ଅନାଲୋଚିତ ଆଦିବାସୀ ବୀର ତଥା ସ୍ୱାଧୀନତା ସଂଗ୍ରାମର ଶହୀଦମାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
“ମାନଗଡ ହେଉଛି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜୁରାଟର ଲୋକଙ୍କ ସମ୍ମିଳିତ ଐତିହ୍ୟ”
“ଗୋବିନ୍ଦ ଗୁରୁଙ୍କ ପରି ମହାନ ସ୍ୱାଧୀନତା ସଂଗ୍ରାମୀମାନେ ଭାରତର ପରମ୍ପରା ଏବଂ ଆଦର୍ଶର ପ୍ରତିନିଧି ଥିଲେ”
“ଆଦିବାସୀ ସମ୍ପ୍ରଦାୟ ବିନା ଭାରତର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ସମ୍ପୂର୍ଣ୍ଣ ହେବ ନାହିଁ”
“ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ମାନଗଡର ସମ୍ପୂର୍ଣ୍ଣ ବିକାଶ ପାଇଁ ଏକ ରୋଡ୍ ମ୍ୟାପ୍ ଲାଗି ମିଳିତ ଭାବେ କାମ କରିବେ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସାଧାରଣ କାର୍ଯ୍ୟକ୍ରମ ‘ମାନଗଡ ଧାମ କି ଗୌରବ ଗାଥା'ରେ ଯୋଗ ଦେଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମର ଅନାଲୋଚିତ ଆଦିବାସୀ ବୀର ତଥା ଶହୀଦମାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଧୁନି ଦର୍ଶନ କରିଥିଲେ ଏବଂ ଗୋବିନ୍ଦ ଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାନଗଡର ପବିତ୍ର ଭୂମିରେ ରହିବା ସର୍ବଦା ପ୍ରେରଣାଦାୟକ ଅଟେ ଯାହା ଆମ ଆଦିବାସୀ ସାହସୀମାନଙ୍କ ତପସ୍ୟା, ବଳିଦାନ, ସାହସିକତା ଏବଂ ବଳିଦାନର ପ୍ରତୀକ ଅଟେ । ସେ କହିଛନ୍ତି, ମାନଗଡ ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜୁରାଟର ଲୋକଙ୍କ ସମ୍ମିଳିତ ଐତିହ୍ୟ । ଗୋବିନ୍ଦ ଗୁରୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଯାହାଙ୍କର ମୃତ୍ୟୁ ବାର୍ଷିକୀ ୩୦ ଅକ୍ଟୋବରରେ ପଡିଥିଲା ।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ଗୁଜୁରାଟର ଏକ ଅଂଶ ଥିବା ମାନଗଡ ଅଞ୍ଚଳର ସେବା କରିବା କଥା ମନେ ପକାଇ ଦେଇଛନ୍ତି ଏବଂ ଗୋବିନ୍ଦ ଗୁରୁ ଜୀବନର ଶେଷ ବର୍ଷ ଏଠାରେ ଅତିବାହିତ କରିଛନ୍ତି ଏବଂ ତାଙ୍କର ଶକ୍ତି ଏବଂ ଜ୍ଞାନ ଏହି ଦେଶର ମାଟିରେ ମଧ୍ୟ ଅନୁଭବ କରାଯାଇପାରେ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଅବ୍ୟବହୃତ ହୋଇ ପଡିଥିବା ଏହି ଜମି ବନ ମହୋତ୍ସବ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିବା ପରେ ସବୁଜିମାମୟ ହୋଇଥିଲା । ଏହି ଅଭିଯାନ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟକୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବିକାଶ କେବଳ ସ୍ଥାନୀୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିନାହିଁ ବରଂ ଗୋବିନ୍ଦ ଗୁରୁଙ୍କ ଶିକ୍ଷାର ପ୍ରସାର ମଧ୍ୟ କରିଛି । ଗୋବିନ୍ଦ ଗୁରୁଙ୍କ ପରି ମହାନ ସ୍ୱାଧୀନତା ସଂଗ୍ରାମୀମାନେ ଭାରତର ପରମ୍ପରା ଏବଂ ଆଦର୍ଶର ପ୍ରତିନିଧୀ ଥିଲେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଜାରି ରଖି କହିଛନ୍ତି ଗୋବିନ୍ଦ ଗୁରୁ ପରିବାର ହରାଇଛନ୍ତି କିନ୍ତୁ ହୃଦୟ ହରାଇ ନାହାଁନ୍ତି ଏବଂ ପ୍ରତ୍ୟେକ ଆଦିବାସୀଙ୍କୁ ତାଙ୍କ ପରିବାରରେ ପରିଣତ କରିଛନ୍ତି । ଯଦିଓ ଗୋବିନ୍ଦ ଗୁରୁ ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢିଥିଲେ, ତେବେ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ସେ ଜଣେ ସମାଜ ସଂସ୍କାରକ, ଆଧ୍ୟାତ୍ମିକ ନେତା, ସାଧୁ ତଥା ନେତା ଥିବାରୁ ସେ ନିଜ ସମ୍ପ୍ରଦାୟର ଅସୁବିଧା ବିରୋଧରେ ମଧ୍ୟ ପ୍ରଚାର କରିଥିଲେ । ତାଙ୍କର ବୌଦ୍ଧିକ ଏବଂ ଦାର୍ଶନିକ ଦିଗ ତାଙ୍କ ସାହସ ଏବଂ ସାମାଜିକ ସକ୍ରିୟତା ଭଳି ଜୀବନ୍ତ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

୧୭ ନଭେମ୍ବର ୧୯୧୩ ରେ ମାନଗଡ ଠାରେ ଘଟିଥିବା ନରସଂହାରକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବ୍ରିଟିଶ ଶାସନ ଦ୍ୱାରା ଏହା ଅତ୍ୟନ୍ତ ନିଷ୍ଠୁରତାର ଉଦାହରଣ ଅଟେ । ଶ୍ରୀ ମୋଦୀ କହିଛନ୍ତି, ଗୋଟିଏ ପଟେ ଆମର ନିରୀହ ଆଦିବାସୀ ଥିଲେ ଯେଉଁମାନେ ସ୍ୱାଧୀନତା ଚାହୁଁଥିଲେ, ଅନ୍ୟ ପଟେ ବ୍ରିଟିଶ ଉପନିବେଶକାରୀ ଶାସକମାନେ ହିଁ ମାନଗଡ ପାହାଡ ଘେରି ରହିବା ପରେ ଏକ ହଜାର ପାଞ୍ଚଞ୍ଚଶହରୁ ଅଧିକ ନିରୀହ ପୁରୁଷ, ମହିଳା, ବୃଦ୍ଧଙ୍କୁ ଦିବାଲୋକରେ ହତ୍ୟା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁର୍ଭାଗ୍ୟଜନକ ପରିସ୍ଥିତି ଯୋଗୁଁ ସ୍ୱାଧୀନତା ସଂଗ୍ରାମର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଘଟଣା ଇତିହାସ ପୁସ୍ତକଗୁଡ଼ିକରେ ସ୍ଥାନ ପାଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି, ଏହି ଆଜାଦୀ କା ଅମୃତ ମହୋତ୍ସବରେ ଭାରତ ଏହି ଶୂନ୍ୟସ୍ଥାନ ପୂରଣ କରୁଛି ଏବଂ ଦଶନ୍ଧି ପୂର୍ବରୁ ହୋଇଥିବା ଭୁଲଗୁଡ଼ିକୁ ସଂଶୋଧନ କରୁଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟ ବିନା ଭାରତର ଅତୀତ, ଇତିହାସ, ବର୍ତ୍ତମାନ ଏବଂ ଭାରତର ଭବିଷ୍ୟତ ସମ୍ପୂର୍ଣ୍ଣ ହେବ ନାହିଁ । ଆମର ସ୍ୱାଧୀନତା ସଂଗ୍ରାମ କାହାଣୀର ପ୍ରତ୍ୟେକ ପୃଷ୍ଠା ଆଦିବାସୀ ବୀରତ୍ୱରେ ପରିପୂର୍ଣ୍ଣ ।  ପ୍ରଧାନମନ୍ତ୍ରୀ ଗୌରବମୟ ସଂଘର୍ଷକୁ ମନେ ପକାଇଥିଲେ ଯାହାକି ୧୭୮୦ ଦଶକରେ ପ୍ରାରମ୍ଭରେ ହୋଇଥିଲା ଯେତେବେଳେ ତିଲକା ମାଝିଙ୍କ ନେତୃତ୍ୱରେ ସାନ୍ତାଳ ସାଙ୍ଗରାମ ଯୁଦ୍ଧ କରିଥିଲେ । ସେ ୧୮୩୦-୩୨ ବିଷୟରେ ଉଲ୍ଲେଖ କରିଥିଲେ ଯେତେବେଳେ ବୁଦ୍ଦୁ ଭଗତଙ୍କ ନେତୃତ୍ୱରେ ଦେଶ ଲାର୍କା ଆନ୍ଦୋଳନ କରିଥିଲା । ୧୮୫୫ ମସିହାରେ ସିଦ୍ଧୁ-କାହ୍ନୁ କ୍ରାନ୍ତି ଦେଶକୁ ଶକ୍ତି ପ୍ରଦାନ କରିଥିଲେ । ଭଗବାନ୍ ର୍ବିସା ମୁଣ୍ଡା ନିଜର ଶକ୍ତି ଏବଂ ଦେଶପ୍ରେମ ଦ୍ୱାରା ସମସ୍ତଙ୍କୁ ପ୍ରେରଣା ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଶତାବ୍ଦୀ ପୂର୍ବରୁ ଦାସତ୍ୱ ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଆପଣ କୌଣସି ସମୟ ପାଇବେ ନାହିଁ ଯେତେବେଳେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଆଜାଦୀର ବହ୍ନି ପ୍ରଜ୍ୱଳିତ ହେଉନଥିଲା । ସେ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ରାଜସ୍ଥାନରେ, ଏହାପୂର୍ବରୁ ମଧ୍ୟ ଆଦିବାସୀ ସମାଜ ମହାରାଣା ପ୍ରତାପଙ୍କ ସହ ଛିଡା ହୋଇଥିଲେ । ଆମେ ଆଦିବାସୀ ସମ୍ପ୍ରଦାୟ ଏବଂ ସେମାନଙ୍କ ବଳିଦାନ ପାଇଁ ଋଣୀ । ପ୍ରକୃତି, ପରିବେଶ, ସଂସ୍କୃତି ଏବଂ ପରମ୍ପରାରେ ଏହି ସମାଜ ଭାରତର ଚରିତ୍ରକୁ ବଞ୍ଚାଇ ରଖିଛି । ସେମାନଙ୍କ ସେବା କରି ତାଙ୍କୁ ଧନ୍ୟବାଦ ଦେବାର ସମୟ ଆଜି ରାଷ୍ଟ୍ର ପାଇଁ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୧୫ ନଭେମ୍ବରରେ ଦେଶ ଭଗବାନ ର୍ବିସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀରେ ଜନଜାତିୟ ଗୌରବ ଦିବସ ପାଳନ କରିବାକୁ ଯାଉଛି । ଜନଜାତିୟ ଗୌରବ ଦିବସ୍ ଜନତାଙ୍କୁ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଇତିହାସ ବିଷୟରେ ଶିକ୍ଷା ଦେବା ପାଇଁ ଏକ ପ୍ରୟାସ ବୋଲି ସେ କହିଛନ୍ତି । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଆଦିବାସୀ ସମାଜର ଇତିହାସକୁ ଜନସାଧାରଣଙ୍କ ନିକଟକୁ ନେବା ପାଇଁ ସାରା ଦେଶରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଉତ୍ସର୍ଗୀକୃତ ସ୍ୱତନ୍ତ୍ର ସଂଗ୍ରହାଳୟ ର୍ନିମାଣ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମହାନ ଉତ୍ତରାଧିକାରୀ ବର୍ତ୍ତମାନ ଚିନ୍ତା ପ୍ରକ୍ରିୟାର ଏକ ଅଂଶ ହୋଇ ଯୁବ ପୀଢି ପାଇଁ ପ୍ରେରଣା ଯୋଗାଇବ ।

ଦେଶରେ ଆଦିବାସୀ ସମାଜର ଭୂମିକାକୁ ଆଗକୁ ନେବା ପାଇଁ ଏକ ଉତ୍ସର୍ଗୀକୃତ ଆବେଗ ସହିତ କାର୍ଯ୍ୟ କରିବାର ଆବଶ୍ୟକତା ଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ରାଜସ୍ଥାନ, ଗୁଜୁରାଟ ଠାରୁ ଉତ୍ତର ପୂର୍ବ ଏବଂ ଓଡ଼ିଶା ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ଆଦିବାସୀ ସମାଜର ସେବା କରିବା ପାଇଁ ଦେଶ ନିର୍ଦ୍ଦିଷ୍ଟ ନୀତି ସହ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ଆଦିବାସୀଙ୍କୁ ଜଳ ଏବଂ ବିଦ୍ୟୁତ ସଂଯୋଗ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ଏବଂ ବନବନ୍ଧୁ କଲ୍ୟାଣ ଯୋଜନା ମାଧ୍ୟମରେ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଉଛି । ସେ କହିଛନ୍ତି, ଆଜି ଦେଶରେ ଜଙ୍ଗଲ ପରିମାଣ ମଧ୍ୟ ବୃଦ୍ଧି ପାଉଛି ଏବଂ ସମ୍ବଳକୁ ସୁରକ୍ଷା ଦିଆଯାଉଛି । ପ୍ରଧାନମନ୍ତ୍ରୀ ଏକଲବ୍ୟ ଆବାସିକ ବିଦ୍ୟାଳୟ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ପାରମ୍ପାରିକ କୌଶଳ ସହିତ ଆଦିବାସୀ ଯୁବକମାନଙ୍କୁ ଆଧୁନିକ ଶିକ୍ଷା ପାଇଁ ସୁଯୋଗ ପ୍ରଦାନ କରିଥାଏ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ସେ ଗୋବିନ୍ଦ ଗୁରୁ ଜୀଙ୍କ ନାମରେ ବିଶ୍ୱବିଦ୍ୟାଳୟର ମହାନ ପ୍ରଶାସନିକ କ୍ୟାମ୍ପସକୁ ଉଦଘାଟନ କରିବା ପାଇଁ ଜମ୍ବୁଘୋଡା ଯିବେ ।

ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଛନ୍ତି ଯେ ଗତ ସନ୍ଧ୍ୟାରେ ସେ ଅହମ୍ମଦାବାଦ-ଉଦୟପୁର ବ୍ରଡ ଗଜ ଲାଇନରେ ଏକ ଟ୍ରେନ ଚଳାଚଳାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ରାଜସ୍ଥାନର ଲୋକଙ୍କ ପାଇଁ ୩୦୦ କିଲୋମିଟର ଲାଇନର ଗୁରୁତ୍ୱକୁ ସେ ସୂଚାଇ ଦେଇଛନ୍ତି କାରଣ ଏହା ଗୁଜୁରାଟର ଅନେକ ଆଦିବାସୀ ଅଞ୍ଚଳକୁ ରାଜସ୍ଥାନର ଆଦିବାସୀ ଅଞ୍ଚଳ ସହିତ ସଂଯୋଗ କରିବ ଏବଂ ଏହି ଅଞ୍ଚଳରେ ଶିଳ୍ପ ବିକାଶ ଏବଂ ନିଯୁକ୍ତିକୁ ସହାୟକ ହେବ ।

ମାନଗଡ ଧାମର ମୋଟ ବିକାଶ ବିଷୟରେ ଆଲୋଚନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମାନଗଡ ଧାମର ବିସ୍ତାର ପାଇଁ ଦୃଢ ଇଚ୍ଛା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ଚାରିଟି ରାଜ୍ୟ ସରକାରଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଏବଂ ରୋଡମ୍ୟାପ ପ୍ରସ୍ତୁତ କରିବା ବିଷୟରେ ବିସ୍ତୃତ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ଗୋବିନ୍ଦ ଗୁରୁ ଜୀଙ୍କର ଏହି ସ୍ମୃତିର ସ୍ଥାନ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ । ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରି କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ମାନଗଡ ଧାମର ବିକାଶ ଏହି କ୍ଷେତ୍ରକୁ ନୂତନ ପୀଢି ପାଇଁ ପ୍ରେରଣା ଯୋଗାଇବ ।

ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲଟ୍‌, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଫଗନ୍ ସିଂହ କୁଲସ୍ତେ, ସାଂସଦ. ବିଧାୟକମାନେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ସରକାର ସ୍ୱାଧୀନତା ସଂଗ୍ରାମର ଅନାଲୋଚିତ ଆଦିବାସୀ ବୀରମାନଙ୍କୁ ସ୍ମରଣ କରିବା ପାଇଁ ଅନେକ ପଦକ୍ଷେପ ଆରମ୍ଭ କରିଛନ୍ତି । ଏଥିମଧ୍ୟରେ ୧୫ ନଭେମ୍ବର (ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ର୍ବିସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ) କୁ ‘ଜନଜାତୀୟ ଗୌରବ ଦିବସ୍‌\' ଘୋଷଣା କରାଯାଇଛି, ସମାଜକୁ ଆଦିବାସୀମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ତଥା ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ବଳିଦାନ ବିଷୟରେ ସଚେତନତା ବୃଦ୍ଧିକୁ ଅନ୍ତର୍ଭୁକ୍ତ କରିବା । ଏ ଦିଗରେ ଆଉ ଏକ ପଦକ୍ଷେପରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ - ରାଜସ୍ଥାନର ବାନସ୍ୱରା, ମାନଗଡ ପାହାଡରେ ଥିବା ‘ମାନଗଡ ଧାମ କି ଗୌରବ ଗାଥା'ରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଲ୍‍ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୋବିନ୍ଦ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଭିଲ୍‍ ଆଦିବାସୀ ଏବଂ ଏହି ଅଞ୍ଚଳର ଅନ୍ୟ ଆଦିବାସୀ ଜନଜାତିର ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିଥିଲେ ।

ଭିଲ୍‍ ସମ୍ପ୍ରଦାୟ ଏବଂ ରାଜସ୍ଥାନ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶର ଅନ୍ୟ ଆଦିବାସୀମାନଙ୍କ ପାଇଁ ମାନଗଡ ପାହାଡ ବିଶେଷ ଗୁରୁତ୍ୱ ବହନ କରେ । ସ୍ୱାଧୀନତା ସଂଗ୍ରାମ ସମୟରେ ଯେଉଁଠାରେ ଭିଲ୍ସ ଏବଂ ଅନ୍ୟ ଜନଜାତି ବ୍ରିଟିଶମାନଙ୍କ ସହ ଦୀର୍ଘ ସମୟ ଧରି ଲଢେଇ କରିଥିଲେ, ୧.୫ ଲକ୍ଷରୁ ଅଧିକ ଭିଲ୍‍ ଶ୍ରୀ ଗୋବିନ୍ଦ ଗୁରୁଙ୍କ ନେତୃତ୍ୱରେ ୧୭ ନଭେମ୍ବର ୧୯୧୩ ରେ ମାନଗଡ ପାହାଡରେ ରାଲି କରିଥିଲେ । ବ୍ରିଟିଶମାନେ ଏହି ସମାବେଶ ଉପରେ ଗୁଳି ଚଳାଇ ମାନଗଡ ହତ୍ୟାକାଣ୍ଡ ଘଟାଇଥିଲେ ଯେଉଁଠାରେ ପ୍ରାୟ ୧୫୦୦ ଆଦିବାସୀ ସହିଦ ହୋଇଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Big boost for Atmanirbhar Bharat! After Skyroot's success, another private firm announces breakthrough in indigenous fighter jet engine technology

Media Coverage

Big boost for Atmanirbhar Bharat! After Skyroot's success, another private firm announces breakthrough in indigenous fighter jet engine technology
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Mr. Andy Burnham on assuming office as Prime Minister of the United Kingdom
July 21, 2026

Prime Minister Shri Narendra Modi today extended congratulations to Mr. Andy Burnham on assuming office as Prime Minister of the United Kingdom.

Shri Modi noted that India and the UK are bound by shared democratic values and enjoy wide-ranging cooperation across trade, investment, technology, defence, and people-to-people relations. With CETA entering into force this month, the Prime Minister pointed out that the bilateral partnership is poised to grow even stronger.

The Prime Minister stated that he looks forward to working closely with him to further deepen the India-UK Comprehensive Strategic Partnership and advance their shared Vision 2035.

In a post on X, the Prime Minister shared:

"Warmest congratulations to Mr. Andy Burnham on assuming office as Prime Minister of the United Kingdom.

India and the UK are bound by shared democratic values and enjoy wide-ranging cooperation across trade, investment, technology, defence and people-to-people relations. With CETA entering into force this month, our bilateral partnership is poised to grow even stronger.

I look forward to working closely with you to further deepen the India-UK Comprehensive Strategic Partnership and advance our shared Vision 2035.

@andyburnham"