ସମବାୟ ବିପଣନ ପାଇଁ ଇ-କମର୍ସ ୱେବସାଇଟ୍‌ର ଇ-ପୋର୍ଟାଲ ଏବଂ ସମବାୟ ସମ୍ପ୍ରସାରଣ ଓ ପରାମର୍ଶ ସେବା ପୋର୍ଟାଲକୁ ମଧ୍ୟ କଲେ ଶୁଭାରମ୍ଭ
“ସମବାୟ ଭାବନା ସବକା ପ୍ରୟାସର ବାର୍ତ୍ତା ଦେଇଥାଏ”
“ଚାଷୀଙ୍କୁ ଶସ୍ତା ଦରରେ ସାର ଯୋଗାଇ ଦେବା ଦ୍ୱାରା ଏକ ଗ୍ୟାରେଣ୍ଟୀ କିପରି ଯୋଗାଇ ଦିଆଯାଏ ଏବଂ ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି କିଭଳି ବ୍ୟାପକ ପ୍ରୟାସ ଆବଶ୍ୟକ ତାହା ସ୍ପଷ୍ଟ ହୋଇଛି”
“ସରକାର ଓ ସହକାର (ସରକାର ଓ ସମବାୟ) ମିଶି ବିକଶିତ ଭାରତର ସ୍ୱପ୍ନକୁ ଦୁଇଗୁଣ ମଜବୁତ କରିବେ”
“ସମବାୟ କ୍ଷେତ୍ର ପାରଦର୍ଶିତା ଏବଂ ଦୁର୍ନୀତିମୁକ୍ତ ପ୍ରଶାସନର ମଡେଲ ହେବା ଅପରିହାର୍ଯ୍ୟ”
“ଏଫପିଓଗୁଡ଼ିକ କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ । ବଜାରରେ ଛୋଟ ଚାଷୀଙ୍କୁ ବଡ଼ ଶକ୍ତିରେ ପରିଣତ କରିବା ଲାଗି ଏଗୁଡ଼ିକ ହେଉଛି ଏକ ମାଧ୍ୟମ”
“ଆଜି ରାସାୟନିକ ମୁକ୍ତ ପ୍ରାକୃତିକ କୃଷି ସରକାରଙ୍କ ଏକ ପ୍ରମୁଖ ପ୍ରାଥମିକା ପାଲଟିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତର୍ଜାତୀୟ ସମବାୟ ଦିବସ ଅବସରରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି “ଅମୃତ କାଳ : ଏକ ଉଜ୍ଜ୍ୱଳ ଭାରତ ପାଇଁ ସମବାୟ ଜରିଆରେ ସମୃଦ୍ଧି’’। ଶ୍ରୀ ମୋଦୀ ସମବାୟ ବିପଣନ ପାଇଁ ଇ-କମର୍ସ ୱେବସାଇଟର ଇ-ପୋର୍ଟାଲ ଏବଂ ସମବାୟ ସମ୍ପ୍ରସାରଣ ଓ ପରାମର୍ଶ ସେବା ପୋର୍ଟାଲକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି।  

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଦେଶ “ଏକ ବିକଶିତ ଓ ଆତ୍ମନିର୍ଭର ଭାରତ” ନିର୍ମାଣ ପାଇଁ କାର୍ଯ୍ୟ କରୁଛି । ସେ ଏହି ଲକ୍ଷ୍ୟ ହାସଲ ପାଇଁ “ସବକା ପ୍ରୟାସ” ଭାବନାର ଆବଶ୍ୟକତାକୁ ଦୋହରାଇଥିଲେ । ସେ କହିଥିଲେ ଯେ ସମବାୟ ଭାବନା ସମସ୍ତଙ୍କ ପ୍ରୟାସର ବାର୍ତ୍ତା ଦେଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ଯୋଗଦାନ କାରଣରୁ ଭାରତ ଆଜି ବିଶ୍ୱର ଅଗ୍ରଣୀ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି । ସେହିପରି ସମବାୟ କ୍ଷେତ୍ରର ଯୋଗଦାନ କାରଣରୁ ଭାରତ ଆଜି ବିଶ୍ୱର ଶୀର୍ଷ ଚିନି ଉତ୍ପାଦନକାରୀ ଦେଶ ମଧ୍ୟରେ ପରିଗଣିତ ହେଉଛି । ଦେଶର ଅଧିକାଂଶ ଭାଗରେ ସମବାୟ କ୍ଷୁଦ୍ର ଚାଷୀଙ୍କ ପାଇଁ ଏକ ବଡ଼ ସହାୟତା ଆଧାରରେ ପରିଣତ ହୋଇଥିବା ସେ ଆଲୋକପାତ କରି କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମହିଳାଙ୍କର ପ୍ରାୟ ୬୦ ପ୍ରତିଶତ ଯୋଗଦାନ ରହିଛି । ତେଣୁ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ମୋଦୀ କହିଥିଲେ। ସେ ସୂଚନା ଦେଇ କହିଥିଲେ ଯେ, ସମବାୟ ସଂସ୍ଥା ପାଇଁ ପ୍ରଥମ ଥର ଲାଗି ଏକ ଅଲଗା ମନ୍ତ୍ରଣାଳୟ ଗଠନ କରାଯାଇଛି ଏବଂ ବଜେଟ୍ ଆବଣ୍ଟନ କରାଯାଇଛି । ଫଳରେ କର୍ପୋରେଟ୍ କ୍ଷେତ୍ର ଭଳି ସମବାୟ କ୍ଷେତ୍ରକୁ ଏକ ପ୍ଲାଟଫର୍ମ ମିଳିପାରିଛି । ଏହାଛଡ଼ା ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଲାଗି ଟିକସ ଦର ହ୍ରାସ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ ଯେ, ସମବାୟ ବ୍ୟାଙ୍କମାନଙ୍କୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଉଛି ଏବଂ ନୂଆ ଶାଖା ଖୋଲିବା ଓ ଘର ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା କ୍ଷେତ୍ରରେ ନମନୀୟତା ଆସିଛି । 

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ ଯୋଡ଼ି ହୋଇଥିଲେ। ସେମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ଚାଷୀଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ସେ କହିଥିଲେ, ଅତୀତରେ ଚାଷୀମାନେ ଦଲାଲଙ୍କ କବଳରେ ଫସିଥିଲେ, ଏବେ କୋଟି କୋଟି ଚାଷୀଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟରେ କିଷାନ ସମ୍ମାନ ନିଧି ଅର୍ଥ ମିଳିପାରୁଛି । ବିଗତ ୪ ବର୍ଷ ମଧ୍ୟରେ ପାରଦର୍ଶୀ ମାଧ୍ୟମରେ ଏହି ଯୋଜନା ଅଧୀନରେ ୨.୫ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ସେ କହିଥିଲେ ଯେ ୨୦୧୪ ପୂର୍ବ ୫ ବର୍ଷର ମୋଟ୍‌ କୃଷି ବଜେଟ୍‌ ସମ୍ପର୍କରେ ବିଚାର କଲେ ଏହି ଅର୍ଥରାଶି ୯୦ ହଜାର କୋଟି ଟଙ୍କାରୁ କମ୍‌ ଥିଲା। ଏହା ତୁଳନାରେ ୨.୫ ଲକ୍ଷ କୋଟି ଟଙ୍କା ଏକ ବଡ଼ ଅର୍ଥରାଶି । ଏହାର ଅର୍ଥ ହେଉଛି ସେହି ପାଞ୍ଚବର୍ଷର ମୋଟ୍‌ କୃଷି ବଜେଟ୍‌ର ତିନି ଗୁଣା ଅଧିକ କେବଳ ଗୋଟିଏ ଯୋଜନାରେ ଖର୍ଚ୍ଚ କରାଯାଇଛି ।

ବିଶ୍ୱ ବଜାରରେ ସାର ଦାମ୍‌ ବୃଦ୍ଧି ପାଇବାର ପ୍ରଭାବ ଯେପରି ନପଡ଼ିବ ତାହା ସୁନିଶ୍ଚିତ କରିବା ଲାଗି ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆଜି ଭାରତର ଜଣେ ଚାଷୀ ଗୋଟିଏ ବସ୍ତା ୟୁରିଆ ପାଇଁ ୨୭୦ ଟଙ୍କା ଖର୍ଚ୍ଚ କରୁଛି, ଅନ୍ୟପଟେ ବାଂଲାଦେଶରେ ଗୋଟିଏ ବସ୍ତା ପାଇଁ ୭୨୦ ଟଙ୍କା, ପାକିସ୍ତାନରେ ୮୦୦ ଟଙ୍କା, ଚୀନରେ ୨୧୦୦ ଟଙ୍କା ଏବଂ ଆମେରିକାରେ ୩୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ସେ କହିଥିଲେ ଯେ ଚାଷୀଙ୍କ ଲାଗି ଏହି ସୁବିଧା ଗ୍ୟାରେଣ୍ଟି କିଭଳି ପ୍ରଦାନ କରାଯାଇଛି ଏବଂ ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି କିଭଳି ବଡ଼ ପ୍ରୟାସର ଆବଶ୍ୟକତା ରହିଛି ତାହା ଏଥିରୁ ସ୍ପଷ୍ଟ ହୋଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ୯ ବର୍ଷ ମଧ୍ୟରେ କେବଳ ସାର ସବସିଡି ଉପରେ ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଛି ।

ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ୍‌ ମୂଲ୍ୟ ଦେବା ଦିଗରେ ସରକାରଙ୍କ ଗମ୍ଭୀରତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଚାଷୀଙ୍କ ଉତ୍ପାଦକୁ ବର୍ଦ୍ଧିତ ଏମଏସପିରେ କିଣିଛନ୍ତି ଏବଂ ବିଗତ ୯ ବର୍ଷ ମଧ୍ୟରେ ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ସେମାନଙ୍କ ଫସଲ ବଦଳରେ ଚାଷୀମାନଙ୍କୁ ଦେଇଛନ୍ତି । ଶ୍ରୀ ମୋଦୀ କହିଥିଲେ, ‘‘ସରକାର ପ୍ରତିବର୍ଷ କୃଷି ଏବଂ କୃଷକଙ୍କ ଉପରେ ହାରାହାରୀ ୬.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛନ୍ତି।’’ ସେ କହିଥିଲେ ଯେ, ଦେଶର ପ୍ରତ୍ୟେକ ଚାଷୀଙ୍କୁ ପ୍ରତିବର୍ଷ ଏପରି କିମ୍ବା ଅନ୍ୟ କୌଣସି ପ୍ରକାରରେ ପ୍ରାୟ ୫୦ ହଜାର ଟଙ୍କାର ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି ।

