ଦେବଭୂମି ଉତ୍ତରାଖଣ୍ଡକୁ ଆଉଥରେ ଆସିବା ମୋର ପରମ ସୌଭାଗ୍ୟ : ପ୍ରଧାନମନ୍ତ୍ରୀ
ଚଳିତ ଶତାବ୍ଦୀ ଉତ୍ତରାଖଣ୍ଡର ଶତାବ୍ଦୀ ଭାବେ ପରିଚିତ : ପ୍ରଧାନମନ୍ତ୍ରୀ
ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉତ୍ତରାଖଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ
ସବୁ ଋତୁରେ ଉତ୍ତରାଖଣ୍ଡରେ ପର୍ଯ୍ୟଟନ ହେବା ଜରୁରୀ
ଉତ୍ତରାଖଣ୍ଡକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆମ ସରକାର ମିଳିତ ଭାବେ କାମ କରୁଛନ୍ତି

ଉତ୍ତରାଖଣ୍ଡର ହର୍ଷିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରମସାଧ୍ୟ ଯାତ୍ରା ଓ ବାଇକ ରାଲି ଉଦଘାଟନ କରିବା ପରେ ଶୀତ ପର୍ଯ୍ୟଟନ କାର୍ଯ୍ୟକ୍ରମରେ  ଅଂଶଗ୍ରହଣ କରିଥିଲେ । ମୁଖବାରେ ମା ଗଙ୍ଗାଙ୍କ ସେ ପୂଜା ଓ ଦର୍ଶନ କରିଥିଲେ । ସମବେତ ଜନତାକୁ ଉଦବୋଧନ ଦେଇ ମାନା ଗାଁରେ ହୋଇଥିବା ଦୁଃଖଦ ଘଟଣା ପ୍ରତି ସେ ସମବେଦନା ଜଣାଇଥିଲେ ଓ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଜଣାଇଥିଲେ । ଏପରି ସଂକଟ ସମୟରେ ସାରା ଦେଶ ସେମାନଙ୍କ ସହ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେବଭୂମି ଭାବେ ପରିଚିତ ଉତ୍ତରାଖଣ୍ଡ ଧାର୍ମିକ ଊର୍ଜାରେ ଭରପୂର ଓ ଚାରି ଧାମ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଛି । ଜୀବନ ପ୍ରଦାୟନକାରୀ ମା ଗଙ୍ଗାଙ୍କ ଶୀତୁଆ ସ୍ଥଳ ଭାବରେ ଏହି ଦେବଭୂମିର ତାତ୍ପର୍ଯ୍ୟ ରହିଛି । ଏହି ସ୍ଥାନକୁ ପୁଣିଥରେ ଆସି ଏଠାକାର ବାସିନ୍ଦାଙ୍କୁ ସାକ୍ଷାତ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ମା ଗଙ୍ଗାଙ୍କ ଆଶୀର୍ବାଦରୁ ଶତାବ୍ଦୀ ଧରି ଉତ୍ତରାଖଣ୍ଡ ବାସିନ୍ଦାଙ୍କ ସେ ସେବା କରିଆସୁଥିବା କହିଥିଲେ । ମା ଗଙ୍ଗାଙ୍କ ଆଶୀର୍ବାଦରୁ ସେ କାଶୀ ଆସିଛନ୍ତି ଓ ସେଠାରୁ ସେ ସଂସଦକୁ ପ୍ରତିନିଧିତ୍ୱ କରୁଥିବା କହିଥିଲେ । ମା ଗଙ୍ଗାଙ୍କର ତାଙ୍କ ପ୍ରତି ରହିଥିବା ଭଲ ପାଇବା ପାଇଁ ସେ ମୁଖବା ଗାଁକୁ ଆସିପାରିଛନ୍ତି ଓ ମୁଖିମଠରେ ପୂଜାର୍ଚ୍ଚନା କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ହର୍ଷିଲ ଗାଁକୁ ଆସି ସ୍ଥାନୀୟ ମହିଳା ବା ଦିଦି-ଭୂଲିୟାମାନଙ୍କ ଆତିଥ୍ୟକୁ ପ୍ରଧାନମନ୍ତ୍ରୀ ଭୂରିଭୂରି ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ହର୍ଷିଲ ରାଜମା ପ୍ରଦାନ କରିଥିବାରୁ ସେ ସ୍ଥାନୀୟ ମହିଳାମାନଙ୍କୁ ଧନ୍ୟବାଦ ଦେଇଥିଲେ ।

 

ବାବା କେଦାରନାଥଙ୍କ ପୀଠ ଗସ୍ତ କରିଥିବା ସ୍ମୃତିକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ଏହି ଶତାବ୍ଦୀ ବାବା କେଦାରନାଥଙ୍କ ଶତାବ୍ଦୀ ଭାବେ ପରିଚିତ ହେବ ବୋଲି ସେ କହିଥିଲେ । ନୂଆ ରାଜ୍ୟ ଗଠନ ହେବା ପରେ ଉତରାଖଣ୍ଡର ବିକାଶ ପାଇଁ ରାସ୍ତା ଫିଟୁଛି । ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ଶୀତକାଳୀନ ପର୍ଯ୍ୟଟନ ଏ କ୍ଷେତ୍ରରେ ଏକ ବଳିଷ୍ଠ ପଦକ୍ଷେପ । ରାଜ୍ୟର ବିକାଶ ପାଇଁ ଉତରାଖଣ୍ଡ ସରକାରଙ୍କର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ ।

ରାଜ୍ୟରେ ବର୍ଷ ସାରା ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟକ୍ରମ ଚାଲୁ ରହିଲେ ରାଜ୍ୟର ଅର୍ଥନୀତିରେ ବିକାଶ ଘଟିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରତିଟି ଋତୁରେ ପର୍ଯ୍ୟଟନ ଭିତିକ କାର୍ଯ୍ୟକ୍ରମ ଚାଲୁ ରହିବା ଉଚିତ ବୋଲି ସେ କହିଥିଲେ । ସାଧାରଣତଃ ମାର୍ଚ୍ଚ, ଏପ୍ରିଲ, ମେ ଓ ଜୁନରେ ଏଠାକୁ ବିଭିନ୍ନ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଶୀତ ଦିନରେ ଏତେଟା ପର୍ଯ୍ୟଟକ ଆସୁନଥିବାରୁ ହୋଟେଲ, ରିସର୍ଟ, ହୋମ ଷ୍ଟେ ପ୍ରାୟତଃ ଖାଲି ପଡିଥାଏ । ଏଥିପାଇଁ ଅର୍ଥନୈତିକ ବିକାଶ ବାଧା ପ୍ରାପ୍ତ ହୋଇଥାଏ ଓ ପରିବେଶ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ ।

ଶୀତ ଦିନରେ ଉତରାଖଣ୍ଡ ପରିଦର୍ଶନ କଲେ ଏହି ଦେବଭୂମିର ସୁନ୍ଦରତାକୁ ଅନୁଭବ କରିହେବ । ଏହି ଅଂଚଳରେ ଉପଲବ୍ଧ ଟ୍ରେକିଂ ଓ ସ୍କାଇଂର ଭରପୂର ମଜା ନେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ସମୟରେ ଏଠାରେ ଅନୁଷ୍ଠିତ ବିଭିନ୍ନ ପୂଜାପାଠର ଲାଭ ଉଠାଇବା ଦରକାର ବୋଲି ସେ ଅଭିହିତ କରିଥିଲେ । ବିଶେଷକରି ମୁଖବା ଗାଁରେ ଅନୁଷ୍ଠିତ ଧାର୍ମିକ ଉତ୍ସବ ଏହି ଅଂଚଳର ପ୍ରାଚୀନ ଓ ଗୌରବାବହ ଐତିହ୍ୟକୁ ପ୍ରତିପାଦିତ କରିଥାଏ । ବର୍ଷ ସାରା ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ଭିତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ଦିବ୍ୟ ଅନୁଭୂତି ଦେବାରେ ସହାୟକ । ସ୍ଥାନୀୟ ବାସିନ୍ଦା ଓ ଯୁବକମାନଙ୍କୁ ରୋଜଗାର ଦେବାରେ ଏହାଲ ବିଶେଷ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଉତରାଖଣ୍ଡକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ମିଳିତ ଭାବେ କାମ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଗତ ଶତାବ୍ଦୀରେ ହୋଇଥିବା ସବୁ ଋତୁକାଳୀନ ଚାରି ଧାମ ରାସ୍ତା, ଆଧୁନିକ ଏକ୍ସପ୍ରେସ ବେ, ରେଳବାଇ, ବିମାନ ସେବାର ସମ୍ପ୍ରସାରଣ କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କେଦାରନାଥ  ରୋପ ବେ ପ୍ରକଳ୍ପ, ହେମକୁଣ୍ଡ ରୋପ ବେ ପ୍ରକଳ୍ପକୁ ନିକଟରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଥିବା ସେ କହିଥିଲେ । କେଦାରନାଥ  ରୋପ ବେ ପ୍ରକଳ୍ପ ଆଠ/ନଅ ଘଂଟାର ଯାତ୍ରାକୁ ତିରିଶ ମିନିଟ ଭିତରେ ସାରିପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ଏହି ରୋପ ବେ ପ୍ରକଳ୍ପ ଲାଗି ହଜାର ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏପ୍ରକାର ରୂପାନ୍ତରୀକରଣ ପଦକ୍ଷେପ ପାଇଁ ଉତରାଖଣ୍ଡ ଓ ସାରା ଦେଶକୁ ସେ ଧନ୍ୟବାଦ ଜଣାଇଥିଲେ ।

ବାତାନୁକୂଳ କୁଡିଆ, କନଭେନସନ ସେଂଟର, ହେଲିପ୍ୟାଡ ଭିତିଭୂମି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରକାଶ କରିଥିଲେ । ଟିମର ସେନ ମହାଦେବ, ମାନା ଗାଁ, ଜାଦୁଙ୍ଗ ଗାଁରେ ନୂଆକରି ପର୍ଯ୍ୟଟନ ଭିତିଭୂମି ଗଢି ଉଠୁଥିବା ସେ କହିଥିଲେ । ୧୯୬୨ରେ ମାନା ଓ ଜାଦୁଙ୍ଗ ଗାଁ ଖାଲି ହୋଇଥିବା ବେଳେ ଏଠାରେ ଏବେ ଥଇଥାନ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଫଳରେ ଗତ ଶତାବ୍ଦୀରେ ଉତରାଖଣ୍ଡକୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି । ୨୦୧୪ ପୂର୍ବରୁ ଚାରି ଧାମ ଯାତ୍ରା ଅବସରରେ ଏଠାକୁ ଆନୁମାନିକ ୧୮ ଲକ୍ଷ ପର୍ଯ୍ୟଟକ ଆସିଥିବା ବେଳେ ପ୍ରତିବର୍ଷ ଏଠାକୁ ୫୦ ଲକ୍ଷ ପର୍ଯ୍ୟଟକ ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ଚଳିତବର୍ଷ ବଜେଟରେ ପ୍ରାୟ ୫୦ଟି ନୂଆ ପର୍ଯ୍ୟଟନ ସ୍ଥାନ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ଉତରାଖଣ୍ଡ ସୀମାବର୍ତୀ ଅଂଚଳରୁ ବି ପର୍ଯ୍ୟଟନ ବିକଶିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଅତୀତରେ ଶେଷ ଗାଁ ବୋଲି ବିବେଚିତ ହେଉଥିବା ଗାଁ ଏବେ ପ୍ରଥମ ଗାଁ ଭାବେ ଖ୍ୟାତ ହୋଇପାରିଛି । ଭାଇବ୍ରାଂଟ ଭିଲେଜ ପ୍ରୋଗ୍ରାମ ଅଧୀନରେ ଏହି ଅଂଚଳର ଦଶଟି ଗାଁକୁ ଏବେ ଅନ୍ତର୍ଭୁକ୍ତ କରାଯାଇଛି । ନେଲଙ୍ଗ ଓ ଜାଦୁଙ୍ଗ ଗାଁକୁ ପୁନର୍ଗଠିତ କରାଯାଇ ଜାଦୁଙ୍ଗ ଗାଁକୁ ଏକ ବାଇକ ରାଲିର ଶୁଭାରମ୍ଭ କରାଯାଇଛି । ମୁଦ୍ରା ଯୋଜନା ଅଧୀନରେ ଏହି ହୋମ ଷ୍ଟେଗୁଡିକୁ ପ୍ରସ୍ତୁତ କରାଯିବ । ନୂଆ ନୂଆ ହୋମ ଷ୍ଟେ ନିର୍ମାଣ କରାଗଲେ ପର୍ଯ୍ୟଟନର ବିକାଶ ହୋଇ ପାରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାର ବଢିପାରିବ ।

