Today, with the grace of Sri Sri Harichand Thakur ji, I have got the privilege to pray at Orakandi Thakurbari: PM Modi
Both India and Bangladesh want to see the world progressing through their own progress: PM Modi in Orakandi
Our government is making efforts to make Orakandi pilgrimage easier for people in India: PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶ ଯାତ୍ରାର ଦ୍ୱିତୀୟ ଦିନରେ ଢ଼ାକାର ଓରକାଣ୍ଡିସ୍ଥିତ ହରି ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ସେଠାରେ ଆୟୋଜିତ ସାର୍ବଜନୀନ ସମ୍ବର୍ଦ୍ଧନା ସମାରୋହରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପରମ ପୂଜ୍ୟ ଠାକୁର ପରିବାରର ବଂଶଜଙଙ୍କ ସହିତ ମଧ୍ୟ ଭାବ ମିନିମୟ କରିଥିଲେ ।.

ପ୍ରଧାନମନ୍ତ୍ରୀ ଓରକାଣ୍ଡିରେ ମତୁଆ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ । ଏହା ସେହି ସ୍ଥାନ ଯେଉଁଠାରେ ଶ୍ରୀ ଶ୍ରୀ ହରି ଚନ୍ଦ୍ର ଠାକୁରଜୀ ସାମାଜିକ ସୁଧାର ପାଇଁ ସମ୍ବନ୍ଧିତ ନିଜର ପବିତ୍ର ବିଚାର ଏବଂ ସଂଦେଶର ପ୍ରଚାର ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ଜୋର ଦେଇ କହିଥିଲେ ଯେ ଭାରତ ଏବଂ ବାଂଲାଦେଶ ନିଜ ନିଜ ରାଷ୍ଟ୍ରର ବିକାଶ ଏବଂ ଉନ୍ନତି ମାଧ୍ୟମରେ ସମଗ୍ର ବିଶ୍ୱର ପ୍ରଗତି ଚାହାନ୍ତି । ଉଭୟ ରାଷ୍ଟ୍ର ଆଶା କରନ୍ତି ଯେ ସମଗ୍ର ବିଶ୍ୱରେ ଅସ୍ଥିରତା, ଆତଙ୍କ ଏବଂ ଅଶାନ୍ତି ନୁହେଁ ବରଂ ସ୍ଥିରତା, ପ୍ରେମ ଏବଂ ଶାନ୍ତିର ବାତାବରଣ ବିରାଜମାନ କରିବା ଆବଶ୍ୟକ । ଶ୍ରୀ ଶ୍ରୀ ହରି ଚନ୍ଦ୍ର ଠାକୁର ଜୀ ମଧ୍ୟ ଆମମାନଙ୍କୁ ଶାନ୍ତି, ସ୍ଥିରତା ଏବଂ ପ୍ରେର ମାର୍ଗରେ ପରିଚାଳିତ ହେବା ନିମନ୍ତେ ସନ୍ଦେଶ ଦେଇଛନ୍ତି 

 

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଆଜି ଭାରତ ‘ସବକା ସାଥ୍‍, ସବକା ବିକାଶ ଏବଂ ସବକା ବିଶ୍ୱାସ’କୁ ମୂଳମନ୍ତ୍ର ଭାବେ ନିଜ ସାଥିରେ ନେଇ ଆଗକୁ ବଢ଼ିବାରେ ଲାଗିଛି । ଅପର ପକ୍ଷେ ବାଂଲାଦେଶରେ ମଧ୍ୟ ‘ସହଯାତ୍ରୀ’କୁ ମୂଳମନ୍ତ୍ର ଭାବେ ନିଜ ଅନ୍ତରରେ ସମାହିତ କରିଛି । ବାଂଲାଦେଶ ଆଜି ସମଗ୍ର ବିଶ୍ୱରେ ବିକାଶ ଏବଂ ପରିବର୍ତ୍ତନର ଏକ ମଜଭୁତ ଉଦାହରଣ ସୃଷ୍ଟି କରିଛି, ଏବଂ ବାଂଲାଦେଶର ଏହି ପ୍ରୟାସ ଦ୍ୱାରା ଭାରତ ‘ସହଯାତ୍ରୀ’ର ଭୂମିକାରେ ରହିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଓରକାଣ୍ଡିରେ ବର୍ତ୍ତମାନ ଥିବା ବାଳିକା ମାଧ୍ୟମିକ ବିଦ୍ୟାଳୟକୁ ଅପଗ୍ରେଡ଼ କରିବା ଏବଂ ଏକ ନୂତନ ପ୍ରାଥମିକ ସ୍କୁଲର ସ୍ଥାପନା କରିବା ବ୍ୟତୀତ ଅନ୍ୟ କେତେକ ଘୋଷଣା ଭାରତ ପକ୍ଷରୁ କରାଯାଇଛି । ପ୍ରଧାନମନ୍ତ୍ରୀ ସୂଚୀତ କରିଥିଲେ ଯେ ଶ୍ରୀ ଶ୍ରୀ ହରି ଚନ୍ଦ୍ର ଠାକୁର ଜୀଙ୍କ ଜୟନ୍ତୀ ଅବସରରେ ଆୟୋଜିତ ହେବାକୁ ଥିବା ପବିତ୍ର ‘ବାରୁଣୀସ୍ନାନ’ରେ ଅଂଶ ଗ୍ରହଣ କରିବା ନିମନ୍ତେ ପ୍ରତି ବର୍ଷ ଭାରତର ବିପୁଳ ସଂଖ୍ୟାରେ ଲୋକ ବାଂଲାଦେଶର ଓରକାଣ୍ଡିକୁ ଆସିଥାନ୍ତି । ପ୍ରଧାନମନ୍ତ୍ରୀ ସୂଚୀତ କରିଥିଲେ ଯେ ଶ୍ରଦ୍ଧାଳୁମାନଙ୍କ ଏହି ଯାତ୍ରାକୁ ଆହୁରି ଅଧିକ ସୁଗମ କରିବା ନିମନ୍ତେ ସକଳ ପ୍ରକାର ଜରୁରୀ ପଦକ୍ଷେପ ଉଠାଯିବା ଆବଶ୍ୟକ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi