ମୁଁ ଯେତେବେଳେ ମରିସସ୍ ଆସେ, ସେତେବେଳେ ଲାଗୁଛି ଯେମିତି ମୁଁ ନିଜ ଲୋକଙ୍କ ଭିତରେ ଅଛି: ପ୍ରଧାନମନ୍ତ୍ରୀ
ମରିସସବାସୀ ଏବଂ ସରକାର ମୋତେ ସେମାନଙ୍କର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ମୁଁ ଏହି ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କରୁଛି: ପ୍ରଧାନମନ୍ତ୍ରୀ
ଏହା କେବଳ ମୋ ପାଇଁ ସମ୍ମାନ ନୁହେଁ, ଏହା ଭାରତ ଓ ମରିସସ୍ ମଧ୍ୟରେ ଐତିହାସିକ ସମ୍ପର୍କ ପାଇଁ ସମ୍ମାନର ବିଷୟ: ପ୍ରଧାନମନ୍ତ୍ରୀ
ମରିସସ୍ ଏକ 'ମିନି ଇଣ୍ଡିଆ' ଭଳି: ପ୍ରଧାନମନ୍ତ୍ରୀ
ଆମ ସରକାର ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବଂ ଏହାର ଭାବନାକୁ ପୁନର୍ଜୀବିତ କରିଛନ୍ତି: ପ୍ରଧାନମନ୍ତ୍ରୀ
ଖୁବଶୀଘ୍ର ସାରା ବିଶ୍ୱରେ ଜଳଖିଆ ମେନୁରେ ସାମିଲ ହେବ ବିହାରର ମଖାନା : ପ୍ରଧାନମନ୍ତ୍ରୀ
ମରିସସରେ ଥିବା ସପ୍ତମ ପିଢ଼ିର ଭାରତୀୟଙ୍କୁ ଓସିଆଇ କାର୍ଡ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି: ପ୍ରଧାନମନ୍ତ୍ରୀ
ମରିସସ୍ କେବଳ ଏକ ଅଂଶୀଦାର ଦେଶ ନୁହେଁ; ଆମ ପାଇଁ ମରିସସ୍ ଏକ ପରିବାର: ପ୍ରଧାନମନ୍ତ୍ରୀ
ମରିସସ୍ ଭାରତର ସାଗର ଭିଜନର କେନ୍ଦ୍ରରେ ରହିଛି: ପ୍ରଧାନମନ୍ତ୍ରୀ
ମରିସସ ସମୃଦ୍ଧ ହେଲେ ଭାରତ ପ୍ରଥମେ ଉତ୍ସବ ପାଳନ କରିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ମରିସସରେ ଭାରତୀୟ ସମ୍ପ୍ରଦାୟ ଏବଂ ଭାରତର ବନ୍ଧୁମାନଙ୍କର ଏକ ସମାବେଶକୁ ଆଜି ତ୍ରିୟାନନ କନଭେନସନ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାମାଜିକ-ସାଂସ୍କୃତିକ ସଂଗଠନ ଏବଂ ବ୍ୟବସାୟୀ ନେତାଙ୍କ ସମେତ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ମରିସସର ଅନେକ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ ।

 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ରାମଗୁଲାମ ଘୋଷଣା କରିଥିଲେ ଯେ ମରିସସ୍ ଜାତୀୟ ଦିବସ ପାଳନ ଅବସରରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏହାର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଆଣ୍ଡ୍ କି ଅଫ୍ ଦି ଇଣ୍ଡିଆନ୍ ଓସେନ୍ (ଜିସିଏସକେ)' ପ୍ରଦାନ କରିବ। ଏହି ଅସାଧାରଣ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

 

