We must ensure affordable & quality healthcare for all: PM Modi
Land of Kashi is of spiritual importance and has tremendous tourism potential: PM Modi
Let us make sports an essential part of our lives: PM Modi

ମୋର ସୌଭାଗ୍ୟ ଯେ ଆଜି ମତେ କାଶୀରେ ଅନେକ ବିବିଧ ପ୍ରକଳ୍ପର ଶିଳାନ୍ୟାସ କୁହନ୍ତୁ, ଲୋକାର୍ପଣ କୁହନ୍ତୁ, ପ୍ରୋତ୍ସାହନ କୁହନ୍ତୁ, ଏହି ସୁଯୋଗ ମିଳିଛି । ଆଜି ଗୋଟିଏ ଦିନରେ ହିଁ ପାଖାପାଖି ୨୧୦୦ କୋଟି ଟଙ୍କାର ଭିନ୍ନ ଭିନ୍ନ ପ୍ରକଳ୍ପ କାଶୀକୁ ମିଳୁଛି । ଆଜି ବିଶେଷ ରୂପରେ ଆରୋଗ୍ୟ ଦୃଷ୍ଟିକୋଣରୁ ଗରିବରୁ ଗରିବ ପରିବାରକୁ ଡାକ୍ତରଖାନାରେ ସଠିକ୍ ସେବା ମିଳୁ ତାହାର ସ୍ୱାସ୍ଥ୍ୟ ପାଇଁ ଆଧୁନିକ ସଂସାଧନ ଗୁଡିକର ଲାଭ ମିଳୁ । ଆଜି ESIC ଡାକ୍ତରଖାନାର ଆଧୁନିକୀକରଣ କରିବା, ଆଗରୁ କ୍ଷମତା ଯେତେଥିଲା ତାହାକୁ ପାଖାପଖି ଦୁଇଗୁଣରୁ ମଧ୍ୟ ଅଧିକ ବଢାଇବା, ଆଧୁନିକତା ସହିତ ଗରିବରୁ ଗରିବ, ମୁଲ ଲାଗୁଥିବା ସାମାନ୍ୟ ବ୍ୟକ୍ତି, କଳ କାରଖାନାରେ କାମ କରି ଜୀବନ କାଟୁଥିବା ବ୍ୟକ୍ତି ଏଭଳି ଲୋକଙ୍କୁ ଆରୋଗ୍ୟ ସେବା ମିଳୁ । ସେଥିପାଇଁ ଭାରତ ସରକାର ଏହି ସଂପୂର୍ଣ୍ଣ ପ୍ରକଳ୍ପକୁ ନିଜ ହାତକୁ ନେଇ ଏଠାକାର ଗରିବ, ଶ୍ରମିକଙ୍କ ସୁବିଧା ବୃଦ୍ଧି କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଆଉ ମୋର ବିଶ୍ୱାସ ଏହି ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ ହେଉଛି, ସଂପ୍ରସାରଣ ହେଉଛି, ଆଧୁନିକ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ତା ସହିତ ଯୋଡି ହେବାର ପ୍ରୟାସ ହେଉଅଛି, ତାହା ଏହି କ୍ଷେତ୍ରରେ ଆରୋଗ୍ୟ ଦୃଷ୍ଟି କୋଣରୁ ଏକ ନୂଆ ଉପହାର ହେବ ।

ଏବେ ମୁଁ କାଶୀ ବିଶ୍ୱବିଦ୍ୟାଳୟକୁ ଯାଇଥିଲି । ସେଠାରେ ଏକ କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କଲି । ଏହି ସମଗ୍ର ଅଞ୍ଚଳର ଲୋକଙ୍କୁ କର୍କଟ ରୋଗ ଚିକିତ୍ସା ପାଇଁ ମୁମ୍ବାଇ ଯିବାକୁ ପଡିଥାଏ । ଆଉ ଆମେ ଜାଣିଛେ ମୁମ୍ବାଇରେ ଡାକ୍ତରଖାନାରେ କେତେ ବିଳମ୍ବରେ ନମ୍ବର ଆସିଥାଏ । କାହିଁକି ନା ମୁମ୍ବାଇରେ ଯେଉଁ କର୍କଟ ଚିକିତ୍ସାଳୟ ଅଛି ସେହିଭଳି ସବୁ ସୁବିଧା ଥିବା ଉତ୍ତମରୁ ଉତ୍ତମ ସେବା କରିବାବାଲା ଚିକିତ୍ସାଳୟ ଉତ୍ତର ପ୍ରଦେଶରେ ହେଉ । ବିଶେଷକରି ପୂର୍ବ ଉତ୍ତର ପ୍ରଦେଶରେ ହେଉ । ଯାହାର ଲାଭ ପଡୋଶୀ ଝାଡଖଣ୍ଡ ଓ ବିହାରର ଲୋକଙ୍କୁ ମଧ୍ୟ ମିଳୁ । ଏକ ବହୁତ ବଡ ପ୍ରକଳ୍ପ ଯାହାର ଶିଳାନ୍ୟାସ ଆଜି ମୁଁ କାଶୀ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ କଲି । ସେହି ସମଗ୍ର ଅଞ୍ଚଳକୁ ଏହା ଦ୍ୱାରା ବହୁତ ବଡ ଲାଭ ହେବାକୁ ଯାଉଛି । ଆମେ ଏକଥା ଜାଣୁ ଯେ, ଆରୋଗ୍ୟ କ୍ଷେତ୍ରରେ ସରକାରୀ ଘରୋଇ ଭାଗିଦାରୀ (PPP)ମଡେଲ ମଧ୍ୟ ସେତିକି ମହତ୍ୱ ରଖିଥାଏ । ଘରୋଇ ଡାକ୍ତରଖାନା ମଧ୍ୟ ଏହି କ୍ଷେତ୍ରରେ ବହୁତ ବଡ ମାତ୍ରାରେ କାମ କରୁଛନ୍ତି । ଭାରତର ହିଁ ସନ୍ତାନ ଶ୍ରୀମାନ ସେଟ୍ଟୀ ଜୀ ଯିଏ ହେଉଛନ୍ତି କର୍ଣ୍ଣାଟକର, ମାତ୍ର ଉପସାଗରୀୟ ଦେଶରେ ରହୁଛନ୍ତି । କିନ୍ତୁ ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆରୋଗ୍ୟ କ୍ଷେତ୍ରରେ ବହୁ ବିସ୍ତାରିତ ଭାବରେ ନିଜର କାର୍ଯ୍ୟ କରିଛନ୍ତି । ଅନେକ ସ୍ଥାନରେ ଅନେକ ଡାକ୍ତରଖାନା ଚଲାଉଛନ୍ତି । ସେ ମଧ୍ୟ କାଶୀ ପ୍ରତି ଆକର୍ଷିତ ହୋଇ ନିଜର ଏକ ଘରୋଇ ଡାକ୍ତରଖାନା କାଶୀରେ ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ମତେ ତାହାର ମଧ୍ୟ ଶିଳାନ୍ୟାସ କରିବାର ସୁଯୋଗ ମିଳିଛି । ୫୦୦ ଶଯ୍ୟା ବିଶିଷ୍ଟ ଏତେବଡ଼ ଚିକିତ୍ସାଳୟ କାଶୀରେ ତିଆରି ହେବା, ଏହା କାଶୀ ପାଇଁ ବହୁତ ବଡ଼ ଉପହାର ଅଟେ । ଗରିବ, ବେମାର ଲୋକମାନଙ୍କ ପାଇଁ ୫୦୦ ମଧ୍ୟରୁ ୨୦୦ ଶଯ୍ୟା ସଂପୂର୍ଣ୍ଣ ଭାବେ ସମର୍ପିତ ରହିବ । ଅବଶିଷ୍ଟ ଯେଉଁ ୩୦୦ ଶଯ୍ୟା, ସୁପର ସ୍ପେସିଆଲିଟି ସେବା ପାଇଁ ରହିବ । ଏହା ଏକ ପ୍ରକାରରେ ଗରିବମାନଙ୍କ ପାଇଁ ଲାଭଦାୟକ ହେବ । ଆଉ ଏଇ କ୍ଷେତ୍ରରେ ଏତେ ବଡ଼ ଡ଼ାକ୍ତରଖାନା ତିଆରି ହେବା କାରଣରୁ ହଜାର ହଜାର ଯୁବକଙ୍କ ପାଇଁ ରୋଜଗାରର ନୂଆ ସମ୍ଭାବନା ସୃଷ୍ଟି କରିବ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାମ କରୁଥିବା ବିଦ୍ୟାର ବିକାଶ ହେବ । ପରାମେଡିକାଲ କର୍ମଚାରୀ, ନର୍ସିଂ କର୍ମଚାରୀ ରହିବେ, ଡାକ୍ତରଖାନାର ରକ୍ଷଣାବେକ୍ଷଣ ହେବ, ତ ଏକ ବହୁତ ବଡ ନିବେଶ କାରଣରୁ ଏହି କ୍ଷେତ୍ରକୁ ଲାଭ ହେବ ।

ଆଜି ଯେଉଁ ପ୍ରକଳ୍ପର ମୁଁ ଶିଳାନ୍ୟାସ କରିଥିଲି ତାକୁ ବର୍ତ୍ତମାନ ଆମ ମନ୍ତ୍ରୀ ମହୋଦୟା ସ୍ମୃତି ଇରାନୀ ଜୀ ବହୁତ ପରିଶ୍ରମ କରି ବହୁତ ନିଷ୍ଠାର ସହିତ ଏହି ପ୍ରକଳ୍ପ ଆଗକୁ ବଢାଇବା ପାଇଁ ମନପ୍ରାଣ ଦେଇ ଲାଗିଛନ୍ତି । ଆଉ ତାଙ୍କର ଏହି ନିରନ୍ତର ପ୍ରୟାସର ଏହା ପରିଣାମ । ଏତେ କମ୍ ସମୟ ମଧ୍ୟରେ ତାହାର ପ୍ରଥମ ପର୍ଯ୍ୟାୟକୁ ଆଜି ମତେ ଉଦ୍ଘାଟନ କରିବାର ସୌଭାଗ୍ୟ ମିଳିଲା । ମୁଁ ସ୍ମୃତି ଜୀଙ୍କୁ ଆଉ ତାଙ୍କର ପୁରା ଟିମ୍ କୁ ଆଉ ଏହା ପୁର୍ବରୁ ଏହି ବିଭାଗର ମନ୍ତ୍ରୀ ଥିବା ଗଙ୍ଗୱାର ଜୀ, ସେହି ସମସ୍ତଙ୍କୁ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ଯେଉଁ ଉତ୍ତମ ପ୍ରକାରର କାର୍ଯ୍ୟ ହୋଇଛି ଏବଂ ଯେତେ ଶୀଘ୍ର କାମ ହୋଇଛି । ଆଜି ନିର୍ଦ୍ଧାରିତ ସମୟରେ ପ୍ରଥମ ପର୍ଯ୍ୟାୟ, ଆଜି ଏହା କେବଳ କାଶୀର ଲୋକମାନଙ୍କ ପାଇଁ ନୁହେଁ ପୁରା ଅଞ୍ଚଳ ପାଇଁ । ଏହି ପ୍ରକାର କାମ କରୁଥିବା ଲୋକ ଏମାନଙ୍କୁ ଏହାର ଲାଭ ମିଳିବ । କାଶୀ ଗୋଟିଏ ଯାତ୍ରା ଧାମ, ପର୍ଯ୍ୟଟନ ସ୍ଥଳ ମଧ୍ୟ । ଏଠାରେ ଏହି ପ୍ରକାର ବ୍ୟବସ୍ଥା । କାଶୀକୁ ବିଶ୍ୱସ୍ତରୀୟ ପରିଚୟ ଦେବା କ୍ଷେତ୍ରରେ ଏହା ବହୁତ ବଡ ଆଧାର ହୋଇପାରେ । ଏବେ କାଶୀକୁ ଯେଉଁମାନେ ଆସିବେ ତାଙ୍କୁ ସେଠାକୁ ନେଇଯିବା ଦରକାର । ଏଠାକାର ରିକ୍ସାବାଲା ହୁଅନ୍ତୁ, ଟ୍ୟାକ୍ସିବାଲା ହୁଅନ୍ତୁ, ସେମାନଙ୍କୁ ମଧ୍ୟ ଜଣା ଥିବା ଦରକାର । ସେଠାରେ ସେ ଦେଖି ପାରିବ ଯେ, ଏହି ଅଞ୍ଚଳର ଲୋକମାନଙ୍କ ହାତରେ କିଭଳି ଯାଦୁ ରହିଛି । କେଉଁଭଳି ଜିନିଷ ତିଆରି କରୁଛନ୍ତି । ଆଉ ତାହାର ଏକ ବିଶ୍ୱସ୍ତରୀୟ ପରିଚୟ ସୃଷ୍ଟି ହେଉ, ଉତ୍ପାଦର ମଧ୍ୟ ପରିଚୟ ସୃଷ୍ଟି ହେଉ, ପ୍ରକ୍ରିୟାର ମଧ୍ୟ ପରିଚୟ ସୃଷ୍ଟି ହେଉ । ଆଉ ଭାରତର ଏହି ମହାନ ପରମ୍ପରା କାଶୀର ଲୋକମାନେ କିଭଳି ଅକ୍ଷୁର୍ଣ୍ଣ ରଖିଛନ୍ତି ଏହାର ପରିଚୟ ଦୁନିଆକୁ ମିଳୁ । ସେଭଳି ଏକ ଉତ୍ତମ କାର୍ଯ୍ୟ ଏହି ବାଣିଜ୍ୟ କେନ୍ଦ୍ର, ସଂଗ୍ରହାଳୟ ଯେଉଁ କାରଣରୁ ତିଆରି ହୋଇଛି । କାଲି ରାତିର କିଛି ଫଟୋ ଏଠାକାର ଲୋକମାନେ ମୋ ପାଖକୁ ପଠାଇଥିଲେ । କେତେ ଅଦ୍ଭୁତ ଦୃଶ୍ୟ ଲାଗୁଥିଲା । ଯେ କାଶୀର ମାଟିରେ ଏଭଳି ନିର୍ମାଣ କାର୍ଯ୍ୟ ହୋଇପାରୁଛି ଆଉ ଏତେ କମ୍ ସମୟରେ ହୋଇ ପାରୁଛି । ଏହି ପ୍ରାଚୀନ ସହର ସହିତ ଏହି ଆଧୁନିକ ଅଟ୍ଟାଳିକା ପ୍ରାଚୀନ କାରୁକାର୍ଯ୍ୟ ସହିତ ଆଧୁନିକ ପରିଚୟ । ଏଭଳି ଏକ ଶୁଭ ସଂଯୋଗ ସହିତ ବୟନ ଶିଳ୍ପର ଦୁନିଆ ଯାହା ଆଜି କାଶୀର ବିଶେଷ ପରିଚୟ ଅଟେ । ହସ୍ତକଳା ଯାହା କାଶୀର ବିଶେଷ ପରିଚୟ । ଅଙ୍ଗୁଳି ଚାଳନା ମାଧ୍ୟମରେ ସୁକ୍ଷ୍ମ ଭାବରେ ଗୋଟିଏ ସଂପୁର୍ଣ୍ଣ ନୂଆ ଜିନିଷ ନିର୍ମାଣ କରିବାର ଯେଉଁ ସାମର୍ଥ୍ୟ ଏହି ମାଟିର ରହିଛି ତାକୁ ସାରା ଦୁନିଆ ଭଲ ଭାବରେ ଦେଖିବ, ଚିହ୍ନିବ । ଆମ ପାଖରେ ପୁରୁଣା ପରମ୍ପରାର ଯେଉଁ ସାଧନ ରହିଛି ସେଥିରେ ପରିବର୍ତ୍ତନ ଜରୁରୀ । ବୈଷୟିକ ଜ୍ଞାନ ପ୍ରୟୋଗ ଆବଶ୍ୟକ, ଉଦ୍ଭାବନ ଆବଶ୍ୟକ । ଆଜି ମତେ କିଛି ବନ୍ଧୁମାନଙ୍କୁ ଚରଖା ଦେଇ ସହାୟତା କରିବାର ସୁଯୋଗ ମିଳିଲା । ଭିନ୍ନ ଭିନ୍ନ ନିର୍ମାଣ କାର୍ଯ୍ୟରେ ଚରଖାର ଯେଉଁ ଉପଯୋଗ ହୋଇଥାଏ ସେଥିରେ ଆଧୁନିକ ବୈଷୟିକ ଜ୍ଞାନ ଯୋଗୁଁ, ଆଧୁନିକ ବ୍ୟବସ୍ଥା ଯୋଗୁଁ ସରଳତା ଆସିବ, ରୋଜଗାର ମଧ୍ୟ ବଢିବ । ସେହି ଜିନିଷ ଗୁଡିକରେ ସେମାନେ ଗୁରୁତ୍ୱ ଦେବାର ପ୍ରୟାସ କରିଛନ୍ତି । ସାରା ଦେଶରେ ଏହି କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଏକ ପରିଚୟ ପତ୍ର ଦେବାର ଅଭିଯାନ ଚାଲିଛି । ଆମ ଦେଶ ପାଖରେ ଏତେ ବଡ଼ ସାମର୍ଥ୍ୟ ଅଛି । କିନ୍ତୁ ବିକ୍ଷିପ୍ତ ଭାବରେ ପଡି ରହିଛି । ନା କେବେ ତାହାର ରେକର୍ଡ ମିଳୁଛି ନା କେବେ ତାହାର ପରିଚୟ ମିଳୁଛି । ଆମର ସାମର୍ଥ୍ୟ ଆଜି ହଜି ଯାଇଛି । ଏହା ମଧ୍ୟ ଆମ ପାଇଁ କେବେ କେବେ ବହୁତ ବଡ଼ କ୍ଷତିର କାରଣ ହେଉଛି । ଆଉ ଯାହାକୁ ପରିଚୟ ମିଳିଯାଉଛି ତାହା ଏକ ବ୍ରାଣ୍ଡ ପାଲଟି ଯାଉଛି । ତାହାର ମୂଲ୍ୟ ଆପେ ଆପେ ବଢି ଯାଉଛି । କାହିଁକି ନା ଭାରତର ଗରିବରୁ ଗରିବ ବ୍ୟକ୍ତି ଯାହା ପାଖରେ କାର୍ଯ୍ୟ କୁଶଳତା ଅଛି, ଦକ୍ଷତା ଅଛି, କାମ କରିବାର ଦୃଢ ଇଚ୍ଛା ଶକ୍ତି ଅଛି ତାହାର ନିଜର ଏକ ପରିଚୟ ହେଉ । ସେ ନିଜେ ଏକ ବ୍ରାଣ୍ଡ ହେଉ । ଆମ ଦେଶରେ ଏମିତି କାମ କରିବା ବାଲା କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ ସ୍ୱୟଂ ଗୋଟିଏ ଗୋଟିଏ ବ୍ରାଣ୍ଡ । ଏହି ବ୍ରାଣ୍ଡକୁ ଆମେ ଏ ପର୍ଯ୍ୟନ୍ତ ଦୁନିଆକୁ ପରିଚିତ କରାଇ ପାରି ନାହୁଁ । ଏହି ପରିଚୟ ମାଧ୍ୟମରୁ ସେମାନଙ୍କର ସାମର୍ଥ୍ୟକୁ ଜାଣିବା, ସେମାନଙ୍କର ସାମର୍ଥ୍ୟକୁ ଶକ୍ତି ଦେବା, ଏହି କ୍ଷେତ୍ରରେ ବିକାଶ କରିବା ତ ତୁରନ୍ତ କରିପାରିବା, କି ଭାଇ ଚାଲ ଏଇ ପରିଚୟ ନେଇ ଏତେ ଲୋକ ଅଛନ୍ତି । ଏଥିପାଇଁ ଯୋଜନା ତିଆରି କରନ୍ତୁ । ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରନ୍ତୁ । ଦେଖିବେ ସେହି କାମକୁ ଶୀର୍ଷ ମାନ୍ୟତା ମିଳିଯାଇପାରେ । ଆଧୁନିକ ଜ୍ଞାନ କୌଶଳ ଦ୍ୱାରା ବ୍ୟକ୍ତିମାନଙ୍କୁ ଚିହ୍ନି ସେମାନଙ୍କ ଦକ୍ଷତାକୁ ମାପି ତାହାର ବ୍ରାଣ୍ଡିଂ କରି ଏଇ ଯେଉଁ ପରିଚୟ ପତ୍ର ଦେବାର ଯୋଜନା ଅଛି ତାହାର ମଧ୍ୟ ମତେ ଆଜି ସୁଯୋଗ ମିଳିଛି । ଯେଉଁ ଲୋକମାନେ କାର୍ପେଟ ତିଆରି କରୁଛନ୍ତି, ସେମାନଙ୍କୁ ଆଧୁନିକ ବୁଣିବା ଶୈଳୀ ବିଷୟରେ ଅବଗତ କରାଇବା, ଯେଉଁ କାରଣରୁ ଉନ୍ନତ ମାନର ଉତ୍ପାଦନ, ଅନ୍ତର୍ଜାତୀୟ ମାନର ଉତ୍ପାଦ ଫଳରେ ଆମ କାର୍ପେଟକୁ ରପ୍ତାନୀ କରିବାର ସୁବିଧା ବଢିବ । ଆଉ ଆମେ ଏଭଳି ବୁଣିବା ଶୈଳୀ ଉପଯୋଗରେ ସର୍ବୋତ୍ତମ କାର୍ପେଟ ତିଆରି କରିପାରିବା । ଆଉ ଉତ୍ତମରୁ ଉତ୍ତମ ଜିନିଷ ତିଆରି କରି ଆମେ ଦୁନିଆକୁ ଦେଇ ପାରିବା । ତାହାର ସଂପ୍ରସାରଣ କରିବାର ସୁଯୋଗ ମଧ୍ୟ ଆଜି ମତେ ମିଳିଛି ।

ଏଠାରେ କିଛି ଯୁବକ ଅଛନ୍ତି ଯେଉଁମାନଙ୍କୁ ଖେଳର ଉପକରଣ ଦେବାର ସୁଯୋଗ ମତେ ମିଳିଛି । ଏମିତି ତ ଏହା ମଲ୍ଲଯୋଦ୍ଧାଙ୍କର ଭୂଇଁ । କିନ୍ତୁ ଏହା ଆବଶ୍ୟକ ଯେ, ଖେଳ ଆମ ଦେଶର ଯୁବକମାନଙ୍କ ଜୀବନର ଗୋଟିଏ ଅଂଶ ହେବା ଦରକାର । ଆମ ସାମାଜିକ ଜୀବନର ଚରିତ୍ର ହେବା ଉଚିତ । ଖେଳ ଅଛି ତେଣୁ ତ ଆମର ଏଠି ଏକ ଅଲଗା ପରିବେଶ ସୃଷ୍ଟି ହୋଇଥାଏ । ଖେଳୁଆଡ ମନୋଭାବ ସମସ୍ତଙ୍କୁ ପସନ୍ଦ ହୋଇଥାଏ । କିନ୍ତୁ ଖେଳ ବିନା ଖେଳୁଆଡ ମନୋଭାବ ସମ୍ଭବ ହୋଇ ନଥାଏ । ଆଉ ଏଥିପାଇଁ ଖେଳକୁ ପ୍ରୋତ୍ସାହନ ଦେବା, ଯୁବକମାନଙ୍କୁ ସୁଯୋଗ ଦେବା, ଆଉ ଭାରତରେ ଯେଉଁ ସାମର୍ଥ୍ୟ ଅଛି, ଆଉ ବିବିଧତା ପୂର୍ଣ୍ଣ ଗୋଟିଏ ଖେଳରେ ନୁହେଁ ଅନେକ ପ୍ରକାର ଖେଳ ରହିଛି, ଅନେକ ପ୍ରକାରର କୁଶଳତା ଅଛି, ତାହାକୁ ବଢାଇବା ଦିଗରେ ଆମେ ପ୍ରୟାସ କରୁଅଛୁ । ଆଜି ମତେ ଖୁସି ଲାଗୁଛି ଯେ ଆପଣମାନଙ୍କ ମଧ୍ୟରେ ବହୁ ବିବିଧ ପ୍ରକଳ୍ପ ସମର୍ପିତ କରିବାର ସୁଯୋଗ ମତେ ମିଳିଛି । ମୋର ବିଶ୍ୱାସ ଯେଉଁ ପ୍ରକଳ୍ପଗୁଡିକର ଶିଳାନ୍ୟାସ ହୋଇଛି, ସେହି ପ୍ରକଳ୍ପ ଗୁଡିକ ସମୟ ସୀମା ଭିତରେ କିମ୍ବା ହୋଇପାରେ ସମୟ ପୁର୍ବରୁ ଆମେ ତାକୁ ସଂମ୍ପୂର୍ଣ୍ଣ କରିବା । ଆଉ ଏଠାର ଜନତା ଜନାର୍ଦ୍ଦନଙ୍କ ସେବାରେ ତାହାକୁ ସମର୍ପିତ କରିବା । ମୁଁ ଆପଣମାନଙ୍କ ପାଖରେ ବହୁତ ବହୁତ କୃତଜ୍ଞ ।

ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
Prime Minister receives phone call from President Emmanuel Macron, discusses situation in West Asia and maritime security
April 16, 2026

The Prime Minister, Shri Narendra Modi, received a phone call from the President of France, Emmanuel Macron.

During the conversation, the two leaders discussed the prevailing situation in West Asia. They agreed on the urgent need to restore safety and ensure freedom of navigation in the Strait of Hormuz.

Both leaders reiterated their commitment to continue close cooperation in advancing peace and stability in the region and beyond.

The Prime Minister wrote on X;

“Received a phone call from my dear friend President Emmanuel Macron. We discussed the situation in West Asia and agreed on the need to urgently restore safety and freedom of navigation in the Strait of Hormuz.

We will continue our close cooperation to advance peace and stability in the region and beyond.

@EmmanuelMacron”