ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବାରଣାସୀ ଠାରେ ବାବା ବିଶ୍ୱନାଥ ଧାମ ଉଦଘାଟନ କରିବା ପରେ ନିଜ କାର୍ଯ୍ୟକ୍ରମ ଜାରି ରଖିଥିଲେ । ସେ ପବିତ୍ର ଗଙ୍ଗା ନଦୀରେ ବୁଡ ପକାଇବା ସହ ପୂଜାର୍ଚ୍ଚନା କରିଥିଲେ । ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗଙ୍ଗା ଆରତୀରେ ଭାଗ ନେଇଥିଲେ ।

ଗଙ୍ଗା ଆରତୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି କାଶୀରେ ଆରତୀ କରିବା ପରେ ମନରେ ନୂଆ ଶକ୍ତି ଭରି ଯାଇଥାଏ । ସେ କହିଛନ୍ତି, “କାଶୀର ଗଙ୍ଗା ଆରତୀ ସର୍ବଦା ଅନ୍ତର୍ମନରେ ନୂଆ ଶକ୍ତି ଭରିଦିଏ । ଆଜି କାଶୀର ବଡ ସ୍ୱପ୍ନ ପୂରଣ ହେବା ପରେ ଦଶାଶ୍ୱମେଧ ଘାଟରେ ଗଙ୍ଗା ଆରତୀରେ ସାମିଲ ହେଲି ଓ ମା ଗଙ୍ଗାଙ୍କ କୃପା ଭିକ୍ଷା କଲି । ନମାମି ଗଙ୍ଗେ ତବ ପାଦ ପଙ୍କଜମ୍ ।” 

ପରେ ପ୍ରଧାମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, “କାଶୀଠାରେ @BJP4India ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କ ସହ ଏବେ ବୈଠକ ସରିଲା ।”     

ପ୍ରଧାନମନ୍ତ୍ରୀ କାଶୀରେ ବିକାଶମୂଳକ କାର୍ଯ୍ୟଗୁଡିକର ନୀରିକ୍ଷଣ କରିଥିଲେ । ସେ ଏକ ଟ୍ୱିଟରେ କହିଛନ୍ତି,

“କାଶୀରେ ପ୍ରମୁଖ ବିକାଶମୂଳକ କାର୍ଯ୍ୟଗୁଡିକର ନୀରିକ୍ଷଣ କଲି । ଏହି ପବିତ୍ର ସହର ପାଇଁ ସବୁଠାରୁ ଭଲ ଭିତ୍ତିଭୂମି ସୃଷ୍ଟି କରିବାକୁ ଆମେ ଉଦ୍ୟମରତ ।”

ପ୍ରଧାନମନ୍ତ୍ରୀ ରେଳ ଷ୍ଟେସନକୁ ମଧ୍ୟ ଗସ୍ତ କରିଥିଲେ । ସେ କହିଥିଲେ, “ପରବର୍ତ୍ତୀ ଗନ୍ତବ୍ୟ.. ବନାରସ ଷ୍ଟେସନ । ଆମେ ରେଳ ସଂଯୋଗ ବୃଦ୍ଧି ସହ ସ୍ୱଚ୍ଛ, ଆଧୁନିକ ଓ ଯାତ୍ରୀ ଅନୁକୂଳ ରେଳ ଷ୍ଟେସନ ସୁନିଶ୍ଚିତ କରିବା ପାଇଁ ପ୍ରୟାସରତ ।”   

ବିଳମ୍ବିତ ରାତିରେ ସେ ବିକାଶମୂଳକ ପ୍ରକଳ୍ପଗୁଡିକର ନୀରିକ୍ଷଣ କରିଥିଲେ । ସାଧାରଣ ଜନତାଙ୍କୁ ଅସୁବିଧାରେ ନପକାଇବା ପାଇଁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟଶୈଳୀ ଆପଣାଇଛନ୍ତି । ସ୍ଥାନୀୟ ସାଂସଦ ଭାବେ ପ୍ରଧାନମନ୍ତ୍ରୀ ଜନତାଙ୍କୁ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ଭେଟିଥିଲେ ।  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure