ସନ୍ଥ ରବିଦାସଙ୍କ ନୂଆ ପ୍ରତିମୂର୍ତ୍ତି ଉନ୍ମୋଚନ
ସନ୍ଥ ରବିଦାସଙ୍କ ଜନ୍ମସ୍ଥଳୀ ଆଖପାଖରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଶିଳାନ୍ୟାସ
ସନ୍ଥ ରବିଦାସ ସଂଗ୍ରହାଳୟ ଓ ପାର୍କର ସୌନ୍ଦର୍ଯ୍ୟକରଣର ଶିଳାନ୍ୟାସ
ଭାରତର ଏକ ଇତିହାସ ରହିଛି, ଯେତେବେଳେ ବି ଦେଶର ଆବଶ୍ୟକତା ପଡିଥାଏ, ଭାରତରେ କୌଣସି ସାଧୁ, ଋଷି କିମ୍ବା ମହାନ ବ୍ୟକ୍ତି ଜନ୍ମ ନେଇଥାନ୍ତି
ସନ୍ଥ ରବିଦାସ ଜୀ ଭକ୍ତି ଆନ୍ଦୋଳନ, ଯାହା ଦୁର୍ବଳ ଓ ବିଭାଜିତ ଭାରତକୁ ନୂତନ ଶକ୍ତି ଦେଇଥିଲା, ସେହି ସମୟର ଜଣେ ମହାନ ସନ୍ଥ ଥିଲେ
ସନ୍ଥ ରବିଦାସ ଜୀ ସମାଜକୁ ସ୍ୱାଧୀନତାର ମହତ୍ତ୍ୱ ଜଣାଇବା ସହ ସାମାଜିକ ବିଭାଜନକୁ ଦୂର କରିବା ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ
ରବିଦାସ ସମସ୍ତଙ୍କର ଏବଂ ସମସ୍ତେ ରବିଦାସ ଜୀ’ଙ୍କର
'ସବ୍‌କା ସାଥ ସବକା ବିକାଶ'ର ମନ୍ତ୍ରକୁ ଅନୁସରଣ କରି ସରକାର ସନ୍ଥ ରବିଦାସଙ୍କ ଶିକ୍ଷା ଓ ଆଦର୍ଶକୁ ଆଗେଇ ନେଉଛନ୍ତି
ଆମକୁ ଜାତିବାଦର ନକାରାତ୍ମକ ମାନସିକତା ଠାରୁ ଦୂରେଇ ରହି ସନ୍ଥ ରବିଦାସଙ୍କ ସକାରାତ୍ମକ ଶିକ୍ଷାକୁ ଅନୁସରଣ କରିବାକୁ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀରେ ସନ୍ଥ ଗୁରୁ ରବିଦାସଙ୍କ ୬୪୭ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ବିଏଚୟୁ ନିକଟସ୍ଥ ସିର ଗୋବର୍ଦ୍ଧନପୁର ଠାରେ ଥିବା ସନ୍ଥ ଗୁରୁ ରବିଦାସ ଜନ୍ମସ୍ଥଳୀ ମନ୍ଦିରରେ , ନିକଟସ୍ଥ ରବିଦାସ ପାର୍କରେ ସନ୍ଥ ରବିଦାସଙ୍କ ନବନିର୍ମିତ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ପାଖାପାଖି ୩୨ କୋଟି ଟଙ୍କା ବ୍ୟୟରେ ସନ୍ଥ ରବିଦାସଙ୍କ ଜନ୍ମସ୍ଥଳୀ ଆଖପାଖରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଥିଲେ ଏବଂ ସନ୍ଥ ରବିଦାସ ସଂଗ୍ରହାଳୟର ଶିଳାନ୍ୟାସ କରିଥିଲେ ଏବଂ ପ୍ରାୟ ୬୨ କୋଟି ଟଙ୍କା ବ୍ୟୟରେ ପାର୍କର ସୌନ୍ଦର୍ଯ୍ୟକରଣର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

 

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସନ୍ଥ ରବିଦାସ ଜୀ’ଙ୍କ ୬୪୭ତମ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥଳୀକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଦେଶବ୍ୟାପୀ ଶ୍ରଦ୍ଧାଳୁ ମାନଙ୍କର ଅଂଶଗ୍ରହଣକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିଶେଷ କରି ପଞ୍ଜାବରୁ କାଶୀକୁ ଆସୁଥିବା ଲୋକଙ୍କ ଭାବନାକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ କାଶୀ ଏକ ଛୋଟ ପଞ୍ଜାବ ଭଳି ଅନୁଭୂତ ହେଉଛି । ସନ୍ଥ ରବିଦାସଙ୍କ ଜନ୍ମସ୍ଥାନର ପୁନଃ ପରିଦର୍ଶନ କରିବା ଏବଂ ତାଙ୍କ ଆଦର୍ଶ ଓ ସଂକଳ୍ପକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ । 

କାଶୀର ପ୍ରତିନିଧି ଭାବରେ ସେ ସନ୍ଥ ରବିଦାସଙ୍କ ଅନୁଗାମୀ ମାନଙ୍କର ସେବା କରିବାର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସନ୍ଥ ରବିଦାସଙ୍କ ଜନ୍ମସ୍ଥଳୀର ଉନ୍ନତିକରଣ ପାଇଁ ମନ୍ଦିର ଅଞ୍ଚଳର ବିକାଶ, ଏଠାରେ ପହଞ୍ôଚବା ରାସ୍ତା ନିର୍ମାଣ, ପୂଜାର ବ୍ୟବସ୍ଥା, ପ୍ରସାଦ ବ୍ୟବସ୍ଥା ଆଦି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ସନ୍ଥ ରବିଦାସ ଜୀ’ଙ୍କ ନୂତନ ପ୍ରତିମୂର୍ତ୍ତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ସନ୍ଥ ରବିଦାସ ସଂଗ୍ରହାଳୟର ଶିଳାନ୍ୟାସ କରିଥିଲେ । 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ମଧ୍ୟ ମହାନ ସନ୍ଥ ତଥା ସମାଜ ସଂସ୍କାରକ ଗାଡଗେ ବାବାଙ୍କ ଜୟନ୍ତୀ ଏବଂ ଏହି ଅବସରରେ ସେ ବଞ୍ଚିତ ଓ ଗରିବଙ୍କ ଉନ୍ନତି ଦିଗରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ବାବା ସାହେବ ଆମ୍ବେଦକର ଗାଡ଼ଗେ ବାବାଙ୍କ କାର୍ଯ୍ୟର ଜଣେ ବଡ଼ ପ୍ରଶଂସକ ଥିଲେ ଏବଂ ଗାଡଗେ ବାବା ମଧ୍ୟ ବାବା ସାହେବଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଥିଲେ । ଗାଡଗେ ବାବାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସନ୍ଥ ରବିଦାସଙ୍କ ଶିକ୍ଷା ତାଙ୍କୁ ସର୍ବଦା ମାର୍ଗଦର୍ଶନ କରିଥିଲା ଏବଂ ସନ୍ଥ ରବିଦାସଙ୍କ ଆଦର୍ଶର ସେବା କରିବା ସ୍ଥିତିରେ ଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ନିକଟରେ ମଧ୍ୟପ୍ରଦେଶରେ ସନ୍ଥ ରବିଦାସ ସ୍ମାରକୀର ଶିଳାନ୍ୟାସ ବିଷୟରେ ସେ ଉଲ୍ଲେଖ କରିଥିଲେ । 

