"ଏହି ଦଶନ୍ଧି ବିକଶିିତ ଭାରତର ସ୍ୱପ୍ନ ପୂରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦଶନ୍ଧି ହେବ"
“ଦେଶର ସାମର୍ଥ୍ୟ ମାଧ୍ୟମରେ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏହା ଏକ ଦଶନ୍ଧି”
“ଏହି ଦଶନ୍ଧି ଭାରତର ଦ୍ରୁତଗତି ସମ୍ପନ୍ନ ସଂଯୋଗ, ଦ୍ରୁତଗତି ସମ୍ପନ୍ନ ଗତିଶୀଳତା ଏବଂ ଦ୍ରୁତଗତି ସମ୍ପନ୍ନ ସମୃଦ୍ଧିର ଦଶନ୍ଧି ହେବ”
“ଭାରତ ଏକ ସୁଦୃଢ଼ ଗଣତନ୍ତ୍ର ଭାବେ ଆସ୍ଥାର ଆଲୋକ ପାଲଟିଛି”
“ଭଲ ଅର୍ଥନୀତି ଦ୍ୱାରା ଭଲ ରାଜନୀତି କରାଯାଇପାରିବ ବୋଲି ଭାରତ ପ୍ରମାଣିତ କରିଛି”
ଦେଶର ବିକାଶର ଗତି ଓ ବ୍ୟାପକତା ବୃଦ୍ଧି ଉପରେ ମୋର ପୂରା ଧ୍ୟାନ ରହିଛି
ବିଗତ ୧୦ ବର୍ଷ ମଧ୍ୟରେ ଲୋକମାନେ ସ୍ଲୋଗାନ ନୁହେଁ, ସମାଧାନ ଦେଖିଛନ୍ତି
ଆଗାମୀ ଦଶନ୍ଧିରେ ଭାରତ ଯେଉଁ ଉଚ୍ଚତାରେ ପହଞ୍ଚିବ ତାହା ଅଭୂତପୂର୍ବ, ଅକଳ୍ପନୀୟ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଗଣତନ୍ତ୍ର ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି । ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ଭାରତ: ପରବର୍ତ୍ତୀ ଦଶନ୍ଧି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦଶନ୍ଧି ଭାରତର ଅଟେ ଏବଂ ଏହି ବିବୃତ୍ତି କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି ଆଜି ସାରା ବିଶ୍ୱ ପ୍ରମାଣିତ କରିଛି । ବିଷୟବସ୍ତୁ ଅନୁଯାୟୀ, ଆଗାମୀ ଦଶନ୍ଧିର ଭାରତ ଉପରେ ଆଲୋଚନା ଆରମ୍ଭ କରିବା ପାଇଁ ଗଣତନ୍ତ୍ର ଦଳର ଦୃଷ୍ଟିକୋଣକୁ ପ୍ରଶଂସା କରିବା ଅବସରରେ ସେ କହିଛନ୍ତି, " ଏହା ଭାରତର ଦଶନ୍ଧି ବୋଲି ବିଶ୍ୱ ବିଶ୍ୱାସ କରେ’ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ଦଶନ୍ଧି ବିକଶିତ ଭାରତର ସଂକଳ୍ପ ପୂରଣ କରିବାର ଏକ ମାଧ୍ୟମ ହେବ ।

 

ସ୍ୱାଧୀନ ଭାରତ ପାଇଁ ଚଳିତ ଦଶନ୍ଧିର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କର ବକ୍ତବ୍ୟକୁ ମନେ ପକାଇ କହିଥିଲେ, "ୟହି ସମୟ ହୈ, ସହି ସମୟ ହୈ । ଏହି ଦଶନ୍ଧି ଏକ ସକ୍ଷମ ଏବଂ ବିକଶିତ ଭାରତର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଏକଦା ଅସମ୍ଭବ ମନେ କରାଯାଉଥିବା ଲୋକଙ୍କର ଇଚ୍ଛାଗୁଡିକୁ ପୂରଣ କରିବାର ସମୟ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଦେଶର ସାମର୍ଥ୍ୟ ମାଧ୍ୟମରେ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏହା ଏକ ଦଶନ୍ଧି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ଆଗାମୀ ଦଶନ୍ଧି ପୂର୍ବରୁ ଭାରତ ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ଏବଂ ସମସ୍ତଙ୍କ ପାଇଁ ପକ୍କା ଘର, ଶୌଚାଳୟ, ଗ୍ୟାସ, ବିଜୁଳି, ପାଣି, ଇଣ୍ଟରନେଟ୍ ଇତ୍ୟାଦି ମୌଳିକ ଆବଶ୍ୟକତା ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ ବର୍ତ୍ତମାନର ଦଶନ୍ଧି ଏକ୍ସପ୍ରେସୱେ, ଦ୍ରୁତଗତିରେ ଚାଲୁଥିବା ଟ୍ରେନ୍ ଏବଂ ଆଭ୍ୟନ୍ତରୀଣ ଜଳପଥ ନେଟୱାର୍କର ଭିତ୍ତିଭୂମି ବିକାଶ ସହିତ ସମ୍ବନ୍ଧିତ ହେବ ଏବଂ ଭାରତକୁ ଏହାର ପ୍ରଥମ ବୁଲେଟ୍ ଟ୍ରେନ୍ ମିଳିବ, ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ମିଳିବ ଏବଂ ଭାରତର ବଡ଼ ସହରଗୁଡ଼ିକ ନମୋ କିମ୍ବା ମେଟ୍ରୋ ରେଳ ମାଧ୍ୟମରେ ସଂଯୋଗ ହେବ । ଏହି ଦଶନ୍ଧି ଭାରତର ଦ୍ରୁତଗତି ସମ୍ପନ୍ନ ଯୋଗାଯୋଗ, ଗତିଶୀଳତା ଏବଂ ସମୃଦ୍ଧି ପାଇଁ ସମର୍ପିତ ହେବ ବୋଲି ସେ କହିଛନ୍ତି ।

ସାମ୍ପ୍ରତିକ ସମୟରେ ବୈଶ୍ୱିକ ଅନିଶ୍ଚିତତା ଏବଂ ଅସ୍ଥିରତା ବିଷୟରେ ଆଲୋଚନା କରି , ପ୍ରଧାନମନ୍ତ୍ରୀ ବର୍ତ୍ତମାନର ମୁହୂର୍ତ୍ତକୁ ଏହାର ତୀବ୍ରତା ଏବଂ ବିସ୍ତାରରେ ସବୁଠାରୁ ଅସ୍ଥିର ଏବଂ ସମଗ୍ର ବିଶ୍ୱର ସରକାରମାନେ ବିରୋଧାଭାଷୀ ପ୍ରସଙ୍ଗର ସମ୍ମୁଖୀନ ହେଉଛନ୍ତି ବୋଲି ବିଶେଷଜ୍ଞମାନେ ଦେଉଥିବା ମତ ବିଷୟରେ ଉଲ୍ଲେଖ କରିଥିଲେ । "ଏସବୁ ଭିତରେ ଭାରତ ଏକ ଶକ୍ତିଶାଳୀ ଗଣତନ୍ତ୍ର ଭାବରେ ବିଶ୍ୱାସର କିରଣ ପରି" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  ”ଭଲ ଅର୍ଥନୀତି ଦ୍ୱାରା ଭଲ ରାଜନୀତି କରାଯାଇପାରିବ ବୋଲି ଭାରତ ପ୍ରମାଣିତ କରିଥିବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ଭାରତର ପ୍ରଦର୍ଶନକୁ ନେଇ ବିଶ୍ୱସ୍ତରୀୟ ଉତ୍ସୁକତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଏହା ଘଟିଛି କାରଣ ଆମେ ଦେଶର ଆବଶ୍ୟକତା ଏବଂ ସ୍ୱପ୍ନ ପୂରଣ କରିଛୁ, ଆମେ ସଶକ୍ତିକରଣ ଉପରେ କାର୍ଯ୍ୟ କରିବା ସମୟରେ ସମୃଦ୍ଧି ଉପରେ ଧ୍ୟାନ ଦେଇଛୁ । ସେ ବ୍ୟକ୍ତିଗତ ଆୟକର ହ୍ରାସ କରିବା ସହ କର୍ପୋରେଟ୍ ଟିକସ ହ୍ରାସର ଉଦାହରଣ ଦେଇଥିଲେ । ଆଧୁନିକ ଭିତ୍ତିଭୂମିରେ ରେକର୍ଡ ବିନିଯୋଗ ସହିତ ମାଗଣା ଚିକିତ୍ସା ଓ ମାଗଣା ରାସନ ଉପଲବ୍ଧ କରାଯିବା ସହିତ କୋଟି କୋଟି ପକ୍କା ଘର ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ । ଶିଳ୍ପ ପାଇଁ ଯଦି ପିଏଲଆଇ ଯୋଜନା ଥିବାବେଳେ , କୃଷକମାନଙ୍କ ପାଇଁ ବୀମା ଏବଂ ଆୟ ସୃଷ୍ଟିର ମାଧ୍ୟମ ମଧ୍ୟ ରହିଥିଲା । ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ କ୍ଷେତ୍ରରେ ପୁଞ୍ଜି ନିବେଶ ସହିତ ଯୁବକମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ।

 

ପ୍ରଧାନମନ୍ତ୍ରୀ ବଂଶବାଦ ରାଜନୀତିର ଫଳସ୍ୱରୂପ ଅନେକ ଦଶନ୍ଧି ଧରି ଭାରତର ବିକାଶ ପାଇଁ ଯେଉଁ ସମୟକୁ ହରାଇଛି, ତାହାକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ ଏବଂ ବିକଶିତ ଭାରତ ଗଠନ ପାଇଁ ହରାଇଥିବା ସମୟକୁ ପୁନଃପ୍ରାପ୍ତ କରିବା ପାଇଁ ଅଭୂତପୂର୍ବ ସ୍ତର ଏବଂ ଦ୍ରୁତ ଗତିରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆଜି ଭାରତର ସମସ୍ତ କ୍ଷେତ୍ରରେ ଚାଲିଥିବା ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ ଦେଶର ବିକାଶର ଗତି ଏବଂ ବ୍ୟାପକତାକୁ ବୃଦ୍ଧି କରିବା ଉପରେ ତାଙ୍କର ଧ୍ୟାନ ରହିଛି ।

ଗତ ୭୫ ଦିନ ମଧ୍ୟରେ ଦେଶରେ ଘଟିଥିବା ବିକାଶ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ରାୟ ୯ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଏବଂ ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ, ଯାହା କି ୧୧୦ ବିଲିୟନ ଆମେରିକୀୟ ଡଲାରରୁ ଅଧିକ । ଆଧୁନିକ ଭିତ୍ତିଭୂମି କ୍ଷେତ୍ରରେ ଗତ ୭୫ ଦିନ ମଧ୍ୟରେ ହୋଇଥିବା ନିବେଶ ବିଶ୍ୱର ଅନେକ ଦେଶର ବାର୍ଷିକ ବଜେଟ୍ ଠାରୁ ଅଧିକ ବୋଲି ସେ ଉଲ୍ଲେଖ କରିଥିଲେ । ଗତ ୭୫ ଦିନ ମଧ୍ୟରେ ୭ଟି ନୂତନ ଏମ୍ସ, ୩ଟି ଆଇଆଇଏମ୍‌, ୧୦ଟି ଆଇଆଇଟି, ୫ଟି ଏନ୍‌ଆଇଟି, ୩ଟି ଆଇଆଇଆଇଟି, ୨ଟି ଆଇସିଆର ଓ ୧୦ଟି କେନ୍ଦ୍ରୀୟ ଅନୁଷ୍ଠାନ, ୪ଟି ମେଡିକାଲ ଓ ନର୍ସିଂ କଲେଜ ଏବଂ ୬ଟି ଜାତୀୟ ଗବେଷଣା ଲ୍ୟାବ୍ ଉଦ୍‌ଘାଟନ କିମ୍ବା ଶିଳାନ୍ୟାସ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

 

ମହାକାଶ ଭିତ୍ତିଭୂମି କ୍ଷେତ୍ରରେ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟିତ ହୋଇଛି, ୫୪ଟି ଶକ୍ତି ପ୍ରକଳ୍ପ ଉଦଘାଟିତ ହୋଇଛି କିମ୍ବା ଶିଳାନ୍ୟାସ କରାଯାଇଛି ଏବଂ କାକ୍ରାପର ଆଣବିକ ଶକ୍ତି କେନ୍ଦ୍ରର ୨ଟି ନୂତନ ରିଆକ୍ଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । କଲପକ୍କମ୍‌ରେ ସ୍ୱଦେଶୀ ଫାଷ୍ଟ ବ୍ରିଡର ରିଆକ୍ଟରର କୋର ଲୋଡିଂ ଆରମ୍ଭ ହୋଇଛି, ତେଲେଙ୍ଗାନାରେ ୧୬୦୦ ମେଗାୱାଟ ତାପଜ ବିଦ୍ୟୁତ କେନ୍ଦ୍ର ଉଦ୍‌ଘାଟିତ ହୋଇଛି, ଝାଡ଼ଖଣ୍ଡରେ ୧୩୦୦ ମେଗାୱାଟ ତାପଜ ବିଦ୍ୟୁତ ପ୍ଲାଣ୍ଟ ଉଦଘାଟିତ ହୋଇଛି, ୧୬୦୦ ମେଗାୱାଟ ତାପଜ ବିଦ୍ୟୁତ ପ୍ଲାଣ୍ଟ, ଉତ୍ତର ପ୍ରଦେଶରେ ୩୦୦ ମେଗାୱାଟ ସୌର ଶକ୍ତି ପ୍ଲାଣ୍ଟ ଏବଂ ବୃହତ୍ ନବୀକରଣୀୟ ପାର୍କ, ହିମାଚଳରେ ଜଳ ବିଦ୍ୟୁତ୍ ପ୍ରକଳ୍ପ, ତାମିଲନାଡୁରେ ଦେଶର ପ୍ରଥମ ସବୁଜ ହାଇଡ୍ରୋଜେନ ଇନ୍ଧନ ସେଲ ଜାହାଜ ଆରମ୍ଭ କରାଯାଇଛି, ଉତ୍ତର ପ୍ରଦେଶର ମିରଟ - ସିମ୍ଭାବଲି ଟ୍ରାନ୍ସମିସନ ଲାଇନ ଉଦଘାଟିତ ହୋଇଛି ଏବଂ କର୍ଣ୍ଣାଟକର କୋପ୍ପାଲରେ ୱିଣ୍ଡ ଏନର୍ଜି ଜୋନରୁ ଟ୍ରାନ୍ସମିସନ ଲାଇନ ଉଦଘାଟିତ ହୋଇଥିଲା ।  ଗତ ୭୫ ଦିନ ମଧ୍ୟରେ ଭାରତର ଦୀର୍ଘତମ କେବୁଲ ଭିତ୍ତିକ ସେତୁ ଉଦଘାଟିତ ହୋଇଛି, ଲାକ୍ଷାଦ୍ୱୀପ ପର୍ଯ୍ୟନ୍ତ ସମୁଦ୍ର ତଳେ ଅପ୍ଟିକାଲ କେବୁଲର କାର୍ଯ୍ୟ ଆରମ୍ଭ ହୋଇଛି, ଦେଶର ୫୦୦ରୁ ଅଧିକ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ ହୋଇଛି, ୩୩ଟି ନୂଆ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି, ରାସ୍ତା, ଓଭରବ୍ରିଜ୍ ଏବଂ ଅଣ୍ଡରପାସ୍‌ର ୧୫୦୦ରୁ ଅଧିକ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି, ଦେଶର ୪ଟି ସହରରେ ୭ଟି ମେଟ୍ରୋ ସମ୍ବନ୍ଧୀୟ ପ୍ରକଳ୍ପ ଉଦଘାଟିତ ହୋଇଛି ଏବଂ କୋଲକାତାକୁ ଦେଶର ପ୍ରଥମ ପାଣି ତଳେ ମେଟ୍ରୋର ଉପହାର ମିଳିଛି । ୧୦ ହଜାର କୋଟି ଟଙ୍କାର ୩୦ଟି ବନ୍ଦର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । କୃଷକଙ୍କ ପାଇଁ ବିଶ୍ୱର ସର୍ବବୃହତ ସଂରକ୍ଷଣ ଯୋଜନା ଆରମ୍ଭ, ୧୮ ହଜାର ସମବାୟ ସମିତିର କମ୍ପ୍ୟୁଟରୀକରଣ ସମ୍ପୂର୍ଣ୍ଣ ହେବା ଏବଂ ୨୧ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର ହୋଇଥିବା ସେ ଉଲ୍ଲେଖ କରିଛନ୍ତି ।

 

ଶାସନର ଗତି ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ବଜେଟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଘୋଷଣା ହେବା ପରେ ଏହାକୁ ଅନୁମୋଦନ ଏବଂ ଶୁଭାରମ୍ଭ କରିବାକୁ ମାତ୍ର ୪ ସପ୍ତାହ ସମୟ ଲାଗିଥିଲା । ସେ କହିଛନ୍ତି ଯେ ନାଗରିକମାନେ ନିଜ ଆଖିରେ ବିକାଶର ଏତେ ମାତ୍ରା ଓ ଗତି ଦେଖୁଛନ୍ତି ।

ଆଗାମୀ ୨୫ ବର୍ଷର ରୋଡମ୍ୟାପ୍ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ପ୍ରତି ସେକେଣ୍ଡ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରି ନିର୍ବାଚନୀ ବାତାବରଣ ମଧ୍ୟରେ ମଧ୍ୟ ବିକାଶ କାର୍ଯ୍ୟ ଜାରି ରହିଛି ବୋଲି ସେ କହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଲୋକମାନେ ସ୍ଲୋଗାନ ବଦଳରେ ସମାଧାନ ଦେଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଖାଦ୍ୟ ସୁରକ୍ଷା, ସାର କାରଖାନାର ପୁନରୁଦ୍ଧାର, ବିଦ୍ୟୁତିକରଣ ଏବଂ ସୀମା ଭିତ୍ତିଭୂମିକୁ ସୁଦୃଢ଼ କରିବା, ପକ୍କା ଘର ସୁନିଶ୍ଚିତ କରିବା ଠାରୁ ଆରମ୍ଭ କରି ଧାରା ୩୭୦ ଉଚ୍ଛେଦ ପର୍ଯ୍ୟନ୍ତ ସରକାର ସମସ୍ତ ପ୍ରାଥମିକତା ଗୁଡିକ ଉପରେ ଏକା ସହିତ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷ ମଧ୍ୟରେ ପ୍ରଶ୍ନର ପ୍ରକୃତିରେ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅପେକ୍ଷା କରିବା ଠାରୁ ଆରମ୍ଭ କରି ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ନେତୃତ୍ୱ, ବେରୋଜଗାର ଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ବିଷୟରେ ପ୍ରଶ୍ନ, ମୁଦ୍ରାସ୍ଫୀତି ଦିନ ଠାରୁ ଆରମ୍ଭ କରି ବିଶ୍ୱର ଅସ୍ଥିରତାର ଅପବାଦ ଏବଂ ଦ୍ରୁତ ବିକାଶ ବିଷୟରେ ଜାତୀୟ ଅର୍ଥନୀତିକୁ ନେଇ ନିରାଶାବାଦୀ ପ୍ରଶ୍ନ ଆଶା ଓ ଉତ୍କଣ୍ଠାରେ ପରିଣତ ହୋଇଥିଲା । ଏହାବ୍ୟତୀତ ଦୁର୍ନୀତି, ସଂସ୍କାର, ଧାରା ୩୭୦ ଏବଂ ଜାମ୍ମୁ ଓ କାଶ୍ମୀରର ଅର୍ଥ ବ୍ୟବସ୍ଥାରେ ଅଗ୍ରଗତିକୁ ନେଇ ନିରାଶରୁ ଆଶାବାଦୀ ହେବା ଭଳି ପ୍ରଶ୍ନର ପରିବର୍ତ୍ତନ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ଆଜି ସକାଳେ ଶ୍ରୀନଗର ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦର୍ଶକମାନଙ୍କୁ ଜାମ୍ମୁ - କାଶ୍ମୀରର ପରିବର୍ତ୍ତିତ ମନୋଭାବ ବିଷୟରେ କହିଥିଲେ ।

ଯେଉଁମାନେ ଦାରିଦ୍ର‌୍ୟତା ଯୋଗୁଁ ପଛରେ ପଡ଼ିଯାଇଛନ୍ତି ସେମାନଙ୍କ ଉପରେ ସରକାରଙ୍କ ଧ୍ୟାନ ବିଷୟରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ । ସେ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକର ଉଦାହରଣ ଦେଇ କହିଥିଲେ ଯେ,  ସରକାର ଏହି ଜିଲ୍ଲା ଗୁଡ଼ିକର ଲୋକଙ୍କ ଆଭିମୁଖ୍ୟ ଏବଂ ଭାଗ୍ୟକୁ ବଦଳାଇ ଦେଇଛନ୍ତି ଯେଉଁମାନେ ସେମାନଙ୍କ ଦୁର୍ଭାଗ୍ୟ ସହିତ ପଛରେ ରହି ଯାଇଛନ୍ତି । ସମାନ ଆଭିମୁଖ୍ୟରେ ସୀମାନ୍ତ ଗ୍ରାମ ଏବଂ ଦିବ୍ୟାଙ୍ଗ ମାନଙ୍କର ପରିବର୍ତ୍ତନ ଦେଖିବାକୁ ମିଳିଛି । ସାଙ୍କେତିକ ଭାଷାର ମାନକୀକରଣ ବିଷୟରେ ସେ ସୂଚନା ଦେଇ କହିଥିଲେ ଯେ ଏକ ସମ୍ବେଦନଶୀଳ ସରକାର ମୂଳ ଆଭିମୁଖ୍ୟ ଏବଂ ଚିନ୍ତାଧାରା ସହିତ କାର୍ଯ୍ୟ କରନ୍ତି । ଅବହେଳିତ ଏବଂ ବଞ୍ଚିତ ସମ୍ପ୍ରଦାୟ ଉପରେ ଗୁରୁତ୍ୱାରୋପ ଜାରି ରଖି ପ୍ରଧାନମନ୍ତ୍ରୀ ଯାଯାବର ଏବଂ ଅର୍ଦ୍ଧ-ଯାଯାବର ଜନସଂଖ୍ୟା, ବୁଲା ବିକାଳୀ ଏବଂ ବିଶ୍ୱକର୍ମାମାନଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ସଫଳତାର ଯାତ୍ରାରେ କଠିନ ପରିଶ୍ରମ, ଦୂରଦୃଷ୍ଟି ଏବଂ ସଂକଳ୍ପର ଭୂମିକା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ "ଭାରତ ମଧ୍ୟ ଏହି ଯାତ୍ରାରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଗାମୀ ଦଶନ୍ଧିରେ ଭାରତ ଯେଉଁ ଉଚ୍ଚତାରେ ପହଞ୍ଚିବ ତାହା ଅଭୂତପୂର୍ବ ଏବଂ କଳ୍ପନା ବାହାରେ ରହିବ । ଏହା ମଧ୍ୟ ମୋଦିଙ୍କ ଗ୍ୟାରେଣ୍ଟି" ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Coimbatore
April 17, 2026

The Prime Minister, Shri Narendra Modi, has expressed deep anguish over the mishap in Coimbatore, Tamil Nadu.

Shri Modi said that he is distressed to hear about the incident and extended his heartfelt condolences to those who have lost their loved ones. He also prayed for the speedy recovery of those injured in the mishap.

The Prime Minister’s Office posted on X;

“Distressed to hear about the mishap in Coimbatore, Tamil Nadu. I extend my heartfelt condolences to those who have lost their loved ones in the mishap. Prayers for the speedy recovery of those injured: PM @narendramodi”