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବନ୍ଧୁତା ଏବଂ ଦୁଇ ଦେଶ ମଧ୍ୟରେ ଜୀବନ୍ତ ତଥା ସ୍ୱତନ୍ତ୍ର ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ପାଇଁ ଧନ୍ୟବାଦ ଜଣାଇଥିଲେ । ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ସେ ପ୍ରଧାନମନ୍ତ୍ରୀ ରାମଗୁଲାମ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ବୀଣା ରାମଗୁଲାମଙ୍କୁ ଓସିଆଇ କାର୍ଡ ପ୍ରଦାନ କରିଥିଲେ। ଜାତୀୟ ଦିବସ ଅବସରରେ ମରିସସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଦୁଇ ଦେଶର ମିଳିତ ଐତିହାସିକ ଯାତ୍ରାକୁ ମନେ ପକାଇଥିଲେ । ମରିସସର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ସାର୍ ସିଉସାଗୁର ରାମଗୁଲାମ, ସାର୍ ଅନିରୁଦ ଯୁଗନାଥ, ମଣିଲାଲ ଡକ୍ଟର ଏବଂ ଅନ୍ୟମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମରିସସର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି କହିଥିଲେ। ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କର ଭିତ୍ତିଭୂମି ସୃଷ୍ଟି କରୁଥିବା ମିଳିତ ଐତିହ୍ୟ ଏବଂ ପାରିବାରିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମରିସସରେ ଥିବା ଭାରତୀୟ ବଂଶୋଦ୍ଭବ ସମ୍ପ୍ରଦାୟ କିପରି ସେମାନଙ୍କର ସାଂସ୍କୃତିକ ମୂଳକୁ ସୁରକ୍ଷିତ ରଖିଛନ୍ତି ଏବଂ ପୋଷଣ କରିଛନ୍ତି ତାହାକୁ ପ୍ରଶଂସା କରିଥିଲେ । ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ମରିସସ୍ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ମରିସସରେ ଥିବା ଭାରତୀୟ ବଂଶୋଦ୍ଭବ ସପ୍ତମ ପିଢ଼ିର ଲୋକଙ୍କୁ ଓସିଆଇ କାର୍ଡ ଉପଲବ୍ଧ କରାଯାଇପାରିବ। ଗିରମିଟିଆ ପରମ୍ପରାକୁ ଆଗେଇ ନେବା ପାଇଁ ଭାରତ ଅନେକ ପଦକ୍ଷେପକୁ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

 

ମରିସସର ଘନିଷ୍ଠ ବିକାଶ ସହଯୋଗୀ ଭାବେ ଭାରତ ଗୌରବ ଅର୍ଜନ କରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ଆହୁରି ବିସ୍ତୃତ ଭାବରେ କହିଥିଲେ ଯେ ଭାରତ-ମରିସସ୍ ସ୍ୱତନ୍ତ୍ର ସମ୍ପର୍କ ଭାରତର ସାଗର ଭିଜନ ଏବଂ ଗ୍ଲୋବାଲ ସାଉଥ୍ ସହିତ ଏହାର ସମ୍ପର୍କରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜଳବାୟୁ ପରିବର୍ତ୍ତନର ମିଳିତ ଆହ୍ୱାନର ମୁକାବିଲା ବିଷୟରେ ସେ ଆନ୍ତର୍ଜାତିକ ସୋଲାର ଆଲାଏନ୍ସ ଏବଂ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ପଦକ୍ଷେପରେ ମରିସସର ଭାଗିଦାରୀକୁ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏକ ପେଡ଼ ମା କେ ନାମ (ପ୍ଲାଣ୍ଟ4ମଦର) ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯାହା ଅଧୀନରେ ସେ ଐତିହାସିକ ସାର୍ ସିଉସାଗୁର ରାମଗୁଲାମ୍ ଉଦ୍ଭିଦ ଉଦ୍ୟାନରେ ଏକ ଚାରା ରୋପଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଅଭିଭାଷଣ ଏଠାରେ ଦେଖାଯାଇ ପାରିବ।

 

ଇନ୍ଦିରା ଗାନ୍ଧୀ ସେଣ୍ଟର ଫର୍ ଇଣ୍ଡିଆନ କଲ୍‌ଚର (ଆଇଜିସିଆଇସି), ମହାତ୍ମା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ (ଏମଜିଆଇ) ଓ ଆନ୍ନା ମେଡିକାଲ କଲେଜର କଳାକାରମାନେ ଏହି କାର୍ଯ୍ୟକ୍ରମରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India's energy sector records rapid growth in last 10 years, total installed capacity jumps 56%

Media Coverage

India's energy sector records rapid growth in last 10 years, total installed capacity jumps 56%
NM on the go

Nm on the go

Always be the first to hear from the PM. Get the App Now!
...
PM pays tributes to Dr. Syama Prasad Mukherjee on his Balidan divas
June 23, 2025

The Prime Minister Shri Narendra Modi today paid tributes to Dr. Syama Prasad Mukherjee on his Balidan Divas.

In a post on X, he wrote:

“डॉ. श्यामा प्रसाद मुखर्जी को उनके बलिदान दिवस पर कोटि-कोटि नमन। उन्होंने देश की अखंडता को अक्षुण्ण रखने के लिए अतुलनीय साहस और पुरुषार्थ का परिचय दिया। राष्ट्र निर्माण में उनका अमूल्य योगदान हमेशा श्रद्धापूर्वक याद किया जाएगा।”