ଶୀତ ଦିନେ ଏହି ଦେବଭୂମିକୁ ପର୍ଯ୍ୟଟକ ଆସିଲେ ହିଲ ଷ୍ଟେସନର ମଜା ନେଇପାରିବେ । ଘରବାଲିରେ ‘ଘମ ଟାପୋ ଟୁରିଜିମ’ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ସାରା ଦେଶରୁ ପର୍ଯ୍ୟଟକମାନେ ଏହାର ଭରପୁର ମଜା ନେବାକୁ କହିଥିଲେ । ଉତରାଖଣ୍ଡରେ ଏମଆଇସିଇ ସେକ୍ଟର ଉପରେ ପ୍ରାଧାନ୍ୟ ଦେଇ କର୍ପୋରେଟ ଜଗତ ଏଠାରେ ବିଭିନ୍ନ ସଭା, କନଫରେନ୍ସ, ପ୍ରଦର୍ଶନୀ ଆୟୋଜନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଯୋଗ ଓ ଆୟୁର୍ବେଦ ମାଧ୍ୟମରେ ଉତରାଖଣ୍ଡକୁ ବୁଲି ଆସୁଥିବା ଆଗନ୍ତୁକମାନେ ନିଜକୁ ରିଚାର୍ଜ କରିପାରିବେ ବୋଲି ସେ କହିଥିଲେ । ଏହାଛଡା ଶୀତଦିନିଆ ଭ୍ରମଣ ପାଇଁ ବିଶ୍ୱ ବିଦ୍ୟାଳୟ, ଘରୋଇ ସ୍କୁଲ, ମହାବିଦ୍ୟାଳୟଗୁଡିକ ଉତରାଖଣ୍ଡକୁ ବାଛି ପାରିବେ ।

ବିଭିନ୍ନ ବିବାହ ଉତ୍ସବ ପାଇଁ ଲୋକେ ଉତରାଖଣ୍ଡକୁ ଚୟନ କରିବା ଦରକାର । ଏହାଛଡା ଚଳଚ୍ଚିତ୍ର ନିର୍ମାଣ ପାଇଁ ମଧ୍ୟ ବିଭିନ୍ନ ପ୍ରଯୋଜକ ଏହି ଅଂଚଳକୁ ବାଛିବା ଦରକାର । କାରଣ ଏହି ରାଜ୍ୟ ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ଉତ୍କୃଷ୍ଟ ଭୂମି ବୋଲି ଆଗରୁ ବିବେଚିତ ହୋଇ ଆସିଛି ।

 

ଶୀତ ପ୍ରଧାନ ଦେଶଗୁଡିକୁ ଅନୁଧ୍ୟାନ କରି ଉତରାଖଣ୍ଡ ନିଜ ଅଂଚଳରେ ପର୍ଯ୍ୟଟନର ଭିତିଭୂମିକୁ ବିକଶିତ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ଅଂଶୀଦାରମାନଙ୍କୁ ବାହାର ଦେଶର ମଡେଲ ଅନୁଧ୍ୟାନ କରି ନିଜ ରାଜ୍ୟରେ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । ସ୍ଥାନୀୟ ପରମ୍ପରା, ସଙ୍ଗୀତ, ନୃତ୍ୟ ଓ ଖାଦ୍ୟକୁ ପ୍ରୋତ୍ସାହିତ କରିବାକୁ ସେ କହିଥିଲେ । ରାଜ୍ୟର ଉଷ୍ମ ପ୍ରସବଣଗୁଡିକୁ ସ୍ପା କେନ୍ଦ୍ର, ଯୋଗ କେନ୍ଦ୍ରରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ । ଶୀତ ଋତୁରେ ସ୍ୱତନ୍ତ୍ର ଭାବେ ବାଇଲ୍ଡ ଲାଇଫ ସଫାରୀ ଆୟୋଜନ କରିବା ଉପରେ ସେ ଗୁରୁତ୍ୱ ପ୍ରକାଶ କରିଥିଲେ ।

 

ଉତରାଖଣ୍ଡର ଶୀତ କାଳୀନ ପର୍ଯ୍ୟଟନ ବିକାଶ ପାଇଁ ଦେଶର ଯୁବ କଂଟେଂଟ ଲେଖକମାନେ ଆଗେଇ ଆସିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଛୋଟ ଛୋଟ ଚଳଚ୍ଚିତ୍ର ନିର୍ମାଣ ପ୍ରତିଯୋଗିତା ଆୟୋଜନ କରିବା ନେଇ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, କେନ୍ଦ୍ର ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ ଅଜୟ ତାମତା ପ୍ରମୁଖ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts