ଚୀନର ହାଙ୍ଗଝୌରେ ଚାଲିଥିôବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଶଟ୍ ପୁଟ ଏଫ୪୬ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ରୋହିତ ହୁଡାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ପୁରୁଷ ଶଟ୍ ପୁଟ-ଏଫ୪୬ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ବ୍ରୋଞ୍ଜ ପଦକ ହାସଲ ପାଇଁ ରୋହିତ ହୁଡାଙ୍କୁ ବହୁତ ଅଭିନନ୍ଦନ । ତୁମ ଭବିଷ୍ୟତର ପ୍ରୟାସ ପାଇଁ ଶୁଭେଚ୍ଛା ।’’
Huge congratulations to @RohitHo45912288 for his Bronze Medal and outstanding performance in the Men's Shot Put-F46 event. Best wishes for your future endeavours. pic.twitter.com/r1hnc8EcQN
— Narendra Modi (@narendramodi) October 26, 2023


