ଭାରତ-ଆମେରିକା ମିଳିତ ପ୍ରେସ କନଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ଓ ଆତିଥେୟତା ପ୍ରଦର୍ଶନ କରିଥିବାରୁ ସେ ସର୍ବପ୍ରଥମେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତ ଓ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ କରିଥିବାରୁ ଟ୍ରମ୍ପଙ୍କ ନେତୃତ୍ୱକୁ ମୋଦୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

ପ୍ରଥମ ପାଳିରେ ଉଭୟ ରାଜନେତା ଯେଉଁ ଉତ୍ସାହ ଓ ଉଦ୍ଦୀପନା ଦେଖାଇଥିଲେ ତାହା ଆଜି ବି କାଏମ ରହିଥିବା ମୋଦୀ ଉଲ୍ଲେଖ କରିଥିଲେ । ପ୍ରଥମ ପାଳିରେ ପରିଲକ୍ଷିତ ହୋଇଥିବା ସଫଳତା ଉଭୟ ପକ୍ଷ ଭିତରେ ହୋଇଥିବା ଆଲୋଚନା ଓ ପାରସ୍ପରିକ ବୁଝାମଣା ଯୋଗୁଁ ସମ୍ଭବ ହୋଇପାରିଥିବା ମୋଦୀ କହିଥିଲେ । ଭାରତ ଓ ଆମେରିକା ଭିତରେ ରହିଥିବା ପାରସ୍ପରିକ ସହଯୋଗ ଓ ସୌହାର୍ଦ୍ଦ୍ୟ ସମଗ୍ର ବିଶ୍ୱକୁ ପରିବର୍ତନ କରିବାରେ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ମେକ ଆମେରିକା ଗ୍ରେଟ ଏଗେନ ବା ‘ମାଗା’ ଆହ୍ୱାନ ପରି ବିକଶିତ ଭାରତ ୨୦୪୭ ଆଡକୁ ସାରା ଭାରତ ଅଗ୍ରସର ହେଉଥିବା ମୋଦୀ କହିଥିଲେ । ବିକଶିତ ଭାରତ ମାନେ ମେକ ଇଣ୍ଡିଆ ଗ୍ରେଟ ଏଗେନ ବା ‘ମିଗା’ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଏହି ‘ମାଗା’ ଓ ‘ମିଗା’କୁ ନେଇ ଉଭୟ ଦେଶ ମିଳିତ ଭାବେ କାମ କରୁଛନ୍ତି ମୋଦୀ କହିଥିବା ବେଳେ ନୂଆ ଲକ୍ଷ୍ୟ ପାଇଁ ଉଭୟ ଦେଶର ‘ମେଗା’ ସହଭାଗିତା କାମ ଦେବ ବୋଲି ମତପ୍ରକାଶ କରିଥିଲେ ।

 

୨୦୩୦ ସୁଦ୍ଧା ଉଭୟ ଦେଶର ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାରକୁ ୫୦୦ ବିଲିୟନ ଡଲାରକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ପାରସ୍ପରିକ ବାଣିଜ୍ୟିକ ରାଜିନାମାରେ ଉପନୀତ ହେବା ପାଇଁ ତାଙ୍କ ଟିମ କାମ କରୁଥିବା ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।

ଭାରତର ଶକ୍ତି ନିରାପତ୍ତା ପାଇଁ ତୈଳ ଓ ଗ୍ୟାସ ବାଣିଜ୍ୟକୁ ମଜଭୂତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଶକ୍ତି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେହିପରି ଆଣବିକ ଶକ୍ତି କ୍ଷେତ୍ରରେ ଛୋଟ ମୋଡ୍ୟୁଲାର ରିଆକ୍ଟର ଦିଗରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ଭାରତର ପ୍ରତିରକ୍ଷା କ୍ଷେତ୍ରରେ ସବୁ ବେଳେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ତେବେ ମିଳିତ ବିକାଶ, ମିଳିତ ଉତ୍ପାଦନ ଓ ପ୍ରଯୁକ୍ତି ବିଦ୍ୟା ବିନିମୟ କ୍ଷେତ୍ରରେ ଦୁଇ ଦେଶ ଭିତରେ ସବୁ ବେଳେ ସହଭାଗିତା ରହିଆସିଥିବା ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ ନୂଆ ପ୍ରଯୁକ୍ତି ବିଦ୍ୟା ଓ ଯନ୍ତ୍ରପାତି ଯୋଗୁଁ ଉଭୟ ଦେଶର ଦକ୍ଷତା ବୃଦ୍ଧି ପାଇବ ବୋଲି ମୋଦୀ ଆଶାପ୍ରକଟ କରିଥିଲେ । ଖୁବଶୀଘ୍ର ଅଟୋନୋମସ ସିଷ୍ଟମସ ଇଣ୍ଡଷ୍ଟ୍ରୀ ଆଲାଏନ୍ସ ପ୍ରସ୍ତୁତ କରିବା ପାଇଁ ଭାରତ ଚେଷ୍ଟା କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଦେଇଥିଲେ । ପରବର୍ତୀ ଦଶନ୍ଧି ପାଇଁ ପ୍ରତିରକ୍ଷା ସହଯୋଗ ନେଇ ଖସଡା ପ୍ରସ୍ତୁତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ପ୍ରତିରକ୍ଷା କ୍ଷେତ୍ରରେ ଆନ୍ତଃ କାର୍ଯ୍ୟକ୍ଷମତା, ଲଜିଷ୍ଟିକ୍ସ ଓ ମରାମତି ଉପରେ ବିଶେଷ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ଏକବିଂଶ ଶତାବ୍ଦୀ ହେଉଛି ପ୍ରଯୁକ୍ତି ବିଦ୍ୟାର ଯୁଗ । ଏହି କ୍ଷେତ୍ରରେ ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ସହଯୋଗ ସମଗ୍ର ମାନବଜାତିକୁ ନୂଆ ଦିଗ ଓ ଦିଗଦର୍ଶନ ଦେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କୃତ୍ରିମ ବୁଦ୍ଧିମତା, ସେମି କଣ୍ଡକ୍ଟର, କ୍ୱାଂଟମ, ବାୟୋ ଟେକ୍ନୋଲଜି ଓ ଅନ୍ୟାନ୍ୟ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଭୟ ଦେଶ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଥିଲେ ।

 

ଟ୍ରଷ୍ଟ ବା ଟ୍ରାନ୍ସଫର୍ମିଙ୍ଗ ରିଲେସନସିପ ୟୁଟିଲାଇଜିଂ ଷ୍ଟ୍ରାଟେଜିକ ଟେକ୍ନୋଲଜି ଉପରେ ଉଭୟ ଦେଶର ସହମତି ରହିଥିବା କୁହାଯାଇଛି । ଖଣିଜ ଓ ଫାର୍ମାସ୍ୟୁଟିକାଲ ଦ୍ରବ୍ୟର ଏକ ମଜଭୂତ ସପ୍ଲାଏ ଚେନ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱ ଦିଆଯାଇଛି । ଲିଥିୟମ ଓ ଅନ୍ୟାନ୍ୟ ଖଣିଜ ସମ୍ପଦର ଉତୋଳନ ଓ ପ୍ରକ୍ରିୟାକରଣ ଉପରେ କାମ କରିବାକୁ ଚେଷ୍ଟା ଚାଲିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

ମହାକାଶ ବିଜ୍ଞାନ କ୍ଷେତ୍ରରେ ବି ଆମେରିକା ସହ ଭାରତର ସହଯୋଗ ରହିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଉଭୟ ଇସ୍ରୋ ଓ ନାସାର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଥିବା ‘ନିସାର’ ଉପଗ୍ରହ ଖୁବଶୀଘ୍ର ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଯାନରେ ମହାକାଶକୁ ଉତକ୍ଷେପଣ କରାଯିବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠା ଦିଗରେ ଭାରତ ଓ ଆମେରିକା କାମ କରିଆସୁଥିବା କୁହାଯାଇଛି । ଇଣ୍ଡୋ ପାସିଫିକ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବୃଦ୍ଧି କରିବା ଲକ୍ଷ୍ୟରେ ଉଭୟ ଦେଶ ମିଳିତ ଭାବେ କାମ କରିବେ ବୋଲି କୁହାଯାଇଛି । ତେବେ ଏନେଇ ‘କ୍ୱାଡ’ର ବିଶେଷ ଭୂମିକା ରହିଥିବା ଉଲ୍ଲେଖ କରାଯାଇଛି । ଚଳିତବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ରହିଥିବା ‘କ୍ୱାଡ’ ଶିଖର ସମ୍ମିଳନୀରେ ସହଯୋଗୀ ରାଷ୍ଟ୍ରଗୁଡିକ ସହ ନୂଆ ନୂଆ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ମତପୋଷଣ କରିଥିଲେ । ଆଇଏମଇସି ଓ ଆଇ୨ୟୁ୨ ଅଧୀନରେ ଆର୍ଥିକ କରିଡର ଓ ଯୋଗାଯୋଗ ଭିତିଭୂମି କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି ଉଲ୍ଲେଖ କରାଯାଇଛି ।

ଆତଙ୍କବାଦକୁ ଦମନ କରିବା କ୍ଷେତ୍ରରେ ଉଭୟ ଭାରତ ଓ ଆମେରିକା ମିଳିତ ଭାବେ କାମ କରିଆସୁଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସୀମାପାର ଆତଙ୍କବାଦ ମୂଳୋତ୍ପାଟନ କରିବାକୁ ଉଭୟ ଦେଶ ପ୍ରତିବଦ୍ଧ ବୋଲି ବି ସୂଚନା ଦିଆଯାଇଥିଲା ।

 

୨୦୦୮ ମସିହାରେ ଭାରତରେ ନରସଂହାର କରିଥିବା ଅଭିଯୁକ୍ତକୁ ପ୍ରତ୍ୟାବର୍ତନ କରିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ରାଜି ହୋଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ତେବେ ଏନେଇ ଏବେ ଭାରତୀୟ ଅଦାଲତ ବିହିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।

ଆମେରିକାରେ ବସବାସ କରୁଥିବା ଭାରତୀୟ ସମୁଦାୟ ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ଦିଗରେ ବିଶେଷ ସହାୟକ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ପ୍ରବାସୀମାନଙ୍କ ଭିତରେ ସମ୍ପର୍କକୁ ଦୃଢ କରିବାକୁ ଖୁବଶୀଘ୍ର ଲସ ଆଞ୍ଜେଲସ ଓ ବୋଷ୍ଟନ ସହରରେ ଭାରତୀୟ ଦୂତାବାସ ଖୋଲିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

 

ଭାରତରେ ବିଦେଶୀ କ୍ୟାମ୍ପସ ଖୋଲିବାକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଆମେରିକୀୟ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନକୁ ନିମନ୍ତ୍ରଣ କରିଥିଲେ ।

ଭାରତ ସହ ବନ୍ଧୁତାକୁ ବଜାୟ ରଖି ଉଲ୍ଲେଖନୀୟ ପ୍ରତିବଦ୍ଧତା ପାଇଁ ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଥିଲେ । ୨୦୨୦ ମସିହାରେ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଆଗମନକୁ ଭାରତବାସୀ ମନେ ରଖିଛନ୍ତି ଓ ଆଗାମୀ ଦିନରେ ବି ସେ ଆଉଥରେ ଆସିବାକୁ ଭାରତବାସୀ ଆଗ୍ରହ ରଖିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ଭାରତର ୧.୪ ବିଲିୟନ ଅଧିବାସୀଙ୍କ ପକ୍ଷରୁ ଟ୍ରମ୍ପ ପୁଣିଥରେ ଭାରତ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁରୋଧ ଜଣାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM SVANidhi: How India’s street vendors are being brought into the formal economy

Media Coverage

PM SVANidhi: How India’s street vendors are being brought into the formal economy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.