ସନ୍ଥ ରବିଦାସଙ୍କ ନୂଆ ପ୍ରତିମୂର୍ତ୍ତି ଉନ୍ମୋଚନ
ସନ୍ଥ ରବିଦାସଙ୍କ ଜନ୍ମସ୍ଥଳୀ ଆଖପାଖରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଶିଳାନ୍ୟାସ
ସନ୍ଥ ରବିଦାସ ସଂଗ୍ରହାଳୟ ଓ ପାର୍କର ସୌନ୍ଦର୍ଯ୍ୟକରଣର ଶିଳାନ୍ୟାସ
ଭାରତର ଏକ ଇତିହାସ ରହିଛି, ଯେତେବେଳେ ବି ଦେଶର ଆବଶ୍ୟକତା ପଡିଥାଏ, ଭାରତରେ କୌଣସି ସାଧୁ, ଋଷି କିମ୍ବା ମହାନ ବ୍ୟକ୍ତି ଜନ୍ମ ନେଇଥାନ୍ତି
ସନ୍ଥ ରବିଦାସ ଜୀ ଭକ୍ତି ଆନ୍ଦୋଳନ, ଯାହା ଦୁର୍ବଳ ଓ ବିଭାଜିତ ଭାରତକୁ ନୂତନ ଶକ୍ତି ଦେଇଥିଲା, ସେହି ସମୟର ଜଣେ ମହାନ ସନ୍ଥ ଥିଲେ
ସନ୍ଥ ରବିଦାସ ଜୀ ସମାଜକୁ ସ୍ୱାଧୀନତାର ମହତ୍ତ୍ୱ ଜଣାଇବା ସହ ସାମାଜିକ ବିଭାଜନକୁ ଦୂର କରିବା ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ
ରବିଦାସ ସମସ୍ତଙ୍କର ଏବଂ ସମସ୍ତେ ରବିଦାସ ଜୀ’ଙ୍କର
'ସବ୍‌କା ସାଥ ସବକା ବିକାଶ'ର ମନ୍ତ୍ରକୁ ଅନୁସରଣ କରି ସରକାର ସନ୍ଥ ରବିଦାସଙ୍କ ଶିକ୍ଷା ଓ ଆଦର୍ଶକୁ ଆଗେଇ ନେଉଛନ୍ତି
ଆମକୁ ଜାତିବାଦର ନକାରାତ୍ମକ ମାନସିକତା ଠାରୁ ଦୂରେଇ ରହି ସନ୍ଥ ରବିଦାସଙ୍କ ସକାରାତ୍ମକ ଶିକ୍ଷାକୁ ଅନୁସରଣ କରିବାକୁ ହେବ

ସନ୍ଥଗୁରୁ ରବିଦାସଙ୍କର ୬୪୭ତମ ଜନ୍ମଦିବସ ଅବସରରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ବକ୍ତବ୍ୟକୁ ଜନସାଧାରଣଙ୍କୁ ସମ୍ବୋଧନ କରି ଉପସ୍ଥାପନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ‘ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଆଦିତ୍ୟନାଥ ଜୀ, ସମଗ୍ର ଦେଶରୁ ଆସି ଏଠାରେ ଉପସ୍ଥିତ ଥିବା ସମ୍ମାନୀତ ସନ୍ଥଗଣ, ଭକ୍ତଗଣ ଏବଂ ଭାଇଭଉଣୀମାନେ । ସନ୍ଥଗୁରୁ ରବି ଦାସଙ୍କର ୬୪୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କ ଜନ୍ମଭୂମିରେ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି । ଆପଣମାନେ ସମସ୍ତେ ରବି ଦାସଙ୍କ ଜୟନ୍ତୀ ଅବସରରେ କାହିଁ କେତେ ଦୂରରୁ ଆସିଛନ୍ତି । ବିଶେଷକରି ପଞ୍ଜାବରୁ ଏତେ ଭାଇଭଉଣୀ ଆସିଛନ୍ତି ଯେ ବନାରସ ଏକ କ୍ଷୁଦ୍ର ପଞ୍ଜାବ ଭଳି ଦେଖାଯାଉଛି । ଏହା ସବୁ ସନ୍ଥ ରବିଦାସଙ୍କ କୃପାରୁ ସମ୍ଭବ ହୋଇଛି । ମୋତେ ମଧ୍ୟ ରବି ଦାସଜୀ ତାଙ୍କ ନିଜ ଜନ୍ମଭୂମିକୁ ବାରମ୍ବାର ଡାକୁଛନ୍ତି । ତାଙ୍କର କଳ୍ପନା ଏବଂ ସଂକଳ୍ପକୁ ଆଗକୁ ବଢାଇବା ନେବା ପାଇଁ ମୋତେ ସୁଯୋଗ ମିଳିଛି । ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀମାନଙ୍କୁ ସେବା କରିବାରେ ସୁଯୋଗ ମିଳିଛି । ଗୁରୁଙ୍କର ଜନ୍ମଭୂମିରେ ତାଙ୍କ ଜନ୍ମ ଦିବସରେ ତାଙ୍କ ଅନୁଗାମୀମାନଙ୍କର ସେବା କରିବା ମୋ ପାଇଁ କୌଣସି ଏକ ବଡ ସୌଭାଗ୍ୟର ରୂପ ।’

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ‘ଭାଇ ଓ ଭଉଣୀଗଣ ଏହି ଅଞ୍ଚଳର ସଂସଦ ସଦସ୍ୟଭାବେ, କାଶୀ ଅଞ୍ଚଳର ଜନ ପ୍ରତିନିଧିଭାବରେ ଏ କ୍ଷେତ୍ରରେ ମୋର ବିଶେଷ ଦାୟିତ୍ୱ ବଢିଯାଇଛି । ମୁଁ ବନାରସରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ମଧ୍ୟ କରୁଛି, ଆପଣମାନଙ୍କ ସୁବିଧା ପାଇଁ ଧ୍ୟାନ ଦେଇଛି । ଏସବୁ ହେଉଛି ମୋର ଦାୟିତ୍ୱ । ମୋ ପାଇଁ ଆଜି ଏକ ପବିତ୍ର ଦିନ, କାରଣ ଏ ସମସ୍ତ ଦାୟିତ୍ୱ ପୂର୍ଣ୍ଣ କରିବା ପାଇଁ ଆପଣମାନେ ମୋତେ ସୁଯୋଗ ଦେଇଛନ୍ତି । ଆଜି ବନାରସର ବିକାଶ ନିମନ୍ତେ ଶହ ଶହ କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପ ଲୋକାର୍ପଣ ହେବ ଏବଂ ଶିଳାନ୍ୟାସ ହେବ । ଏହା ଫଳରେ ଆସନ୍ତା ସମୟରେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କର ଯାତ୍ରା ସୁଖପ୍ରଦ ଏବଂ ସୁବିଧାଜନକ ହେବ । ଏହା ସହିତ ସନ୍ଥ ରବି ଦାସଜୀଙ୍କର ଜନ୍ମ ସ୍ଥଳୀର ବିକାଶ ନିମନ୍ତେ ଅନେକ କୋଟି ଟଙ୍କାର ଯୋଜନା ଲୋକାର୍ପଣ ହୋଇସାରିଛି ଏବଂ ମନ୍ଦିର କ୍ଷେତ୍ରର ବିକାଶ, ମନ୍ଦିର ପର୍ଯ୍ୟନ୍ତ ଆସିବାକୁ ଥିବା ସଡକର ନିର୍ମାଣ, ଇଣ୍ଟର ଲକିଂ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା କାମ, ଭକ୍ତମାନଙ୍କର ସତ୍‌ସଂଘ ଓ ସାଧନା ନିମନ୍ତେ, ପ୍ରସାଦ ଗ୍ରହଣ କରିବା ଆଦି ଅଲଗା ଅଲଗା କାର୍ଯ୍ୟ ପାଇଁ ଅଲଗା ଅଲଗା ନିର୍ମାଣ, ଆଦି ଦ୍ୱାରା ଆପଣମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଗଣଙ୍କର ସୁବିଧା ହେବ । ମାଘ ପୂର୍ଣ୍ଣିମାର ଯାତ୍ରାରେ ଶ୍ରଦ୍ଧାଳୁମାନଙ୍କର ଆଧ୍ୟାତ୍ମିକ ସୁଖ ତ ନିଶ୍ଚିତ ମିଳିବ, ଏଥିସହିତ ସମସ୍ତ ଅସୁବିଧାକୁୁ ମଧ୍ୟ ଦୂର କରାଯାଇପାରିବ । ଆଜି ମୋତେ ସନ୍ଥ ରବି ଦାସଙ୍କର ନୂତନ ପ୍ରତିମା ଲୋକାର୍ପଣ କରିବାର ସୌଭାଗ୍ୟ ମଧ୍ୟ ମିଳିଛି । ସନ୍ଥ ରବି ଦାସ ସଂଗ୍ରହାଳୟର ଆଜି ମଧ୍ୟ ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଛି । ଆଜି ଏହି ସମସ୍ତ ବିକାଶ କାର୍ଯ୍ୟ ଅବସରରେ ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଦେଶ ତଥା ବିଶ୍ୱରେ ରହିଥିବା ସନ୍ଥ ରବି ଦାସଙ୍କର ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ତାଙ୍କ ଜନ୍ମଜୟନ୍ତୀ ଅବସରରେ ମାଘ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।’

 ‘ବନ୍ଧୁଗଣ, ଆଜି ମହାନ୍ ସନ୍ଥ ଓ ସମାଜ ସଂସ୍କାରକ ଗାଡ୍‌‌ଗେ ବାବାଙ୍କର ମଧ୍ୟ ଜୟନ୍ତୀ । ସନ୍ଥ ରବି ଦାସଙ୍କ ଭଳି ଗାଡ୍‌ଗେ ବାବା ମଧ୍ୟ ସମାଜରୁ ଅନ୍ଧବିଶ୍ୱାସ ଦୂର କରିବା କ୍ଷେତ୍ରରେ ଦଳିତ ଏବଂ ସମାଜର ବଞ୍ଚିତ ଗୋଷ୍ଠୀଙ୍କର କଲ୍ୟାଣ ଉଦ୍ଦେଶ୍ୟରେ ଅନେକ କାମ କରିଛନ୍ତି । ନିଜେ ବାବା ସାହେବ ଆମ୍ବେଦକର ତାଙ୍କର ଜଣେ ବହୁତ ବଡ ପ୍ରଶଂସକ ଥିଲେ । ଗାଡ୍‌ଗେ ବାବା ମଧ୍ୟ ବାବା ସାହେବଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ । ଆଜି ଏହି ଅବସରରେ ମୁଁ ଗାଡ୍‌ଗେ ବାବାଙ୍କ ପାଦ ତଳେ ଶ୍ରଦ୍ଧାପୂର୍ବକ ପ୍ରଣାମ ଜଣାଉଛି ।’

 

‘ବନ୍ଧୁଗଣ, ବର୍ତ୍ତମାନ ମଞ୍ଚ ଉପରକୁ ଆସିବା ପୂର୍ବରୁ ସନ୍ଥ ରବି ଦାସଙ୍କ ମୂର୍ତ୍ତିରେ ପୁଷ୍ପ ଅର୍ପଣ କରିବା ନିମନ୍ତେ ଏବଂ ତାଙ୍କୁ ପ୍ରଣାମ କରିବା ନିମନ୍ତେ ମଧ୍ୟ ଯାଇଥିଲି । ଏହି ଅବସରରେ ମୋ ମନ ଭିତରେ ଯେତିକି ଶ୍ରଦ୍ଧା ରହିଥିଲା ସେହିଭଳି କୃତଜ୍ଞତାରେ ମଧ୍ୟ ମନ ଭରପୂର ହୋଇଯାଉଥିବା ଅନୁଭବ କରିଥିଲି । ଅନେକ ବର୍ଷ ପୂର୍ବରୁ ଯେତେବେଳେ ମୁଁ ରାଜନୀତିରେ ନ ଥିଲି, କୌଣସି ପ୍ରକାର ପଦ ପଦବୀରେ ନ ଥିଲି ସେତେବେଳେ ସନ୍ଥ ରବି ଦାସଜୀ ଙ୍କର ଶିକ୍ଷାରୁ ମୋତେ ମାର୍ଗଦର୍ଶନ ମିଳିଯାଉଥିଲା । ମୋ ମନ ଭିତରେ ଏଭଳି ଏକ ଭାବନା ଆସୁଥିଲା ଯେ, ସନ୍ଥ ରବି ଦାସଙ୍କର ସେବା କରିବାରେ ଏକ ଅବସର ମିଳିନ୍ତା କି ! ଆଜି କେବଳ କାଶୀ ନୁହେଁ, ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସନ୍ଥ ରବି ଦାସଜୀଙ୍କ ଚିନ୍ତା ସମ୍ପର୍କୀତ ସମସ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଉଛି । ରବି ଦାସ ଜୀଙ୍କର ଶିକ୍ଷା ସମ୍ପର୍କୀତ ପ୍ରଚାରିତ ଓ ପ୍ରସାରିତ ନୀତିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ନୂଆ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଉଛି । ଏହି କିଛି ମାସ ପୂର୍ବରୁ ମଧ୍ୟପ୍ରଦେଶର ସତନାଠାରେ ସନ୍ଥ ରବି ଦାସଜୀ ସ୍ମାରକୀ ଏବଂ କଳା ସଂଗ୍ରହାଳୟର ଶିଳାନ୍ୟାସ କରିବାର ସୌଭାଗ୍ୟ ମିଳିଥିଲା । କାଶୀ ରେ ତ ସମ୍ପୂର୍ଣ୍ଣ ବିକାଶର ଗଙ୍ଗା ପ୍ରବାହିତ ହେଉଛି ।’

ବନ୍ଧୁଗଣ, ଭାରତର ଇତିହାସରେ ଏକଥା ଦେଖାଯାଇଛି ଯେ, ଯେତେବେଳେ ଦେଶରେ କୌଣସି ସାମାଜିକ ଆକଶ୍ୟକତା ପଡିଛି ସେତେବେଳେ କୌଣସି ନା କୌଣସି ସନ୍ଥ, ଋଷି ଏବଂ ମହାନ ବିଭୂତି ଭାରତରେ ଜନ୍ମଗ୍ରହଣ କରିଛନ୍ତି । ରବି ଦାସଜୀ ଏହି ଭକ୍ତି ଆନ୍ଦୋଳନର ମହାନ୍ ସନ୍ଥ ଥିଲେ ଯିଏ କି ଦୁର୍ବଳ ଓ ବିଭାଜିତ ହୋଇଯାଇଥିବା ଭାରତକୁ ନୂଆ ଶକ୍ତି ଦେଇଥିଲେ । ରବି ଦାସ ଜୀ ସମାଜକୁ ସ୍ୱାଧୀନତାର ମହତ୍ୱକୁ ମଧ୍ୟ ଜଣାଇଥିଲେ । ସାମାଜିକ ବିଭାଜନକୁ ମଧ୍ୟ କମେଇବା ପାଇଁ କାର୍ଯ୍ୟ କରିଥିଲେ । ଉଚ୍ଚ, ନୀଚ, ଛୁଆଁଅଛୁଆଁ, ଭେଦଭାବ ଆଦି ବିରୁଦ୍ଧରେ ସେତେବେଳେ ସେ ସ୍ୱର ଉଠାଇଥିଲେ । ସନ୍ଥ ରବି ଦାସ ଏଭଳି ଜଣେ ସନ୍ଥ ଥିଲେ ଯିଏ କି, ସମାଜର ଗଢା ବନ୍ଧା ବନ୍ଧନୀ, ନିୟମ, ବିଚାରାଧାରା ଆଦିର ସୀମା ଭିତରେ ବାନ୍ଧି ହୋଇ ରହି ନ ଥିଲେ । ରବି ଦାସଜୀ ସମସ୍ତଙ୍କର ଅଟନ୍ତି । ସମସ୍ତେ ମଧ୍ୟ ରବି ଦାସଙ୍କର ଅଟନ୍ତି । ଜଗତଗୁରୁ ରାମାନନ୍ଦଙ୍କ ଶିଷ୍ୟ ଭାବରେ ବୈଷ୍ଣବ ସମାଜ ମଧ୍ୟ ତାଙ୍କୁ ନିଜର ଗୁରୁ ମାନନ୍ତି । ଶିଖ୍ ଭାଇଭଉଣୀମାନେ ତାଙ୍କୁ ବହୁ ଆଦର ସହକାରେ ସମ୍ମାନ ଦିଅନ୍ତି । କାଶୀରେ ରହିଥିବା ସମୟରେ ମନ ନିର୍ମଳ ତ ଗଡିଆ ପାଣି ଗଙ୍ଗା ଜଳର ଶିକ୍ଷା ସେ ଦେଇଥିଲେ । ଏହି କାରଣରୁ କାଶୀକୁ ସମ୍ମାନ ଦେଉଥିବା ଲୋକେ ମା’ ଗଙ୍ଗାଙ୍କ ଉପରେ ବିଶ୍ୱାସ ରହିଥିବା ଲୋକେ, ରବି ଦାସଜୀଙ୍କ ଠାରୁ ପ୍ରେରଣା ପାଇଛନ୍ତି । ମୁଁ ଏଥିପାଇଁ ବିଶେଷଭାବେ ଖୁସି ଯେ ଆମ ସରକାର ରବି ଦାସଜୀଙ୍କର ବିଚାରକୁ ଆଗେଇ ନେବାରେ ସାହାଯ୍ୟ କରୁଛି । ଭାରତୀୟ ଜନତା ପାର୍ଟି ସରକାର ସମସ୍ତଙ୍କର ଅଟେ । ଭାରତୀୟ ଜନତା ପାର୍ଟି ସରକାରର ସମସ୍ତ ଯୋଜନା ସମସ୍ତଙ୍କ ନିମନ୍ତେ ସମର୍ପିତ । ‘ସବ୍‌କା ସାଥ୍ ସବ୍‌କା ବିକାଶ ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’ ଆଜି ୧୪୦କୋଟି ଦେଶବାସୀଙ୍କୁ ପରସ୍ପର ସହ ଯୋଡିବା ପାଇଁ ଏକ ମନ୍ତ୍ରରେ ପରିଣତ ହୋଇପାରିଛି ।’

 

‘ବନ୍ଧୁଗଣ, ରବି ଦାସଜୀ ସମାଜରେ ସମାନତା ଏବଂ ସାମ୍ୟ ଭାବର ଶିକ୍ଷା ଦେଇଥିଲେ । ସେ ସର୍ବଦା ଦଳିତ, ବଞ୍ଚିତ ମାନଙ୍କ ସମସ୍ୟା ନେଇ ବିଶେଷ ଭାବରେ ଚିନ୍ତିତ ରହିଥିଲେ । ସାମ୍ୟଭାବର ପ୍ରଚାର ନିମନ୍ତେ ବଞ୍ଚିତ ସମାଜକୁ ପ୍ରାଥମିକତା ଦେବା ହେଉଛି ପ୍ରଥମ କର୍ତ୍ତବ୍ୟ । ସେଥିପାଇଁ ଯେଉଁ ଲୋକମାନେ, ଯେଉଁ ବର୍ଗଗୁଡିକ ବିକାଶଠାରୁ ବହୁଦୂରରେ ରହିଆସିଛି, ସେମାନଙ୍କୁ ମୁଖ୍ୟ ଧାରାରେ ମିଶାଇବା ପାଇଁ ଗତ ୧୦ବର୍ଷ ହେଲା କେନ୍ଦ୍ର ସରକାର କାମ କରିଆସୁଛି । ପୂର୍ବରୁ ଯେଉଁ ଗରିବ ମାନଙ୍କୁ ସମାଜର ସବା ତଳ ସ୍ତର ବୋଲି କୁହାଯାଉଥିଲା, ସବୁଠାରୁ ଛୋଟ ଦୃଷ୍ଟିରେ ଦେଖାଯାଉଥିଲା, ଆଜି ସେହିମାନଙ୍କ ନିମନ୍ତେ ବଡ ବଡ ଯୋଜନା ପ୍ରସ୍ତୁତ କରାଯାଉଛି । ଏଭଳି ଯୋଜନାଗୁଡିକୁ ଆଜି ସମଗ୍ର ବିଶ୍ୱରେ ସବୁଠାରୁ ବଡ ଯୋଜନାର ମାନ୍ୟତା ମିଳିଛି। ଆପଣମାନେ ଦେଖନ୍ତୁ ଦେଶରେ କରୋନାର କେତେବଡ ସମସ୍ୟା ଆସି ପହଞ୍ଚିଗଲା, ଏଭଳି ସମୟରେ ଆମେ ୮୦କୋଟି ଲୋକଙ୍କ ପାଇଁ ମାଗଣା ଖାଦ୍ୟ ଯୋଗାଇବାର ଯୋଜନା ପ୍ରଚଳନ କରିଥିଲୁ । କରୋନା ପରେ ମଧ୍ୟ ଆମେ ମାଗଣା ଖାଦ୍ୟଶସ୍ୟ ଯୋଗାଇବା ବନ୍ଦ କରିନାହୁଁ । କାରଣ ଆମେ ଚାହୁଁଛୁ ଯେ ଯେଉଁ ଗରିବ ମାନେ ନିଜ ଗୋଡରେ ଠିଆ ହେବା ପାଇଁ ଶକ୍ତି ପାଉଛନ୍ତି ସେମାନେ ଦୀର୍ଘଦିନ ଧରି ଏହି ଶକ୍ତି ଓ ପ୍ରେରଣା ପାଇବା ଆବଶ୍ୟକ । ସେମାନଙ୍କ ମୁଣ୍ଡ ଉପରେ ଅତିରିକ୍ତ ଚାପ ନ ପଡୁ । ଏଭଳି ଏକ ବିଶାଳ ଯୋଜନା ବିଶାଳ ଭାବରେ କାର୍ଯ୍ୟକାରୀ ହେବା ଅନ୍ୟ କୌଣସି ଦେଶରେ ଦେଖାଯାଇ ନାହିଁ । ଆମେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକାରୀ କରିଛୁ । ଦେଶର ପ୍ରତ୍ୟେକ ଗାଁରେ ପ୍ରତି ପରିବାରଙ୍କ ନିମନ୍ତେ ମାଗଣା ଶୌଚାଳୟ ନିର୍ମାଣ କରିଛୁ । ଏହି ଯୋଜନାର ସବୁଠାରୁ ଅଧିକ ଉପକାର ଦଳିତ, ସମାଜର ପଛୁଆ ପରିବାର, ବିଶେଷକରି ଆମର ତଫସିଲଭୁକ୍ତ ଜାତି ଉପଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ମା’ ଓ ଭଉଣୀମାନେ ଏହି ଯୋଜନାରୁ ସର୍ବାଧିକ ଲାଭ ପାଇଛନ୍ତି । ଏହି ବର୍ଗର ଲୋକମାନଙ୍କୁ ହିଁ ଘରୁ ବାହାରକୁ ଯାଇ ଖୋଲା ସ୍ଥାନରେ ଶୌଚ କାର୍ଯ୍ୟ କରିବାକୁ ପଡୁଥିଲା । ଆଜି ଦେଶର ଦୂରଦୂରାନ୍ତ ଗ୍ରାମାଞ୍ଚଳରେ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଜଳ ଜୀବନ ମିଶନ କାର୍ଯ୍ୟକାରୀ କରାଯାଇଛି । ଗତ ୫ବର୍ଷରୁ କମ୍ ସମୟ ମଧ୍ୟରେ ୧୧କୋଟିରୁ ଅଧିକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା କାର୍ଯ୍ୟ ସମୂର୍ଣ୍ଣ କରାଯାଇଛି । କୋଟି କୋଟି ଗରିବ ଲୋକଙ୍କୁ ଚିକିତ୍ସା ଏବଂ ଔଷଧ ଯୋଗାଇବା ପାଇଁ ଆୟୁଷ୍ମାନ କାର୍ଡ ଦିଆଯାଇଛି । ଏମାନେ ପ୍ରଥମ ଥର ପାଇଁ ଅନୁଭବ କରିଛନ୍ତି ଯେ, ଯଦି ରୋଗ ହେଲା ତେବେ ଚିକିତ୍ସା ଅଭାବରେ ଆଉ ଜୀବନ ଚାଲିଯିବ ନାହିଁ । ଏହିଭଳି ଜନଧନ ବ୍ୟାଙ୍କ ଆକାଉଣ୍ଟ ଖାତା ମାଧ୍ୟମରେ ଗରିବଙ୍କୁ ବ୍ୟାଙ୍କ ଯିବାର ଅଧିକାର ମିଳିଛି । ସେମାନଙ୍କର ବ୍ୟାଙ୍କ ଖାତାରେ ସରକାର ସିଧାସଳଖ ସେମାନଙ୍କର ପ୍ରାପ୍ୟ ଅର୍ଥ ଜମା କରୁଛନ୍ତି । ଏହି ଖାତା ମାଧ୍ୟମରେ କୃଷକମାନଙ୍କୁ କିଷାନ ସମ୍ମାନ ନିଧି ମିଳିଯାଉଛି । ସେମାନଙ୍କ ମଧ୍ୟରୁ ଦେଢ କୋଟି ହିତାଧିକାରୀ ହେଉଛନ୍ତି, ଦଳିତ ଯେଉଁମାନେ କି କୃଷକ ମଧ୍ୟ ଅଟନ୍ତି । ୨୦୧୪ ମସିହା ପୂର୍ବରୁ ଯୁବକମାନଙ୍କ ପାଇଁ ଯେତିକି ବୃତ୍ତି ମିଳୁଥିଲା, ଆଜି ଆମେ ଏହାକୁ ଦୁଇଗୁଣ କରି ଦେଉଛୁ ଏବଂ ଦଳିତ ବର୍ଗର ଯୁବଗୋଷ୍ଠୀକୁ ଦେଉଛୁ । ଏହିଭଳି ଭାବରେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଦଳିତ ପରିବାରଙ୍କ ଖାତାକୁ ପଠାଯାଇଛି । ଏହା ଫଳରେ ସେମାନେ ନିଜର ପକ୍କା ଘର ତିଆରି କରିପାରିବେ ।’ 

‘ଭାଇ ଓ ଭଉଣୀମାନେ, ଭାରତ ଏତେ ବଡ ବଡ କାମ ଏହି କାରଣରୁ କରିପାରୁଛି ଯେ, ଆଜି ଦଳିତ, ବଞ୍ôଚତ ଏବଂ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ସରକାର ସ୍ଥିର ସିଦ୍ଧାନ୍ତ ନେଇଛନ୍ତି । ଭାରତ ଏଇଥି ପାଇଁ କରିପାରୁଛି ଯେ ଆପଣମାନଙ୍କର ସହଯୋଗ ଏବଂ ଆପଣମାନଙ୍କର ବିଶ୍ୱାସ ଆମ ସହିତ ଅଛି । ସନ୍ଥମାନଙ୍କ ଦ୍ୱାରା ଦିଆଯାଇଥିବା ବାର୍ତ୍ତା ସବୁ ଯୁଗରେ ଆମକୁ ମାର୍ଗ ଦେଖାଉଛି ଏବଂ ଆମକୁ ସତର୍କ ମଧ୍ୟ କରିଦେଉଛି । ରବି ଦାସ ଜୀ କହୁଥିଲେ, “ସମାଜର ଅଧିକାଂଶ ଲୋକ ଜାତି ଧର୍ମ ସମ୍ପ୍ରଦାୟର ବିଭେଦ ଭିତରେ ପଡି ରହିଛନ୍ତି ଏବଂ ଅନ୍ୟ ମାନଙ୍କୁ ତାହା ଭିତରେ ପକାଉଛନ୍ତି । ଜାତି, ଧର୍ମ ସମ୍ପ୍ରଦାୟର ବିଭେଦ ଏକ ରୋଗ ଏବଂ ଏହା ମାନବତା କ୍ଷେତ୍ରରେ କ୍ଷତି କରୁଛି । ଜାତି ଛୁଆଁଛୁତି ଆଦିକୁ ନେଇ ଯଦି କେହି କାହା ସହିତ ଭେଦଭାବ ଆଚରଣ କରୁଛି, ମାନବବାଦର କ୍ଷତି କରୁଛି, ଯଦି କେହି ଜାତି ନାଁରେ ଅନ୍ୟ କାହକୁ ବିଭ୍ରାନ୍ତ କରୁଛି ସେ ମଧ୍ୟ ମାନବବାଦର କ୍ଷତି କରୁଛି । 

 

ତେଣୁ ଭାଇ ଓ ଉଭଣୀ ଗଣ,

ଆଜି ଦେଶର ପ୍ରତ୍ୟେକ ଗରିବଙ୍କୁ, ପଛୁଆ ବର୍ଗର ପ୍ରତ୍ୟେକ ବକ୍ତିଙ୍କୁ ଗୋଟିଏ କଥା ମନେ ରଖିବାକୁ ହେବ ଯେ ଆମ ଦେଶରେ ଜାତି ନାମରେ ଅନ୍ୟକୁ ଉତ୍ସୁକେଇବା କିମ୍ବା ପରସ୍ପର ଭିତରେ ଲଢେଇ କରାଇବା, ଇଣ୍ଡି ଗଠବନ୍ଧନର ଲୋକମାନେ ଦଳିତ ବଞ୍ôଚତଙ୍କ ହିତ ପାଇଁ ପ୍ରଣୟନ କରାଯାଇଥିବା ଲୋକମାନଙ୍କ ନିମନ୍ତେ ଯୋଜନାକୁ ବିରୋଧ କରୁଛନ୍ତି । ଏଥିରେ ସତ୍ୟତା ଏହା ଯେ, ଜାତିଗତ ଉନ୍ନତି ନାମରେ ନିଜ ପରିବାରର ଉନ୍ନତିକୁ ନେଇ ରାଜନୀତି କରୁଛନ୍ତି । ଆପଣମାନଙ୍କର ମନେ ଥିବ ଗରିବମାନଙ୍କ ନିମନ୍ତେ ଶୌଳାୟ ନିର୍ମାଣ କରିବା ପାଇଁ ଯେତେବେଳେ ଉଦ୍ୟମ ଆରମ୍ଭ ହୋଇଥିଲା ସେତେବେଲେ ଏହି ଲୋକମାନେ ଥଟ୍ଟା କରି ଉଠାଇ ଦେଇଥିଲା । ଏହି ମାନେ ଜନଧନ ଖାତା ଖୋଲାଯିବାର ବ୍ୟବସ୍ଥା ପ୍ରତି ଥଟ୍ଟାମଜା କରିଥିଲେ । ଏହି ମାନେ ଡିଜିଟାଲ ଇଣ୍ଡିଆର ବିରୋଧ କରିଥିଲେ । କେବଳ ସେତିକି ନୁହେଁ ପରିବାରବାଦୀ ଦଳ ଗୁଡିକର ଆଉ ଏକ ପରିଚୟ ରହିଛି, ତାହା ହେଲା ନିଜ ପରିବାର ବାହାରୁ କୌଣସି ବି ଦଳିତ ଆଦିବାସୀ ସମ୍ପ୍ରଦାୟ ଅନ୍ତର୍ଗତ ବ୍ୟକ୍ତିଙ୍କୁ ବଡ ବଡ ପଦପଦବୀରେ ବସିବା ସହନୀୟ ହୋଇ ନ ଥାଏ । ଆପଣମାନଙ୍କର ମନେ ଥିବ ଦେଶ ଯେତେବେଳେ ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପଦରେ ନିର୍ବାଚିତ କରିବା ପାଇଁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କର ନିର୍ବାଚନ ଲଢୁଥିଲା ସେତେବେଳେ କେଉଁ କେଉଁମାନେ ତାଙ୍କର ବିରୋଧ କରୁଥିଲେ ? କେଉଁ କେଉଁ ଦଳ ତାଙ୍କର ପରାଜୟ ନିମନ୍ତେ ଉଦ୍ୟମ କରିଥିଲେ । ଏ ସମସ୍ତେ ହେଉଛନ୍ତି ପରିବାରବାଦୀ ଦଳ ।ଏମାନେ ସମସ୍ତେ ନିର୍ବାଚନ ଆସିଲେ ଦଳିତ, ପଛୁଆବର୍ଗ ଓ ଆଦିବାସୀ ଆଦି ସମ୍ପ୍ରଦାୟକୁ ନିଜର ଭୋଟବ୍ୟାଙ୍କ ବୋଲି ଭାବନ୍ତି । ଆମକୁ ଏଭଳି ବିଚାରଧାରାର ଲୋକମାନଙ୍କ ଠାରୁ ସାବଧାନ ରହିବାକୁ ପଡିବ । ଆମେ ଜାତିବାଦର ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହି ରବି ଦାସଜୀଙ୍କର ସକାରାତ୍ମକ ଶିକ୍ଷାର ପାଳନ କରିବାକୁ ପଡିବ ।’

 

‘ବନ୍ଧୁଗଣ, ରବି ଦାସଜୀ କହୁଥିଲେ ୧୦୦ବର୍ଷର ଜୀବନ ହେଲେ ବି ଆମକୁ ପୁରା ଜୀବନ କାମ କରିବାକୁ ଆବଶ୍ୟକ । କାରଣ କର୍ମ ହେଉଛି ଧର୍ମ । ଆମକୁ ନିଷ୍କାମ ଭାବନା ନେଇ କାମ କରିବାକୁ ପଡିବ । ସନ୍ଥ ରବି ଦାସ ଜୀଙ୍କର ଏହି ଶିକ୍ଷା ଆଜି ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ । ଦେଶ ବର୍ତ୍ତମାନ ସ୍ୱାଧୀନତାର ଅମୃତକାଳରେ ପ୍ରବେଶ କରିଛି । ବିଗତ ବର୍ଷମାନଙ୍କରେ ଅମୃତ କାଳର ନିର୍ମାଣ ନିମନ୍ତେ ମଜବୁତ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆସନ୍ତା ୫ବର୍ଷରେ ଆମେ ଏହି ଭିତ୍ତିଭୂମି ଉପରେ ବିକାଶର କୋଠାକୁ ନିର୍ମାଣ କରି ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ନେବୁ । ଗରିବ, ବଞ୍ଚିତ ମାନଙ୍କର ସେବା ପାଇଁ ଗତ ୧୦ବର୍ଷ ହେଲା ଯେଉଁ ଅଭିଯାନ ଚାଲିଛି ଆସନ୍ତା ୫ବର୍ଷରେ ଆହୁରି ଅଧିକ ଏହା ପ୍ରସାର ଲାଭ କରିବ । ଏହା ୧୪୦କୋଟି ଦେଶବାସୀଙ୍କର ଅଂଶ ଗ୍ରହଣରେ ହିଁ ସମ୍ଭବ ହେବ । ଏଥିପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିଜର କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ । ଆମକୁ ଦେଶ ବିଷୟରେ ଚିନ୍ତା କରିବାକୁ ପଡିବ । ଆମକୁ ଭାଗ ଭାଗ କରୁଥିବା, ଦୁର୍ବଳ କରୁଥିବା ବିଚାରଧାରାଠାରୁ ଦୂରରେ ରହି ଦେଶର ଏକତା ନିମନ୍ତେ ଏବଂ ମଜବୁତ ରଖିବା ପାଇଁ କାର୍ଯ୍ୟ କରିବାକୁ ପଡିବ। ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ସନ୍ଥ ରବି ଦାସଜୀଙ୍କର କୃପାରୁ ଦେଶବାସୀଙ୍କର ସ୍ୱପ୍ନ ନିଶ୍ଚିତ ରୂପେ ସାକାର ହେବ । ଆପଣମାନଙ୍କୁ ପୁଣି ଥରେ ରବି ଦାସ ଜୀଙ୍କର ଜୟନ୍ତୀ ଅବସରରେ ଶୁଭକାମନା ଜଣାଉଛି ।