"ଏହା ଭାରତର ଇତିହାସ ଯେ ଆବଶ୍ୟକ ସମୟରେ ଜଣେ ସାଧୁ, ଋଷି କିମ୍ବା ମହାନ ବ୍ୟକ୍ତି ରୂପରେ ଜଣେ ରକ୍ଷାକର୍ତ୍ତା ଉଭା ହୁଅନ୍ତି", ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଏବଂ ଏହା ଉଲ୍ଲେଖ କରିଥିଲେ ଯେ ସନ୍ଥ ରବିଦାସ ଜୀ ଏକ ବିଭାଜିତ ଏବଂ ବିଖଣ୍ଡିତ ଭାରତକୁ ପୁନର୍ଜୀବିତ କରିଥିବା ଭକ୍ତି ଆନ୍ଦୋଳନର ଏକ ଅଂଶ ଥିଲେ । ସେ କହିଥିଲେ ଯେ ରବିଦାସ ଜୀ ସମାଜରେ ସ୍ୱାଧୀନତାକୁ ଅର୍ଥ ଦେଇଥିଲେ ଏବଂ ସାମାଜିକ ବିଭାଜନକୁ ମଧ୍ୟ ଦୂର କରିଥିଲେ । ଅସ୍ପୃଶ୍ୟତା, ଶ୍ରେଣୀବାଦ ଓ ଭେଦଭାବ ବିରୋଧରେ ସେ ସ୍ୱର ଉତ୍ତୋଳନ କରିଥିଲେ । ସନ୍ଥ ରବିଦାସଙ୍କୁ ମତ ଓ ଧର୍ମର ବିଚାରଧାରା ସହିତ ବାନ୍ଧି ରଖାଯାଇ ପାରିବ ନାହିଁ ବୋଲି ଉଲ୍ଲେଖ କରିବା ସହିତ ସେ ଏହା ମଧ୍ୟ କହିଛନ୍ତି, ରବିଦାସ ଜୀ ସମସ୍ତଙ୍କର ଏବଂ ସମସ୍ତେ ରବିଦାସଜୀଙ୍କର । ସେ କହିଥିଲେ ଯେ ବୈଷ୍ଣବ ସମ୍ପ୍ରଦାୟ ମଧ୍ୟ ଜଗତଗୁରୁ ରାମାନନ୍ଦଙ୍କ ଶିଷ୍ୟ ଭାବରେ ସନ୍ଥ ରବିଦାସଜୀଙ୍କୁ ନିଜର ଗୁରୁ ଭାବରେ ବିବେଚନା କରନ୍ତି ଏବଂ ଶିଖ୍ ସମ୍ପ୍ରଦାୟ ତାଙ୍କୁ ବହୁତ ଶ୍ରଦ୍ଧାର ସହ ଦେଖନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗଙ୍ଗା ଉପରେ ବିଶ୍ୱାସ ରଖିଥିବା ଶ୍ରଦ୍ଧାଳୁ ଏବଂ ବାରଣାସୀର ଲୋକମାନେ ସନ୍ଥ ରବିଦାସଜୀଙ୍କ ଠାରୁ ପ୍ରେରଣା ପାଇଛନ୍ତି । ବର୍ତ୍ତମାନର ସରକାର 'ସବକା ସାଥ ସବକା ବିକାଶ' ର ମନ୍ତ୍ରକୁ ଅନୁସରଣ କରି ସନ୍ଥ ରବିଦାସଙ୍କ ଶିକ୍ଷା ଓ ଆଦର୍ଶକୁ ଆଗେଇ ନେଉଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।

 

ସମାନତା ଏବଂ ଏକତା ଉପରେ ସନ୍ଥ ରବିଦାସଙ୍କ ଶିକ୍ଷା ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଞ୍ଚିତ ଏବଂ ପଛୁଆ ସମ୍ପ୍ରଦାୟକୁ ପ୍ରାଥମିକତା ଦେବା ଦ୍ୱାରା ସମାନତା ଆସିଥାଏ ଏବଂ ବିକାଶ ଯାତ୍ରାରେ ପଛରେ ପଡ଼ିଥିବା ଲୋକଙ୍କ ପାଖରେ ସରକାରୀ ପଦକ୍ଷେପର ଲାଭ ପହଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ବିଶ୍ୱର ସବୁଠାରୁ ବଡ଼ କଲ୍ୟାଣକାରୀ ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ୮୦ କୋଟି ଭାରତୀୟଙ୍କ ପାଇଁ ମାଗଣା ରାସନ ପ୍ରଦାନ ସମ୍ପର୍କରେ କହିଥିଲେ । ପୃଥିବୀର କୌଣସି ଦେଶରେ ଏଭଳି ଯୋଜନା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଶୌଚାଳୟ ନିର୍ମାଣ ଦ୍ୱାରା ଦଳିତ, ପଛୁଆ ଏବଂ ଏସ୍‌ସି /ଏସ୍‌ଟି / ଓବିସି ମହିଳାମାନେ ସର୍ବାଧିକ ଉପକୃତ ହୋଇଛନ୍ତି । ସେହିପରି ଜଳ ଜୀବନ ମିଶନ ୫ ବର୍ଷରୁ କମ୍ ସମୟ ମଧ୍ୟରେ ୧୧ କୋଟିରୁ ଅଧିକ ପରିବାରକୁ ପାଇପ୍ ଯୋଗେ ପାଣି ପହଞ୍ଚାଇଛି ଏବଂ ଆୟୁଷ୍ମାନ କାର୍ଡ ଦ୍ୱାରା ଗରିବ ଲୋକମାନେ ସୁରକ୍ଷିତ ଅନୁଭବ କରୁଛନ୍ତି । ସେ ଜନଧନ ଆକାଉଣ୍ଟ ଜରିଆରେ ବ୍ୟାପକ ଆର୍ôଥକ ଅନ୍ତର୍ଭୁକ୍ତିକରଣ ବିଷୟରେ ମଧ୍ୟ ସ୍ପର୍ଶ କରିଥିଲେ । ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତର ଦ୍ୱାରା ବିପୁଳ ଲାଭ ମିଳିଛି, ସେଥିମଧ୍ୟରୁ ଗୋଟିଏ ହେଉଛି କିଷାନ ସମ୍ମାନ ନିଧି ହସ୍ତାନ୍ତର ଯାହା ଅନେକ ଦଳିତ କୃଷକଙ୍କୁ ଉପକୃତ କରୁଛି । ଫସଲ ବୀମା ଯୋଜନା ମଧ୍ୟ ଏହି ବର୍ଗଙ୍କୁ ସାହାଯ୍ୟ କରୁଛି ବୋଲି ସେ କହିଛନ୍ତି । ୨୦୧୪ ପରେ ଦଳିତ ଯୁବକଯୁବତୀଙ୍କୁ ବୃତ୍ତି ମିଳିବା ସଂଖ୍ୟା ଦ୍ୱିଗୁଣିତ ହୋଇଛି ଏବଂ ଦଳିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟି କୋଟି ଟଙ୍କାର ସହାୟତା ମିଳିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି । 

 

ଦଳିତ, ବଞ୍ଚିତ ଓ ଗରିବଙ୍କ ଉନ୍ନତି ଦିଗରେ ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଏବଂ ଆଜି ବିଶ୍ୱରେ ଭାରତର ପ୍ରଗତି ପଛରେ ଏହା ହିଁ କାରଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି । ସେ କହିଥିଲେ ଯେ ସାଧୁମାନଙ୍କ କଥା ଆମକୁ ସତର୍କ କରାଇବା ସହିତ ପ୍ରତ୍ୟେକ ଯୁଗରେ ମାର୍ଗକୁ ଆଲୋକିତ କରିଥାଏ । ରବିଦାସ ଜୀ’ଙ୍କୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ବୁଝାଇଥିଲେ ଯେ ଅଧିକାଂଶ ଲୋକ ଜାତି ଓ ଧର୍ମର ଭେଦଭାବରେ ଫସି ରହିଛନ୍ତି ଏବଂ ଜାତିବାଦର ଏହି ରୋଗ ମାନବ ଜାତିକୁ କ୍ଷତି ପହଞ୍ଚାଇଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କେହି ଜାତି ନାମରେ କାହାକୁ ଉତ୍ତେଜିତ କରନ୍ତି, ତେବେ ଏହା ମାନବିକତାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ।

ଦଳିତଙ୍କ କଲ୍ୟାଣକୁ ବିରୋଧ କରୁଥିବା ଶକ୍ତି ବିରୋଧରେ ପ୍ରଧାନମନ୍ତ୍ରୀ ସତର୍କ କରାଇଥିଲେ । ଏଭଳି ଲୋକମାନେ ଜାତିଗତ ରାଜନୀତି ଆଳରେ ବଂଶବାଦ ଓ ପରିବାରର ରାଜନୀତି କରନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ବଂଶବାଦ ରାଜନୀତି ଏଭଳି ଶକ୍ତିକୁ ଦଳିତଙ୍କ ଉତ୍ଥାନ ଓ ବିଚାରକୁ ପ୍ରଶଂସା କରିବାରେ ବାଧା ଦେଇଥାଏ । ଜାତିବାଦର ନକାରାତ୍ମକ ମାନସିକତା ଠାରୁ ଦୂରେଇ ରହି ରବିଦାସଙ୍କ ସକାରାତ୍ମକ ଶିକ୍ଷାକୁ ଅନୁସରଣ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

 

ରବିଦାସଜୀଙ୍କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବୁଝାଇଥିଲେ ଯେ ଯଦି କେହି ଶହେ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି, ତେବେ ସେମାନେ ସାରା ଜୀବନ କାମ କରିବା ଉଚିତ , କାରଣ କର୍ମ ଏକ ଧର୍ମ ହୋଇଥାଏ ଏବଂ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟ କରିବା ଉଚିତ୍ । ସନ୍ଥ ରବିଦାସଙ୍କ ଏହି ଶିକ୍ଷା ଆଜି ସମଗ୍ର ଦେଶ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ଭାରତ ଆଜାଦୀ କା ଅମୃତ କାଳ ଦେଇ ଗତି କରୁଛି ଯେଉଁଠାରେ ଏକ ବିକଶିତ ଭାରତ ଗଠନ ପାଇଁ ଏକ ମଜଭୁତ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଗାମୀ ୫ ବର୍ଷ ମଧ୍ୟରେ ବିକଶିତ ଭାରତର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । 

ଗରିବ ଓ ବଞ୍ଚିତଙ୍କ ସେବା ପାଇଁ ଅଭିଯାନର ପରିସରକୁ ବିସ୍ତାର କରିବା କେବଳ ୧୪୦ କୋଟି ଦେଶବାସୀଙ୍କ ଭାଗିଦାରୀରେ ହୋଇ ପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଆମକୁ ଦେଶ ବିଷୟରେ ଚିନ୍ତା କରିବାକୁ ପଡ଼ିବ । ବିଭାଜନକାରୀ ଚିନ୍ତାଧାରା ଠାରୁ ଦୂରେଇ ରହି ଆମକୁ ଦେଶର ଏକତାକୁ ସୁଦୃଢ଼ କରିବାକୁ ହେବ", ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରି କହିଥିଲେ ଯେ ସନ୍ଥ ରବିଦାସ ଜୀ’ଙ୍କ କୃପାରେ ନାଗରିକଙ୍କ ସ୍ୱପ୍ନ ସାକାର ହେବ ।

ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସନ୍ଥ ଗୁରୁ ରବିଦାସ ଜନ୍ମସ୍ଥାନ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ସନ୍ଥ ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways plans four-laning of 11,000-km high-density network to boost train capacity

Media Coverage

Indian Railways plans four-laning of 11,000-km high-density network to boost train capacity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi