'ବିକଶିତ ଭାରତ ସଂକଳ୍ପ ଯାତ୍ରା' ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପ୍ରମୁଖ ସରକାରୀ ଯୋଜନାର ଲାଭ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସୁନିଶ୍ଚିତ କରିବ ଏହି ଅଭିଯାନ
ପାଖାପାଖି ୨୪ ହଜାର କୋଟି ଟଙ୍କାର ବଜେଟରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ ପିଏମ୍ – ଜନମନର ଶୁଭାରମ୍ଭ
ପିଏମ୍ - କିଷାନ ଯୋଜନାରେ ପ୍ରାୟ ୧୮,୦୦୦ କୋଟି ଟଙ୍କାର ୧୫ତମ କିସ୍ତି ରାଶି ପ୍ରଦାନ
ଝାଡ଼ଖଣ୍ଡରେ ପାଖାପାଖି ୭,୨୦୦ କୋଟି ଟଙ୍କାର ପ୍ରକଳ୍ପ ଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଓ ଶିଳାନ୍ୟାସ
ଜନତାଙ୍କୁ ବିକଶିତ ଭାରତ ସଂକଳ୍ପ ପ୍ରଦାନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ
ଭଗବାନ ବିର୍ସା ମୁଣ୍ଡାଙ୍କ ସଂଘର୍ଷ ଓ ବଳିଦାନ ଅଗଣିତ ଭାରତୀୟଙ୍କୁ ପ୍ରେରଣା ଦେଇଛି
ଆଜି ଝାଡ଼ଖଣ୍ଡରୁ ଦୁଇଟି ଐତିହାସିକ ପଦକ୍ଷେପ - 'ବିକଶିତ ଭାରତ ସଂକଳ୍ପ ଯାତ୍ରା' ଏବଂ 'ପିଏମ୍ ଜନଜାତି ନ୍ୟାୟ ମହା ଅଭିଯାନ' ର ଶୁଭାରମ୍ଭ କରାଯାଇଛି
"ଭାରତରେ ଅମୃତ କାଳରେ ବିକାଶ ଚାରିଟି ସ୍ତମ୍ଭ - ମହିଳା ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମ ଗରିବ ଓ ମଧ୍ୟବିତ୍ତ ମାନଙ୍କର ଶକ୍ତିକୁ ସୁଦୃଢ଼ କରିବାର କ୍ଷମତା ଉପରେ ନିର୍ଭର କରେ
ମୋଦୀ ବଞ୍ଚିତ ମାନଙ୍କୁ ପ୍ରାଥମିକତା ଦେଇଛନ୍ତି
"ବଞ୍ଚିତ ମାନଙ୍କ ଉପରେ ମୋର ଋଣ ପରିଶୋଧ କରିବା ପାଇଁ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ
ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 'ବିକଶିତ ଭାରତ ସଂକଳ୍ପ ଯାତ୍ରା' ଏବଂ ପ୍ରଧାନମନ୍ତ୍ରୀ ବିଶେଷ ରୂପେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ବିକାଶ ମିଶନର ଶୁଭାରମ୍ଭ କରିଥିଲେ । ସେ ପିଏମ୍ - କିଷାନର ୧୫ତମ କିସ୍ତି ମଧ୍ୟ ପ୍ରଦାନ କରିଛନ୍ତି । ଶ୍ରୀ ମୋଦୀ ଝାଡ଼ଖଣ୍ଡ ରାଜ୍ୟରେ ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ର ସହିତ ସମ୍ପର୍କିତ ୭୨୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଥିଲେ ଓ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ ।

 

ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନତାଙ୍କୁ ବିକଶିତ ଭାରତ ସଂକଳ୍ପ  ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଆଜି ପରିଦର୍ଶନ କରିଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମ ଏବଂ ରାଞ୍ଚି ଠାରେ ଥିବା ବିର୍ସା ମୁଣ୍ଡା ମେମୋରିଆଲ ପାର୍କ ତଥା ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସମ୍ପର୍କରେ ମନେ ପକାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଜନଜାତୀୟ ଗୌରବ ଦିବସ ଅବସରରେ ଶ୍ରୀ ମୋଦୀ ପ୍ରତ୍ୟେକ ନାଗରିକଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ଝାଡଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ସେ ଶୁଭେଚ୍ଛା ଜଣାଇବା ସହ ଏହାର ଗଠନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ବିଭିନ୍ନ କ୍ଷେତ୍ର ସହିତ ସମ୍ପର୍କିତ ଆଜିର ବିକାଶମୂଳକ ପ୍ରକଳ୍ପ ଗୁଡିକ ପାଇଁ ସେ ଝାଡ଼ଖଣ୍ଡର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଖୁସି ବ୍ୟକ୍ତ କରିଥିଲେ ଯେ ଝାଡ଼ଖଣ୍ଡ ରାଜ୍ୟରେ ଏବେ ଶତ ପ୍ରତିଶତ ବିଦ୍ୟୁତିକରଣ ହୋଇଥିବା ରେଳ ପଥ ରହିଛି ।

 

ଆଦିବାସୀ ଗୌରବ ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରେରଣାଦାୟୀ ସଂଘର୍ଷ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅସଂଖ୍ୟ ଆଦିବାସୀ ନାୟକଙ୍କ ସହ ଝାଡ଼ଖଣ୍ଡ ମାଟିର ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ । ତିଲକା ମାନ୍‌ଝୀ, ସିଦ୍ଧୁ କାହ୍ନୁ, ଚାନ୍ଦ ଭୈରବ, ଫୁଲୋ ଝାନୋ, ନୀଳାମ୍ବର, ପୀତାମ୍ବର, ଯାତ୍ରା ତାନା ଭଗତ ଓ ଆଲବର୍ଟ ଏକ୍କାଙ୍କ ଭଳି ଅନେକ ବୀର ଏହି ଭୂମିକୁ ଗର୍ବିତ କରିଛନ୍ତି ବୋଲି ସେ କହିଥିଲେ ।  ଦେଶର କୋଣ ଅନୁକୋଣରେ ଆଦିବାସୀ ଯୋଦ୍ଧାମାନେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ମାନଗଡ଼ ଧାମର ଗୋବିନ୍ଦ ଗୁରୁ, ମଧ୍ୟପ୍ରଦେଶର ତାନ୍ତ୍ୟା ଭିଲ, ଛତିଶଗଡ଼ର ଭୀମା ନାୟକ, ସହିଦ ବୀର ନାରାୟଣ ସିଂହ, ମଣିପୁରର ବୀର ଗୁଣ୍ଡାଧୂର, ରାଣୀ ଗାଇଦିନଲିଉ , ତେଲଙ୍ଗାନାର ବୀର ରାମଜୀ ଗୋଣ୍ଡ, ଆନ୍ଧ୍ରପ୍ରଦେଶର ଆଲୁରୀ ସୀତାରାମ ରାଜୁ, ଗୋଣ୍ଡ ପ୍ରଦେଶର ରାଣୀ ଦୁର୍ଗାବତୀଙ୍କ ବିଷୟରେ ସେ ଉଲ୍ଲେଖ କରିଥିଲେ । ଏଭଳି ବ୍ୟକ୍ତିତ୍ୱ ମାନଙ୍କ  ପ୍ରତି ଅବହେଳା ପାଇଁ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଅମୃତ ମହୋତ୍ସବ ସମୟରେ ଏହି ବୀରମାନଙ୍କୁ ମନେ ପକାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଝାଡ଼ଖଣ୍ଡ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଆୟୁଷ୍ମାନ ଯୋଜନା ଝାଡ଼ଖଣ୍ଡରୁ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଝାଡ଼ଖଣ୍ଡରୁ ଦୁଇଟି ଐତିହାସିକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି । ପ୍ରଥମଟି ହେଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା , ଯାହା ସରକାରଙ୍କ ଲକ୍ଷ୍ୟ ଏବଂ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନର ଏକ ମାଧ୍ୟମ ହେବ ଯାହା ବିଲୁପ୍ତ ହେବାକୁ ଯାଉଥିବା ଜନଜାତି ମାନଙ୍କୁ ସୁରକ୍ଷା ପ୍ରଦାନ କରିବ ଏବଂ ସେମାନଙ୍କୁ ପରିପୁଷ୍ଟ କରିବ ।

 

ବିକଶିତ ଭାରତର ଚାରିଟି 'ଅମୃତ ସ୍ତମ୍ଭ' ବା ଖୁଣ୍ଟ ଯଥା ନାରୀ ଶକ୍ତି, ଭାରତର ଖାଦ୍ୟ ଉତ୍ପାଦନକାରୀ ଅର୍ଥାତ୍ କୃଷକ , ଦେଶର ଯୁବକ ଏବଂ ଶେଷରେ ଭାରତର ନବ - ମଧ୍ୟବିତ୍ତ ଓ ଗରିବ ଲୋକମାନଙ୍କ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ବିକାଶର ଏହି ସ୍ତମ୍ଭ ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଭାରତରେ ବିକାଶର ପରିମାଣ ଆମର ସାମର୍ଥ୍ୟ ଉପରେ ନିର୍ଭର କରେ ବୋଲି ସେ କହିଥିଲେ । ବର୍ତ୍ତମାନର ସରକାରଙ୍କ ବିଗତ ୯ ବର୍ଷର ଶାସନ କାଳରେ ଚାରୋଟି ସ୍ତମ୍ଭକୁ ସୁଦୃଢ଼ କରିବା ପାଇଁ ଯେତିକି ପ୍ରୟାସ ଏବଂ କାର୍ଯ୍ୟ କରାଯାଇଛି ସେଥିରେ ପ୍ରଧାନମନ୍ତ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ୧୩ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର‌୍ୟମୁକ୍ତ କରିବାରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ । "୨୦୧୪ରେ ଆମ ସରକାର କ୍ଷମତାକୁ ଆସିବା ପରେ ଆମର ସେବା କାଳ ଆରମ୍ଭ ହୋଇଥିଲା", ବୋଲି ସେ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ ଦେଶର ଏକ ବିଶାଳ ଜନସଂଖ୍ୟା ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଥିଲେ । ତତ୍କାଳୀନ ସରକାରଙ୍କ ବେପରୁଆ ଆଭିମୁଖ୍ୟ ଯୋଗୁଁ ଗରିବ ଲୋକମାନେ ସମସ୍ତ ଆଶା ହରାଇଥିଲେ ବୋଲି ସେ କହିଛନ୍ତି । "ବର୍ତ୍ତମାନର ସରକାର ସେବା ଭାବନା ସହିତ କାର୍ଯ୍ୟ ଆରମ୍ଭ କରିଛନ୍ତି" ବୋଲି ସେ କହିଥିଲେ ଏବଂ ଗରିବ ଏବଂ ବଞ୍ଚିତ ଲୋକମାନେ  ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ପାଲଟିବା ସହିତ ସେମାନଙ୍କ ଦ୍ୱାରରେ ସୁବିଧା ପହଞ୍ଚାଇ ଦିଆଯାଇଛି । ପରିବର୍ତ୍ତନ ପାଇଁ ସରକାରଙ୍କ ଆଭିମୁଖ୍ୟକୁ ସେ ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୨୦୧୪ ପୂର୍ବରୁ ଗାଁରେ ସ୍ୱଚ୍ଛତାର ପରିସର ମାତ୍ର ୪୦ ପ୍ରତିଶତ ଥିବା ବେଳେ ଆଜି ଦେଶ ଏଥିରେ ସଂତୃପ୍ତି ପାଇଁ ଲକ୍ଷ୍ୟ ରଖିଛି । ୨୦୧୪ ପରେ ଅନ୍ୟାନ୍ୟ ଉପଲବ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପରବର୍ତ୍ତୀ ଦଶ ଦଶନ୍ଧି ମଧ୍ୟରେ ଆଜି ଗ୍ରାମର ୫୦ - ୫୫ ପ୍ରତିଶତରୁ ପ୍ରାୟ ୧୦୦ ପ୍ରତିଶତକୁ ଏଲ୍‌ପିଜି ସଂଯୋଗ ବୃଦ୍ଧି ପାଇବା, ୫୫ ପ୍ରତିଶତରୁ ୧୦୦ ପ୍ରତିଶତ ପିଲାଙ୍କୁ ଜୀବନ ରକ୍ଷାକାରୀ ଟିକା ପ୍ରଦାନ କରାଯିବା, ୧୭ ପ୍ରତିଶତରୁ ବୃଦ୍ଧି ପାଇ ୭୦ ପ୍ରତିଶତ ପରିବାରକୁ ଜଳ ସଂଯୋଗ ଯୋଗାଇ ଦିଆ ଯାଉଥିବା ବିଷୟରେ ସୂଚନା ଦେଇଥିଲେ । ମୋଦି ବଞ୍ଚିତ ମାନଙ୍କୁ ପ୍ରାଥମିକତା ଦେଇଛନ୍ତି ବୋଲି ସେ କହିଛନ୍ତି । ଦାରିଦ୍ର‌୍ୟ ଏବଂ ବଞ୍ଚିତ ହେବା ଭଳି ପ୍ରସଙ୍ଗ ସହିତ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା କାରଣରୁ ବଞ୍ଚିତ ଲୋକଙ୍କ ପ୍ରତି ତାଙ୍କର ଆକର୍ଷଣ ବିଷୟରେ ପ୍ରଧାନମନ୍ତ୍ରୀ ଜଣାଇଥିଲେ ଏବଂ କହିଥିଲେ ଯେ ସେମାନେ ସରକାରଙ୍କ ପାଇଁ ପ୍ରାଥମିକତା ପାଲଟିଛନ୍ତି । "ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଏହି ଭୂମିକୁ ଆସିଛି, ଯେଉଁଠାରେ ବଞ୍ଚିତ ମାନଙ୍କ ଉପରେ ମୋର ଋଣ ପରିଶୋଧ କରିବାକୁ ଅଛି", ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ କହିଛନ୍ତି ଯେ , ସରକାର ନିମ୍ନ ମାନର ଫଳକୁ ଆପଣାଇବାର ପ୍ରଲୋଭନକୁ ପ୍ରତିହତ କରିଛନ୍ତି ଏବଂ ଦୀର୍ଘ ଦିନ ଧରି ଅଟକି ରହିଥିବା ସମସ୍ୟାର ସମାଧାନ କରିଛନ୍ତି । ସେ ଅନ୍ଧାର ଯୁଗରେ ବଞ୍ଚିବା ପାଇଁ ଅଭିଶାପିତ ହୋଇଥିବା ୧୮,୦୦୦ ଗାଁର ବିଦ୍ୟୁତିକରଣର ଉଦାହରଣ ଦେଇଥିଲେ । ଲାଲକିଲ୍ଲା ପ୍ରାଚୀରରୁ କରାଯାଇଥିବା ଘୋଷଣା ଅନୁଯାୟୀ ନିର୍ଦ୍ଧାରିତ ସମୟରେ ବିଦ୍ୟୁତିକରଣ କରାଯାଇଥିଲା । ପଛୁଆ ମାନ୍ୟତା ପାଇଥିବା ୧୧୦ଟି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସହଜ ଜୀବନଶୈଳୀର ପ୍ରମୁଖ ମାନଦଣ୍ଡ ସୃଷ୍ଟି କରାଯାଇଥିଲା । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏହି ଜିଲ୍ଲା ଗୁଡ଼ିକରେ ଅନେକ ପରିବର୍ତ୍ତନ ଆଣିଛି । ଏହି ଜିଲ୍ଲା ଗୁଡ଼ିକରେ ସର୍ବାଧିକ ଆଦିବାସୀ ଜନସଂଖ୍ୟା ରହିଛି ବୋଲି ସେ ସୂଚନା ଦେଇଛନ୍ତି । "ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ମାଧ୍ୟମରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳତାକୁ ବ୍ୟାପକ କରାଯାଉଛି" ବୋଲି ସେ କହିଥିଲେ ।

 

ଦେଶର କୌଣସି ନାଗରିକଙ୍କ ପ୍ରତି ଭେଦଭାବର ସମସ୍ତ ସମ୍ଭାବନା ଦୂର ହେଲେ ହିଁ ପ୍ରକୃତ ଧର୍ମନିରପେକ୍ଷତା ଆସିଥାଏ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ଏବଂ ସମସ୍ତ ସରକାରୀ ଯୋଜନାର ଲାଭ ସମସ୍ତଙ୍କ ପାଖରେ ସମାନ ପରିମାଣରେ ପହଞ୍ଚିଲେ ହିଁ ସାମାଜିକ ନ୍ୟାୟ ସୁନିଶ୍ଚିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ପୁଣି ଥରେ କହିଥିଲେ । ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇ ଆସନ୍ତା ବର୍ଷ ଜାନୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା 'ବିକଶିତ ଭାରତ ସଂକଳ୍ପ ଯାତ୍ରା' ପଛରେ ଏହି ଭାବନା ରହିଛି । ସରକାର ମିଶନ ମୋଡରେ ଦେଶର ପ୍ରତ୍ୟେକ ଗାଁକୁ ଯିବେ ଏବଂ ପ୍ରତ୍ୟେକ ଗରିବ ଓ ବଞ୍ଚିତ ବ୍ୟକ୍ତିଙ୍କୁ ସରକାରୀ ଯୋଜନାର ହିତାଧିକାରୀ କରିବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ୨୦୧୮ରେ ଗ୍ରାମ ସ୍ୱରାଜ ଅଭିଯାନର ଆୟୋଜନକୁ ମନେ ପକାଇଥିଲେ ଯେଉଁଥିରେ ୭ଟି ପ୍ରମୁଖ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ହଜାର ସରକାରୀ ଅଧିକାରୀଙ୍କୁ ଗାଁକୁ ପଠାଯାଇଥିଲା ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମାନ ଭାବରେ ସଫଳ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । "ମୁଁ ସେହି ଦିନକୁ ଅପେକ୍ଷା କରିଛି ଯେତେବେଳେ ପ୍ରତ୍ୟେକ ଗରିବ ଲୋକଙ୍କ ପାଖରେ ମାଗଣାରେ ରାସନ କାର୍ଡ, ଉଜ୍ଜ୍ୱଳା ଯୋଜନାରୁ ଗ୍ୟାସ ସଂଯୋଗ, ଘରେ ବିଜୁଳି ଯୋଗାଣ, ଟ୍ୟାପ୍ ପାଣି ସଂଯୋଗ, ଆୟୁଷ୍ମାନ କାର୍ଡ ଏବଂ ପକ୍କା ଘର ରହିବ" । ପ୍ରଧାନମନ୍ତ୍ରୀ ମୋଦୀ ପେନସନ ଯୋଜନାରେ ପ୍ରତ୍ୟେକ କୃଷକ ଏବଂ ଶ୍ରମିକ ଯୋଗ ଦେବା ଏବଂ ଯୁବକ ମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ମୁଦ୍ରା ଯୋଜନାର ଲାଭ ଉଠାଇବା ବିଷୟରେ ତାଙ୍କର ଦୃଷ୍ଟିକୋଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଭାରତର ଗରିବ, ବଞ୍ଚିତ, ମହିଳା, ଯୁବକ ଓ କୃଷକ ମାନଙ୍କ ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି ।

ଏକ ବିକଶିତ ଭାରତ ପାଇଁ ସଂକଳ୍ପର ଏକ ପ୍ରମୁଖ ଭିତ୍ତିଭୂମି ହେଉଛି ପିଏମ ଜନମନ ବା ପିଏମ୍ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ଅଟଳଜୀଙ୍କ ସରକାର ହିଁ ଆଦିବାସୀ ସମାଜ ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରି ଅଲଗା ବଜେଟ ଆବଣ୍ଟନ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ । ଆଦିବାସୀ କଲ୍ୟାଣ ପାଇଁ ବଜେଟ୍ ପୂର୍ବ ତୁଳନାରେ ୬ ଗୁଣା ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମ୍ ଜନମନ ଅଧୀନରେ ସରକାର ଆଦିବାସୀ ଗୋଷ୍ଠୀ ଏବଂ ଆଦିମ ଜନଜାତିଙ୍କ ପାଖରେ ପହଞ୍ଚିବେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ବି ଜଙ୍ଗଲରେ ବାସ କରନ୍ତି । ଦେଶର ୨୨ ହଜାରରୁ ଅଧିକ ଗ୍ରାମରେ ବସବାସ କରୁଥିବା ଲକ୍ଷାଧିକ ଜନସଂଖ୍ୟା ବିଶିଷ୍ଟ ୭୫ଟି ଆଦିବାସୀ ସମ୍ପ୍ରଦାୟ ଓ ଆଦିମ ଜନଜାତିଙ୍କୁ ସରକାର ଚିହ୍ନଟ କରିଛନ୍ତି । "ପୂର୍ବ ସରକାରମାନେ ତଥ୍ୟକୁ ଯୋଡ଼ିବା କାମ କରୁଥିଲେ, କିନ୍ତୁ ମୁଁ ତଥ୍ୟ ନୁହେଁ, ଜୀବନକୁ ଯୋଡ଼ିବାକୁ ଚାହୁଁଛି । ଏହି ଲକ୍ଷ୍ୟ ନେଇ ପିଏମ୍ ଜନମନ ଆଜି ଠାରୁ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ବୃହତ୍ ଅଭିଯାନ ପାଇଁ କେନ୍ଦ୍ର ସରକାର ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଜନଜାତି ସମ୍ପ୍ରଦାୟ ଗୁଡିକର ବିକାଶ ପାଇଁ ରାଷ୍ଟ୍ରପତି ଦ୍ରୁପଦୀ ମୁର୍ମୁଙ୍କ ଦୃଢ଼ ପ୍ରତିବଦ୍ଧତା ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ତାଙ୍କୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶର ପ୍ରେରଣାଦାୟୀ ପ୍ରତୀକ ବୋଲି କହିଥିଲେ । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ମହିଳା ମାନଙ୍କର ନେତୃତ୍ୱାଧୀନ ବିକାଶ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ଅନେକ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । "ଆମ ସରକାର ମହିଳା ମାନଙ୍କ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଯୋଜନା କରିଛନ୍ତି", ବୋଲି  ସେ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ , ବେଟି ବଚାଓ ବେଟି ପଢ଼ାଓ, ବିଦ୍ୟାଳୟରେ ଝିଅ ମାନଙ୍କ ପାଇଁ ପୃଥକ ଶୌଚାଳୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୈନିକ ସ୍କୁଲ ଏବଂ ପ୍ରତିରକ୍ଷା ଏକାଡେମୀ ଖୋଲିବା, ୭୦ ପ୍ରତିଶତ ମୁଦ୍ରା ହିତାଧିକାରୀ ମହିଳା ହେବା, ସ୍ୱୟଂ ସହାୟକ ଗୋଷ୍ଠୀକୁ ରେକର୍ଡ ପରିମାଣର ସହାୟତା ଏବଂ ନାରୀ ଶକ୍ତି ବନ୍ଦନ ଅଧିନିୟମ ପରି ପଦକ୍ଷେପ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ।. ଆଜି ଭାଇ ଦୂଜ ଭଳି ଏକ ପବିତ୍ର ପର୍ବର ଦିନ । ଏହି ଭାଇ ଦେଶର ସମସ୍ତ ଭଉଣୀମାନଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ ଆମ ସରକାର ଆମ ଭଉଣୀମାନଙ୍କ ବିକାଶରେ ଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରିବା ପାଇଁ କାର୍ଯ୍ୟ ଜାରି ରଖିବେ । ମହିଳା ଶକ୍ତିର ଅମୃତ ସ୍ତମ୍ଭ ଏକ ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଶ୍ରୀ ମୋଦୀ କହିଥିଲେ ଯେ ପିଏମ୍ ବିଶ୍ୱକର୍ମା ଯୋଜନା ଏହି ସୂଚନା ପ୍ରଦାନ କରୁଛି ଯେ ଏକ ବିକଶିତ ଭାରତର ଯାତ୍ରାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସାମର୍ଥ୍ୟକୁ ଉପଯୋଗ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଯୋଜନା ବିଶ୍ୱକର୍ମା ବନ୍ଧୁମାନଙ୍କୁ ଆଧୁନିକ ପ୍ରଶିକ୍ଷଣ ଏବଂ ଉପକରଣ ପ୍ରଦାନ କରିବ ବୋଲି ସେ କହିଛନ୍ତି । ଏହି ଯୋଜନାରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ଆଜି ଜାରି ହୋଇଥିବା ପିଏମ୍ କିଷାନ ସମ୍ମାନ ନିଧିର ୧୫ତମ କିସ୍ତି ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୃଷକ ମାନଙ୍କ ଆକାଉଣ୍ଟକୁ ୨,୭୫,୦୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର  କରାଯାଇଛି । ସେ ଗୋପାଳନକାରୀ ଓ ମତ୍ସ୍ୟଜୀବୀ ମାନଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ, ପଶୁ ମାନଙ୍କର ମାଗଣା ଟିକାକରଣ ପାଇଁ ୧୫,୦୦୦ କୋଟି ଟଙ୍କାର ସରକାରୀ ଖର୍ଚ୍ଚ, ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଆର୍ôଥକ ସହାୟତା ଏବଂ ଦେଶରେ ୧୦ ହଜାର ନୂତନ କୃଷକ ଉତ୍ପାଦନ ସଂଘ ଗଠନ କରି ବଜାରକୁ ଅଧିକ ସୁଗମ କରି କୃଷକମାନଙ୍କ ପାଇଁ ଖର୍ଚ୍ଚ ହ୍ରାସ କରିବା ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବରେ ପାଳନ କରିବା ଏବଂ ଶ୍ରୀ ଅନ୍ନକୁ ବିଦେଶୀ ବଜାରକୁ ନେବା ପାଇଁ ସରକାରଙ୍କ ପ୍ରୟାସ ବିଷୟକୁ  ମଧ୍ୟ ସ୍ପର୍ଶ କରିଥିଲେ ।

 

ଝାଡ଼ଖଣ୍ଡରେ ନକ୍ସଲ ହିଂସା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ସାମଗ୍ରିକ ବିକାଶକୁ ଶ୍ରେୟ ଦେଇଛନ୍ତି । ଖୁବ୍ ଶୀଘ୍ର ରାଜ୍ୟ ଗଠନର ୨୫ ବର୍ଷ ପୂରଣ ହେବ ବୋଲି ଆକଳନ କରି ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡରେ ୨୫ଟି ଯୋଜନାର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହା ରାଜ୍ୟର ବିକାଶକୁ ନୂଆ ପ୍ରୋତ୍ସାହନ ଦେବା ସହ ସହଜ ଜୀବନଧାରଣକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି । ଆଧୁନିକ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ, "ଶିକ୍ଷାର ପ୍ରସାର ଏବଂ ଯୁବକ ମାନଙ୍କୁ ସୁଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ", ଯାହା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ମାତୃଭାଷାରେ ଡାକ୍ତରୀ  ଏବଂ ଇଞ୍ଜିନିୟରିଂ ପଢ଼ିବାରେ ସକ୍ଷମ କରେ ।  ଗତ ୯ ବର୍ଷ ମଧ୍ୟରେ ଦେଶରେ ୩୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ୫୫୦୦ ନୂଆ କଲେଜ ପ୍ରତିଷ୍ଠା ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ସେ ଡିଜିଟାଲ ଇଣ୍ଡିଆ ଅଭିଯାନ ଏବଂ ଏକ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥାରେ ପରିଣତ ହେବା ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ।  ରାଞ୍ଚିର ଆଇଆଇଏମ୍ କ୍ୟାମ୍ପସ୍ ଏବଂ ଧାନବାଦସ୍ଥିତ ଆଇଆଇଟି - ଆଇଏସ୍‌ଏମ୍‌ରେ ନୂତନ ହଷ୍ଟେଲ୍‌ର ଉଦଘାଟନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ୍ତଙ୍କ ଶକ୍ତି ଭାରତକୁ ଏକ ନୂତନ ଉଚ୍ଚତାକୁ ନେଇଯିବ ଏବଂ ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ଶ୍ରୀ ସି. ପି. ରାଧାକ୍ରିଷ୍ଣନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ୍ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ବିକଶିତ ଭାରତ ସଂକଳ୍ପ ଯାତ୍ରା

 ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡ଼ିକୁ ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି । ଯୋଜନାର ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଜନଜାତୀୟ ଗୌରବ ଦିବସ ଅବସରରେ 'ବିକଶିତ ଭାରତ ସଂକଳ୍ପ ଯାତ୍ରା' ର ଶୁଭାରମ୍ଭ କରିଥିଲେ ।

 

ଲୋକଙ୍କ ପାଖରେ ପହଞ୍ଚିବା, ସଚେତନତା ସୃଷ୍ଟି କରିବା, ପରିମଳ ସୁବିଧା ଯୋଗାଇ ଦେବା, ଅତ୍ୟାବଶ୍ୟକ ଆର୍ଥିକ ସେବା ପ୍ରଦାନ କରିବା, ବିଜୁଳି ସଂଯୋଗ, ଏଲ୍‌ପିଜି ସିଲିଣ୍ଡର, ଗରିବ ଲୋକଙ୍କ ପାଇଁ ବାସଗୃହ ଯୋଗାଣ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୋଷଣ, ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ଇତ୍ୟାଦି କଲ୍ୟାଣକାରୀ ଯୋଜନାର ଲାଭ ପ୍ରଦାନ ଉପରେ ଯାତ୍ରାରେ ଗୁରୁତ୍ୱ ଦିଆଯିବ । ସମ୍ଭାବ୍ୟ ହିତାଧିକାରୀ ମାନଙ୍କ ପଞ୍ଜୀକରଣ ଯାତ୍ରା ସମୟରେ ହୋଇଥିବା ବିବରଣୀ ମାଧ୍ୟମରେ କରାଯିବ ।

'ବିକଶିତ ଭାରତ ସଂକଳ୍ପ ଯାତ୍ରା' ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ଭ୍ୟାନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏବଂ ୨୦୨୪ ଜାନୁଆରି ୨୫ ତାରିଖ ସୁଦ୍ଧା ବହୁ ସଂଖ୍ୟାରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଯାତ୍ରା ଆରମ୍ଭ ହେବ ଏବଂ ଏହା ଦେଶର ସମସ୍ତ ଜିଲ୍ଲାକୁ ପରିକ୍ରମା କରିବ ।

ପିଏମ୍ ପିଭିଟିଜି ମିଶନ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରଥମ ପଦକ୍ଷେପ – 'ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଏମ୍ ପିଭିଟିଜି) ବିକାଶ ମିଶନ' ର ଶୁଭାରମ୍ଭ କରିଥିଲେ । ପ୍ରାୟ ୨୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୨୨,୫୪୪ଟି ଗାଁ (୨୨୦ଟି ଜିଲ୍ଲା) ରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୫ ପିଭିଟିଜି ବସବାସ କରୁଛନ୍ତି ।

ଏହି ଜନଜାତିମାନେ ବିଚ୍ଛିନ୍ନ, ଦୁର୍ଗମ ଏବଂ ଅପହଞ୍ଚ ବସ୍ତିରେ ରୁହନ୍ତି, ପ୍ରାୟତଃ ଜଙ୍ଗଲ ଅଞ୍ଚଳରେ ରୁହନ୍ତି ଏବଂ ତେଣୁ ପ୍ରାୟ ୨୪,୦୦୦ କୋଟି ଟଙ୍କାର ବଜେଟରେ ପିଭିଟିଜି ପରିବାର ଏବଂ ବସ୍ତିଗୁଡ଼ିକୁ ସଡ଼କ ଏବଂ ଟେଲିକମ୍ ଯୋଗାଯୋଗ, ବିଜୁଳି, ସୁରକ୍ଷିତ ବାସଗୃହ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷାର ଉନ୍ନତ ଉପଲବ୍ଧତା, ସ୍ୱାସ୍ଥ୍ୟ ଏବଂ ପୋଷଣ ଏବଂ ସ୍ଥାୟୀ ଜୀବିକା ସୁଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଏକ ମିଶନ ଯୋଜନା କରାଯାଇଛି ।

ଏହା ବ୍ୟତୀତ ପିଏମ୍‌ଜେଏୱାଇ, ସିକେଲ ସେଲ ରୋଗ ନିରାକରଣ, ଯକ୍ଷ୍ମା ନିରାକରଣ, ଶତ ପ୍ରତିଶତ ଟିକାକରଣ, ପିଏମ୍ ସୁରକ୍ଷିତ ମାତୃତ୍ୱ ଯୋଜନା, ପିଏମ୍ ମାତୃ ବନ୍ଦନା ଯୋଜନା, ପିଏମ୍ ପୋଷଣ, ପିଏମ୍ ଜନ ଧନ ଯୋଜନା ଇତ୍ୟାଦି ପାଇଁ ପୃଥକ ଭାବେ ସଂତୃପ୍ତି ସୁନିଶ୍ଚିତ କରାଯିବ ।

ପିଏମ୍ - କିଷାନ ଏବଂ ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପର ୧୫ତମ କିସ୍ତି

କୃଷକଙ୍କ କଲ୍ୟାଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଆଉ ଏକ ଉଦାହରଣ ପ୍ରଦର୍ଶିତ କରୁଥିବା ଏହି ପଦକ୍ଷେପରେ ୮ କୋଟିରୁ ଅଧିକ ହିତାଧିକାରୀ ମାନଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ - କିଷାନ) ଅଧୀନରେ ପାଖାପାଖି ୧୮,୦୦୦ କୋଟି ଟଙ୍କାର ପଞ୍ଚଦଶ କିସ୍ତି ରାଶି ପ୍ରଦାନ କରାଯାଇଛି । ଏହି ଯୋଜନା ଅଧୀନରେ , ବର୍ତ୍ତମାନ ସୁଦ୍ଧା ୧୪ଟି କିସ୍ତିରେ ୨.୬୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି ।

ପ୍ରଧାନମନ୍ତ୍ରୀ ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ର ସହିତ ସମ୍ପର୍କିତ ପ୍ରାୟ ୭୨୦୦ କୋଟି ଟଙ୍କାର ପ୍ରକଳ୍ପ ଗୁଡିକର ଉଦଘାଟନ କରିଥିଲେ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ଏବଂ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିଥିଲେ, ସେଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୧୩୩ର ମହାଗାମା - ହଂସଡିହା ସେକ୍ସନର ୫୨ କିଲୋମିଟର ଅଂଶକୁ ୪ ଲେନ୍ କରିବା : ୧୧୪ ଏ ନମ୍ବର ଜାତୀୟ ରାଜପଥର ବାସୁକିନାଥ - ଦେଓଘର ସେକ୍ସନର ୪୫ କିଲୋମିଟର ରାସ୍ତାକୁ ୪ ଲେନ୍ କରିବା ; କେଡିଏଚ୍ - ପୂର୍ଣ୍ଣଡିହା କୋଇଲା ପରିଚାଳନା କାରଖାନା ; ଆଇଆଇଆଇଟି ରାଞ୍ଚିର ନୂତନ ଶୈକ୍ଷିକ ଏବଂ ପ୍ରଶାସନିକ କୋଠା ନିର୍ମାଣ ଅନ୍ତର୍ଭୁକ୍ତ ।

ଉଦ୍‌ଘାଟିତ ହୋଇଥିବା  ଓ ଦେଶ ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଆଇଆଇଏମ୍ ରାଞ୍ଚିର ନୂତନ କ୍ୟାମ୍ପସ୍‌; ଆଇଆଇଟି ଆଇଏସ୍‌ଏମ୍ ଧାନବାଦର ନୂଆ ହଷ୍ଟେଲ; ବୋକାରୋରେ ପେଟ୍ରୋଲିୟମ ତୈଳ ଓ ଲୁବ୍ରିକାଂଟସ୍ (ପିଓଏଲ୍‌) ଡିପୋ ; ହଟିଆ - ପାକ୍ରା ସେକ୍ସନର ଦୋହରୀକରଣ, ତାଳଗଡ଼ିଆ - ବୋକାରୋ ସେକ୍ସନ ଏବଂ ସାରଙ୍ଗଡିହ - ପତ୍ରାତୁ ସେକ୍ସନ ଭଳି ଅନେକ ରେଳ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଝାଡ଼ଖଣ୍ଡ ରାଜ୍ୟରେ ଶତ ପ୍ରତିଶତ ରେଳ ବିଦ୍ୟୁତିକରଣର ସଫଳତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: State Visit of President of Republic of Korea to India
April 20, 2026

Outcomes:

1. Joint Strategic Vision for the India-ROK Special Strategic Partnership

2. India-ROK Comprehensive Framework for Partnership in Shipbuilding, Shipping & Maritime Logistics

3. India-Republic of Korea Joint Statement on Cooperation in Field of Sustainability

4. India-Republic of Korea Joint Statement on Energy Resource Security

MOUs/ Frameworks

1. MOU on Cooperation in the Field of Ports

2. MOU on the Establishment of the Industrial Cooperation Committee

3. MOU on Cooperation in the Field of Technology and Trade for Steel Supply Chain

4. MOU on Cooperation in the Field of Small and Medium sized Enterprises

5. MoU for Cooperation in the Field of Maritime Heritage

6. Joint Declaration on Resuming the Negotiations to upgrade the Comprehensive Economic Partnership Agreement between India and ROK

7. MoU between IFSCA and FSS/FSC in relation to Mutual Cooperation

8. MOU between NPCI International Payments Limited and Korean Financial Telecommunications & Clearings Institute

9. MOU on Cooperation in the Field of Science & Technology

10. Framework for India-Korea Digital Bridge

11. MOU on on Cooperation in the Field of Climate and the Environment

12. MOU on the Cooperative Approach under Article 6.2 of the Paris Agreement

13. Cultural Exchange Programme between India and ROK for the Years 2026-2030

14. MOU on Cooperation in Cultural and Creative Industries

15. MOU on Cooperation in the Field of Sports

Announcements

1. Launch of Economic Security Dialogue

2. Establishment of Distinguished Visitors Programme (DVP)

3. Launch of dialogue between the two Foreign Ministries on Global Themes, including Climate Change, Arctic, and Maritime Cooperation.

4. ROK joining Indo Pacific Oceans Initiative

5. ROK joining International Solar Alliance and India joining Global Green Growth Institute (GGGI)

6. Commemoration of the Year 2028-29 as Year of India-ROK Friendship