 

‘ବନ୍ଧୁଗଣ, ରବି ଦାସଜୀ କହୁଥିଲେ ୧୦୦ବର୍ଷର ଜୀବନ ହେଲେ ବି ଆମକୁ ପୁରା ଜୀବନ କାମ କରିବାକୁ ଆବଶ୍ୟକ । କାରଣ କର୍ମ ହେଉଛି ଧର୍ମ । ଆମକୁ ନିଷ୍କାମ ଭାବନା ନେଇ କାମ କରିବାକୁ ପଡିବ । ସନ୍ଥ ରବି ଦାସ ଜୀଙ୍କର ଏହି ଶିକ୍ଷା ଆଜି ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ । ଦେଶ ବର୍ତ୍ତମାନ ସ୍ୱାଧୀନତାର ଅମୃତକାଳରେ ପ୍ରବେଶ କରିଛି । ବିଗତ ବର୍ଷମାନଙ୍କରେ ଅମୃତ କାଳର ନିର୍ମାଣ ନିମନ୍ତେ ମଜବୁତ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆସନ୍ତା ୫ବର୍ଷରେ ଆମେ ଏହି ଭିତ୍ତିଭୂମି ଉପରେ ବିକାଶର କୋଠାକୁ ନିର୍ମାଣ କରି ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ନେବୁ । ଗରିବ, ବଞ୍ଚିତ ମାନଙ୍କର ସେବା ପାଇଁ ଗତ ୧୦ବର୍ଷ ହେଲା ଯେଉଁ ଅଭିଯାନ ଚାଲିଛି ଆସନ୍ତା ୫ବର୍ଷରେ ଆହୁରି ଅଧିକ ଏହା ପ୍ରସାର ଲାଭ କରିବ । ଏହା ୧୪୦କୋଟି ଦେଶବାସୀଙ୍କର ଅଂଶ ଗ୍ରହଣରେ ହିଁ ସମ୍ଭବ ହେବ । ଏଥିପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିଜର କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ । ଆମକୁ ଦେଶ ବିଷୟରେ ଚିନ୍ତା କରିବାକୁ ପଡିବ । ଆମକୁ ଭାଗ ଭାଗ କରୁଥିବା, ଦୁର୍ବଳ କରୁଥିବା ବିଚାରଧାରାଠାରୁ ଦୂରରେ ରହି ଦେଶର ଏକତା ନିମନ୍ତେ ଏବଂ ମଜବୁତ ରଖିବା ପାଇଁ କାର୍ଯ୍ୟ କରିବାକୁ ପଡିବ। ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ସନ୍ଥ ରବି ଦାସଜୀଙ୍କର କୃପାରୁ ଦେଶବାସୀଙ୍କର ସ୍ୱପ୍ନ ନିଶ୍ଚିତ ରୂପେ ସାକାର ହେବ । ଆପଣମାନଙ୍କୁ ପୁଣି ଥରେ ରବି ଦାସ ଜୀଙ୍କର ଜୟନ୍ତୀ ଅବସରରେ ଶୁଭକାମନା ଜଣାଉଛି ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tricolour to be hoisted for first time since 1947 in 92 Bastar villages on Independence Day

Media Coverage

Tricolour to be hoisted for first time since 1947 in 92 Bastar villages on Independence Day
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights India’s strong conservation efforts on World Elephant Day
August 12, 2026

Prime Minister Shri Narendra Modi today stated that on World Elephant Day, we celebrate the majestic elephant, which has remained an integral part of India’s ecological heritage. He expressed gladness that India is home to over 60% of the world’s wild Asian elephants.

The Prime Minister noted that our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. Shri Modi also expressed pride in all forest personnel, scientists, veterinarians, mahouts, and the local communities who are integral to all such efforts.

In a post on X, the Prime Minister shared:

"On World Elephant Day, we celebrate the majestic elephant which has remained an integral part of India’s ecological heritage. It is gladdening that India is home to over 60% of the world’s wild Asian elephants. Our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. We are also proud of all forest personnel, scientists, veterinarians, mahouts and the local communities who are integral to all such efforts."