ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ମୂଳ ପୁଞ୍ଜି ସହାୟତା ପ୍ରଦାନ
ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩ର ଅଂଶ ଭାବେ ଫୁଡ୍ ଷ୍ଟ୍ରିଟ୍ ଉଦ୍‌ଘାଟିତ
ବୈଷୟିକ ଜ୍ଞାନକୌଶଳ ଓ ସ୍ୱାଦର ମିଶ୍ରଣ ଭବିଷ୍ୟତର ଅର୍ଥନୀତି ପାଇଁ ପଥ ପ୍ରଶସ୍ତ କରିବ
ସରକାରଙ୍କ ନିବେଶକ ଅନୁକୂଳ ନୀତି ଖାଦ୍ୟ କ୍ଷେତ୍ରକୁ ନୂଆ ଉଚ୍ଚତାରେ ପହଞ୍ଚାଉଛି
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ପ୍ରତ୍ୟେକ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି
ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ଅଭିବୃଦ୍ଧି କାହାଣୀର ତିନୋଟି ସ୍ତମ୍ଭ ହେଉଛନ୍ତି କ୍ଷୁଦ୍ର କୃଷକ, କ୍ଷୁଦ୍ର ଶିଳ୍ପ ଏବଂ ମହିଳା
'ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ' ଭଳି ଯୋଜନା କ୍ଷୁଦ୍ର ଚାଷୀ ଓ କ୍ଷୁଦ୍ର ଶିଳ୍ପ ଗୁଡିକୁ ନୂତନ ପରିଚୟ ପ୍ରଦାନ କରୁଛି
"ଭାରତୀୟ ମହିଳା ମାନଙ୍କର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ନେତୃତ୍ୱ ନେବାର କ୍ଷମତା ରହିଛି"
"ଭାରତର ଖାଦ୍ୟ ବିବିଧତା ବିଶ୍ୱ ନିବେଶକ ମାନଙ୍କ ଲାଭଜନକ ସାବ୍ୟସ୍ତ ହେବ"
ହଜାର ହଜାର ବର୍ଷ ଧରି ଭାରତର ସ୍ଥାୟୀ ଖାଦ୍ୟ ସଂସ୍କୃତି ବିକଶିତ ହୋଇଛି । ଆମ ପୂର୍ବପୁରୁଷମାନେ ଖାଦ୍ୟ ଅଭ୍ୟାସକୁ ଆୟୁର୍ବେଦ ସହ ଯୋଡ଼ିଥିଲେ
"ମିଲେଟ୍ ଭାରତର 'ସୁପରଫୁଡ୍ ଝୁଡି’ ର ଏକ ଅଂଶ ଏବଂ ସରକାର ଏହାକୁ ଶ୍ରୀ ଅନ୍ନ ନାମରେ ଚିହ୍ନଟ କରିଛନ୍ତି
ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ମୋଦୀ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତକୁ 'ବିଶ୍ୱର ଖାଦ୍ୟ ଝୁଡି’ ଭାବରେ ପ୍ରଦର୍ଶିତ କରିବା ଏବଂ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରିବା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ  'ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩' ର ଦ୍ୱିତୀୟ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସୁଦୃଢ଼ କରିବା ପାଇଁ ସେ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ମୂଳ ପୁଞ୍ଜି ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ମୋଦୀ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତକୁ 'ବିଶ୍ୱର ଖାଦ୍ୟ ଝୁଡି’ ଭାବରେ ପ୍ରଦର୍ଶିତ କରିବା ଏବଂ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରିବା ।

 

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶିତ ଟେକ୍ନୋଲୋଜି ଓ ଷ୍ଟାର୍ଟଅପ୍ ପ୍ୟାଭିଲିୟନ୍ ଏବଂ ଫୁଡ୍ ଷ୍ଟ୍ରିଟ୍‌କୁ ପ୍ରଶଂସା କରିବା ସହ ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱାଦର ମିଶ୍ରଣ ଭବିଷ୍ୟତର ଅର୍ଥନୀତି ପାଇଁ ପଥ ପ୍ରଶସ୍ତ କରିବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ  ଆଜିର ପରିବର୍ତ୍ତନଶୀଳ ବିଶ୍ୱରେ ଖାଦ୍ୟ ନିରାପତ୍ତାର ଅନ୍ୟତମ ପ୍ରମୁଖ ଆହ୍ୱାନ ଉପରେ ଆଲୋକପାତ କରିବା ସହ 'ୱାର୍ଲ୍ଡ ଫୁଡ୍ ଇଣ୍ଡିଆ' ର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

'ୱାର୍ଲ୍ଡ ଫୁଡ୍ ଇଣ୍ଡିଆ' କାର୍ଯ୍ୟକ୍ରମର ଫଳାଫଳ ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଏକ ପ୍ରମୁଖ କ୍ଷେତ୍ର ଭାବରେ ସ୍ୱୀକୃତି ଦେବାର ଏକ ବଡ଼ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ବିଗତ ୯ ବର୍ଷ ମଧ୍ୟରେ ସରକାରଙ୍କ ଶିଳ୍ପ ଓ କୃଷକ ହିତକାରୀ ନୀତି ଯୋଗୁଁ ଏହି କ୍ଷେତ୍ର ୫୦,୦୦୦ କୋଟି ଟଙ୍କାରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆକୃଷ୍ଟ କରିଛି  ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପିଏଲ୍‌ଆଇ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଶିଳ୍ପର ନୂତନ ଖେଳାଳି ମାନଙ୍କୁ ବିପୁଳ ସହାୟତା ପ୍ରଦାନ କରୁଛି । ସେ ଉଲ୍ଲେଖ କରିଛନ୍ତି ଯେ ଅମଳ ପରବର୍ତ୍ତୀ ଭିତ୍ତିଭୂମି ପାଇଁ ଏଗ୍ରି – ଇନ୍‌ଫ୍ରା ଫଣ୍ଡ (କୃଷି – ଭିତ୍ତିଭୂମି ପାଣ୍ଠି) ଅଧୀନରେ ପ୍ରାୟ ୫୦,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗରେ ହଜାର ହଜାର ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଭିତ୍ତିଭୂମି ପ୍ରକ୍ରିୟାକରଣକୁ ମଧ୍ୟ ହଜାର ହଜାର କୋଟି ଟଙ୍କା ବିନିଯୋଗରେ ପ୍ରୋତ୍ସାହିତ କରାଯାଉଛି ।

 

ସରକାରଙ୍କ ନିବେଶକ ଅନୁକୂଳ ନୀତି ଗୁଡିକ ଖାଦ୍ୟ କ୍ଷେତ୍ରକୁ ନୂଆ ଉଚ୍ଚତାରେ ପହଞ୍ଚାଉଛି ବୋଲି ଶ୍ରୀ ମୋଦୀ ମତ ଦେଇଛନ୍ତି । ଗତ ୯ ବର୍ଷ ମଧ୍ୟରେ ଭାରତର କୃଷି ରପ୍ତାନିରେ ପ୍ରକ୍ରିୟାକୃତ ଖାଦ୍ୟର ଭାଗ ୧୩ ପ୍ରତିଶତରୁ ୨୩ ପ୍ରତିଶତକୁ ବୃଦ୍ଧି ପାଇଛି , ଯାହା ରପ୍ତାନି ହେଉଥିବା ପ୍ରକ୍ରିୟାକୃତ ଖାଦ୍ୟ ପରିମାଣରେ ୧୫୦ ପ୍ରତିଶତ ବୃଦ୍ଧି କରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । କୃଷିଜାତ ଦ୍ରବ୍ୟର ମୋଟ ରପ୍ତାନି ମୂଲ୍ୟ ୫୦,୦୦୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ ହେବା ସହିତ ଆଜି ଭାରତ ସପ୍ତମ ସ୍ଥାନରେ ରହିଛି ବୋଲି ସେ କହିଥିଲେ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ସମ୍ପର୍କିତ  ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ଭାରତ ଅଭୂତପୂର୍ବ ଅଭିବୃଦ୍ଧି ଦେଖାଇ ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ଜଡିତ ପ୍ରତ୍ୟେକ କମ୍ପାନୀ ଏବଂ ଷ୍ଟାର୍ଟଅପ୍ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଦ୍ରୁତ ଏବଂ ସ୍ଫୁର୍ତ୍ତିଶୀଳ ଅଭିବୃଦ୍ଧି ପଛରେ ସରକାରଙ୍କ ନିରନ୍ତର ଏବଂ ଉତ୍ସର୍ଗୀକୃତ ପ୍ରୟାସକୁ ଶ୍ରେୟ ଦେଇଛନ୍ତି । ଭାରତରେ ପ୍ରଥମ ଥର ପାଇଁ କୃଷି - ରପ୍ତାନି ନୀତି ସୃଷ୍ଟି ହୋଇଛି, ସାରା ଦେଶରେ ଲଜିଷ୍ଟିକ୍ ଏବଂ ଭିତ୍ତିଭୂମିର ବିକାଶ ହୋଇଛି , ଜିଲ୍ଲାକୁ ବିଶ୍ୱ ବଜାର ସହ ସଂଯୋଗ କରୁଥିବା ୧୦୦ରୁ ଅଧିକ ଜିଲ୍ଲାସ୍ତରୀୟ କେନ୍ଦ୍ର ସୃଷ୍ଟି ହୋଇଛି, ବୃହତ୍ ଫୁଡ୍ ପାର୍କ ସଂଖ୍ୟା ୨ ରୁ ୨୦ କୁ ବୃଦ୍ଧି ପାଇଛି ଏବଂ ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ୧୨ ଲକ୍ଷ ମେଟ୍ରିକ୍ ଟନ୍‌ରୁ ୨୦୦ ଲକ୍ଷ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି , ଯାହା ଗତ ୯ ବର୍ଷ ମଧ୍ୟରେ ୧୫ ଗୁଣା ବୃଦ୍ଧି ପାଇଛି  ବୋଲି ସେ ଉଲ୍ଲେଖ କରିଥିଲେ । 

 

ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଭାରତରୁ ରପ୍ତାନି ହେଉଥିବା କୃଷି ଜାତ ଦ୍ରବ୍ୟର ଉଦାହରଣ ଦେଇଥିଲେ ଏବଂ ହିମାଚଳ ପ୍ରଦେଶରୁ କଳା ରସୁଣ, ଜାମ୍ମୁ କାଶ୍ମୀରରୁ ଡ୍ରାଗନ ଫ୍ରୁଟ, ମଧ୍ୟପ୍ରଦେଶର ସୋୟା କ୍ଷୀର ପାଉଡର, ଲଦାଖରୁ କରକିଚୁ ସେଓ, ପଞ୍ଜାବର କାଭେଣ୍ଡିଶ କଦଳୀ, ଜାମ୍ମୁରୁ ଗୁଚି ଛତୁ ଏବଂ କର୍ଣ୍ଣାଟକର ଶୁଦ୍ଧ ମହୁ ବିଷୟରେ ଉଲ୍ଲେଖ କରିଥିଲେ ।

ଭାରତର ଦ୍ରୁତ ସହରୀକରଣ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ୟାକେଜ୍ ଖାଦ୍ୟର ଚାହିଦା ବୃଦ୍ଧି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ଯାହା କୃଷକ, ଷ୍ଟାର୍ଟଅପ୍ ଏବଂ କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କ ପାଇଁ ଅପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରୁଛି । ଏହି ସମ୍ଭାବନା ଗୁଡିକର ସମ୍ପୂର୍ଣ୍ଣ ଉପଯୋଗ କରିବା ପାଇଁ ଉଚ୍ଚାକାଂକ୍ଷୀ ଯୋଜନାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ଅଭିବୃଦ୍ଧି କାହାଣୀର ତିନୋଟି ମୁଖ୍ୟ ସ୍ତମ୍ଭ - କ୍ଷୁଦ୍ର କୃଷକ, କ୍ଷୁଦ୍ର ଶିଳ୍ପ ଏବଂ ମହିଳାଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । କ୍ଷୁଦ୍ର କୃଷକ ମାନଙ୍କର ଅଂଶଗ୍ରହଣ ଏବଂ ଲାଭ ବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଭାବରେ କୃଷକ ଉତ୍ପାଦ ସଂଗଠନ ବା ଏଫପିଓର ପ୍ରଭାବଶାଳୀ ବ୍ୟବହାର ଉପରେ ସେ ଆଲୋକପାତ କରିଥିଲେ । ଆମେ ଭାରତରେ ୧୦ ହଜାର ନୂଆ ଏଫ୍‌ପିଓ ତିଆରି କରୁଛୁ, ସେଥି ମଧ୍ୟରୁ ୭ ହଜାର ତିଆରି ହୋଇସାରିଛି ବୋଲି ସେ ସୂଚନା ଦେଇଛନ୍ତି । କୃଷକ ମାନଙ୍କ ପାଇଁ ବଜାର ପ୍ରବେଶ ଏବଂ ପ୍ରକ୍ରିୟାକରଣ ସୁବିଧାର ଉପଲବ୍ଧତା ବୃଦ୍ଧି ଉପରେ ସେ ଉଲ୍ଲେଖ କରିଥିଲେ ଏବଂ କ୍ଷୁଦ୍ର ଶିଳ୍ପ ଗୁଡିକର ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପ୍ରାୟ ୨ ଲକ୍ଷ କ୍ଷୁଦ୍ର ଉଦ୍ୟୋଗ ଆୟୋଜନ କରାଯାଉଛି ବୋଲି ମଧ୍ୟ ସୂଚନା ଦେଇଥିଲେ । 'ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ'- ଓଡିଓପି ଭଳି ଯୋଜନା ମଧ୍ୟ କ୍ଷୁଦ୍ର କୃଷକ ଓ କ୍ଷୁଦ୍ର ଶିଳ୍ପ ଗୁଡିକୁ ଏକ ନୂଆ ପରିଚୟ ଦେଉଛି ବୋଲି ସେ କହିଥିଲେ ।

 

ଭାରତରେ ମହିଳା ମାନଙ୍କର ନେତୃତ୍ୱାଧୀନ ବିକାଶ ପଥ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଅର୍ଥନୀତି କ୍ଷେତ୍ରରେ ମହିଳା ମାନଙ୍କର ବୃଦ୍ଧି ପାଉଥିବା ଅବଦାନ ଉପରେ ଆଲୋକପାତ କରିଥିଲେ ଯାହା ଦ୍ୱାରା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପକୃତ ହୋଇଛି । ଭାରତରେ ଆଜି ୯ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ହଜାର ହଜାର ବର୍ଷ ଧରି ଭାରତରେ ଖାଦ୍ୟ ବିଜ୍ଞାନରେ ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି ଏବଂ ଖାଦ୍ୟ ବିବିଧତା ଭାରତୀୟ ମହିଳା ମାନଙ୍କର ଦକ୍ଷତା ଏବଂ ଜ୍ଞାନର ପରିଣାମ । ସେ କହିଛନ୍ତି ଯେ ମହିଳାମାନେ ନିଜ ଘରୁ ଆଚାର, ପାପଡ଼, ଚିପ୍ସ, ମୁରବା ଆଦି ଅନେକ ଉତ୍ପାଦର ବଜାର ଚଳାଉଛନ୍ତି । "ଭାରତୀୟ ମହିଳା ମାନଙ୍କର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ନେତୃତ୍ୱ ନେବାର ପ୍ରାକୃତିକ କ୍ଷମତା ଅଛି", ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ମହିଳାମାନଙ୍କ ପାଇଁ ପ୍ରତ୍ୟେକ ସ୍ତରରେ କୁଟୀର ଶିଳ୍ପ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରାଯାଉଛି । ଆଜିର ଏହି ଅବସରରେ ୧ ଲକ୍ଷରୁ ଅଧିକ ମହିଳା ମାନଙ୍କୁ କୋଟି କୋଟି ଟଙ୍କାର ମୂଳ  ପୁଞ୍ଜି ବଣ୍ଟନ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ।

ଭାରତରେ ଯେତିକି ଖାଦ୍ୟ ବିବିଧତା ରହିଛି, ସେତେ ପରିମାଣରେ ସାଂସ୍କୃତିକ ବିବିଧତା ମଧ୍ୟ ରହିଛି । ଭାରତର ଖାଦ୍ୟ ବିବିଧତା ବିଶ୍ୱର ପ୍ରତ୍ୟେକ ନିବେଶକ ମାନଙ୍କ ପାଇଁ ଲାଭଦାୟକ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତ ପ୍ରତି ବୃଦ୍ଧି ପାଉଥିବା ଆଗ୍ରହ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ଖାଦ୍ୟ ପରମ୍ପରାରୁ ସାରା ବିଶ୍ୱର ଖାଦ୍ୟ ଉଦ୍ୟୋଗକୁ ବହୁତ କିଛି ଶିଖିବାର ଅଛି । ସେ କହିଥିଲେ ଯେ ଭାରତର ସ୍ଥାୟୀ ଖାଦ୍ୟ ସଂସ୍କୃତି ହେଉଛି ଏହାର ହଜାର ହଜାର ବର୍ଷର ବିକାଶ ଯାତ୍ରାର ପରିଣାମ । ହଜାର ହଜାର ବର୍ଷ ଧରି ଭାରତର ସ୍ଥାୟୀ ଖାଦ୍ୟ ସଂସ୍କୃତିର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ପୂର୍ବପୁରୁଷମାନେ ଖାଦ୍ୟ ଅଭ୍ୟାସକୁ ଆୟୁର୍ବେଦ ସହିତ ଯୋଡ଼ିଥିଲେ । ଆୟୁର୍ବେଦରେ କୁହାଯାଏ 'ରୀତା - ଭୁକ୍‌' ଅର୍ଥାତ୍ ଋତୁ ଅନୁଯାୟୀ ଖାଇବା, 'ମିତ୍ ଭୁକ' ଅର୍ଥାତ୍ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଏବଂ 'ହିତ୍ ଭୁକ୍‌' ଅର୍ଥାତ୍ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ଏଗୁଡ଼ିକ ଭାରତର ବିଜ୍ଞାନ ସମ୍ମତ ଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଅଂଶ । ଖାଦ୍ୟଶସ୍ୟ, ବିଶେଷ କରି ଭାରତର ମସଲା ବ୍ୟବସାୟର ନିରନ୍ତର ପ୍ରଭାବ ବିଶ୍ୱ ଉପରେ ପଡ଼ିବ ବୋଲି ସେ ଉଲ୍ଲେଖ କରିଥିଲେ ।  ବିଶ୍ୱ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନିରନ୍ତର ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସର ପ୍ରାଚୀନ ଜ୍ଞାନକୁ ବୁଝିବା ଏବଂ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରୁଥିବା ବିଶ୍ୱକୁ ଶ୍ରୀ ମୋଦୀ ସ୍ୱୀକାର କରିଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ ମିଲେଟ୍ ଭାରତର 'ସୁପରଫୁଡ୍ ଝୁଡି' ର ଏକ ଅଂଶ ଏବଂ ସରକାର ଏହାକୁ ଶ୍ରୀ ଅନ୍ନ ନାମରେ ଚିହ୍ନଟ କରିଛନ୍ତି । ଯଦିଓ ଶତାବ୍ଦୀ ଧରି ଅଧିକାଂଶ ସଭ୍ୟତାରେ ବାଜରାକୁ ଅଧିକ ପ୍ରାଥମିକତା ଦିଆ ଯାଉଥିଲା, ତଥାପି ଗତ କିଛି ଦଶନ୍ଧି ମଧ୍ୟରେ ଏହା ଭାରତ ସମେତ ଅନେକ ଦେଶରେ ଖାଦ୍ୟ ଅଭ୍ୟାସରୁ ବାହାରି ଯାଇଛି, ଯାହା ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ, ସ୍ଥାୟୀ ଚାଷ ଏବଂ ସ୍ଥାୟୀ ଅର୍ଥନୀତିକୁ ବ୍ୟାପକ କ୍ଷତି ପହଞ୍ଚାଇଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ।  

 

ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରଭାବ ଭଳି ବିଶ୍ୱର କୋଣ ଅନୁକୋଣରେ ବାଜରା ପହଂଚିବ ବୋଲି ବିଶ୍ୱାସ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଭାରତର ପଦକ୍ଷେପ ଉପରେ ବିଶ୍ୱରେ ବାଜରା ସମ୍ପର୍କରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । 

ନିକଟରେ ଅନୁଷ୍ଠିତ ଜି - ୨୦ ଶିଖର ସମ୍ମିଳନୀରେ ଭାରତ ଗସ୍ତରେ ଆସିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ପାଇଁ ବାଜରାରୁ ପ୍ରସ୍ତୁତ ଖାଦ୍ୟ ଏବଂ ବଜାରରେ ବାଜରାରୁ ପ୍ରସ୍ତୁତ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ବିଷୟରେ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଶ୍ରୀ ଅନ୍ନର ଅଂଶ ବୃଦ୍ଧି ଉପରେ ଆଲୋଚନା କରିବା ଏବଂ ଶିଳ୍ପ ଏବଂ କୃଷକ ମାନଙ୍କର ହିତ ପାଇଁ ଏକ ସାମୂହିକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଅତିଥି ମାନଙ୍କୁ ଅନୁରୋଧ କରିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ଜି - ୨୦ ଗ୍ରୁପ୍ ଦିଲ୍ଲୀ ଘୋଷଣାନାମାରେ ସ୍ଥାୟୀ କୃଷି, ଖାଦ୍ୟ ନିରାପତ୍ତା ଏବଂ ପୋଷଣ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରିଛି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡ଼ିତ ସମସ୍ତ ଅଂଶୀଦାର ମାନଙ୍କ ଭୂମିକା ଉପରେ ଆଲୋକପାତ କରିଛି । ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମକୁ ବିବିଧ ଖାଦ୍ୟ ଝୁଡି ଆଡକୁ ନେବା ଏବଂ ଶେଷରେ ଅମଳ ପରବର୍ତ୍ତୀ କ୍ଷୟକ୍ଷତିକୁ ହ୍ରାସ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ଅପଚୟ ହ୍ରାସ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । 

ଅପଚୟ ହ୍ରାସ କରିବା ପାଇଁ ଶୀଘ୍ର ନଷ୍ଟ ହୋଇ ଯାଉଥିବା ଦ୍ରବ୍ୟର ପ୍ରକ୍ରିୟାକରଣ ବୃଦ୍ଧି କରିବାକୁ ସେ ଅନୁରୋଧ କରିଥିଲେ, ଯାହା ଦ୍ୱାରା କୃଷକମାନେ ଉପକୃତ ହେବେ ଏବଂ ମୂଲ୍ୟରେ ଅସ୍ଥିରତାକୁ ମଧ୍ୟ ରୋକାଯାଇପାରିବ । ଅଭିଭାଷଣ ଶେଷ କରି , ପ୍ରଧାନମନ୍ତ୍ରୀ କୃଷକ ମାନଙ୍କର ସ୍ୱାର୍ଥ ଏବଂ ଉପଭୋକ୍ତା ମାନଙ୍କ ସନ୍ତୋଷ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଠାରେ ଯେଉଁ ନିଷ୍ପତି ନିଆଯାଇଛି ତାହା ବିଶ୍ୱ ପାଇଁ ଏକ ସ୍ଥାୟୀ ଏବଂ ଖାଦ୍ୟ ସୁରକ୍ଷିତ ଭବିଷ୍ୟତର ମୂଳଦୁଆ ପକାଇବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

 

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀ ପଶୁପତି କୁମାର ପାରସ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଏବଂ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂହ ପଟେଲ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ବିହନ ପୁଞ୍ଜି ସହାୟତା ପ୍ରଦାନ କରିଥିଲେ । ଉନ୍ନତ ପ୍ୟାକେଜିଂ ଏବଂ ଗୁଣାତ୍ମକ ଉତ୍ପାଦନ ମାଧ୍ୟମରେ ଏହି ସହାୟତା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ବଜାରରେ ଉତ୍ତମ ମୂଲ୍ୟ ହାସଲ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩ ର ଏକ ଅଂଶ ଭାବରେ ଫୁଡ୍ ଷ୍ଟ୍ରିଟ୍‌କୁ ମଧ୍ୟ ଉଦଘାଟନ କରିଥିଲେ । ଏଥିରେ ଆଞ୍ଚଳିକ ଖାଦ୍ୟ ଏବଂ ରାଜକୀୟ ରନ୍ଧନର ଐତିହ୍ୟ ରହିବ, ଯେଉଁଥିରେ ୨୦୦ରୁ ଅଧିକ ସେଫ୍  (ରନ୍ଧନକର୍ତ୍ତା) ଅଂଶଗ୍ରହଣ କରିବେ ଏବଂ ପାରମ୍ପରିକ ଭାରତୀୟ ଖାଦ୍ୟକୁ ଉପସ୍ଥାପନ କରିବେ, ଯାହା ଏହାକୁ ଏକ ଅନନ୍ୟ ରନ୍ଧନ ଅନୁଭୂତିରେ ପରିଣତ କରିବ । 

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତକୁ 'ବିଶ୍ୱର ଖାଦ୍ୟ ଝୁଡି' ଭାବରେ ପ୍ରଦର୍ଶିତ କରିବା ଏବଂ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରିବା । ଏହା ସରକାରୀ ସଂସ୍ଥା, ଶିଳ୍ପ ପେସାଦାର, କୃଷକ, ଉଦ୍ୟୋଗୀ ଏବଂ ଅନ୍ୟ ଅଂଶୀଦାର ମାନଙ୍କୁ ଆଲୋଚନାରେ ସାମିଲ ହେବା, ଭାଗିଦାରୀ ସ୍ଥାପନ କରିବା ଏବଂ କୃଷି - ଖାଦ୍ୟ କ୍ଷେତ୍ରରେ ନିବେଶ ସୁଯୋଗ ଖୋଜିବା ପାଇଁ ଏକ ନେଟୱାର୍କିଂ ଏବଂ ବ୍ୟବସାୟ ପ୍ଲାଟଫର୍ମ ପ୍ରଦାନ କରିବ । ସିଇଓମାନେ ଗୋଲ୍ ଟେବୁଲ୍ ବୈଠକରେ  ନିବେଶ ଏବଂ ଇଜ୍ ଅଫ୍ ଡୁଇଙ୍ଗ  ବିଜନେସ୍ (ବ୍ୟବସାୟରେ ସହଜତା) ଉପରେ ଗୁରୁତ୍ୱ ଦେବେ ।

ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଉଦ୍ଭାବନ ଏବଂ ଶକ୍ତି ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ମଣ୍ଡପ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇ ୪୮ଟି ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ଆର୍ଥିକ ସଶକ୍ତିକରଣ, ଗୁଣାତ୍ମକ ନିଶ୍ଚିତତା ଏବଂ ଯନ୍ତ୍ରପାତି ଓ ପ୍ରଯୁକ୍ତି  ବିଦ୍ୟା କ୍ଷେତ୍ରରେ ନବସୃଜନତା ଉପରେ ଗୁରୁତ୍ୱ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ଗୁଡିକର ସିଇଓ ମାନଙ୍କ ସମେତ ୮୦ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏଥିରେ ରିଭର୍ସ ବାୟର ସେଲର ମିଟ୍ (କ୍ରେତା – ବିକ୍ରେତା ପାରସ୍ପରିକ ଆଲୋଚନା) ରହିବ, ଯେଉଁଥିରେ ୮୦ରୁ ଅଧିକ ଦେଶରୁ ୧୨୦୦ରୁ ଅଧିକ ବିଦେଶୀ କ୍ରେତା ରହିବେ । ନେଦରଲ୍ୟାଣ୍ଡ ସହଯୋଗୀ ଦେଶ ଭାବେ କାର୍ଯ୍ୟ କରୁଥିବା ବେଳେ ଜାପାନ ଏହି କାର୍ଯ୍ୟକ୍ରମର କେନ୍ଦ୍ର ଦେଶ ହେବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”