ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ନଭେମ୍ବର ୨୦୨୨ରେ ଇଣ୍ଡୋନେସିଆର ବାଲି ଠାରେ ୮୦୦ରୁ ଊର୍ଦ୍ଧ୍ବ ଭାରତୀୟ ସମୁଦାୟ ଏବଂ ବନ୍ଧୁମାନଙ୍କୁ ଉଦବୋଧନ ଦେବା ସହିତ ସେମାନଙ୍କ ସହିତ ମତ ବିନିମୟ କରିଛନ୍ତି । ସମଗ୍ର ଇଣ୍ଡୋନେସିଆରୁ ବିଭିନ୍ନ ବର୍ଗର ସକ୍ରିୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସମବେତ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ରହିଥିବା ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ଦୁଇ ଦେଶ ମଧ୍ୟରେ ରହିଥିବା ସାଂସ୍କୃତିକ ଏବଂ ବାଣିଜ୍ୟିକ ସମ୍ପର୍କକୁ ଲୋକଲୋଚନକୁ ଆଣିବା ଲାଗି ପ୍ରାଚୀନ ‘‘ବାଲି ଯାତ୍ରା’’ ପରମ୍ପରା ବିଷୟରେ ସେ ଉଲ୍ଲେଖ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ରହିଥିବା ସମାନତା ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ ।

କଠିନ ପରିଶ୍ରମ ଏବଂ ସେମାନେ ଗ୍ରହଣ କରିଥିବା ମାତୃଭୂମି ପ୍ରତି ସମର୍ପଣ ଜରିଆରେ ଭାରତର ସମ୍ମାନ ଏବଂ ପରିଚୟ ବୃଦ୍ଧି ଦିଗରେ ଭାରତୀୟ ସମୁଦାୟ ସଦସ୍ୟମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।  ଭାରତ-ଇଣ୍ଡୋନେସିଆ ସମ୍ପର୍କରେ ରହିଥିବା ସକାରାତ୍ମକ ଦିଗ ଏବଂ ଏହି ସମ୍ପର୍କକୁ ସୁଦୃଢ଼ କରିବାରେ ଭାରତୀୟ ସମୁଦାୟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଭାରତର ବିକାଶଧାରା, ଏହାର ସଫଳତା, ଡିଜିଟାଲ ପ୍ରଯୁକ୍ତି, ଅର୍ଥ, ସ୍ବାସ୍ଥ୍ୟ, ଦୂରସଞ୍ଚାର ଏବଂ ମହାକାଶ ଭଳି କ୍ଷେତ୍ରରେ ଏହାର ଉପଲବ୍ଧି ଏବଂ ସଫଳତା ବିଷୟରେ ଆଲୋକପାତ କରିଥିଲେ । ସେ ଆହୁରି କହିଥିଲେ ଯେ, ବିକାଶ ପାଇଁ ଭାରତର ଭବିଷ୍ୟତ ଯୋଜନାରେ ବିଶ୍ବର ରାଜନୈତିକ ଓ ଆର୍ଥିକ ଆକାଂକ୍ଷା ସାମିଲ ରହିଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପରେ ବିଶ୍ବ କଲ୍ୟାଣର ଭାବନା ନିହିତ ଅଛି ।

ଆସନ୍ତା ୮ରୁ ୧୦ ଜାନୁଆରୀ, ୨୦୨୩ରେ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଏବଂ ଏହାପରେ ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ଗୁଡ଼ି ମହୋତ୍ସବରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟର ସଦସ୍ୟ ଏବଂ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi