ଆଜି ଆମେ ଯେଉଁ ନୀତି ଉପରେ କାମ କରୁଛୁ , ଯେଉଁ ନିଷ୍ପତ୍ତି ନେଉଛୁ, ତାହା ଆଗାମୀ ହଜାର ବର୍ଷର ଭବିଷ୍ୟତକୁ ଗଢ଼ି ତୋଳିବ : ପ୍ରଧାନମନ୍ତ୍ରୀ
ପ୍ରକୃତ ପ୍ରଗତିର ଅର୍ଥ ଛୋଟ ପରିବର୍ତ୍ତନ ନୁହେଁ , ବରଂ ପୂର୍ଣ୍ଣ-ସ୍ତରର ପ୍ରଭାବ ହୋଇଥାଏ ; ପ୍ରତ୍ୟେକ ଘରେ ସ୍ୱଚ୍ଛ ପାଣି, ପ୍ରତ୍ୟେକ ପିଲା ପାଇଁ ଗୁଣାତ୍ମକ ଶିକ୍ଷା, ପ୍ରତ୍ୟେକ ଉଦ୍ୟୋଗୀ ପାଇଁ ଆର୍ଥିକ ସୁବିଧା ଏବଂ ପ୍ରତ୍ୟେକ ଗାଁ ପାଇଁ ଡିଜିଟାଲ୍ ଅର୍ଥନୀତିର ଲାଭ ହେଉଛି ସାମଗ୍ରିକ ବିକାଶ : ପ୍ରଧାନମନ୍ତ୍ରୀ
ଯୋଜନାଗୁଡ଼ିକ ଲୋକଙ୍କ ପାଖରେ କେତେ ଗଭୀର ଭାବରେ ପହଞ୍ଚୁଛି ଏବଂ ତୃଣମୂଳ ସ୍ତରରେ ଏବଂ ନବସୃଜନ ଉପରେ ସେସବୁର ପ୍ରକୃତ ପ୍ରଭାବ କେତେ ପଡୁଛି, ତାହା ଆଧାରରେ ଶାସନରେ ଗୁଣବତ୍ତା ନିର୍ଣ୍ଣୟ କରାଯାଏ : ପ୍ରଧାନମନ୍ତ୍ରୀ
ଜନଭାଗୀଦାରୀ'ର ଆଭିମୁଖ୍ୟ ଜି୨୦ କୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛି ଏବଂ ବିଶ୍ୱ ସ୍ୱୀକାର କରିଛି ଯେ, ଭାରତ କେବଳ ଅଂଶଗ୍ରହଣ କରୁନାହିଁ, ଏହା ନେତୃତ୍ୱ ନେଉଛି : ପ୍ରଧାନମନ୍ତ୍ରୀ
ପ୍ରଯୁକ୍ତି ବିଦ୍ୟାର ଏହି ଯୁଗରେ, ଶାସନ କେବଳ ବ୍ୟବସ୍ଥାକୁ ପରିଚାଳନା କରିବା ସମ୍ପର୍କିତ ନୁହେଁ ; ସେଥିପାଇଁ ମୁଁ ମିଶନ୍ କର୍ମଯୋଗୀ ଏବଂ ପ୍ରଶାସନିକ ସେବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଭୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରେ : ପ୍ରଧାନମନ୍ତ୍ରୀ
ସେ ଭାରତକୁ ଏକ ବିକଶିତ ଭାରତ ହେବା ପାଇଁ ସଂକଳ୍ପ ପରିପ୍ରେକ୍ଷୀରେ ସର୍ଦ୍ଦାର ପଟେଲଙ୍କ ଆଦର୍ଶର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ ଏବଂ ଐତିହ୍ୟକୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ
ସେ ଏହି ପଦକ୍ଷେପଗୁଡ଼ିକ ସହିତ ଜଡିତ ଜିଲ୍ଲା ଏବଂ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇଥିଲେ, ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟ ଏବଂ ବିଭିନ୍ନ ଜିଲ୍ଲା ଦ୍ୱାରା ପ୍ରାପ୍ତ ପୁରସ୍କାରକୁ ସ୍ୱୀକାର କରିଥିଲେ
"ସଠିକ୍ ଉଦ୍ଦେଶ୍ୟ, ଯୋଜନା ଏବଂ କାର୍ଯ୍ୟାନ୍ୱୟନ ସହିତ, ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ପରିବର୍ତ୍ତନ ସମ୍ଭବ", ସେ ଆହୁରି କହିଥିଲେ।
ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଲାଲଫିତାକୁ ଦୂର କରି ଏହି ସୁଯୋଗର ଫାଇଦା ଉଠାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ଯାହା ଦ୍ୱାରା ଲକ୍ଷ୍ୟକୁ ପ୍ରଭାବଶାଳୀ ଭାବରେ ହାସଲ କରାଯାଇପାରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 17ତମ ପ୍ରଶାସନିକ ସେବା ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶାସନିକ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଶାସନିକ ସେବା ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଚଳିତ ବର୍ଷ ଏହି ଦିବସ ପାଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, କାରଣ ଏହା ସମ୍ବିଧାନର 75ତମ ବର୍ଷ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ବୋଲି ସେ ଉଲ୍ଲେଖ କରିଥିଲେ । ୨୧ ଏପ୍ରିଲ୍ ୧୯୪୭ରେ ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ବକ୍ତବ୍ୟ, ଯେଉଁଥିରେ ସେ ସରକାରୀ କର୍ମଚାରୀମାନଙ୍କୁ 'ଭାରତର ଇସ୍ପାତ ସଂରଚନା' ବୋଲି କହିଥିଲେ, ତାହାକୁ ମନେ ପକାଇ, ଶ୍ରୀ ମୋଦୀ ପଟେଲଙ୍କର ଅମଲାତନ୍ତ୍ରକୁ ନେଇ ରହିଥିବା ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଶୃଙ୍ଖଳା, ସଚ୍ଚୋଟତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖି ଦେଶକୁ ଅତ୍ୟନ୍ତ ସମର୍ପଣର ସହିତ ସେବା କରିବା ପାଇଁ କହିଥାଏ । ସେ ଭାରତକୁ ଏକ ବିକଶିତ ଭାରତ ହେବା ପାଇଁ ସଂକଳ୍ପ ପରିପ୍ରେକ୍ଷୀରେ ସର୍ଦ୍ଦାର ପଟେଲଙ୍କ ଆଦର୍ଶର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ ଏବଂ ଐତିହ୍ୟକୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଲାଲକିଲ୍ଲାରୁ ତାଙ୍କର ପୂର୍ବ ବକ୍ତବ୍ୟକୁ ସ୍ମରଣ କରି , ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏହି ସହସ୍ରାବ୍ଦର 25 ବର୍ଷ ବିତି ଗଲାଣି। "ଆଜି ଆମେ ଯେଉଁ ନୀତି ଉପରେ କାମ କରୁଛୁ, ଆମେ ଯେଉଁ ନିଷ୍ପତ୍ତି ନେଉଛୁ, ତାହା ଆଗାମୀ ହଜାର ବର୍ଷର ଭବିଷ୍ୟତକୁ ଗଢ଼ି ତୋଳିବ" ବୋଲି ସେ ଆଲୋକପାତ କରିଥିଲେ। ପ୍ରାଚୀନ ଶାସ୍ତ୍ରଗୁଡ଼ିକୁ ଉଦ୍ଧୃତ କରି ସେ କହିଥିଲେ ଯେ ଯେପରି ରଥ ଗୋଟିଏ ଚକରେ ଚାଲିପାରିବ ନାହିଁ, ସେହିପରି ପ୍ରୟାସ ବିନା କେବଳ ଭାଗ୍ୟ ଉପରେ ନିର୍ଭର କରି ସଫଳତା ହାସଲ କରାଯାଇପାରିବ ନାହିଁ। ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ସାମୂହିକ ପ୍ରୟାସ ଏବଂ ଦୃଢ଼ତାର ଗୁରୁତ୍ୱକୁ ବୁଝାଇ ସେ ସମସ୍ତଙ୍କୁ ଏହି ସହଭାଗୀ ଦୃଷ୍ଟିକୋଣ ପାଇଁ ପ୍ରତ୍ୟେକ ଦିନ ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ଅକ୍ଲାନ୍ତ ପରିଶ୍ରମ କରିବାକୁ ଆହ୍ୱାନ କରିଥିଲେ।

 

ବିଶ୍ୱ ସ୍ତରରେ ଘଟୁଥିବା ଦ୍ରୁତ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ରତି ଦୁଇ ରୁ ତିନି ବର୍ଷରେ ଗ୍ୟାଜେଟର ଦ୍ରୁତ ବିକାଶ ଏବଂ ଏହି ପରିବର୍ତ୍ତନ ମଧ୍ୟରେ ପିଲାମାନେ କିପରି ବଢ଼ୁଛନ୍ତି ତାହା ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତର ଅମଲାତନ୍ତ୍ର, କାର୍ଯ୍ୟ ପ୍ରକ୍ରିୟା ଏବଂ ନୀତି ନିର୍ଦ୍ଧାରଣ ପୁରୁଣା ଢାଞ୍ଚାରେ କାର୍ଯ୍ୟ କରିପାରିବ ନାହିଁ। ସେ 2014 ମସିହାରେ ଆରମ୍ଭ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବିଷୟରେ ମତାମତ ଦେଇଥିଲେ, ଏହାକୁ ଦ୍ରୁତ ଗତିରେ ହେଉଥିବା ପରିବର୍ତ୍ତନ ସହିତ ଖାପ ଖୁଆଇବା ପାଇଁ ଏକ ମହାନ ପ୍ରୟାସ ଭାବରେ ବର୍ଣ୍ଣନା କରିଥିଲେ। ସେ ଭାରତର ସମାଜ, ଯୁବପିଢ଼ି, କୃଷକ ଏବଂ ମହିଳାଙ୍କ ଆକାଂକ୍ଷା ଉପରେ ଆଲୋକପାତ କରି କହିଥିଲେ ଯେ , ସେମାନଙ୍କର ସ୍ୱପ୍ନ ଅଭୂତପୂର୍ବ ଉଚ୍ଚତାରେ ପହଞ୍ଚିଛି ଏବଂ ଏହି ଅସାଧାରଣ ଆକାଂକ୍ଷା ପୂରଣ କରିବା ପାଇଁ ଅସାଧାରଣ ଗତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଆଗାମୀ ବର୍ଷ ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟଗୁଡ଼ିକୁ ବର୍ଣ୍ଣନା କରିଥିଲେ, ଯେଉଁଥିରେ ଶକ୍ତି ସୁରକ୍ଷା, ସ୍ୱଚ୍ଛ ଶକ୍ତି, କ୍ରୀଡାରେ ଉନ୍ନତି ଏବଂ ମହାକାଶ ଅନୁସନ୍ଧାନରେ ସଫଳତା ଅନ୍ତର୍ଭୁକ୍ତ। ଭାରତକୁ ଯଥାଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ପାଇଁ ସରକାରୀ କର୍ମଚାରୀଙ୍କ ଉପରେ ରହିଥିବା ବିରାଟ ଦାୟିତ୍ୱକୁ ଗୁରୁତ୍ୱାରୋପ କରି, ସେ ଏହି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲରେ ବିଳମ୍ବକୁ ରୋକିବା ପାଇଁ ସେମାନଙ୍କୁ ଅନୁରୋଧ କରିଥିଲେ।

ଚଳିତ ବର୍ଷର ପ୍ରଶାସନିକ ସେବା ଦିବସର ବିଷୟବସ୍ତୁ 'ଭାରତର ସାମଗ୍ରିକ ବିକାଶ' ଉପରେ ଖୁସି ବ୍ୟକ୍ତ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ , ଏହା କେବଳ ଏକ ବିଷୟବସ୍ତୁ ନୁହେଁ ବରଂ ଦେଶବାସୀଙ୍କ ପ୍ରତି ଏକ ପ୍ରତିବଦ୍ଧତା ଏବଂ ପ୍ରତିଶ୍ରୁତି। "ଭାରତର ସାମଗ୍ରିକ ବିକାଶର ଅର୍ଥ ହେଉଛି କୌଣସି ଗାଁ, ପରିବାର ଏବଂ କୌଣସି ନାଗରିକ ଯେପରି ପଛରେ ନ ରହି ଯାଆନ୍ତି ତାହାକୁ ନିଶ୍ଚିତ କରିବା" ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ପ୍ରକୃତ ପ୍ରଗତି ଛୋଟ ପରିବର୍ତ୍ତନ ବିଷୟରେ ନୁହେଁ ବରଂ ପୂର୍ଣ୍ଣ ପ୍ରଭାବ ହାସଲ କରିବା ସମ୍ପର୍କିତ ହୋଇଥାଏ । ସେ ସାମଗ୍ରିକ ବିକାଶର ଦୃଷ୍ଟିକୋଣକୁ ରୂପରେଖ ଦେଇଥିଲେ, ଯେଉଁଥିରେ ପ୍ରତ୍ୟେକ ପରିବାର ପାଇଁ ସ୍ୱଚ୍ଛ ଜଳ, ପ୍ରତ୍ୟେକ ପିଲା ପାଇଁ ଗୁଣାତ୍ମକ ଶିକ୍ଷା, ପ୍ରତ୍ୟେକ ଉଦ୍ୟୋଗୀ ପାଇଁ ଆର୍ଥିକ ସୁବିଧା ଏବଂ ପ୍ରତ୍ୟେକ ଗ୍ରାମ ପାଇଁ ଡିଜିଟାଲ ଅର୍ଥନୀତିର ଲାଭ ଅନ୍ତର୍ଭୁକ୍ତ।

 

ସେ ଆଲୋକପାତ କରିଥିଲେ ଯେ ଶାସନର ଗୁଣବତ୍ତା କେବଳ ଯୋଜନା ଆରମ୍ଭ ଦ୍ୱାରା ନିର୍ଣ୍ଣୟ କରାଯାଏ ନାହିଁ , ବରଂ ଏହି ଯୋଜନାଗୁଡ଼ିକ ଲୋକଙ୍କ ପାଖରେ କେତେ ଗଭୀର ଭାବରେ ପହଞ୍ଚୁଛି ଏବଂ ଏହାର ପ୍ରକୃତ ପ୍ରଭାବ ଦ୍ୱାରା ନିର୍ଣ୍ଣୟ କରାଯାଏ। ପ୍ରଧାନମନ୍ତ୍ରୀ ରାଜକୋଟ, ଗୋମତି, ତିନସୁକିଆ, କୋରାପୁଟ ଏବଂ କୁପୱାଡା ଭଳି ଜିଲ୍ଲାରେ ଦୃଶ୍ୟମାନ ପ୍ରଭାବ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ସ୍କୁଲ ଉପସ୍ଥାନ ବୃଦ୍ଧି ଠାରୁ ଆରମ୍ଭ କରି ସୌରଶକ୍ତି ଗ୍ରହଣ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହୋଇଛି। ସେ ଏହି ପଦକ୍ଷେପଗୁଡ଼ିକ ସହିତ ଜଡିତ ଜିଲ୍ଲା ଏବଂ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇଥିଲେ, ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟ ଏବଂ ବିଭିନ୍ନ ଜିଲ୍ଲା ଦ୍ୱାରା ପ୍ରାପ୍ତ ପୁରସ୍କାରକୁ ସ୍ୱୀକାର କରିଥିଲେ।

ଗତ 10 ବର୍ଷ ମଧ୍ୟରେ ଭାରତ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ପରିବର୍ତ୍ତନରୁ ପ୍ରଭାବଶାଳୀ ରୂପାନ୍ତର ଆଡ଼କୁ ଅଗ୍ରଗତି କରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଦେଶର ଶାସନ ମଡେଲ ବର୍ତ୍ତମାନ ପରବର୍ତ୍ତୀ ପିଢ଼ିର ସଂସ୍କାର, ସରକାର ଏବଂ ନାଗରିକଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ପ୍ରଯୁକ୍ତି ବିଦ୍ୟା ଏବଂ ଅଭିନବ ଅଭ୍ୟାସ ଗୁଡ଼ିକର ଉପଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ସେ ଉଲ୍ଲେଖ କରିଥିଲେ ଯେ ଏହି ସଂସ୍କାର ଗୁଡ଼ିକର ପ୍ରଭାବ ଗ୍ରାମୀଣ, ସହରାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ସେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ସଫଳତା ଉପରେ ମନ୍ତବ୍ୟ ଦେଇଥିଲେ ଏବଂ ଆକାଂକ୍ଷୀ ବ୍ଲକ୍ ଗୁଡ଼ିକର ସମାନ ଉଲ୍ଲେଖନୀୟ ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ମନେ ପକାଇ ଦେଇଥିଲେ ଯେ , ଏହି କାର୍ଯ୍ୟକ୍ରମ ଜାନୁଆରୀ 2023 ରେ ଆରମ୍ଭ ହୋଇଥିଲା ଏବଂ ମାତ୍ର ଦୁଇ ବର୍ଷ ମଧ୍ୟରେ ଅଭୂତପୂର୍ବ ଫଳାଫଳ ଦେଖାଇଛି, ଯାହା ଏହି ବ୍ଲକ୍ ଗୁଡ଼ିକରେ ସ୍ୱାସ୍ଥ୍ୟ, ପୁଷ୍ଟିସାର, ସାମାଜିକ ବିକାଶ ଏବଂ ମୌଳିକ ଭିତ୍ତିଭୂମି ଭଳି ସୂଚକାଙ୍କରେ ଉଲ୍ଲେଖନୀୟ ପ୍ରଗତିକୁ ଉଲ୍ଲେଖ କରିଛି। ପରିବର୍ତ୍ତନମୂଳକ ରୂପାନ୍ତରଣର ଉଦାହରଣ ଦେଇ ସେ କହିଥିଲେ ଯେ , ରାଜସ୍ଥାନର ଟୋଙ୍କ ଜିଲ୍ଲାର ପିପ୍ଲୁ ବ୍ଲକରେ , ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକରେ ପିଲାମାନଙ୍କର ମାପ ଦକ୍ଷତା 20%  ରୁ  99 % କୁ ଅଧିକ ବୃଦ୍ଧି ପାଇଛି । ସେ ଆହୁରି କହିଛନ୍ତି ଯେ ଜାମ୍ମୁ ଏବଂ କାଶ୍ମୀରର ମାରୱା ବ୍ଲକରେ, ସଂସ୍ଥାଗତ ବିତରଣ 30% ରୁ 100% ଏବଂ ଝାଡଖଣ୍ଡର ଗୁରଡିହ ବ୍ଲକରେ, ଟ୍ୟାପ୍ ପାଣି ସଂଯୋଗ 18% ରୁ 100% କୁ ବୃଦ୍ଧି ପାଇଛି। ସେ ଜୋର ଦେଇ କହିଥିଲେ ଯେ. ଏଗୁଡ଼ିକ କେବଳ ପରିସଂଖ୍ୟାନ ନୁହେଁ ବରଂ ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସରକାରଙ୍କ ସଂକଳ୍ପର ପ୍ରମାଣ। "ସଠିକ୍ ଉଦ୍ଦେଶ୍ୟ, ଯୋଜନା ଏବଂ କାର୍ଯ୍ୟାନ୍ୱୟନ ସହିତ, ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ପରିବର୍ତ୍ତନ ସମ୍ଭବ", ସେ ଆହୁରି କହିଥିଲେ।

ଗତ ଦଶନ୍ଧିରେ ଭାରତର ସଫଳତା ଉପରେ ଗୁରୁତ୍ୱାରୋପ କରି, ପରିବର୍ତ୍ତନକାରୀ ରୂପାନ୍ତରଣ ଏବଂ ଦେଶର ନୂତନ ଶିଖର ହାସଲ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, "ଭାରତ ଏବେ କେବଳ ଅଭିବୃଦ୍ଧି ପାଇଁ ନୁହେଁ , ବରଂ ଶାସନ, ସ୍ୱଚ୍ଛତା ଏବଂ ନବସୃଜନରେ ନୂତନ ମାନଦଣ୍ଡ ସ୍ଥାପନ ପାଇଁ ସ୍ୱୀକୃତି ପାଇଛି"। ସେ ଭାରତର ଜି୨୦ ଅଧ୍ୟକ୍ଷତାକୁ ଏହି ଉନ୍ନତିର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ଭାବରେ ଚିହ୍ନଟ କରି ଉଲ୍ଲେଖ କରିଥିଲେ ଯେ, G20 ଇତିହାସରେ ପ୍ରଥମ ଥର ପାଇଁ, 60 ରୁ ଅଧିକ ସହରରେ 200 ରୁ ଅଧିକ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ଏକ ବ୍ୟାପକ ଏବଂ ସମାବେଶୀ ପାଦଚିହ୍ନ ସୃଷ୍ଟି କରିଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ କିପରି ଜନଭାଗୀଦାରୀର ଆଭିମୁଖ୍ୟ ଜି୨୦କୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲା। "ବିଶ୍ୱ ଭାରତର ନେତୃତ୍ୱକୁ ସ୍ୱୀକାର କରିଛି; ଭାରତ କେବଳ ଅଂଶଗ୍ରହଣ କରୁନାହିଁ, ନେତୃତ୍ୱ ନେଉଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

 

ପ୍ରଧାନମନ୍ତ୍ରୀ ସରକାରୀ ଦକ୍ଷତା ସମ୍ପର୍କରେ ବଢ଼ୁଥିବା ଆଲୋଚନା ଉପରେ ଆଲୋକପାତ କରି କହିଥିଲେ ଯେ ଭାରତ ଏହି କ୍ଷେତ୍ରରେ ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ 10-11 ବର୍ଷ ଆଗରେ। ସେ ବିଗତ 11 ବର୍ଷ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ ​‌ହେବାରେ ହେଉଥିବା ବିଳମ୍ବ ଦୂର କରିବା, ନୂତନ ପ୍ରକ୍ରିୟା ପ୍ରଚଳନ କରିବା ଏବଂ କାର୍ଯ୍ୟ ସମାପ୍ତି ସମୟ ହ୍ରାସ କରିବା ପାଇଁ କରାଯାଇଥିବା ପ୍ରୟାସ ବିଷୟରେ ମତ ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ବ୍ୟବସାୟର ସହଜତାକୁ ପ୍ରୋତ୍ସାହିତ କରିବା ପାଇଁ 40,000 ରୁ ଅଧିକ ଅନୁପାଳନକୁ ହଟାଇ ଦିଆଯାଇଛି ଏବଂ 3,400 ରୁ ଅଧିକ ଆଇନଗତ ବ୍ୟବସ୍ଥାକୁ ଅପରାଧ ମୁକ୍ତ କରାଯାଇଛି। ଏହି ସଂସ୍କାର ସମୟରେ ସମ୍ମୁଖୀନ ହୋଇଥିବା ପ୍ରତିରୋଧକୁ ସେ ମନେ ପକାଇଥିଲେ, ଏବଂ ସମାଲୋଚକମାନେ ଏପରି ପରିବର୍ତ୍ତନର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଥିଲେ। ତଥାପି, ସେ ଜୋର ଦେଇ କହିଥିଲେ ଯେ ସରକାର ଚାପର ବଶବର୍ତ୍ତୀ ହୋଇନାହାଁନ୍ତି, ନୂତନ ଫଳାଫଳ ହାସଲ ପାଇଁ ନୂତନ ପଦ୍ଧତି ଅତ୍ୟନ୍ତ ଜରୁରୀ। ଏହି ପ୍ରୟାସ ଯୋଗୁଁ ଭାରତର ସହଜ ବ୍ୟବସାୟ ରାଙ୍କିଂରେ ଉନ୍ନତି ଉପରେ ସେ ଆହୁରି ଆଲୋକପାତ କରିଥିଲେ ଏବଂ ଭାରତରେ ନିବେଶ ପାଇଁ ବିଶ୍ୱବ୍ୟାପୀ ଉତ୍ସାହ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଲାଲଫିତାକୁ ଦୂର କରି ଏହି ସୁଯୋଗର ଫାଇଦା ଉଠାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ଯାହା ଦ୍ୱାରା ଲକ୍ଷ୍ୟକୁ ପ୍ରଭାବଶାଳୀ ଭାବରେ ହାସଲ କରାଯାଇପାରିବ।

"ଗତ ୧୦ - ୧୧ ବର୍ଷର ସଫଳତା ଏକ ବିକଶିତ ଭାରତ ପାଇଁ ଏକ ଦୃଢ଼ ମୂଳଦୁଆ ପକାଇଛି" ବୋଲି ଶ୍ରୀ ମୋଦୀ କହିବା ସହିତ, ଦେଶ ଏବେ ଏହି ଦୃଢ଼ ଆଧାର ଉପରେ ଏକ ବିକଶିତ ଭାରତର ମହାନ କୋଠା ନିର୍ମାଣ କରିବା ଆରମ୍ଭ କରିଛି କିନ୍ତୁ ଆଗକୁ ଥିବା ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜଗୁଡ଼ିକୁ ସ୍ୱୀକାର କରିଛି ବୋଲି ସେ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ , ଭାରତ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ପାଲଟିଛି, ମୌଳିକ ସୁବିଧାରେ ସଂତୃପ୍ତିକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିକାଶରେ ଅନ୍ତର୍ଭୁକ୍ତି ସୁନିଶ୍ଚିତ କରିବା ପାଇଁ ଶେଷ ମାଇଲ ପର୍ଯ୍ୟନ୍ତ ଯୋଗାଣ ଉପରେ ଦୃଢ଼ ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ। ସେ ନାଗରିକ ମାନଙ୍କର ବିକଶିତ ଆବଶ୍ୟକତା ଏବଂ ଆକାଂକ୍ଷା ଉପରେ ଆଲୋକପାତ କରିଥିଲେ, ଉଲ୍ଲେଖ କରିଥିଲେ ଯେ ପ୍ରାସଙ୍ଗିକ ରହିବା ପାଇଁ ପ୍ରଶାସନିକ ସେବାକୁ ସମସାମୟିକ ଆହ୍ଵାନ ସହିତ ଖାପ ଖୁଆଇବାକୁ ପଡିବ। ପୂର୍ବ ମାନଦଣ୍ଡ ସହିତ ତୁଳନା କରିବା ଠାରୁ ଆଗକୁ ଯାଇ ନୂତନ ମାନଦଣ୍ଡ ସ୍ଥାପନ କରିବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ 2047 ସୁଦ୍ଧା ଏକ ବିକଶିତ ଭାରତ ପାଇଁ ଦୃଷ୍ଟିକୋଣ ବିରୁଦ୍ଧରେ ପ୍ରଗତି ମାପ କରିବାକୁ, ପ୍ରତ୍ୟେକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାର ବର୍ତ୍ତମାନର ଗତି ଯଥେଷ୍ଟ କି ନାହିଁ ତାହା ପରୀକ୍ଷା କରିବାକୁ ଏବଂ ଆବଶ୍ୟକସ୍ଥଳେ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ କରିଥିଲେ। ସେ ଆଜି ଉପଲବ୍ଧ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତିକୁ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର ଶକ୍ତିକୁ ଉପଯୋଗ କରିବାକୁ ଆହ୍ୱାନ କରିଥିଲେ। ଗତ ଦଶନ୍ଧିର ସଫଳତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଗରିବଙ୍କ ପାଇଁ 4 କୋଟି ଘର ନିର୍ମାଣ ବିଷୟରେ ଉଲ୍ଲେଖ କରିଥିଲେ, ଏବଂ 5 - 6 ବର୍ଷ ମଧ୍ୟରେ 12 କୋଟିରୁ ଅଧିକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ପାଣି ସଂଯୋଗ କରି 3 କୋଟି ଅଧିକ ଘର ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି। ସେ ଗତ 10 ବର୍ଷ ମଧ୍ୟରେ ଅବହେଳିତ ଲୋକଙ୍କ ପାଇଁ 11 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ବିଷୟରେ ଉଲ୍ଲେଖ କରିଥିଲେ, ସେହିପରି ବର୍ଜ୍ୟବସ୍ତୁ ପରିଚାଳନାରେ ନୂତନ ଲକ୍ଷ୍ୟ ହାସଲ ଏବଂ ଲକ୍ଷ ଲକ୍ଷ ଅବହେଳିତ ବ୍ୟକ୍ତିଙ୍କୁ ₹5 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇବା ବିଷୟରେ ମଧ୍ୟ କହିଥିଲେ। ଶ୍ରୀ ମୋଦୀ ନାଗରିକଙ୍କ ପାଇଁ ପୁଷ୍ଟିସାର ଉନ୍ନତି ପାଇଁ ନୂତନ ପ୍ରତିବଦ୍ଧତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଘୋଷଣା କରିଥିଲେ ଯେ ଚୂଡ଼ାନ୍ତ ଲକ୍ଷ୍ୟ 100% କଭରେଜ୍ ଏବଂ 100% ପ୍ରଭାବ ହେବା ଆବଶ୍ୟକ। ସେ ଉଲ୍ଲେଖ କରିଥିଲେ ଯେ ଏହି ଆଭିମୁଖ୍ୟ ଗତ ଦଶନ୍ଧିରେ 25 କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି ଏବଂ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଏହା ଏକ ଦାରିଦ୍ର୍ୟମୁକ୍ତ ଭାରତ ଗଠନ କରିବ।

 

ଶିଳ୍ପାୟନ ଏବଂ ଉଦ୍ୟୋଗର ଗତିକୁ ନିୟନ୍ତ୍ରଣ କରୁଥିବା ଏକ ନିୟାମକ ଭାବରେ ଅମଲାତନ୍ତ୍ରର ଅତୀତର ଭୂମିକା ଉପରେ ପ୍ରତିଫଳିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଦେଶ ଏହି ମାନସିକତାରୁ ଆଗକୁ ବଢ଼ିଛି ଏବଂ ବର୍ତ୍ତମାନ ନାଗରିକମାନଙ୍କ ମଧ୍ୟରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରୁଥିବା ଏବଂ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାରେ ସାହାଯ୍ୟ କରୁଥିବା ଏକ ପରିବେଶ ସୃଷ୍ଟି କରୁଛି। "ପ୍ରଶାସନିକ ସେବାକୁ ଏକ ସମର୍ଥକରେ ପରିଣତ କରିବାକୁ ପଡିବ, କେବଳ ନିୟମ ପୁସ୍ତକର ରକ୍ଷକ ହେବା ଠାରୁ ଅଭିବୃଦ୍ଧିର ଏକ ସହାୟକ ହେବା ପର୍ଯ୍ୟନ୍ତ ଏହାର ଭୂମିକାକୁ ବିସ୍ତାର କରିବାକୁ ପଡିବ", ସେ କହିଥିଲେ।

ଏମଏସଏମଇ କ୍ଷେତ୍ରର ଉଦାହରଣ ଦେଇ, ସେ ମିଶନ୍ ମାନୁଫାକ୍ଚରିଂର ଗୁରୁତ୍ୱ ଏବଂ ଏହି ମିଶନ୍ ର ସଫଳତା ଏମଏସଏମଇ ଉପରେ କିପରି ବହୁଳ ଭାବରେ ନିର୍ଭରଶୀଳ ତାହା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ, ବିଶ୍ୱସ୍ତରୀୟ ପରିବର୍ତ୍ତନ ମଧ୍ୟରେ, ଭାରତରେ ଏମଏସଏମଇ, ଷ୍ଟାର୍ଟଅପ୍ ଏବଂ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏକ ଅଭୂତପୂର୍ବ ସୁଯୋଗ ରହିଛି। ସେ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଅଧିକ ପ୍ରତିଯୋଗିତାମୂଳକ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଏମଏସଏମଇଗୁଡ଼ିକ କେବଳ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ଠାରୁ ନୁହେଁ , ବରଂ ବିଶ୍ୱବ୍ୟାପୀ ପ୍ରତିଯୋଗିତାର ସମ୍ମୁଖୀନ ହୁଅନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ, ଯଦି ଏକ ଛୋଟ ଦେଶ ଏହାର ଶିଳ୍ପଗୁଡ଼ିକୁ ସହଜ ଅନୁପାଳନ ପ୍ରଦାନ କରେ, ତେବେ ଏହା ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକୁ ପଛରେ ପକାଇପାରିବ। ତେଣୁ, ସେ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସରେ ଭାରତକୁ ନିରନ୍ତର ଭାବରେ ଏହାର ସ୍ଥିତି ମୂଲ୍ୟାଙ୍କନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଥିଲେ ଯେ , ଭାରତୀୟ ଶିଳ୍ପଗୁଡ଼ିକର ଲକ୍ଷ୍ୟ ବିଶ୍ୱସ୍ତରରେ ସର୍ବୋତ୍ତମ ଉତ୍ପାଦ ସୃଷ୍ଟି କରିବା ହୋଇଥିଲେ ମଧ୍ୟ, ଭାରତର ଅମଲାତନ୍ତ୍ରର ଲକ୍ଷ୍ୟ ବିଶ୍ୱର ସର୍ବୋତ୍ତମ ସହଜ ଅନୁପାଳନ ପରିବେଶ ପ୍ରଦାନ କରିବା ହେବା ଆବଶ୍ୟକ।

 

ପ୍ରଶାସନିକ କର୍ମଚାରୀମାନେ ଏପରି ଦକ୍ଷତା ହାସଲ କରିବା ଆବଶ୍ୟକ, ଯାହା ସେମାନଙ୍କୁ କେବଳ ପ୍ରଯୁକ୍ତି ବିଦ୍ୟା ବୁଝିବାରେ ସାହାଯ୍ୟ କରିବ ନାହିଁ ବରଂ ସ୍ମାର୍ଟ ଏବଂ ସମାବେଶୀ ଶାସନ ପାଇଁ ଏହାର ବ୍ୟବହାରକୁ ସକ୍ଷମ କରିବ, ଏହା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, "ପ୍ରଯୁକ୍ତି ବିଦ୍ୟା ଯୁଗରେ, ଶାସନ ବ୍ୟବସ୍ଥା କେବଳ ପରିଚାଳନା କରିବା ସମ୍ପର୍କିତ ନୁହେଁ; ବରଂ ଏହା ସମ୍ଭାବନାକୁ ବହୁଗୁଣିତ କରିବା ବିଷୟରେ ହୋଇଥାଏ ।" ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ନୀତି ଏବଂ ଯୋଜନାଗୁଡ଼ିକୁ ଅଧିକ ଦକ୍ଷ ଏବଂ ସୁଗମ କରିବା ପାଇଁ ସେ ପ୍ରଯୁକ୍ତିବିଦ୍ୟାକୁ ଜାଣିବା ଏବଂ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସଠିକ ନୀତି ପ୍ରସ୍ତୁତ କରିବା ଏବଂ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ତଥ୍ୟ-ଚାଳିତ ନିଷ୍ପତ୍ତି ଗ୍ରହଣରେ ବିଶେଷଜ୍ଞତାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ କ୍ୱାଣ୍ଟମ୍ ଫିଜିକ୍ସରେ ଦ୍ରୁତ ଅଗ୍ରଗତିକୁ ଲକ୍ଷ୍ୟ କରି, ଶ୍ରୀ ମୋଦୀ ସରକାରୀ କର୍ମଚାରୀମାନଙ୍କୁ ସର୍ବୋତ୍ତମ ସେବା ପ୍ରଦାନ କରିବା ଏବଂ ନାଗରିକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଏହି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର କ୍ରାନ୍ତି ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ କରିଥିଲେ। ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଶାସନିକ ସେବା ଗଠନ ନିମନ୍ତେ ପ୍ରଶାସନିକ କର୍ମଚାରୀଙ୍କ କ୍ଷମତା ବୃଦ୍ଧିର ଗୁରୁତ୍ୱକୁ ବୁଝାଇ ସେ ଏହି ଲକ୍ଷ୍ୟ ହାସଲ କରିବାରେ ମିଶନ କର୍ମଯୋଗୀ ଏବଂ ପ୍ରଶାସନିକ ସେବା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଦ୍ରୁତ ଗତିରେ ପରିବର୍ତ୍ତିତ ସମୟରେ ବିଶ୍ୱରେ ଦେଖା ଦେଉଥିବା ଆହ୍ଵାନଗୁଡ଼ିକୁ ନିକଟରୁ ତଦାରଖ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ , ଖାଦ୍ୟ, ଜଳ ଏବଂ ଶକ୍ତି ସୁରକ୍ଷା ପ୍ରମୁଖ ସମସ୍ୟା ଭାବରେ ରହିଛି, ବିଶେଷ କରି ଦକ୍ଷିଣ ବିଶ୍ଵରେ ବେଶି ପ୍ରଭାବ ପକାଉଛି, ଯେଉଁଠାରେ ଚାଲିଥିବା ସଂଘର୍ଷ ସମସ୍ୟାକୁ ବୃଦ୍ଧି କରୁଛି, ଦୈନନ୍ଦିନ ଜୀବନ ଏବଂ ଜୀବିକାକୁ ପ୍ରଭାବିତ କରୁଛି। ସେ ଘରୋଇ ଏବଂ ବାହ୍ୟ କାରକଗୁଡ଼ିକ ମଧ୍ୟରେ ବୃଦ୍ଧି ପାଉଥିବା ଆନ୍ତଃସଂଯୋଗକୁ ବୁଝିବାର ମହତ୍ତ୍ଵ ଉପରେ ଆହୁରି ଗୁରୁତ୍ୱାରୋପ କରିଥିଲେ। ସେ ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ ଏବଂ ସାଇବର ଅପରାଧ ବିପଦକୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବରେ ଚିହ୍ନଟ କରିଥିଲେ , ଯେଉଁଥିପାଇଁ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ, ଏବଂ ଭାରତକୁ ଏହି ଆହ୍ଵାନ ଗୁଡ଼ିକର ମୁକାବିଲା କରିବାରେ ଦଶ ପାଦ ଆଗରେ ରହିବାକୁ ଅନୁରୋଧ କରିଥିଲେ। ଏହି ଉଦୀୟମାନ ବିଶ୍ୱ ସମସ୍ୟାଗୁଡ଼ିକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ ସ୍ଥାନୀୟ ରଣନୀତି ବିକଶିତ କରିବା ଏବଂ ସ୍ଥିରତା ନିର୍ମାଣ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

 

ଲାଲକିଲ୍ଲାରୁ ପ୍ରଚଳିତ "ପଞ୍ଚ ପ୍ରାଣ" ଧାରଣାକୁ ଦୋହରାଇ ଶ୍ରୀ ମୋଦୀ କହିଥିଲେ ଯେ,  ସରକାରୀ କର୍ମଚାରୀମାନେ ହେଉଛନ୍ତି ଏହି ନୀତି ଗୁଡ଼ିକର ପ୍ରମୁଖ ବାହକ। ସେ କହିଥିଲେ, "ଯେତେବେଳେ ଆପଣ ସୁବିଧା ଅପେକ୍ଷା ସଚ୍ଚୋଟତାକୁ, ଜଡ଼ତା ଅପେକ୍ଷା ନବସୃଜନକୁ, କିମ୍ବା ସ୍ଥିତି ଅପେକ୍ଷା ସେବାକୁ ପ୍ରାଥମିକତା ଦିଅନ୍ତି, ଆପଣ ଦେଶକୁ ଆଗକୁ ବଢାଇବେ।" ସେ ସରକାରୀ କର୍ମଚାରୀଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ। ବୃତ୍ତିଗତ ଯାତ୍ରା ଆରମ୍ଭ କରୁଥିବା ଯୁବ ଅଧିକାରୀମାନଙ୍କୁ ସମ୍ବୋଧିତ କରି, ସେ ବ୍ୟକ୍ତିଗତ ସଫଳତାରେ ସାମାଜିକ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ ପ୍ରତ୍ୟେକେ ନିଜ ନିଜର କ୍ଷମତାରେ ସମାଜକୁ କିଛି ଫେରସ୍ତ ଦେବାକୁ ଚେଷ୍ଟା କରନ୍ତି। ସମାଜରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାରେ ସରକାରୀ କର୍ମଚାରୀ ମାନଙ୍କର ବିଶେଷ ଅଧିକାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଦେଶ ଏବଂ ଏହାର ଜନତା ଦ୍ୱାରା ପ୍ରଦାନ କରାଯାଇଥିବା ଏହି ସୁଯୋଗର ସର୍ବାଧିକ ଉପଯୋଗ କରିବାକୁ ସେମାନଙ୍କୁ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ପାଇଁ ସଂସ୍କାରକୁ ପୁନଃକଳ୍ପନା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ କ୍ଷେତ୍ରରେ ସଂସ୍କାରର ତ୍ୱରାନ୍ୱିତ ଗତି ଏବଂ ବିସ୍ତାରିତ ପରିମାଣ ପାଇଁ ଆହ୍ୱାନ କରିଥିଲେ। ସେ ଭିତ୍ତିଭୂମି, ନବୀକରଣୀୟ ଶକ୍ତି ଲକ୍ଷ୍ୟ, ଆଭ୍ୟନ୍ତରୀଣ ସୁରକ୍ଷା, ଦୁର୍ନୀତିର ଅନ୍ତ, ସାମାଜିକ କଲ୍ୟାଣ ଯୋଜନା ଏବଂ କ୍ରୀଡା ଏବଂ ଅଲିମ୍ପିକ୍ସ ସହ ଜଡିତ ଲକ୍ଷ୍ୟ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକୁ ଆଲୋକପାତ କରିଥିଲେ, ପ୍ରତ୍ୟେକ କ୍ଷେତ୍ରରେ ନୂତନ ସଂସ୍କାର କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ , ଏପର୍ଯ୍ୟନ୍ତ ପ୍ରାପ୍ତ ସଫଳତାକୁ ବହୁ ଗୁଣରେ ଅତିକ୍ରମ କରିବାକୁ ପଡିବ, ପ୍ରଗତି ପାଇଁ ଉଚ୍ଚ ମାନଦଣ୍ଡ ସ୍ଥାପନ କରିବାକୁ ପଡିବ। ପ୍ରଧାନମନ୍ତ୍ରୀ ପ୍ରଯୁକ୍ତିବିଦ୍ୟା-ଚାଳିତ ବିଶ୍ୱରେ ମାନବୀୟ ବିଚାରର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ସରକାରୀ କର୍ମଚାରୀମାନଙ୍କୁ ସମ୍ବେଦନଶୀଳ ରହିବା, ଅବହେଳିତ ଲୋକଙ୍କ ସ୍ୱର ଶୁଣିବା, ସେମାନଙ୍କ ସଂଘର୍ଷକୁ ବୁଝିବା ଏବଂ ସେମାନଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ। ତାଙ୍କ ବକ୍ତବ୍ୟ ଶେଷ କରି, ସେ " ନାଗରିକ ଦେବୋ ଭାବ" ନୀତିକୁ ଆହ୍ବାନ କରିଥିଲେ , ଏହାକୁ "ଅତିଥି ଦେବୋ ଭାବ" ର ନୀତି ସହିତ ତୁଳନା କରିଥିଲେ ଏବଂ ସରକାରୀ କର୍ମଚାରୀମାନଙ୍କୁ ନିଜକୁ କେବଳ ପ୍ରଶାସକ ଭାବରେ ନୁହେଁ ବରଂ ଏକ ବିକଶିତ ଭାରତର ସ୍ଥପତି ଭାବରେ ଦେଖିବାକୁ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ - ୨ ଶ୍ରୀ ଶକ୍ତିକାନ୍ତ ଦାସ, କ୍ୟାବିନେଟ ସଚିବ ଶ୍ରୀ ଟିଭି ସୋମନାଥନ ଏବଂ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗର ସଚିବ ଶ୍ରୀ ଭି ଶ୍ରୀନିବାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ସର୍ବଦା ଭାରତର ସାଧାରଣ କର୍ମଚାରୀମାନଙ୍କୁ ନାଗରିକଙ୍କ ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବା, ଜନସେବା ପ୍ରତି ପ୍ରତିବଦ୍ଧ ହେବା ଏବଂ ସେମାନଙ୍କ କାର୍ଯ୍ୟରେ ଉତ୍କର୍ଷତା ହାସଲ କରିବା ପାଇଁ ପ୍ରୟାସ କରିବାକୁ ଉତ୍ସାହିତ କରି ଆସିଛନ୍ତି। ଚଳିତ ବର୍ଷ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ, ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଏବଂ ନବସୃଜନ ବର୍ଗରେ ସରକାରୀ କର୍ମଚାରୀମାନଙ୍କୁ 16ଟି ପୁରସ୍କାର ପ୍ରଦାନ କରାଯାଇଛି। ଏହା ମାଧ୍ୟମରେ ସାଧାରଣ ନାଗରିକଙ୍କ କଲ୍ୟାଣ ପାଇଁ କରାଯାଇଥିବା କାର୍ଯ୍ୟ ପାଇଁ ସେମାନଙ୍କୁ ସ୍ୱୀକୃତି ଦିଆଯାଇଥିଲା।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Major boost to India’s healthcare: PM Modi rolls out nationwide HPV vaccination for 14-year-old girls

Media Coverage

Major boost to India’s healthcare: PM Modi rolls out nationwide HPV vaccination for 14-year-old girls
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Jammu and Kashmir team on their first-ever Ranji Trophy victory
February 28, 2026

The Prime Minister has congratulated the Jammu and Kashmir team for their first-ever Ranji Trophy win.

The Prime Minister stated that this historic triumph reflects the remarkable grit, discipline, and passion of the team. Highlighting that it is a proud moment for the people of Jammu and Kashmir, he noted that the victory underscores the growing sporting passion and talent in the region.

The Prime Minister expressed hope that this feat will inspire many young athletes to dream big and play more.

The Prime Minister shared on X post;

"Congratulations to the Jammu and Kashmir team for their first ever Ranji Trophy win! This historic triumph reflects remarkable grit, discipline and passion of the team. It is a proud moment for the people of Jammu and Kashmir and it highlights the growing sporting passion and talent there. May this feat inspire many young athletes to dream big and play more."