India and Bangladesh must progress together for the prosperity of the region: PM Modi
Under Bangabandhu Mujibur Rahman’s leadership, common people of Bangladesh across the social spectrum came together and became ‘Muktibahini’: PM Modi
I must have been 20-22 years old when my colleagues and I did Satyagraha for Bangladesh’s freedom: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ବାଂଲାଦେଶ ଗସ୍ତ ଅବସରରେ ବାଂଲାଦେଶ ସ୍ୱାଧୀନତାର ସୁବର୍ଣ୍ଣଜୟନ୍ତୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଂଲାଦେଶ ରାଷ୍ଟ୍ରପତି, ମହାମହିମ ମହମ୍ମଦ ଅବଦୁଲ ହମିଦ, ବାଂଲାଦେଶର ପ୍ରଧାନମନ୍ତ୍ରୀ, ମାନ୍ୟବର ଶେଖ ହସିନା; ଶେଖ୍ ମୁଜିବୁର ରହମାନଙ୍କ ସାନ ଝିଅ ଶେଖ ରେହାନା; ମୁଜିବ ବୋରଶୋ ଉତ୍ସବ ପାଇଁ ଜାତୀୟ କାର୍ଯ୍ୟକାରିତା କମିଟିର ମୁଖ୍ୟ ସଂଯୋଜକ ଡକ୍ଟର କମଲ ଅବଦୁଲ ନାସିର ଚୌଧୁରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ତେଜଗାଓଁର ଜାତୀୟ ପ୍ୟାରେଡ ସ୍କୋୟାରରେ ହୋଇଥିଲା । ଏହା ସହ ବାଂଲାଦେଶର ଜାତୀୟ ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀକୁ ସ୍ମରଣ କରିଥିଲା ।

କୁରାନ, ଭଗବଦ୍ ଗୀତା, ତ୍ରିପିଟକ ଏବଂ ବାଇବଲ ଭଳି ପବିତ୍ର ଗ୍ରନ୍ଥଗୁଡ଼ିକର ଉଚ୍ଚାରଣରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦି ଏଟେରନାଲ ମୁଜିବ ନାମକ ଏକ ଭିଡିଓ ଉପସ୍ଥାପିତ ହୋଇଥିଲା ଏବଂ ପରେ ବାଂଲାଦେଶ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଲୋଗୋ ଉନ୍ମୋଚନ କରାଯାଇଥିଲା । ଏହି ବିଶେଷ ଉତ୍ସବକୁ ପାଳନ କରିବା ପାଇଁ ଏକ ସଙ୍ଗୀତ ମଧ୍ୟ ପରିବେଷଣ କରାଯାଇଥିଲା । ‘ଦି ଏଟେରନାଲ ମୁଜିବ’ ବିଷୟବସ୍ତୁ ଉପରେ ପ୍ରସ୍ତୁତ ଏକ ଆନିମେସନ ଭିଡିଓ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ବାଂଲାଦେଶର ଦେଶ ଗଠନରେ ସଶସ୍ତ୍ର ବାହିନୀର ଭୂମିକା ଶୀର୍ଷକ ଏକ କାର୍ଯ୍ୟକ୍ରମକୁ ବାଂଲାଦେଶର ସଶସ୍ତ୍ର ବାହିନୀ ଦ୍ୱାରା ପ୍ରଦର୍ଶିତ ହୋଇଥିଲା ।

 

ଡକ୍ଟର କମଲ ଅବଦୁଲ ନାସିର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ଯୁଦ୍ଧରେ ସିଧାସଳଖ ଅଂଶଗ୍ରହଣ କରିଥିବା ଭାରତୀୟ ସଶସ୍ତ୍ର ବାହିନୀର ବରିଷ୍ଠଙ୍କ ଉପସ୍ଥିତିକୁ ସ୍ୱୀକୃତି ପ୍ରଦାନ କରିଥିଲେ । ବିଭିନ୍ନ ରାଜ୍ୟ ମୁଖ୍ୟ, ସରକାରୀ ମୁଖ୍ୟ ତଥା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅଭିନନ୍ଦନ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଶେଖ ମୁଜିବୁର ରହମାନଙ୍କ ସାନ ଝିଅ ଶେଖ ରେଜିନାଙ୍କୁ ଶେଖ୍ ମୁଜିବୁର ରହମାନ ୨୦୨୦ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ । ଅହିଂସା ତଥା ଅନ୍ୟାନ୍ୟ ଗାନ୍ଧୀବାଦୀ କାର୍ଯ୍ୟକଳାପ ମାଧ୍ୟମରେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ପରିବର୍ତ୍ତନ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମ୍ବୋଧନରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକ୍ରମର ମହତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗକୁ ଛୁଇଁଥିଲେ । ସମ୍ବୋଧନ ପରେ ଶେଖ ରେହାନା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ "ଏଟେରନାଲ ମୁଜିବ ମେମେଣ୍ଟୋ" ପ୍ରଦାନ କରିଥିଲେ ।

ବାଂଲାଦେଶର ରାଷ୍ଟ୍ରପତି ଶ୍ରୀ ମହମ୍ମଦ ଅବଦୁଲ ହମିଦ ତାଙ୍କ ଅଭିଭାଷଣ ପ୍ରଦାନ କରି ପ୍ରଧାନମନ୍ତ୍ରୀ ତଥା ଭାରତର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ବାଂଲାଦେଶର ୧୯୭୧ ମୁକ୍ତି ଯୁଦ୍ଧରେ ଭାରତର ଭୂମିକା ଏବଂ ଉଦ୍ୟମକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ଅଭିଭାଷଣରେ କୋଭିଡ ୧୯ ମହାମାରୀ ସମୟରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ହୃଦୟରୁ କୃତଜ୍ଞତା ଜଣାଇଥିଲେ । ବାଂଲାଦେଶକୁ ଭାରତ ସରକାରଙ୍କ ସର୍ବଦା ସମର୍ଥନକୁ ସେ ପ୍ରଶଂସା କରିଥିଲେ ।

ଆନୁଷ୍ଠାନିକ କାର୍ଯ୍ୟକ୍ରମ ପରେ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରସିଦ୍ଧ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ପଣ୍ଡିତ ଅଜୟ ଚକ୍ରବର୍ତ୍ତୀ ପ୍ରସ୍ତୁତ କରିଥିବା ରାଗ୍‍ କୁ ବଙ୍ଗବନ୍ଧୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବା ସହିତ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଦର୍ଶକଙ୍କୁ ଆମେଦିତ କରିଥିଲେ । ଏ.ଆର. ରେହମାନଙ୍କ ଦ୍ୱାରା ପ୍ରସ୍ତୁତ ସଙ୍ଗୀତ କାର୍ଯ୍ୟକ୍ରମ ଅନେକଙ୍କ ହୃଦୟ ଜିତିଥିଲା । ଅନେକ ସଂଗୀତ, ନୃତ୍ୟ ଏବଂ ନାଟ୍ୟ ପ୍ରଦର୍ଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.