ଖ୍ରୀଷ୍ଟିଆନ ସମୁଦାୟର ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଦେଶ ପାଇଁ ତାଙ୍କ ଦୃଷ୍ଟିକୋଣକୁ ପ୍ରଶଂସା କରିଛନ୍ତି
ଖ୍ରୀଷ୍ଟିଆନ ସମୁଦାୟର ଅବଦାନକୁ ଦେଶ ଗର୍ବର ସହ ସ୍ୱୀକାର କରୁଛି: ପ୍ରଧାନମନ୍ତ୍ରୀ
ଦାରିଦ୍ର୍ୟ ଦୂରୀକରଣ ପାଇଁ ପବିତ୍ର ପୋପଙ୍କ ବାର୍ତ୍ତା ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ମନ୍ତ୍ର ସହିତ ପ୍ରତିଫଳିତ ହୋଇଛି: ପ୍ରଧାନମନ୍ତ୍ରୀ
ଆମ ସରକାର ସୁନିଶ୍ଚିତ କରୁଛନ୍ତି ଯେ ବିକାଶର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚିବ ଏବଂ କେହି ବାଦ୍ ପଡ଼ିବେ ନାହିଁ: ପ୍ରଧାନମନ୍ତ୍ରୀ

ସାଥିମାନେ,

ପ୍ରଥମତଃ, ମୁଁ ଆପଣସମସ୍ତଙ୍କୁ, ସମଗ୍ର ବିଶ୍ୱର ଲୋକମାନଙ୍କୁ ଏବଂ ବିଶେଷ କରି ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଏହି ଗୁରୁତ୍ୱପୂର୍ଣ୍ଣ ପର୍ବ ପାଇଁ ଅନେକ, ଅନେକ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି । ଶୁଭ ବଡ଼ଦିନ!

 

ଏହି ବିଶେଷ ଏବଂ ପବିତ୍ର ପର୍ବ ଅବସରରେ ଆପଣମାନେ ସମସ୍ତେ ମୋ ବାସଭବନରେ ଏକାଠି ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଯେତେବେଳେ ଇଣ୍ଡିଆନ୍ ମାଇନୋରିଟି ଫାଉଣ୍ଡେସନ୍ ଏକାଠି ଖ୍ରୀଷ୍ଟମାସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲା, ମୁଁ ପରାମର୍ଶ ଦେଇଥିଲି, ମୋ ଘରେ ଏହାକୁ କାହିଁକି ପାଳନ କରାଯିବ ନାହିଁ, ଏବଂ ଏହି ପରି ଭାବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେଣୁ ଏହା ମୋ ପାଇଁ ଖୁସିର ଅବସର। ଅନୀଲ ଜୀ ବହୁତ ସାହାଯ୍ୟ କରିଛନ୍ତି ଏବଂ ମୁଁ ତାଙ୍କ ନିକଟରେ ବିଶେଷ ଭାବରେ କୃତଜ୍ଞ । ତେଣୁ ମୁଁ ଏହାକୁ ଖୁସିରେ ଗ୍ରହଣ କରିଥିଲି। ଏହି ପଦକ୍ଷେପ ପାଇଁ ମୁଁ ମାଇନୋରିଟି ଫାଉଣ୍ଡେସନକୁ ମଧ୍ୟ ବହୁତ ଧନ୍ୟବାଦ ଜଣାଉଛି ।

ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସହିତ ମୋର ସମ୍ପର୍କ ନୂଆ ନୁହେଁ; ଏହା ବହୁତ ପୁରୁଣା, ଏହା ଏକ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ, ଏବଂ ଆମ ମଧ୍ୟରେ ବହୁତ ଗଭୀର ଉଷ୍ମ ସମ୍ପର୍କ ଅଛି | ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଁ ପ୍ରାୟତଃ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଏବଂ ସେମାନଙ୍କ ନେତାମାନଙ୍କ ସହ କଥା ବାର୍ତ୍ତା କରିଥିଲି । ମଣିନଗର, ଯେଉଁଠାରୁ ମୁଁ ନିର୍ବାଚନ ଲଢୁଥିଲି, ସେଠାରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ବିଶାଳ ଜନସଂଖ୍ୟା ଅଛି, ତେଣୁ ସେମାନଙ୍କ ସହିତ ମୋର ସ୍ୱାଭାବିକ ବନ୍ଧନ ଥିଲା । କିଛି ବର୍ଷ ପୂର୍ବେ ମୁଁ ମଧ୍ୟ ପବିତ୍ର ପୋପଙ୍କୁ ଭେଟିବାର ସୌଭାଗ୍ୟ ପାଇଥିଲି। ଏହା ପ୍ରକୃତରେ ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା । ଏହି ପୃଥିବୀକୁ ଏକ ଉତ୍ତମ ସ୍ଥାନ ରେ ପରିଣତ କରିବା ଉଦ୍ଦେଶ୍ୟରେ ଆମେ ସାମାଜିକ ସଦ୍ଭାବନା, ବିଶ୍ୱ ଭାଇଚାରା, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ତର୍ଭୁକ୍ତ ବିକାଶ ସମେତ ବିଭିନ୍ନ ବିଷୟ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲୁ ।

 

ସାଥିମାନେ,

ଖ୍ରୀଷ୍ଟମାସ ହେଉଛି ସେହି ଦିନ ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ପାଳନ କରିଥାଉ । ଏହା ତାଙ୍କ ଜୀବନ, ବାର୍ତ୍ତା ଏବଂ ମୂଲ୍ୟବୋଧକୁ ମନେ ପକାଇବାର ଏକ ସୁଯୋଗ । ଯୀଶୁ ଦୟା ଓ ସେବାର ମୂଲ୍ୟବୋଧର ପ୍ରତୀକ ଥିଲେ । ସମସ୍ତଙ୍କ ପାଇଁ ନ୍ୟାୟ ଓ ଏକ ସମାବେଶୀ ସମାଜ ପାଇଁ ଏକ ସମାଜ ଗଠନ ଦିଗରେ ସେ କାର୍ଯ୍ୟ କରିଥିଲେ । ଏହି ମୂଲ୍ୟବୋଧ ଆମର ଜାତୀୟ ବିକାଶଯାତ୍ରାରେ ଏକ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରୁଛି।

ସାଥିମାନେ,

ସାମାଜିକ ଜୀବନର ବିଭିନ୍ନ ଧାରାରେ ଆମେ ସାଧାରଣ ମୂଲ୍ୟବୋଧ ପାଇଥାଉ ଯାହା ଆମକୁ ଏକାଠି କରିଥାଏ । ଉଦାହରଣ ସ୍ୱରୂପ, ପବିତ୍ର ବାଇବେଲ୍ ଅନ୍ୟମାନଙ୍କ ସେବା କରିବା ପାଇଁ ପରମେଶ୍ୱର ଙ୍କ ଦ୍ୱାରା ଆମକୁ ଦିଆଯାଇଥିବା ଉପହାର ଏବଂ ଦକ୍ଷତା ବ୍ୟବହାର କରିବା ଉପରେ ଗୁରୁତ୍ୱରୋପ କରେ। ଆଉ ଏହା ହିଁ 'ସେବା ପରମୋ ଧର୍ମ' (ସେବାକୁ ସର୍ବୋଚ୍ଚ କର୍ତ୍ତବ୍ୟ ବୋଲି ବିବେଚନା କରାଯାଏ)। ପବିତ୍ର ବାଇବେଲରେ ସତ୍ୟକୁ ବହୁତ ଗୁରୁତ୍ୱ ଦିଆଯାଇଛି ଏବଂ ଏହା କୁହାଯାଏ ଯେ କେବଳ ସତ୍ୟ ହିଁ ଆମକୁ ମୁକ୍ତିର ମାର୍ଗ ଦେଖାଇବ । ସୌଭାଗ୍ୟବଶତଃ, ପରମ ସତ୍ୟକୁ ବୁଝିବା ଉପରେ ଧ୍ୟାନ ଦେଇଥାଉ । ଯାହା ସମସ୍ତ ପବିତ୍ର ଉପନିଷଦରେ ମଧ୍ୟ ଦେଖିବାକୁ ମିଳିଥାଏ , ଯାହାର ଲକ୍ଷ୍ୟ ହେଉଛି ଆତ୍ମମୁକ୍ତି । ଆମେ ଆମର ମିଳିତ ମୂଲ୍ୟବୋଧ ଏବଂ ଐତିହ୍ୟ ଉପରେ ଧ୍ୟାନ ଦେଇ ଏକାଠି ଆଗକୁ ବଢ଼ିପାରିବା । ସହଯୋଗ, ସୌହାର୍ଦ୍ଦ୍ୟ ଏବଂ 'ସବକା ପ୍ରୟାସ'ର ଭାବନା ଏକବିଂଶ ଶତାବ୍ଦୀର ଆଧୁନିକ ଭାରତକୁ ନୂତନ ଶିଖରକୁ ପହଞ୍ଚାଇବ।

 

ସାଥିମାନେ,

ନିଜର ଖ୍ରୀଷ୍ଟମାସ ଅଭିଭାଷଣରେ ପବିତ୍ର ପୋପ ଦାରିଦ୍ର୍ୟ ଦୂରୀକରଣ ପାଇଁ କାମ କରୁଥିବା ଲୋକଙ୍କୁ ଆଶୀର୍ବାଦ କାମନା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଦାରିଦ୍ର୍ୟ ଜଣେ ବ୍ୟକ୍ତିର ମର୍ଯ୍ୟାଦାକୁ ହ୍ରାସ କରିଥାଏ । ପବିତ୍ର ପୋପ୍ଙ୍କର ଏହି ଶବ୍ଦଗୁଡ଼ିକ ଆମ ବିକାଶ ମନ୍ତ୍ରରେ ଅନ୍ତର୍ନିହିତ ଭାବନାକୁ ପ୍ରତିଫଳିତ କରେ । ଆମମନ୍ତ୍ର ହେଉଛି 'ସବକା ସାଥ-ସବକା ବିକାଶ, ସବକା ବିଶ୍ୱାସ-ସବକା ପ୍ରୟାସ'।

ସରକାରୀ ଭାବରେ ଆମେ ସୁନିଶ୍ଚିତ କରୁଛୁ ଯେ ବିକାଶର ସୁଫଳ ସମସ୍ତଙ୍କ ପାଖରେ ପହଂଚିବ ଏବଂ କାହାକୁ ଅଛୁଆଁ ରଖାଯିବ ନାହିଁ । ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନେକ ସଦସ୍ୟ, ବିଶେଷକରି ଗରିବ ଓ ଅବହେଳିତ ଲୋକମାନେ ଦେଶରେ ଚାଲିଥିବା ବିକାଶରୁ ଉପକୃତ ହେଉଛନ୍ତି। ମୋର ମନେ ଅଛି ଯେତେବେଳେ ଆମେ ମତ୍ସ୍ୟ ଚାଷ ପାଇଁ ଏକ ପୃଥକ ମନ୍ତ୍ରଣାଳୟ ପ୍ରତିଷ୍ଠା କରିଥିଲୁ, ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନେକ ସଦସ୍ୟ, ବିଶେଷକରି ମତ୍ସ୍ୟଜୀବୀ ସମ୍ପ୍ରଦାୟର ଭାଇ ଭଉଣୀମାନେ ସର୍ବସାଧାରଣରେ ଆମର ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେମାନେ ମଧ୍ୟ ମୋତେ ସମ୍ମାନିତ କରିଥିଲେ।

ସାଥିମାନେ,

ଖ୍ରୀଷ୍ଟମାସର ଏହି ଅବସରରେ ମୁଁ କହିବାକୁ ଚାହେଁ ଯେ ଭାରତ ଦେଶ ପାଇଁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅବଦାନକୁ ଗର୍ବର ସହ ସ୍ୱୀକାର କରିଛନ୍ତି । ସ୍ୱାଧୀନତା ସଂଗ୍ରାମରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନେକ ଚିନ୍ତକ ଏବଂ ନେତା ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ନିଜେ ମହାତ୍ମା ଗାନ୍ଧୀ ଉଲ୍ଲେଖ କରିଥିଲେ ଯେ ଅସହଯୋଗ ଆନ୍ଦୋଳନର ପରିକଳ୍ପନା ସେଣ୍ଟ ଷ୍ଟିଫେନ୍ସ କଲେଜର ଅଧ୍ୟକ୍ଷ ସୁଶୀଲ କୁମାର ରୁଦ୍ରଙ୍କ ତତ୍ତ୍ୱାବଧାନରେ ହୋଇଥିଲା।

 

ସାଥିମାନେ,

ଖ୍ରୀଷ୍ଟିଆନ ସମ୍ପ୍ରଦାୟ କ୍ରମାଗତ ଭାବରେ ସମାଜକୁ ମାର୍ଗଦର୍ଶନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସମାଜସେବାରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି ଏବଂ ଆପଣଙ୍କ ସମ୍ପ୍ରଦାୟ ସର୍ବଦା ଗରିବ ଏବଂ ଅବହେଳିତଲୋକଙ୍କ ସେବା କରିବାରେ ଅଗ୍ରଣୀ ରହିଆସିଛି । ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଖ୍ରୀଷ୍ଟିଆନ ଅନୁଷ୍ଠାନଗୁଡ଼ିକ ସମଗ୍ର ଭାରତରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଜାରି ରଖିଛନ୍ତି ।

ବନ୍ଧୁଗଣ,

୨୦୪୭ ସୁଦ୍ଧା 'ବିକଶିତ  ଭାରତ' ଗଠନ ଲକ୍ଷ୍ୟ ନେଇ ଆମେ ନିରନ୍ତର ପ୍ରୟାସ କରି ଦ୍ରୁତ ଗତିରେ ବିକାଶ ଯାତ୍ରାକୁ ଆଗକୁ ବଢ଼ାଉଛୁ। ବିକାଶର ଏହି ଯାତ୍ରାରେ ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହେଉଛନ୍ତି ଆମର ଯୁବବର୍ଗ । ନିରନ୍ତର ବିକାଶ ସୁନିଶ୍ଚିତ କରିବା ପାଇଁ ଆମର ଯୁବପିଢ଼ି ଶାରୀରିକ, ମାନସିକ ଏବଂ ଭାବନାତ୍ମକ ଭାବରେ ଫିଟ୍ ଏବଂ ସୁସ୍ଥ ରହିବା ଜରୁରୀ । ଏହି ଲକ୍ଷ୍ୟ ହାସଲ ପାଇଁ ଫିଟ୍ ଇଣ୍ଡିଆ, ବାଜରାର ବ୍ୟବହାର, ପୋଷଣ ଉପରେ ଗୁରୁତ୍ୱ, ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ଏବଂ ନିଶା ବିରୋଧୀ ଅଭିଯାନ ଭଳି ଅନେକ ଅଭିଯାନ ଚାଲିଛି, ଯାହା ସମସ୍ତେ ଜନ ଆନ୍ଦୋଳନରେ ପରିଣତ ହୋଇଛି । ମୁଁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ମୁଖିଆମାନଙ୍କୁ, ବିଶେଷକରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ସହିତ ଜଡ଼ିତ ନେତାମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ସଚେତନତା ସୃଷ୍ଟି କରନ୍ତୁ।

ସାଥିମାନେ,

ଖ୍ରୀଷ୍ଟମାସ ରେ ଉପହାର ଦେବାର ପରମ୍ପରା ରହିଛି । ମୁଁ ବର୍ତ୍ତମାନ ପ୍ରକୃତରେ ଏକ ପବିତ୍ର ଉପହାର ପାଇଛି, ତେଣୁ, ଏହି ଅବସରରେ, ଆସନ୍ତୁ ବିଚାର କରିବା ଯେ ଆମେ କିପରି ଭବିଷ୍ୟତ ପିଢ଼ିକୁ ଏକ ଉତ୍ତମ ପୃଥିବୀ ଉପହାର ଦେଇପାରିବା | ସ୍ଥାୟୀତା ସମୟର ଆବଶ୍ୟକତା ଅଟେ । ଏକ ସ୍ଥାୟୀ ଜୀବନଶୈଳୀ ବଞ୍ଚିବା ମିଶନ ଏଲଏଫଇର କେନ୍ଦ୍ରୀୟ ବାର୍ତ୍ତା ଅଟେ । ଏହା ଏକ ଅନ୍ତର୍ଜାତୀୟ ଆନ୍ଦୋଳନ ଯାହାର ନେତୃତ୍ୱ ନେଉଛି ଭାରତ।

ଏହି ଅଭିଯାନ ପୃଥିବୀ ସମର୍ଥକ ଲୋକଙ୍କୁ ପୃଥିବୀ ସମର୍ଥକ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରେରଣା ଦେଇଥାଏ । ସବୁଜ ରଙ୍ଗ ଆଣିବା ବିଷୟରେ ସମପ୍ତି ଜୀ ଏକ ଛୋଟ ପୁସ୍ତକରେ ଯାହା ପରାମର୍ଶ ଦେଇଛନ୍ତି ତାହା ମଧ୍ୟ ଆଗକୁ ବଢ଼ିବାର ବାଟ । ଉଦାହରଣ ସ୍ୱରୂପ, ଆମେ ଆମର ଦୈନନ୍ଦିନ ଜୀବନରେ ପୁନଃ ବ୍ୟବହାର ଏବଂ  ବାୟୋଡିଗ୍ରେଡେବଲ୍ ସାମଗ୍ରୀ ବ୍ୟବହାର କରିବା, ବାଜରା - ଶ୍ରୀ ଆନ୍ନା - ଗ୍ରହଣ କରିବା ଏବଂ ସର୍ବନିମ୍ନ କାର୍ବନ ପାଦଚିହ୍ନ ଥିବା ଉତ୍ପାଦ କିଣିବା ଭଳି ଅଭ୍ୟାସକୁ ଅନ୍ତର୍ଭୁକ୍ତ କରିପାରିବା ଏବଂ ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ପ୍ରଭାବ ଆଣିପାରିବା | ମୁଁ ବିଶ୍ୱାସ କରେ ଯେ ସାମାଜିକ ସଚେତନ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ନେତୃତ୍ୱ ନେଇପାରିବେ ଏବଂ ଏହି ମିଶନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ |

 

ସାଥିମାନେ,

ଆଉ ଏକ ଦିଗ ହେଉଛି ଭୋକାଲ୍ ଫର୍ ଲୋକାଲ। ଯେତେବେଳେ ଆମେ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେଇଥାଉ, ଯେତେବେଳେ ଆମେ 'ମେଡ୍ ଇନ୍ ଇଣ୍ଡିଆ' ଉତ୍ପାଦର ରାଷ୍ଟ୍ରଦୂତ ହୋଇଥାଉ, ଏହା ମଧ୍ୟ ଦେଶର ସେବା କରିବାର ଏକ ରୂପ । ଭୋକାଲ୍ ଫର୍ ଲୋକାଲ ମନ୍ତ୍ରର ସଫଳତା ଲକ୍ଷ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ରୋଜଗାର ଓ ଆତ୍ମନିଯୁକ୍ତି ସହ ଯୋଡ଼ିଛି। ତେଣୁ ମୁଁ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଅନୁରୋଧ କରୁଛି ଯେ ସେମାନେ ଭୋକେଲ ଫର ଲୋକାଲ ହେବା ପାଇଁ ମାର୍ଗଦର୍ଶନ ଏବଂ ନେତୃତ୍ୱ ନେବା ଜାରି ରଖନ୍ତୁ ।

ସାଥିମାନେ,

ପୁଣି ଥରେ ଆମେ କାମନା କରୁଛୁ ଯେ ଏହି ପାର୍ବଣ ଋତୁ ଆମକୁ ଏକ ରାଷ୍ଟ୍ର ଭାବରେ ସୁଦୃଢ଼ କରିବ ଏବଂ ସମସ୍ତ ଦେଶବାସୀଙ୍କୁ ନିକଟତର କରିବ। ଏହି ପର୍ବ ଆମକୁ ଆମର ବିବିଧତା ମଧ୍ୟରେ ଏକତ୍ରିତ କରୁଥିବା ବନ୍ଧନକୁ ସୁଦୃଢ଼ କରନ୍ତୁ!

ଆପଣ ସମସ୍ତଙ୍କୁ ପୁଣି ଥରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ! ବିଶେଷ କରି ଏହି ବୟସରେ ମୁମ୍ବାଇରୁ ଆସୁଥିବା ଲୋକମାନେ ଆମ ସହ ଯୋଗ ଦେବା ପାଇଁ ସମୟ ଦେଇଥିବାରୁ ମୁଁ ଆପଣଙ୍କୁ କୃତଜ୍ଞ । ମୋତେ ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ଠାରୁ ଆଶୀର୍ବାଦ ଏବଂ ମାର୍ଗଦର୍ଶନ ମିଳୁଛି, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ ଭେଟିବାର ସୁଯୋଗ ପାଇଛି ।

ମୁଁ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ଏହି ପିଲାମାନଙ୍କୁ ବିଶେଷ କୃତଜ୍ଞତା ଜଣାଉଛି, ଯେଉଁମାନେ ନିଜ ସ୍ୱର ଏବଂ ଭାବନା ବଳରେ ଏହି ପର୍ବକୁ ଅତ୍ୟନ୍ତ ସ୍ୱତନ୍ତ୍ର କରିଛନ୍ତି । ଏହି ପିଲାମାନଙ୍କୁ ମୋର ଆନ୍ତରିକ ଆଶୀର୍ବାଦ!

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Air Force's desi push: 97% of fighter spares now local, 62,300 indigenised

Media Coverage

Indian Air Force's desi push: 97% of fighter spares now local, 62,300 indigenised
NM on the go

Nm on the go

Always be the first to hear from the PM. Get the App Now!
...
Prime Minister invites citizens to share their UPI experiences as UPI completes a decade
August 25, 2026

The Prime Minister, Shri Narendra Modi recalled the transformative journey of the Unified Payments Interface (UPI), which was rolled out a decade ago and marked a major turning point in India’s digital payments journey.

Highlighting the scale and reach achieved by UPI over the past ten years, Shri Modi said that its remarkable journey is something every Indian can be proud of. The Prime Minister invited citizens to share their experiences of using UPI and how it has impacted their daily lives.

The Prime Minister posted on X:

A decade ago, UPI was rolled out, marking a major turning point in India’s digital payments journey.

The sheer scale and reach of UPI are something every Indian must be proud of.

Tell me about your UPI experience and how it impacted your life...

#10YearsOfUPI