ସରକାରଙ୍କ କୃଷି କଲ୍ୟାଣ ଦୃଷ୍ଟିକୋଣ ଉପରେ ବିଚାର ବ୍ୟକ୍ତ କରି ଶ୍ରୀ ମୋଦୀ କହିଥିଲେ ଯେ ୩ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ନିକଟରେ ଘୋଷଣା କରାଯାଇଛି । ଆଖୁ ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି ୩୧୫ କୋଟି ଟଙ୍କାର ଉଚିତ୍‌ ଓ ଲାଭକରୀ ମୂଲ୍ୟରେ ଫସଲ କିଣିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ପ୍ରତ୍ୟକ୍ଷ ଲାଭ ୫ ଲକ୍ଷ ଆଖୁ ଚାଷୀ ଏବଂ ଚିନି କଳରେ କାମ କରୁଥିବା ଲୋକମାନଙ୍କୁ ମିଳିପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମୃତ କାଳ ସମୟରେ ଗାଁ ଓ ଚାଷୀଙ୍କ ବିକାଶରେ ସମବାୟ କ୍ଷେତ୍ରର ଭୂମିକା ବିସ୍ତାରିତ ହେବ । ସେ ଜୋର ଦେଇ କହିଥିଲେ, “ସରକାର ଓ ସହକାର (ସରକାର ଓ ସମବାୟ) ମିଶି ବିକଶିତ ଭାରତର ସ୍ୱପ୍ନକୁ ଦୁଇଗୁଣ ମଜବୁତ କରିବେ।” ସେ କହିଥିଲେ ଯେ ଡିଜିଟାଲ ଇଣ୍ଡିଆ ଅଭିଯାନ ଜରିଆରେ ସରକାର ପାରଦର୍ଶିତା ବୃଦ୍ଧି କରିଛନ୍ତି ଏବଂ ହିତାଧିକାରୀମାନଙ୍କୁ ଲାଭ ସୁନିଶ୍ଚିତ କରିଛନ୍ତି । ଶ୍ରୀ ମୋଦୀ କହିଥିଲେ, ‘‘ଆଜି ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତି ଏହା ମାନିଛନ୍ତି ଯେ ଉଚ୍ଚ ସ୍ତରରେ ଦୁର୍ନୀତି ଓ ପ୍ରୀୟପ୍ରତି ତୋଷଣ ସମାପ୍ତ ହୋଇଛି । ଆଜି ଆମର ଚାଷୀ ଏବଂ ପ୍ରାଣୀପାଳକମାନେ ଏହାକୁ ନିଜ ଜୀବନରେ ଅନୁଭବ କରିବା ଜରୁରି । ସମବାୟ କ୍ଷେତ୍ରରେ ପାରଦର୍ଶିତା ଏବଂ ଦୁର୍ନୀତି ମୁକ୍ତ ପ୍ରଶାସନର ଏକ ଆଦର୍ଶ ପ୍ରତିଷ୍ଠା ହେବା ମଧ୍ୟ ଜରୁରି । ଏଥିପାଇଁ ସମବାୟ କ୍ଷେତ୍ରରେ ଡିଜିଟାଲ ବ୍ୟବସ୍ଥାକୁ ବଳ ଦେବା ଉଚିତ୍‌ ।’’ 

ପ୍ରଧାନମନ୍ତ୍ରୀ ସମବାୟ ସମିତି ଏବଂ ବ୍ୟାଙ୍କଗୁଡ଼ିକୁ ଡିଜିଟାଲ କାରବାର ମାମଲାରେ ଅଗ୍ରଣୀ ରହିବା ପାଇଁ ଆହ୍ୱାନ କରି କହିଥିଲେ, ‘‘ଭାରତ ନିଜର ଡିଜିଟାଲ ନେଣଦେଣ ପାଇଁ ବିଶ୍ୱରେ ପ୍ରସିଦ୍ଧି ହାସଲ କରିଛି।’’ ସେ କହିଥିଲେ ଯେ ଏହାଦ୍ୱାରା ବଜାରରେ ପାରଦର୍ଶିତା ଏବଂ ଦକ୍ଷତା ବୃଦ୍ଧି ପାଇବ ଏବଂ ଉନ୍ନତ ପ୍ରତିଦ୍ୱନ୍ଦ୍ୱିତା ସମ୍ଭବ ହେବ ।

ପ୍ରାଥମିକ ସ୍ତରର ମୁଖ୍ୟ ସମବାୟ ସମିତି ଏବଂ ପ୍ରାଥମିକ କୃଷି ଋଣ ସମିତିଗୁଡ଼ିକ ପାରଦର୍ଶିତାର ମଡେଲ ହେବେ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ୬୦,୦୦୦ରୁ ଅଧିକ ପ୍ୟାକ୍ସର କମ୍ପ୍ୟୁଟରୀକରଣ ଶେଷ ହୋଇସାରିଛି । ସେ ଜୋର ଦେଇ କହିଥିଲେ ଯେ ସମବାୟ ସମିତିଗୁଡ଼ିକ ସେମାନଙ୍କ ପାଇଁ ଉପଲବ୍ଧ ପ୍ରଯୁକ୍ତିର ସମ୍ପୂର୍ଣ୍ଣ ଉପଯୋଗ କରିବା ଉଚିତ୍‌ । ଏହି ପରିପ୍ରେକ୍ଷୀରେ ସମବାୟ ସମିତିଗୁଡ଼ିକ ଦ୍ୱାରା କୋର୍‌ ବ୍ୟାଙ୍କିଙ୍ଗ୍‌ ଓ ଡିଜିଟାଲ ନେଣଦେଣର ମଞ୍ଜୁରି ଫଳରେ ଦେଶକୁ ବହୁତ ବଡ଼ ଲାଭ ହେବ ବୋଲି ସେ ଉଲ୍ଲେଖ କରିଥିଲେ।

ଲଗାତର ରପ୍ତାନି ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମବାୟ ସମିତିଗୁଡ଼ିକୁ ମଧ୍ୟ ଏ ଦିଗରେ ଯୋଗଦାନ ଦେବାକୁ ହେବ । ସେ କହିଥିଲେ ଯେ ଉତ୍ପାଦନ ସହ ଜଡ଼ିତ ସମବାୟ ସମିତିଗୁଡ଼ିକୁ ବିଶେଷ ପ୍ରୋତ୍ସାହନ ଦେବା ପଛରେ ଏହା ହିଁ କାରଣ ରହିଛି । ସେମାନଙ୍କର ଟିକସ ବୋଝ ହ୍ରାସ କରାଯାଇଛି । ସେ ବିଶେଷ କରି ଭଲ ରପ୍ତାନି ପ୍ରଦର୍ଶନ ପାଇଁ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଆମ ଗାଁର କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିବାର ସଂକଳ୍ପ ସହିତ ଆଗକୁ ବଢ଼ିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ସେ ଏହି ସଂକଳ୍ପର ଏକ ଉଦାହରଣ ରୂପରେ ଶ୍ରୀ ଅନ୍ନ (ମିଲେଟ୍ସ) ପାଇଁ ଏକ ନୂଆ ପ୍ରୋତ୍ସାହନ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ନିକଟରେ ଆମେରିକାର ହ୍ୱାଇଟ୍‌ ହାଉସରେ ଆୟୋଜିତ ରାଜକୀୟ ରାତ୍ରୀଭୋଜରେ ଶ୍ରୀ ଅନ୍ନ ଉପରେ ପ୍ରାଥମିକତା ଦିଆଯାଇଥିଲା। ସେ ସମବାୟ ସମିତିଗୁଡ଼ିକୁ ଆହ୍ୱାନ ଦେଇ କହିଥିଲେ ଯେ ସେମାନେ ଭାରତୀୟ ଶ୍ରୀ ଅନ୍ନକୁ ବିଶ୍ୱ ବଜାରରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରନ୍ତୁ ।

ପ୍ରଧାନମନ୍ତ୍ରୀ ଆଖୁ ଚାଷୀମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ଉଚିତ୍‌ ଲାଭକରୀ ମୂଲ୍ୟ ନମିଳିବା ଏବଂ ଠିକ୍‌ ସମୟରେ ଅର୍ଥ ପରିଶୋଧ କରାନଯିବା ସମସ୍ୟାର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଚିନି କଳଗୁଡ଼ିକୁ ବକେୟା ପରିଶୋଧ କରିବା ଲାଗି ୨୦ ହଜାର ଟଙ୍କାର ପ୍ୟାକେଜ୍‌ ଯୋଗାଇ ଦିଆଯାଇଛି । ସେ କହିଥିଲେ ଯେ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ପ୍ରାଥମିକତା ଦିଆଯାଇଛି ଏବଂ ବିଗତ ୯ ବର୍ଷ ମଧ୍ୟରେ ଚିନି କଳଗୁଡ଼ିକ ଠାରୁ ୭୦ ହଜାର କୋଟି ଟଙ୍କାର ଇଥାନଲ କିଣାଯାଇଛି । ସେ ଏହା ମଧ୍ୟ କହିଥିଲେ ଯେ, ଉଚ୍ଚ ଆଖୁ ଦାମ୍‌ ଉପରେ ଟିକସ ମଧ୍ୟ ଉଚ୍ଛେଦ କରାଯାଇଛି । ଟିକସ ସମ୍ବନ୍ଧୀୟ ସଂସ୍କାର ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ପୁରୁଣା ବକେୟା ପରିଶୋଧ ଲାଗି ଚଳିତ ବଜେଟ୍‌ରେ ସମବାୟ ଚିନି କଳଗୁଡ଼ିକୁ ୧୦ ହଜାର କୋଟି ଟଙ୍କାର ସହାୟତା ଦେବା ସମ୍ପର୍କରେ ସୂଚନା ଦେଇଥିଲେ । ଏସବୁ ପ୍ରୟାସ ଏହି କ୍ଷେତ୍ରରେ ସ୍ଥାୟୀ ପରିବର୍ତ୍ତନ ଓ ଦୃଢ଼ତା ଆଣୁଥିବା ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖାଦ୍ୟ ସୁରକ୍ଷା ଏବେ କେବଳ ଗହମ ଓ ଚାଉଳ ମଧ୍ୟରେ ସୀମିତ ନାହିଁ । ସେ ଏହି ତଥ୍ୟ ପ୍ରତି ଧ୍ୟାନ ଆକର୍ଷଣ କରି କହିଥିଲେ ଯେ, ଭାରତରେ ଖାଇବା ତେଲ, ଡାଲି, ମାଛ ଆହାର ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଆଦିର ଆମଦାନୀ ଉପରେ ପାଖାପାଖି ୨ରୁ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ସେ ଚାଷୀ ଓ ସମବାୟ ସମିତିଗୁଡ଼ିକୁ ଏ ଦିଗରେ କାମ କରିବା ଏବଂ ଖାଇବା ତେଲ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଲାଗି ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଏଥିପ୍ରତି ଆଲୋକପାତ କରି କହିଥିଲେ ଯେ ସରକାର ଅଭିଯାନ ଆଧାରରେ କାମ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ମିଶନ ପାମ୍‌ ଅଏଲ୍‌ ଓ ତୈଳବୀଜ ଉତ୍ପାଦନ ବଢ଼ାଇବା ଦିଗରେ ହେଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସେ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଯେତେବେଳେ ସମବାୟ ସମିତି ସରକାରଙ୍କ ସହିତ ହାତ ମିଳାଇବେ ଏବଂ ଏ ଦିଗରେ କାମ କରିବେ ସେତେବେଳେ ଦେଶ ଖାଇବା ତେଲ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିବ । ଶ୍ରୀ ମୋଦୀ ପରାମର୍ଶ ଦେଇ କହିଥିଲେ ଯେ ସମବାୟ ସମିତିଗୁଡ଼ିକ ଚାଷୀଙ୍କୁ ବୃକ୍ଷରୋପଣ ପ୍ରଯୁକ୍ତି ଓ ଉପକରଣ କ୍ରୟ ସହ ଜଡ଼ିତ ସବୁ ପ୍ରକାର ସେବା ଓ ସୂଚନା ପ୍ରଦାନ କରିପାରିବେ । 

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାର ସଫଳତା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏକ ଜଳାଶୟ ପାଖରେ ରହୁଥିବା ଗ୍ରାମବାସୀ ଓ ଚାଷୀଙ୍କ ପାଇଁ ଅତିରିକ୍ତ ଆୟ ଉତ୍ସ ହୋଇପାରିଛି । ସେ କହିଥିଲେ ଯେ, ମତ୍ସ୍ୟପାଳନ କ୍ଷେତ୍ରରେ ୨୫ ହଜାରରୁ ଅଧିକ ସମବାୟ ସମିତି କାର୍ଯ୍ୟ କରୁଛନ୍ତି ଯେଉଁଠି ମତ୍ସ୍ୟ ପ୍ରକ୍ରିୟାକରଣ, ମାଛ ଶୁଖାଇବା, ମାଛ ଉପଚାର, ମାଛ ଭଣ୍ଡାରଣ, ମାଛ କ୍ୟାନିଂ ଏବଂ ମାଛ ପରିବହନ ଭଳି ଉଦ୍ୟୋଗକୁ ସୁଦୃଢ଼ କରାଯାଇଛି । ସେ ଏହା ମଧ୍ୟ କହିଥିଲେ ଯେ ବିଗତ ୯ ବର୍ଷ ମଧ୍ୟରେ ଅନ୍ତର୍ଦେଶୀୟ ମତ୍ସ୍ୟ ପାଳନ ମଧ୍ୟ ଦୁଇଗୁଣା ବୃଦ୍ଧି ପାଇଛି । ସମବାୟ କ୍ଷେତ୍ରକୁ ଏହି ଅଭିଯାନରେ ଯୋଗଦାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ମତ୍ସ୍ୟ ପାଳନ ଭଳି ଅନେକ ନୂଆ କ୍ଷେତ୍ରରେ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ଗୁଡ଼ିକର ଭୂମିକା ବିସ୍ତାରିତ ହେଉଛି ବୋଲି ଶ୍ରୀ ଦୋମୀ କହିଥିଲେ । ସରକାର ସାରା ଦେଶରେ ୨ ଲକ୍ଷ ନୂଆ ବହୁମୁଖୀ ସମିତି ପ୍ରତିଷ୍ଠା କରିବାର ଲକ୍ଷ୍ୟ ନେଇ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସହିତ ସମବାୟ ସମିତିର ଶକ୍ତି ସେହିସବୁ ଗାଁ ଓ ପଞ୍ଚାୟତରେ ମଧ୍ୟ ପହଞ୍ଚିପାରିବ ଯେଉଁଠି ଏହି ପ୍ରଣାଳୀ କାମ କରୁନାହିଁ ।

ବିଗତ କିଛି ବର୍ଷ ମଧ୍ୟରେ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଦେଶରେ ୧୦ ହଜାର ନୂଆ ଏଫପିଓ ଗଠନ ଲାଗି ପ୍ରକ୍ରିୟା ଜାରି ରହିଛି ଏବଂ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଏଫପିଓ ଗଠନ କରାଯାଇସାରିଛି । ‘‘ଏସବୁ ଏଫପିଓ ଛୋଟ ଚାଷୀଙ୍କୁ ଅଧିକ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିବାକୁ ଯାଉଛନ୍ତି। ବଜାରରେ ଛୋଟ ଚାଷୀଙ୍କୁ ବଡ଼ ଶକ୍ତି ହେବାରେ ଏଗୁଡ଼ିକ ସହାୟକ ହୋଇପାରିବେ । ବୀହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ, କିଭଳି ଛୋଟ ଚାଷୀ ପ୍ରତ୍ୟେକ ବ୍ୟବସ୍ଥାକୁ ନିଜର ପକ୍ଷରେ ଛିଡ଼ା କରିପାରିବେ, କିଭଳି ବଜାରର ଶକ୍ତିକୁ ଆହ୍ୱାନ ଦେଇପାରିବେ - ଏହା ହିଁ ତାହାର ଅଭିଯାନ । ଶ୍ରୀ ମୋଦୀ କହିଥିଲେ ଯେ ସରକାର ପ୍ୟାକ୍ସ ମାଧ୍ୟମରେ ଏଫପିଓ ଗଠନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି, ଯାହାଫଳରେ ଏହି କ୍ଷେତ୍ରରେ ଅସୀମିତ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହୋଇପାରିବ । 

ପ୍ରଧାନମନ୍ତ୍ରୀ ମହୁ ଉତ୍ପାଦନ, ଜୈବିକ ଖାଦ୍ୟ ପଦାର୍ଥ, ସୌର ପ୍ୟାନେଲ ଏବଂ ମୃତ୍ତିକା ପରୀକ୍ଷା ଭଳି ଚାଷୀଙ୍କ ଆୟ ବଢ଼ାଇବା ପାଇଁ ଅନ୍ୟ ଉପାୟ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସମବାୟ କ୍ଷେତ୍ରରୁ ସମର୍ଥର ଆବଶ୍ୟକତା ଉପରେ ଜୋର ଦେିଥିଲେ । ପ୍ରଧାନମନ୍ତ୍ରୀ ରାସାୟନିକ ମୁକ୍ତ ଚାଷ ସନ୍ଦର୍ଭରେ ନିକଟରେ ଆରମ୍ଭ ହୋଇଥିବା ପିଏମ-ପ୍ରଣାମ ଯୋଜନା ବିଷୟରେ ସୂଚନା ଦେଇଥିଲେ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ରାସାୟନିକ ମୁକ୍ତ କୃଷି ପାଇଁ ପ୍ରଚାର କରିବା ଏବଂ ବିକଳ୍ପ ସାର ଉପଯୋଗକୁ ପ୍ରେତ୍ସାହନ ଦେବା । ସେ ଜୋର ଦେଇ କହିଥିଲେ ଯେ ଏଥିପାଇଁ ମଧ୍ୟ ସମବାୟ ସମିତିଗୁଡ଼ିକର ସମର୍ଥନର ଆବଶ୍ୟକତା ରହିଛି । ସେ ସମବାୟ ସମିତିଗୁଡ଼ିକୁ ଅନୁରୋଧ କରି କହିଥିଲେ ଯେ ସେମାନେ ପ୍ରତ୍ୟେକ ଜିଲ୍ଲାରେ ପାଞ୍ଚଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ, ଯାହାଫଳରେ କୃଷିରେ ରାସାୟନିକର ଉପଯୋଗ ହେବ ନାହିଁ ।

ପ୍ରଧାନମନ୍ତ୍ରୀ ଗୋବରଧନ ଯୋଜନା ବିଷୟରେ ସୂଚନା ଦେଇଥିଲେ । ଏହା ଏପରି ଏକ ଯୋଜନା ଯେଉଁଠି ‘ବର୍ଜ୍ୟକୁ ସମ୍ପଦରେ ବଦଳାଇବା ଲାଗି’ ସାରା ଦେଶରେ କାର୍ଯ୍ୟ କରାଯାଇପାରିବ । ସେ କହିଥିଲେ ଯେ ସରକାର ଏପରି ପ୍ଲାଣ୍ଟର ଏକ ବିଶାଳ ନେଟୱର୍କ ପ୍ରସ୍ତୁତ କରୁଛନ୍ତି ଯାହା ଗୋବର ଏବଂ ବର୍ଜ୍ୟକୁ ବିଦ୍ୟୁତ ଓ ଜୈବିକ ଖତରେ ବଦଳାଇ ଦେଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ କମ୍ପାନୀ ବର୍ତ୍ତମାନ ସୁଦ୍ଧା ଦେଶରେ ୫୦ରୁ ଅଧିକ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରିଛନ୍ତି । ସମବାୟ ସମିତି ମଧ୍ୟ ଆଗକୁ ଆସି ଗୋବରଧନ ପ୍ଲାଣ୍ଟକୁ ସମର୍ଥନ କରନ୍ତୁ ବୋଲି ସେ ନିବେଦନ କରିଥିଲେ । ସେ କହିଥିଲେ ଯେ ଏହାଦ୍ୱାରା କେବଳ ପଶୁପାଳକମାନଙ୍କୁ ଲାଭ ହେବ ନାହିଁ, ବରଂ ସେହି ପଶୁମାନଙ୍କୁ ମଧ୍ୟ ଲାଭ ମିଳିପାରିବ ଯେଉଁମାନଙ୍କୁ ସଡ଼କରେ ଛାଡ଼ି ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ଦୁଗ୍ଧ ଉତ୍ପାଦନ ଏବଂ ପଶୁପାଳନ କ୍ଷେତ୍ରରେ କରାଯାଇଥିବା ସାମଗ୍ରିକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ସେ କହିଥିଲେ ଯେ ବହୁସଂଖ୍ୟାରେ ପଶୁପାଳକ ସମବାୟ ଆନ୍ଦୋଳନ ସହିତ ଯୋଡ଼ି ହେଉଛନ୍ତି । ଫାଟୁଆ ରୋଗର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦୀର୍ଘ ସମୟ ଧରି ପଶୁଙ୍କ ପାଇଁ ସମସ୍ୟାର କାରଣ ହୋଇ ରହିଥିଲା, ପଶୁପାଳକମାନେ ମଧ୍ୟ ବାର୍ଷିକ କୋଟି କୋଟି ଟଙ୍କାର କ୍ଷତି ସହୁଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ସାରା ଦେଶରେ ମାଗଣା ଟିକାକରଣ ଅଭିଯାନ ଆରମ୍ଭ କଲେ । ଏହାଦ୍ୱାରା ୨୪ କୋଟି ପଶୁଙ୍କର ଟିକାକରଣ କରାଯାଇଛି । ସେ ଏହା ମଧ୍ୟ କହିଥିଲେ ଯେ ଏଫଏମଡିକୁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଉନ୍ମୁଳନ କରାଯାଇପାରି ନାହିଁ । ସେ ସମବାୟ ସମିତିଗୁଡ଼ିକୁ ଏଥିପାଇଁ ଆଗକୁ ଆସିବା ଲାଗି ଅନୁରୋଧ କରିଥିଲେ । ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ ଡାଏରୀ କ୍ଷେତ୍ରରେ ପଶୁପାଳକ ଏକାକୀ ଅଂଶୀଦାର ନୁହନ୍ତି, ବରଂ ଆମର ପଶୁମାନେ ମଧ୍ୟ ସମାନ ଅଂଶୀଦାର ଅଟନ୍ତି ।

ପ୍ରଧାନମନ୍ତ୍ରୀ ସମବାୟ ସମିତିରୁ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ମିଶନକୁ ସମ୍ପୂର୍ଣ୍ଣ କରିବା ଦିଗରେ ଯୋଗଦାନ ଦେବା ଲାଗି ଆହ୍ୱାନ କରିଥିଲେ । ସେ ଅମୃତ ସରୋବର, ଜଳ ସଂରକ୍ଷଣ, ପ୍ରତି ବୁନ୍ଦା ଅଧିକ ଫସଲ, କ୍ଷୁଦ୍ର ଜଳସେଚନ ଆଦି ମିଶନରେ ଭାଗିଦାରୀ ପାଇଁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଖାଦ୍ୟ ସାମଗ୍ରୀର ଭଣ୍ଡାରଣ ବିଷୟ ଉପରେ ମଧ୍ୟ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଭଣ୍ଡାରଣ ସୁବିଧାର ଅଭାବ କାରଣରୁ ଦୀର୍ଘ ସମୟ ଧରି ଖାଦ୍ୟ ସୁରକ୍ଷା ପାଇଁ ବଡ଼ ଆହ୍ୱାନ ଦେଖା ଦେଇଛି । ସେ କହିଥିଲେ ଯେ ଆମେ ଉତ୍ପାଦିତ ଶସ୍ୟର ୫୦ ପ୍ରତିଶତରୁ ମଧ୍ୟ କମ୍‌ ଭଣ୍ଡାରଣ କରିବାକୁ ସକ୍ଷମ ହୋଇପାରୁଛୁ । ସେ କହିଥିଲେ ଯେ କେନ୍ଦ୍ର ସରକାର ବିଶ୍ୱର ସବୁଠୁ ବଡ଼ ଭଣ୍ଡାରଣ ଯୋଜନା ନେଇ ଆସିଛି । ଆମେ ଆସନ୍ତା ପାଞ୍ଚ ବର୍ଷରେ ୭୦୦ ଲକ୍ଷ ଟନ୍‌ ଭଣ୍ଡାରଣ କ୍ଷମତା ପାଇଁ ଯୋଜନା ପ୍ରସ୍ତୁତ କରିଛୁ, ଅନ୍ୟପଟେ ବିଗତ ଅନେକ ଦଶନ୍ଧିରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୪୦୦ ଲକ୍ଷ ଟନ୍‌ ଭଣ୍ଡାରଣ କ୍ଷମତା ଉପଲବ୍ଧ ରହିଛି । ସେ କହିଥିଲେ ଯେ କୃଷି ମୌଳିକ ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ଗଠନ କରାଯାଇଛି ଏବଂ ବିଗତ ୩ ବର୍ଷ ମଧ୍ୟରେ ସେଥିମଧ୍ୟରୁ ୪୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରାଯାଇଛି । ଏହି ନିବେଶର ଏକ ବଡ଼ ଭାଗ ପ୍ୟାକ୍ସ ସହ ଜଡ଼ିତ ଏବଂ ଫାର୍ମ ଗେଟ୍‌ ମୌଳିକ ଭିତ୍ତିଭୂମିର ନିର୍ମାଣରେ ସମବାୟ ସମିତି ସବୁଠୁ ଅଧିକ ପ୍ରୟାସ କରିବାର ଆବଶ୍ୟକତା ରହିଛି ।

ନିଜର ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ, ନୂତନ ଭାରତରେ ସମବାୟ କ୍ଷେତ୍ର ଦେଶର ଆର୍ଥିକ ଉତ୍ସ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିବ । ସେ ସମବାୟ ମଡେଲକୁ ଅନୁସରଣ କରି ଆତ୍ମନିର୍ଭର ହେଉଥିବା ଗ୍ରାମ ନିର୍ମାଣର ଆବଶ୍ୟକତା ଉପରେ ମଧ୍ୟ ଜୋର ଦେଇଥିଲେ । ଶ୍ରୀ ମୋଦୀ ପରାମର୍ଶ ଦେଇଥିଲେ ଯେ ସମବାୟ ଜରିଆରେ ସହଯୋଗକୁ ପ୍ରୋତ୍ସାହନ ଦିଆଯିବା ଉଚିତ୍‌ । ଏହା ରାଜନୀତି ପରିବର୍ତ୍ତେ ସାମାଜିକ ଏବଂ ଜାତୀୟ ନୀତିର ବାହକ ହେବା ଉଚିତ୍‌ ।

ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ, କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବି ଏଲ ବର୍ମା, ଏସିଆ ପ୍ରଶାନ୍ତ ମହାସାଗର ପାଇଁ ଅନ୍ତର୍ଜାତୀୟ ସମବାୟ ମେଣ୍ଟର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରପାଲ ସିଂ ଯାଦବ ଏବଂ ଭାରତୀୟ ଜାତୀୟ ସମବାୟ ସଂଘର ଅଧ୍ୟକ୍ଷ ଶ୍ରୀ ଦିଲିପ ସଂଘାନୀ ମଧ୍ୟ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

“ସହକାର ସେ ସମୃଦ୍ଧି” ର ଦୃଷ୍ଟିକୋଣରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ବିଶ୍ୱାସ ଦ୍ୱାରା ସରକାର ଦେଶରେ ସମବାୟ ଆନ୍ଦୋଳନକୁ ବୃଦ୍ଧି କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହି ପ୍ରୟାସକୁ ବଳ ଦେବା ପାଇଁ ସରକାର ଏକ ପୃଥକ ସମବାୟ ମନ୍ତ୍ରଣାଳୟ ଗଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ହେଉଛି ଏହି ଦିଗରେ ଆଉ ଏକ ପଦକ୍ଷେପ ।

ଜୁଲାଇ ୧-୨, ୨୦୨୩ ରେ ୧୭ ତମ ଭାରତୀୟ ସମବାୟ କଂଗ୍ରେସ ଆୟୋଜନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ସମବାୟ ଆନ୍ଦୋଳନର ବିଭିନ୍ନ ଧାରା ଉପରେ ଆଲୋଚନା କରିବା, ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରିବା, ସୁଚିନ୍ତିତ ଆହ୍ୱାନର ସମ୍ମୁଖୀନ ହେବା ଏବଂ ଭାରତର ସମବାୟ ଆନ୍ଦୋଳନର ଅଭିବୃଦ୍ଧି ପାଇଁ ଭବିଷ୍ୟତର ନୀତି ନିର୍ଦ୍ଧାରଣ କରିବା । “ଅମୃତ କାଳ : ଏକ ବିକଶିତ ଭାରତ ପାଇଁ ସମବାୟ ମାଧ୍ୟମରେ ସମୃଦ୍ଧି”ର ମୁଖ୍ୟ ବିଷୟବସ୍ତୁ ଉପରେ ସାତୋଟି ବୈଷୟିକ ଅଧିବେଶନ ହେବ । ଏଥିରେ ୩୬୦୦ରୁ ଅଧିକ ଅଂଶୀଦାର ଅଂଶଗ୍ରହଣ କରୁଛନ୍ତି, ଯେଉଁମାନଙ୍କ ମଧ୍ୟରେ ପ୍ରାଥମିକ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସମବାୟ ସମିତି, ଅନ୍ତର୍ଜାତୀୟ ସମବାୟ ସଂଗଠନର ପ୍ରତିନିଧି, ଅନ୍ତର୍ଜାତୀୟ ସମବାୟ ମଞ୍ଚର ପ୍ରତିନିଧି, ମନ୍ତ୍ରଣାଳୟ, ବିଶ୍ୱବିଦ୍ୟାଳୟ, ପ୍ରତିଷ୍ଠିତ ଅନୁଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with Amir of Qatar
March 03, 2026

The Prime Minister, Shri Narendra Modi spoke with H.H. Sheikh Tamim bin Hamad Al Thani, the Amir of Qatar.

During the conversation, the Prime Minister conveyed that India stands firmly in solidarity with Qatar and strongly condemns any violation of its sovereignty and territorial integrity.

The two leaders emphasized the urgent need to restore peace and stability in the region through dialogue and diplomacy.

The Prime Minister also conveyed his appreciation for the continued support and care extended by the Qatari leadership to the Indian community in Qatar during this challenging time.

The Prime Minister wrote on X;

“Spoke with my brother, H.H. Sheikh Tamim bin Hamad Al Thani, the Amir of Qatar. We stand firmly in solidarity with Qatar and strongly condemn any violation of its sovereignty and territorial integrity. We emphasized the urgent need to restore peace and stability in the region through dialogue and diplomacy. I also conveyed my appreciation for his continued support and care for the Indian community in Qatar during this challenging time.

@TamimBinHamad”