ ଏକ ରାଜ୍ୟ ସଂକଳ୍ପ ପ୍ରସ୍ତୁତ କରିବା ପାଇଁ ଅନେକ ରାଜ୍ୟ ମଧ୍ୟ ସେମାନଙ୍କର ପ୍ରୟାସ ବିଷୟରେ ସୂଚନା ଦେଇଥିଲେ।

ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପରାମର୍ଶକୁ ଅଧ୍ୟୟନ କରିବାକୁ ପ୍ରଧାନମନ୍ତ୍ରୀ ନୀତି ଆୟୋଗକୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଅଂଶଗ୍ରହଣ କରି ନିଜର ମତାମତ ଓ ଅଭିଜ୍ଞତା ବିନିମୟ କରିବା ପାଇଁ ସେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଶକ୍ତି ମାଧ୍ୟମରେ ବିକଶିତ ଭାରତ -୨୦୪୭ର ସ୍ୱପ୍ନକୁ ସାକାର କରିବା ଦିଗରେ ଭାରତ ଅଗ୍ରଗତି କରୁଛି ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.