ପ୍ରଧାନମନ୍ତ୍ରୀ ୧୦ ଟି ରାଜ୍ୟ ଏବଂ ୨ ଟି କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପିଥିବା ବାରଟି ପ୍ରମୁଖ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଯାହାର ମୂଲ୍ୟ ୧,୨୧,୩୦୦ କୋଟି ଟଙ୍କାରୁ ଅଧିକ
ପ୍ରଧାନମନ୍ତ୍ରୀ ରାଜକୋଟ, ଜାମ୍ମୁ, ଅବନ୍ତିପୁରା, ବିବିନଗର, ମଦୁରାଇ, ରେୱାରୀ ଏବଂ ଦରଭଙ୍ଗା ଠାରେ ଏମ୍ସ ର୍ନିମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି
ପ୍ରଧାନମନ୍ତ୍ରୀ ପିଏମ୍ ଏସ୍ଭିଏନିଧି ସ୍କିମ୍ ସମୀକ୍ଷା କରି ସହରାଞ୍ଚଳର ସମସ୍ତ ଯୋଗ୍ୟ ରାସ୍ତାକଡ ବିକ୍ରେତାଙ୍କୁ ଚିହ୍ନଟ ଏବଂ ସାମିଲ କରିବାକୁ ମୁଖ୍ୟ ସଚିବମାନଙ୍କୁ ଅନୁରୋଧ କରିଛନ୍ତି
ଏସଭିଏନିଧି ସେ ସମୃଦ୍ଧି ଅଭିଯାନ ମାଧ୍ୟମରେ ଏସଭିଏନିଧି ହିତାଧିକାରୀଙ୍କ ପରିବାର ସଦସ୍ୟଙ୍କୁ ଦିଆଯାଉଥିବା ସମସ୍ତ ସରକାରୀ ଯୋଜନାର ଲାଭ ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୪୨ ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନେଇ ପ୍ରୋ ଆକ୍ଟିଭ ଗଭର୍ଣ୍ଣାନ୍ସ ଏବଂ ସଠିକ ସମୟରେ କାର୍ଯ୍ୟାନ୍ୱୟନ ପାଇଁ ଆଇସିଟି ଆଧାରିତ ମଲ୍ଲି ମୋଡାଲ ପ୍ଲାଟଫର୍ମ ।

ଏହି ବୈଠକରେ ବାରଟି ପ୍ରମୁଖ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ବାରଟି ପ୍ରକଳ୍ପ ମଧ୍ୟରେ ସାତୋଟି ପ୍ରକଳ୍ପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର, ଦୁଇଟି ପ୍ରକଳ୍ପ ରେଳ ମନ୍ତ୍ରଣାଳୟର ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଇସ୍ପାତ ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଗୋଟିଏ କରି ପ୍ରକଳ୍ପ ଥିଲା । ଏହି ପ୍ରକଳ୍ପଗୁଡ଼ିକର ସମୁଦାୟ ମୂଲ୍ୟ ୧,୨୧,୩୦୦ କୋଟି ଟଙ୍କାରୁ ଅଧିକ ଏବଂ ଛତିଶଗଡ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ, ଓଡିଶା ଏବଂ ହରିୟାଣା ଏବଂ ୨ ଟି କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଏବଂ ଦାଦ୍ରା ଏବଂ ନାଗର ହାଭେଲି ସହିତ ୧୦ ଟି ରାଜ୍ୟ ସହ ଜଡିତ ।

ରାଜକୋଟ, ଜାମ୍ମୁ, ଅବନ୍ତିପୁରା, ବିବିନଗର, ମଦୁରାଇ, ରେୱାରୀ ଏବଂ ଦରଭଙ୍ଗା ଠାରେ ଏମ୍‍ସ ର୍ନିମାଣର ଅଗ୍ରଗତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଜନସାଧାରଣଙ୍କ ପାଇଁ ସେମାନଙ୍କର ମହତ୍ୱକୁ ଦୃଷ୍ଟିରେ ରଖି ବକେୟା ସମସ୍ୟାର ସମାଧାନ ଏବଂ ପ୍ରକଳ୍ପ ସମାପ୍ତି ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ "ପିଏମ ଏସ୍‍ଭିଏନିଧି” ଯୋଜନାର ସମୀକ୍ଷା କରିଥିଲେ । ସହରାଞ୍ଚଳ ବିଶେଷ ଭାବରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସହରଗୁଡିକରେ ଥିବା ସମସ୍ତ ଯୋଗ୍ୟ ରାସ୍ତାକଡ ବିକ୍ରେତାଙ୍କୁ ଚିହ୍ନଟ ଏବଂ ସାମିଲ କରିବାକୁ ସେ ମୁଖ୍ୟ ସଚିବମାନଙ୍କୁ ଅନୁରୋଧ କରିଥିଲେ । ଏକ ମିଶନ ମୋଡରେ ରାସ୍ତାକଡ ବିକ୍ରେତାଙ୍କ ଦ୍ୱାରା ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଏବଂ ଏସ୍‍ଭିଏନିଧି ସେ ସମୃଦ୍ଧି ଅଭିଯାନ ମାଧ୍ୟମରେ ଏସଭିଏନିଧି ହିତାଧିକାରୀଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ ସରକାରୀ ଯୋଜନାର ଲାଭ ଦେବା ପାଇଁ ଏକ ଅଭିଯାନ ଚଳାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସଫଳ ଜି୨୦ ବୈଠକ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟ ସଚିବଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଶେଷକରି ପର୍ଯ୍ୟଟନ ଏବଂ ରପ୍ତାନିର ପ୍ରୋତ୍ସାହନ ପାଇଁ ଏହି ବୈଠକରୁ ସେମାନଙ୍କ ରାଜ୍ୟ ପାଇଁ ସର୍ବାଧିକ ଲାଭ ଉଠାଇବାକୁ ସେ ସେମାନଙ୍କୁ ଅନୁରୋଧ କରିଥିଲେ ।

ପ୍ରଗତି ବୈଠକ ସମୟରେ, ମୋଟ ୧୭.୦୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ୩୪୦ ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Leads International Yoga Day Event In Kolkata, Says It Has Become 'World's Biggest Festival'

Media Coverage

PM Modi Leads International Yoga Day Event In Kolkata, Says It Has Become 'World's Biggest Festival'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian women’s hockey team on winning FIH Hockey Women’s Nations Cup
June 21, 2026

The Prime Minister, Shri Narendra Modi has congratulated the Indian women’s hockey team for emerging as winners of the FIH Hockey Women’s Nations Cup.

The Prime Minister said that the team played exceptionally well throughout the entire tournament.

Shri Modi extended his best wishes to the team and expressed hope that this victory would inspire several others to take up hockey.

In a post on X, Shri Modi said;

“Indian hockey players bring pride and joy!

Congratulations to the women’s team for emerging as winners in the FIH Hockey Women’s Nations Cup. The team played exceptionally well throughout the entire tournament. Best wishes to the team.

May this win inspire several others to play hockey.

@TheHockeyIndia”