India and Bangladesh must progress together for the prosperity of the region: PM Modi
Under Bangabandhu Mujibur Rahman’s leadership, common people of Bangladesh across the social spectrum came together and became ‘Muktibahini’: PM Modi
I must have been 20-22 years old when my colleagues and I did Satyagraha for Bangladesh’s freedom: PM Modi

ନୋମୋସ୍କାର!

ମହାମହିମ,

ବାଂଲାଦେଶର ରାଷ୍ଟ୍ରପତି

ଅବ୍ଦୁଲ ହାମିଦ ମହୋଦୟ,

 

ପ୍ରଧାନମନ୍ତ୍ରୀ

ଶେଖ ହସିନା ମହୋଦୟା,

 

କୃଷିମନ୍ତ୍ରୀ

ଡକ୍ଟର ମୋହମ୍ମଦ ଅବ୍ଦୁର ରଜ୍ଜାକ ମହାଶୟ,

 

ମ୍ୟାଡମ ଶେଖ ରେହାନ ମହାଶୟ,

 

ଅନ୍ୟ ଗଣ୍ୟମାନ୍ୟ ଅତିଥିଗଣ,

 

ସୋନାର ବାଂଲାଦେଶର ପ୍ରିୟ ବନ୍ଧୁଗଣ,

 

ଆପଣ ସମସ୍ତଙ୍କର ଏହି ସ୍ନେହ ମୋ ଜୀବନର ଅନୁପମ କ୍ଷଣ ମଧ୍ୟରୁ ହେଉଛି ଗୋଟିଏ। ମୁଁ ଖୁସି ଯେ ବାଂଲାଦେଶ ବିକାଶ ଯାତ୍ରାର ଏହି ଗୁରୁତ୍ୱପୁର୍ଣ୍ଣ ସେପାନରେ, ଆପଣମାନେ ମୋତେ ସାମିଲ କରିଛନ୍ତି। ଆଜି ହେଉଛି ବାଂଲାଦେଶର ରାଷ୍ଟ୍ରୀୟ ଦିବସ ପୁଣି ମଧ୍ୟ ହେଉଛି ସ୍ୱାଧୀନତାର 50 ବର୍ଷ ପୁର୍ତି। ଚଳିତ ବର୍ଷ ମଧ୍ୟ ଭାରତ-ବାଂଲାଦେଶ ମୈତ୍ରୀର 50 ବର୍ଷପୂରଣ ହେଉଛି। ଜାତିର ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତାବ୍ଦୀର ଏହି ବର୍ଷ ଉଭୟ ଦେଶର ସମ୍ବନ୍ଧକୁ ଆହୁରି ସୁଦୃଢ କରୁଛି।

ମହାମହିମ

ରାଷ୍ଟ୍ରପତି ଅବ୍ଦୁଲ ହାମିଦ ମହୋଦୟ, ପ୍ରଧାନମନ୍ତ୍ରୀ ଶେଖ ହସିନା ମହୋଦୟା ଏବଂ ବାଂଲାଦେଶର ନାଗରିକଙ୍କ ନିକଟରେ ମୁଁ କୃତଜ୍ଞତା ବ୍ୟକ୍ତ କରୁଛି। ଆପଣମାନେ ନିଜର ଏହି ଗୌରବଶାଳୀ କ୍ଷଣରେ, ଏହି ଉତ୍ସବରେ ଭାଗିଦାରୀ ହେବା ପାଇଁ ଭାରତକୁ ସପ୍ରେମ ନିମନ୍ତ୍ରଣ ଦେଲେ। ମୁଁ ସମସ୍ତ ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ, ବାଂଲାଦେଶର ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୁଁ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନ ମହାଶୟଙ୍କୁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଉଛି ଯିଏ ବଂଲାଦେଶ ଏବଂ ଏଠାକାର ଲୋକମାନଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଆମ ଭାରତବାସୀଙ୍କ ପାଇଁ ଏହା ହେଉଛି ଗୌରବର କଥା ଯେ ଆମକୁ, ଶେଖ ମୁଜିବୁର ରେହମାନ ମହାଶୟଙ୍କୁ ଗାନ୍ଧି ଶାନ୍ତି ସମ୍ମାନ ଦେବାର ସୁଯୋଗ ମିଳିଲା। ମୁଁ ଏଠାରେ ଏବେ ଏହି କାର୍ଯ୍ୟକ୍ରମର ଭବ୍ୟ ପ୍ରସ୍ତୁତରେ ସାମିଲ ଦେଇଥିବା ସମସ୍ତ କଳାକାରଙ୍କୁ ମଧ୍ୟ ପ୍ରଶଂସା କରିବାକୁ ଚାହୁଁଛି।

ବନ୍ଧୁଗଣ, ମୁଁ ଆଜି ମନେ ପକାଉଛି ବାଂଲାଦେଶର ସେହି ଲକ୍ଷ-ଲକ୍ଷ ଝିଅଙ୍କୁ ଯିଏ ନିଜ ଦେଶ, ନିଜ ଭାଷା, ନିଜ ସଂସ୍କୃତି ପାଇଁ ଅଗଣିତ ଅତ୍ୟାଚାର ସହିଲେ, ନିଜର ରକ୍ତ ବୁହାଇଲେ, ନିଜ ଜୀବନକୁ ବାଜି ଲଗାଇଦେଲେ। ମୁଁ ଆଜି ମନେ ପକାଉଛି ମୁକ୍ତିଯୁଦ୍ଧର ସାହସୀ ବୀରମାନଙ୍କୁ। ମୁଁ ଆଜି ମନେ ପକାଉଛି ଶହୀଦ ଧୀରେନ୍ଦ୍ରନାଥ ଦତଙ୍କୁ, ଶିକ୍ଷାବିତ ରଫିକୁଦ୍ଦିନ ଅହମ୍ମଦଙ୍କୁ, ଭାଷା-ଶହୀଦ ସଲାମ, ରଫିକ, ବରକତ, ଜବ୍‍ବାର ଏବଂ ଶଫିଉର ମହାଶୟଙ୍କୁ!

 

ମୁଁ ଆଜି ଭାରତୀୟ ସେନାର ସେହି ବୀର ଯବାନଙ୍କୁ ମଧ୍ୟ ପ୍ରଣାମ କରୁଛି ଯେଉଁମାନେ ମୁକ୍ତିଯୁଦ୍ଧରେ ବାଂଲାଦେଶର ଭାଇ-ଭଉଣୀଙ୍କ ସହିତ ଠିଆ ହୋଇଥିଲେ। ଯେଉଁମାନେ ମୁକ୍ତିଯୁଦ୍ଧରେ ନିଜର ଲହୁ ଦେଇଥିଲେ, ନିଜର ବଳିଦାନ ଦେଇଥିଲେ ଏବଂ ସ୍ୱାଧୀନ ବାଂଲାଦେଶର ସ୍ୱପ୍ନକୁ ସାକାର କରିବାରେ ବହୁତ ବଡ଼ ଭୂମିକା ତୁଲାଇଥିଲେ। ଫିଲ୍ଡ ମାର୍ଶାଲ ସେମ ମାନେକଶା, ଜେନେରାଲ ଅରୋରା, ଜେନେରାଲ ଜ୍ୟାକବ, ଲାନ୍ସ ନାଏକ ଅଲବର୍ଟ ଏକ୍କା, ଗ୍ରୁପ କ୍ୟାପଟେନ ଚନ୍ଦନ ସିଂହ, କ୍ୟାପଟେନ ମୋହନ ନାରାୟଣ ରାଓ ସାମନ୍ତ, ଏଭଳି ଅଗଣିତ କେତେ ହିଁ ବୀର ଅଛନ୍ତି ଯେଉଁମାନଙ୍କ ନେତୃତ୍ୱ ଏବଂ ସାହାସର କଥା ଆମକୁ ପ୍ରେରଣା ଦେଉଛି। ବାଂଲାଦେଶ ସରକାରଙ୍କ ଦ୍ୱାରା ଏହି ବୀରମାନଙ୍କର ସ୍ମୃତିରେ ଆଶୁଗଞ୍ଜରେ ଯୁଦ୍ଧ ସ୍ମାରକୀ ସମର୍ପିତ କରାଯାଇଛି।

ମୁଁ ଏଥିପାଇଁ ଆପଣଙ୍କ ନିକଟରେ କୃତଜ୍ଞତା ଜଣାଉଛି। ମୁଁ ଖୁସି ଯେ ମୁକ୍ତିଯୁଦ୍ଧରେ ସାମିଲ ଅନେକ ଭାରତୀୟ ସୈନିକ ଆଜି ବିଶେଷକରି ଏହି କାର୍ଯ୍ୟକ୍ରମରେ ମୋ ସହିତ ମଧ୍ୟ ଉପସ୍ଥିତ ଅଛନ୍ତି। ବାଂଲାଦେଶର ମୋର ଭାଇ ଓ ଭଉଣୀମାନେ, ଏଠାକାର ଯୁବ ପିଢ଼ୀକୁ ମୁଁ ଆଉ ଏକ କଥା ମନେ ପକାଇ ଦେବାକୁ ଚାହିଁବି ଆଉ ବଡ଼ ଗର୍ବର ସହିତ ମନେ ପକାଇ ଦେବାକୁ ଚାହିଁବି। ବାଂଲାଦେଶର ସ୍ୱାଧୀନତା ପାଇଁ ସଂଘର୍ଷରେ, ସେହି ସଂଘର୍ଷରେ ସାମିଲ ହେବା, ମୋ ଜୀବନରେ ମଧ୍ୟ ପ୍ରଥମ ଆନ୍ଦୋଳନ ମଧ୍ୟରୁ ଗୋଟିଏ ଥିଲା। ମୋର ବୟସ ୨୦-୨୨ ବର୍ଷ ହୋଇଥିବ ଯେତେବେଳେ ମୁଁ ଏବଂ ମୋର ଅନେକ ସାଥୀ ବାଂଲାଦେଶର ସ୍ୱାଧୀନତା ପାଇଁ ସତ୍ୟାଗ୍ରହ କରିଥିଲୁ।

 

ବାଂଲାଦେଶର ସ୍ୱାଧୀନତାକୁ ସମର୍ଥନ କରି ସେତେବେଳେ ମଧ୍ୟ ମୁଁ ଗିରଫ ହୋଇଥିଲି ଆଉ ଜେଲ ଯିବାର ସୁଯୋଗ ମଧ୍ୟ ମିଳିଥିଲା। ଅର୍ଥାତ ବାଂଲାଦେଶର ସ୍ୱାଧୀନତା ପାଇଁ ଯେତିକି ବେଦନା ଏପଟେ ଥିଲା, ସେତିକି ହିଁ ବେଦନା ସେପଟେ ମଧ୍ୟ ଥିଲା। ଏଠାରେ ପାକିସ୍ତାନର ସେନା ଯେଉଁ ଜଘନ୍ୟ ଅପରାଧ ଏବଂ ଅତ୍ୟାଚାର କଲେ, ତାହା ଚିତ୍ରରେ ବିଚଳିତ କରୁଥିଲା, ଅନେକ ଦିନ ପର୍ଯ୍ୟନ୍ତ ଶୋଇବାକୁ ଦେଉ ନଥିଲା।

 

ଗୋବିନ୍ଦୋ ହାଲଦାର ମହାଶୟ କହିଥିଲେ-

 

‘ଏକ ଶାଗୋର ରୋକ୍ତେର ବିନିମୋୟେ,

ବାଙ୍ଗଲାର ଶାଧୀନତା ଆନଲେ ଜାରା,

ଆମରା ତୋମାଦେର ଭୁଲବୋ ନା,

ଆମରା ତୋମାଦେର ଭୁଲବୋ ନା,

 

ଅର୍ଥାତ, ଯେଉଁମାନେ ନିଜ ରକ୍ତର ସାଗରରେ ବାଂଲାଦେଶକୁ ସ୍ୱାଧୀନତା ଦେଲେ, ଆମେ ସେମାନଙ୍କୁ ଭୁଲିବୁ ନାହିଁ। ବନ୍ଧୁଗଣ, ଏକ ନିରଙ୍କୁଶ ସରକାର ନିଜର ନାଗରିକମାନଙ୍କର ହିଁ ଜନସଂହାର କରୁଥିଲେ।

 

ସେମାନଙ୍କର ଭାଷା, ସେମାନଙ୍କର ସ୍ୱର, ସେମାନଙ୍କର ପରିଚୟକୁ ଦଳିଚକଟି ଦିଆଯାଉଥିଲା। ଅପରେସନ ସର୍ଚ୍ଚ ଲାଇଟର ସେହି କ୍ରୁରତା, ଦମନ ଏବଂ ଅତ୍ୟାଚାର ବିଷୟରେ ବିଶ୍ୱ ସେତିକି ଚର୍ଚ୍ଚା କରି ନାହିଁ, ଯେତିକି ତାହାର ଚର୍ଚ୍ଚା ହେବାର ଉଚିତ ଥିଲା।

ବନ୍ଧୁଗଣ, ଏହି ସବୁ ମଧ୍ୟରେ ଏଠାକାର ଲୋକମାନଙ୍କୁ ଏବଂ ଆମ ଭାରତୀୟଙ୍କ ପାଇଁ ଆଶାର କିରଣ ଥିଲେ- ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନ।

 

ବଙ୍ଗବନ୍ଧୁଙ୍କ ସାହସ, ତାଙ୍କ ନେତୃତ୍ୱ ଏହା ସ୍ଥିର କରି ଦେଇଥିଲା ଯେ କୌଣସି ମଧ୍ୟ ଶକ୍ତି ବାଂଲାଦେଶକୁ ପରାଧୀନ କରି ରଖି ପାରିବ ନାହିଁ।

ବଙ୍ଗବନ୍ଧୁ ଘୋଷଣା କରିଥିଲେ-

 

ଏବାରେର ଶୋଂଗ୍ରାମ ଆମାଦେର ମୁକ୍ତିର ଶୋଂଗ୍ରାମ,

ଏବାରେର ଶୋଂଗ୍ରାମ ଶାଧିନୋତାର ଶୋଂଗ୍ରାମ।

 

ଏଥରର ସଂଗ୍ରାମ ହେଉଛି ମୁକ୍ତି ପାଇଁ, ଏଥରର ସଂଗ୍ରାମ ହେଉଛି ସ୍ୱାଧୀନତା ପାଇଁ। ତାଙ୍କ ନେତୃତ୍ୱରେ ଏଠାକାର ସାଧାରଣ ମଣିଷ, ପୁରୁଷ ହୁଅନ୍ତୁ ଅବା ମହିଳା, କୃଷକ, ଯୁବକ, ଶିକ୍ଷକ, ଶ୍ରମିକ ସମସ୍ତେ ଏକାଠି ହୋଇ ଆସିବା ପରେ ମୁକ୍ତି ବାହିନୀ ଗଠନ ହୋଇଗଲା।

ଆଉ ଏଥିପାଇଁ ଆଜିର ଏହି ଅବସର, ମୁଜିବ ବୋର୍ଷୋ, ବଙ୍ଗବନ୍ଧୁଙ୍କ ଦୃଷ୍ଟିଭଙ୍ଗୀ, ତାଙ୍କର ଆଦର୍ଶ ଏବଂ ତାଙ୍କର ସାହସକୁ ସ୍ମରଣ କରିବାର ମଧ୍ୟ ହେଉଛି ଦିନ। ଏହି ସମୟ ହେଉଛି ‘ଚିର ବିଦ୍ରୋହୀ’ଙ୍କୁ, ମୁକ୍ତି ଯୋଦ୍ଧାଙ୍କ ଭାବନାକୁ ପୁଣିଥରେ ମନେ ପକାଇବାର ସମୟ। ବନ୍ଧୁଗଣ, ବାଂଲାଦେଶର ସ୍ୱାଧୀନତା ସଂଗ୍ରାମକୁ ଭାରତର କୋଣ ଅନୁକୋଣରୁ, ପ୍ରତ୍ୟେକ ଦଳ ତରଫରୁ, ସମାଜର ପ୍ରତ୍ୟେକ ବର୍ଗରୁ ସମର୍ଥନ ପ୍ରାପ୍ତ ହେଉଥିଲା।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରମତୀ ଇନ୍ଦିରା ଗାନ୍ଧି ମହାଶୟାଙ୍କ ପ୍ରୟାସ ଏବଂ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଉଛି ସର୍ବବିଦିତ। ସେହି ସମୟରେ, 6 ଡିସେମ୍ବର, 1971ରେ ଅଟଳ ବିହାରୀ ବାଜପେୟୀ ମହାଶୟ କହିଥିଲେ- ‘ଆମକୁ ନା କେବଳ ମୁକ୍ତି ସଂଗ୍ରାମରେ ନିଜର ଜୀବନକୁ ଆହୁତି ଦେଇଥିବା ଲୋକଙ୍କ ସହିତ ଲଢ଼ିବାର ଅଛି, ବରଂ ଆମେ ଇତିହାସକୁ ଏକ ନୂଆ ମାର୍ଗ ଦେବାପାଇଁ ମଧ୍ୟ ପ୍ରୟତ୍ନ କରୁଛୁ। ଆଜି ବାଂଲାଦେଶ ନିଜର ସ୍ୱାଧୀନତା ପାଇଁ ଲଢ଼ୁଥିବା ଏବଂ ଭାରତୀୟ ଯବାନଙ୍କର ରକ୍ତ ଏକାଠି ହୋଇ ବହୁଛି।

ଏହି ରକ୍ତ ଏଭଳି ସମ୍ବନ୍ଧ ନିର୍ମାଣ କରିବ ଯାହା କୌଣସି ମଧ୍ୟ ଚାପରେ ଭାଙ୍ଗିବ ନାହିଁ, ଯାହା କୌଣସି ମଧ୍ୟ କୁଟନୀତିର ଶୀକାର ହେବନାହିଁ’। ଆମର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ ମହାଶୟ ପ୍ରଣବ ଦା’ କହିଥିଲେ ବଙ୍ଗବନ୍ଧୁଙ୍କୁ ସେ ଏକ ନିରନ୍ତର (ଟାୟାରଲେସ) ରାଷ୍ଟ୍ରନେତା କହିଥିଲେ। ସେ କହିଥିଲେ ଯେ ଶେଖ ମୁଜିବୁର ରେହମାନଙ୍କ ଜୀବନ, ହେଉଛି ଧୈର୍ଯ୍ୟ, ପ୍ରତିବଦ୍ଧତା ଏବଂ ଆତ୍ମ ସଂଯମର ପ୍ରତୀକ।

ବନ୍ଧୁଗଣ, ଏହା ହେଉଛି ଏକ ସୁଖଦ ସଂଯୋଗ ଯେ ବାଂଲାଦେଶର ସ୍ୱାଧୀନତାର ୫୦ ବର୍ଷ ଏବଂ ଭାରତର ସ୍ୱାଧୀନତାର 75 ବର୍ଷର ସୋପାନ, ଗୋଟିଏ ସମୟରେ ଆସିଛି। ଆମ ଉଭୟ ଦେଶ ପାଇଁ, ଏକବିଂଶ ଶତାବ୍ଦୀର ଆଗାମୀ 25 ବର୍ଷର ଯାତ୍ରା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଆମର ପରମ୍ପରା ମଧ୍ୟ ହେଉଛି ସମାନ, ବିକାଶ ଯାତ୍ରା ମଧ୍ୟ ହେଉଛି ଦ୍ୱିପାକ୍ଷିକ।

 

ଆମର ଲକ୍ଷ୍ୟ ମଧ୍ୟ ହେଉଛି ସମାନ, ଆମର ଆହ୍ୱାନଗୁଡ଼ିକ ମଧ୍ୟ ହେଉଛି ସମାନ। ଆମକୁ ସ୍ମରଣ ରଖିବାକୁ ହେବ ଯେ ବ୍ୟାପାର ଏବଂ ଉଦ୍ୟୋଗ କ୍ଷେତ୍ରରେ ଯେଉଁଠାରେ ଆମ ପାଇଁ ସମାନ ସମ୍ଭାବନାଗୁଡ଼ିକ ଅଛି, ସେତେବେଳେ ଆତଙ୍କବାଦ ଭଳି ସମାନ ବିପଦ ମଧ୍ୟ ରହିଛି। ଯେଉଁ ଚିନ୍ତାଧାରା ଏବଂ ଶକ୍ତିଗୁଡ଼ିକ ଏହି ପ୍ରକାରର ଅମାନବୀୟ ଘଟଣାଗୁଡ଼ିକୁ ଘଟାଉଛନ୍ତି, ସେମାନେ ଏବେ ମଧ୍ୟ ସକ୍ରିୟ ଅଛନ୍ତି।

ଆମକୁ ସେମାନଙ୍କ ଠାରୁ ମଧ୍ୟ ସାବଧାନ ରହିବା ଉଚିତ ଏବଂ ସେମାନଙ୍କ ସହିତ ମୁକାବିଲା କରିବା ପାଇଁ ମଧ୍ୟ ସଂଗଠିତ ହୋଇ ରହିବାକୁ ପଡ଼ିବ। ଆମ ଦୁଇ ଦେଶ ପାଖରେ ଗଣତନ୍ତ୍ରର ଶକ୍ତି ଅଛି, ଆଗକୁ ବଢ଼ିବାର ସ୍ପଷ୍ଟ ଦୃଷ୍ଟିକୋଣ ମଧ୍ୟ ଅଛି। ଭାରତ ଏବଂ ବାଂଲାଦେଶ ଏକାଠି ମିଳିମିଶି ଆଗକୁ ବଢ଼ନ୍ତୁ, ଏହା ଏହି ସମଗ୍ର ଅଞ୍ଚଳର ବିକାଶ ପାଇଁ ମଧ୍ୟ ସେତିକି ଜରୁରୀ।

ଆଉ ଏଥିପାଇଁ, ଆଜି ଭାରତ ଏବଂ ବାଂଲାଦେଶ ଉଭୟ ଦେଶର ସରକାର ଏହି ସମ୍ବେଦନଶୀଳତାକୁ ବୁଝି, ଏହି ଦିଗରେ ସାର୍ଥକ ପ୍ରୟାସ କରୁଛନ୍ତି। ଆମେ ଦେଖାଇ ଦେଇଛୁ ଯେ ପରସ୍ପରର ବିକାଶ ଏବଂ ସହଯୋଗ ଦ୍ୱାରା ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇ ପାରିବ। ଆମର ସ୍ଥଳ ସୀମା ବୁଝାମଣା ହେଉଛି ଏହାର ସାକ୍ଷୀ। କରୋନାର ଏହି ସମୟରେ ମଧ୍ୟ ଆମ ଦୁଇ ଦେଶ ମଧ୍ୟରେ ଭଲ ସମନ୍ୱୟ ରହିଛି।

ଆମେ ସାର୍କ (ଏସଏଏଆରସି) କୋଭିଡ଼ ପାଣ୍ଠି ସ୍ଥାପନାରେ ସହଯୋଗ କଲୁ, ନିଜର ମାନବ ସମ୍ବଳକୁ ପ୍ରଶିକ୍ଷଣରେ ସହଯୋଗ କଲୁ। ଭାରତ ଏହି କଥା ନେଇ ବହୁତ ଖୁସି ଯେ, ଭାରତରେ ପ୍ରସ୍ତୁତ ଟିକା ବାଂଲାଦେଶର ଆମର ଭାଇ ଓ ଭଉଣୀମାନଙ୍କ କାର୍ଯ୍ୟରେ ଆସୁଛି। ମୋର ମନେଅଛି ସେହି ଛବି ଯେତେବେଳେ ଚଳିତ ବର୍ଷ 26 ଜାନୁୟାରୀରେ ଭାରତର ଗଣତନ୍ତ୍ର ଦିବକସରେ ବାଂଲାଦେଶ ସଶସ୍ତ୍ର ବାହିନୀର ଟ୍ରାଇ-ସର୍ଭିସ କଣ୍ଟିଜେଂଟ ଶୋନେ ଏକ୍ଟି ମୁଜିବୋରେର ଥେକେ ଧୁନରେ ପରେଡ କରିଥିଲେ।

ଭାରତ ଏବଂ ବାଂଲାଦେଶର ଭବିଷ୍ୟତ, ସଦ୍ଭାବନାପୂର୍ଣ୍ଣ, ପାରସ୍ପରିକ ବିଶ୍ୱାସପୂର୍ଣ୍ଣ ଏଭଳି ଅଗଣିତ କ୍ଷଣର ପ୍ରତୀକ୍ଷା କରୁଛି। ସାଥୀଗଣ, ଭାରତ-ବାଂଲାଦେଶର ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ଉଭୟ ଦେଶର ଯୁବକମାନଙ୍କୁ ଉନ୍ନତ ଯୋଗାଯୋଗର ମଧ୍ୟ ସେତିକି ଆବଶ୍ୟକତା ଅଛି। ଭାରତ-ବାଂଲାଦେଶ ସମ୍ବନ୍ଧର 50 ବର୍ଷ ଅବସରରେ ମୁଁ ବାଂଲାଦେଶର 50 ଉଦ୍ୟୋଗୀଙ୍କୁ ଭାରତ ଆମନ୍ତ୍ରଣ କରିବାକୁ ଚାହିଁବି।

ସେମାନେ ଭାରତ ଆସନ୍ତୁ, ଆମର ଷ୍ଟାର୍ଟ-ଅପ୍‍ ଏବଂ ନବସୃଜନ ଇକୋ-ସିଷ୍ଟମ ସହିତ ସାମିଲ ହୁଅନ୍ତୁ, ମୂଳ ପୁଞ୍ଜିଯୋଗାଣକାରୀଙ୍କ ସହିତ ସାକ୍ଷାତ କରନ୍ତୁ। ଆମେ ମଧ୍ୟ ସେମାନଙ୍କ ଠାରୁ ଶିଖିବୁ, ସେମାନଙ୍କୁ ମଧ୍ୟ ଶିଖିବାର ସୁଯୋଗ ମିଳିବ। ମୁଁ ଏହା ସହିତ ବାଂଲାଦେଶର ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ଜୟନ୍ତି ବୃତିର ମଧ୍ୟ ଘୋଷଣା କରୁଛି।

ସାଥୀଗଣ, ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନ ମହାଶୟ କହିଥିଲେ-

‘ବାଂଲାଦେଶ ଇତିହାସେ, ସାଧୀନ ରାଷ୍ଟ୍ରୋ, ହିଶେବେ ଟିକେ ଥାକବେ ବାଂଲାକେ ଦାବିଏ ରାଖତେ ପାରେ, ଏମୋନ କୋନୋ ଶୋକ୍ତି ନେଇ’ ବାଂଲାଦେଶ ସ୍ୱାଧୀନ ହୋଇ ରହିବ।

କାହା ପାଖରେ ଏତେ ଶକ୍ତି ନାହିଁ ଯେ ବାଂଲାଦେଶକୁ ଦବାଇ ରଖି ପାରିବ। ବଙ୍ଗବନ୍ଧୁଙ୍କର ଏହି ଉଦଘୋଷ ବାଂଲାଦେଶର ଅସ୍ତିତ୍ୱକୁ ବିରୋଧ କରିବା ବାଲାଙ୍କୁ ମଧ୍ୟ ଚେତାବନୀ ଥିଲା, ଏବଂ ବାଂଲାଦେଶର ସାମର୍ଥ୍ୟ ଉପରେ ବିଶ୍ୱାସ ମଧ୍ୟ ଥିଲା। ମୁଁ ଖୁସି ଯେ ଶେଖ ହସିନା ମହାଶୟାଙ୍କ ନେତୃତ୍ୱରେ ବାଂଲାଦେଶ ବିଶ୍ୱରେ ନିଜର ପ୍ରତିଷ୍ଠା ପ୍ରତିପାଦିତ କରୁଛି। ଯେଉଁ ଲୋକଙ୍କୁ ବାଂଲାଦେଶର ନିର୍ମାଣ ନେଇ ଆପତି ଥିଲା, ଯେଉଁ ଲୋକଙ୍କୁ ବାଂଲାଦେଶର ଅସ୍ତିତ୍ୱ ଉପରେ ଆଶଙ୍କା ଥିଲା, ସେମାନଙ୍କୁ ବାଂଲାଦେଶ ଭୁଲ ସାବ୍ୟସ୍ତ କରିଛି।

ସାଥୀଗଣ,

ଆମ ସହିତ କାଜି ନଜରୁଲ ଇସଲାମ ଏବଂ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ଭଳି ପରମ୍ପରାର ପ୍ରେରଣା ରହିଛି।

ଗୁରୁଦେବ କହିଥିଲେ-

କାଲ ନାଇ

ଆମାଦେର ହାତେ;

 

କାରାକାରୀ କୋରେ ତାଈ,

ଶବେ ମିଲେ;

 

ଦେରୀ କାରୋ ନାହି,

ଶହେ, କୋଭୁ

ଅର୍ଥାତ, ଆମ ପାଖରେ ହରାଇବା ପାଇଁ ସମୟ ନାହିଁ, ଆମକୁ ପରିବର୍ତନ ପାଇଁ ଆଗକୁ ବଢ଼ିବାକୁ ହେବ, ଏବେ ଆମକୁ ଆଉ ଡେରି କରିବାର ନାହିଁ। ଏହି କଥା ଭାରତ ଏବଂ ବାଂଲାଦେଶ, ଉଭୟଙ୍କ ପାଇଁ ସମାନ ଭାବେ ଲାଗୁ ହେଉଛି।

ନିଜର କୋଟି-କୋଟି ଲୋକଙ୍କ ପାଇଁ, ସେମାନଙ୍କର ଭବିଷ୍ୟତ ପାଇଁ, ଦାରିଦ୍ର୍ୟ ବିରୁଦ୍ଧରେ ଆମର ଯୁଦ୍ଧ ପାଇଁ, ଆତଙ୍କ ବିରୁଦ୍ଧରେ ଲଢ଼େଇ ପାଇଁ ଆମର ଲକ୍ଷ୍ୟ ହେଉଛି ଗୋଟିଏ, ଏଥିପାଇଁ ଆମର ପ୍ରୟାସ ମଧ୍ୟ ଐକ୍ୟବଦ୍ଧ ହେବା ଉଚିତ। ମୋର ବିଶ୍ୱାସ ଯେ ଭାରତ-ବାଂଲାଦେଶ ମିଳିମିଶି ଦ୍ରୁତ ଗତିରେ ପ୍ରଗତି କରିବେ।

ମୁଁ ପୁଣିଥରେ ଏହି ପବିତ୍ର ପର୍ବରେ ବାଂଲାଦେଶର ସମସ୍ତ ନାଗରିକମାନଙ୍କୁ ଅନେକ ଶୁଭକାମନା ଜଣାଉଛି ଏବଂ ହୃଦୟର ସହିତ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ଜଣାଉଛି।

ଭାରତ-ବାଂଲାଦେଶର ମୈତ୍ରୀ ଚିରଞ୍ଜିବୀ ହେଉ।

ଏହି ଶୁଭକାମନା ସହିତ ମୁଁ ମୋର କଥାକୁ ସମାପ୍ତ କରୁଛି।

ଜୟ ବାଂଲା!

ଜୟ ହିନ୍ଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Textile Exports May Gain Nearly $1 Bn From UK FTA: Ind-Ra

Media Coverage

India's Textile Exports May Gain Nearly $1 Bn From UK FTA: Ind-Ra
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the effort and dedication of India's Youth
August 04, 2026

The Prime Minister, Shri Narendra Modi, shared a Sanskrit Subhashitam applauding the effort and dedication of India's Youth:

"न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥"

Shri Modi said that through continuous effort and dedication, our talents are honed and refined, and our youth is imbibing these very qualities and bringing glory to India.

The Prime Minister posted on X:

निरंतर प्रयास और साधना से हमारी प्रतिभा और निखरती है। आज हमारे युवा इन्हीं गुणों को आत्मसात कर दुनियाभर में देश का नाम रोशन कर रहे हैं।

न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