ମହାମହିମ, ପ୍ରଧାନମନ୍ତ୍ରୀ ମିତ୍ସୋଟାକିସ୍‌,

ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ,

ଉପସ୍ଥିତ ଗଣମାଧ୍ୟମର ବନ୍ଧୁଗଣ,

ନମସ୍କାର!

 ସର୍ବପ୍ରଥମେ ଗ୍ରୀସ୍‌ର ଜଙ୍ଗଲରେ ନିଆଁ ଲାଗିବା ଭଳି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କୁ  ମୁଁ ଏବଂ ଭାରତର ସମସ୍ତ ଜନସାଧାରଣଙ୍କ ତରଫରୁ ସମବେଦନା ଜଣାଉଛି ।

ଏହା ସହିତ ଆମେ ଆହତ ଲୋକ ମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ ।

ବନ୍ଧୁଗଣ,

ଗ୍ରୀସ୍ ଓ ଭାରତ - ଏହା ଏକ ପ୍ରାକୃତିକ ପୁନର୍ମିଳନ

-ପୃଥିବୀର ଦୁଇଟି ପ୍ରାଚୀନ ସଭ୍ୟତା ମଧ୍ୟରେ,

- ପୃଥିବୀର ଦୁଇଟି ପ୍ରାଚୀନ ଗଣତାନ୍ତ୍ରିକ ବିଚାରଧାରା ମଧ୍ୟରେ ଏବଂ

- ବିଶ୍ୱର ଦୁଇଟି ପ୍ରାଚୀନ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ମଧ୍ୟରେ ।

ବନ୍ଧୁଗଣ,

ଆମ ସମ୍ପର୍କର ମୂଳଦୁଆ ଯେତିକି ପୁରାତନ ସେତିକି ମଜଭୁତ ମଧ୍ୟ ।

ବିଜ୍ଞାନ, କଳା ଓ ସଂସ୍କୃତି - ଆମେ ସବୁ କ୍ଷେତ୍ରରେ ପରସ୍ପର ଠାରୁ ଶିଖିଛୁ ।

ଆଜି ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ହେଉ କିମ୍ବା ଭୂମଧ୍ୟସାଗରୀୟ କ୍ଷେତ୍ରରେ ଭୂ - ରାଜନୈତିକ, ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଆମ ଭିତରେ ଉତ୍ତମ ସମନ୍ୱୟ ରହିଛି ।

ଦୁଇ ପୁରୁଣା ବନ୍ଧୁଙ୍କ ପରି ଆମେ ପରସ୍ପରର ଭାବନାକୁ ବୁଝିଥାଉ ଏବଂ ସେସବୁକୁ ସମ୍ମାନ ଦେଇଥାଉ ।

ଦୀର୍ଘ ୪୦ ବର୍ଷର ବ୍ୟବଧାନ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ଗ୍ରୀସ ଗସ୍ତ ।

ତଥାପି ମଧ୍ୟ ଆମ ସମ୍ପର୍କର ଗଭୀରତା ହ୍ରାସ ପାଇ ନାହିଁ, କିମ୍ବା ଆମ ସମ୍ପର୍କର ଉଷ୍ମତା କମ୍ ହୋଇ ନାହିଁ ।

ସେଥିପାଇଁ , ଆଜି ଗ୍ରୀସ୍‌ର ପ୍ରଧାନମନ୍ତ୍ରୀ ଏବଂ ମୁଁ ଭାରତ - ଗ୍ରୀସ୍ ମଧ୍ୟରେ ଭାଗିଦାରୀତାକୁ ଏକ "ରଣନୈତିକ" ସ୍ତରକୁ ନେବାକୁ ନିଷ୍ପତ୍ତି ନେଇଛୁ ।

ପ୍ରତିରକ୍ଷା ଏବଂ ନିରାପତ୍ତା, ଭିତ୍ତିଭୂମି, କୃଷି, ଶିକ୍ଷା, ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଆମର ସହଯୋଗକୁ ବିସ୍ତାର କରି ଆମେ ଆମର ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବୁ ବୋଲି ନିଷ୍ପତ୍ତି ନେଇଛୁ ।

ବନ୍ଧୁଗଣ,

ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ , ସାମରିକ ସମ୍ପର୍କ ସହିତ ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ଆମେ ସହମତ ହୋଇଛୁ ।

ଆଜି ଆମେ ଆତଙ୍କବାଦ ଏବଂ ସାଇବର ନିରାପତ୍ତା ବିଷୟରେ ମଧ୍ୟ ଆଲୋଚନା କରିଛୁ ।

ଆମେ ନିଷ୍ପତ୍ତି ନେଇଛୁ ଯେ , ଆମର ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରରେ ମଧ୍ୟ ଆଲୋଚନା ପାଇଁ ଏକ ସଂସ୍ଥାଗତ ପ୍ଲାଟଫର୍ମ ରହିବା ଉଚିତ୍ ।

ପ୍ରଧାନମନ୍ତ୍ରୀ ଏବଂ ମୁଁ ସହମତ ଯେ , ଆମର ଦ୍ୱିପାକ୍ଷିକ ବାଣିଜ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆଗକୁ ଅଭିବୃଦ୍ଧିର ପ୍ରଚୁର ସମ୍ଭାବନା ରହିଛି ।

ତେଣୁ , ୨୦୩୦ ସୁଦ୍ଧା ଆମର ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜି,  କିଛି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ଏକ ବ୍ୟବସାୟିକ ବୈଠକ ଆୟୋଜନ କରିବେ ।

ଏଥିରେ , ଆମେ ଉଭୟ ଦେଶର ବ୍ୟବସାୟିକ ପ୍ରତିନିଧିଙ୍କ ସହ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ଆଲୋଚନା କରିବୁ ।

ଆମେ ବିଶ୍ୱାସ କରୁ ଯେ , ଆମର ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରି ଆମେ ଆମର ଶିଳ୍ପ ଏବଂ ଅର୍ଥନୈତିକ ସହଯୋଗକୁ ଏକ ନୂତନ ସ୍ତରକୁ ନେଇ ପାରିବା ।

ଆଜି କୃଷି କ୍ଷେତ୍ରରେ ସହଯୋଗ ପାଇଁ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି ।

ଏହି ବୁଝାମଣା ଦ୍ୱାରା ଆମେ କେବଳ କୃଷି ଓ ବିହନ ଉତ୍ପାଦନ ନୁହେଁ ବରଂ ଗବେଷଣା, ପଶୁପାଳନ ଏବଂ ପଶୁସମ୍ପଦ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପରସ୍ପରକୁ ସହଯୋଗ କରି ପାରିବା ।

ବନ୍ଧୁଗଣ,

ଦୁଇ ଦେଶ ମଧ୍ୟରେ କୁଶଳୀ ପ୍ରବାସନକୁ ସୁଗମ କରିବା ପାଇଁ ଆମେ ଖୁବ୍ ଶୀଘ୍ର ଏକ ପ୍ରବାସନ ଏବଂ ମୋବିଲିଟି ପାର୍ଟନରସିପ୍ (ଗତିଶୀଳତା ଭାଗୀଦାରୀ) ଚୁକ୍ତି କରିବାକୁ ନିଷ୍ପତ୍ତି ନେଇଛୁ ।

ଆମର ବିଶ୍ୱାସ ଯେ ଆମର ପ୍ରାଚୀନ କାଳର ପ୍ରଥା ଅନୁସାରେ ଲୋକ – ଲୋକ ମଧ୍ୟରେ ସମ୍ପର୍କକୁ ଏକ ନୂତନ ରୂପ ଦେବାକୁ ହେଲେ ଆମକୁ ସହଯୋଗ ବୃଦ୍ଧି କରିବାକୁ ହେବ ।

ଆମେ ଆମ ଅନୁଷ୍ଠାନ ଗୁଡ଼ିକ ମଧ୍ୟରେ ସାଂସ୍କୃତିକ ଏବଂ ଶୈକ୍ଷିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବୁ ।

ବନ୍ଧୁଗଣ,

ଆମେ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗଗୁଡିକ ଉପରେ ମଧ୍ୟ ଆଲୋଚନା କରିଥିଲୁ ।

ଗ୍ରୀସ୍ ଭାରତ - ୟୁରୋପୀୟ ସଂଘ ବାଣିଜ୍ୟ ଓ ପୁଞ୍ଜି ନିବେଶ ଚୁକ୍ତିକୁ ସମର୍ଥନ ଜଣାଇଛି ।

ୟୁକ୍ରେନ ମାମଲାରେ ଉଭୟ ଦେଶ କୂଟନୀତି ଏବଂ ପାରସ୍ପରିକ ଆଲୋଚନାକୁ ସମର୍ଥନ କରନ୍ତି ।

ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ମଞ୍ଚରେ ସହଯୋଗ ପାଇଁ ମୁଁ ଗ୍ରୀସକୁ ଧନ୍ୟବାଦ ଜଣାଉଛି ।

ଭାରତର ଜି- ୨୦ ଅଧ୍ୟକ୍ଷତା ସମ୍ପର୍କରେ ଶୁଭେଚ୍ଛା ଓ ପ୍ରୋତ୍ସାହନ ପାଇଁ ମୁଁ ଗ୍ରୀସ୍‌ର ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ।

ବନ୍ଧୁଗଣ,

ଆଜି ମୋତେ ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ଅନର ପ୍ରଦାନ କରିଥିବାରୁ ମୁଁ ହେଲେନିକ୍ ରିପବ୍ଲିକ୍‌ର ଜନସାଧାରଣ ଏବଂ ରାଷ୍ଟ୍ରପତିଙ୍କୁ ଆନ୍ତରିକ ଭାବେ ଧନ୍ୟବାଦ ଜଣାଉଛି ।

ମୁଁ ୧୪୦ କୋଟି ଭାରତୀୟଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରି କୃତଜ୍ଞତା ଜଣାଉଛି ।

ଭାରତ ଏବଂ ଗ୍ରୀସର ମିଳିତ ମୂଲ୍ୟବୋଧ ହେଉଛି ଆମର ଦୀର୍ଘ ଏବଂ ବିଶ୍ୱସ୍ତ ଭାଗିଦାରୀର ମୂଳଦୁଆ ।

ଗଣତନ୍ତ୍ରର ମୂଲ୍ୟବୋଧ ଓ ଆଦର୍ଶକୁ ପ୍ରତିଷ୍ଠା ଓ ସଫଳତାର ସହ କାର୍ଯ୍ୟକାରୀ କରିବାରେ ଉଭୟ ଦେଶର ଐତିହାସିକ ଅବଦାନ ରହିଛି ।

ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଭାରତୀୟ କଳା ଏବଂ ଗ୍ରୀକୋ - ରୋମାନ କଳାର ଏକ ସୁନ୍ଦର ମିଶ୍ରଣ ଗାନ୍ଧାର କଳା ପରି ଭାରତ ଏବଂ ଗ୍ରୀସ୍ ମଧ୍ୟରେ ବନ୍ଧୁତା ମଧ୍ୟ ସମୟର ପ୍ରସ୍ତରରେ ନିଜର ଅବିସ୍ମରଣୀୟ ଛାପ ଛାଡିବ ।

ଗ୍ରୀସର ଏହି ସୁନ୍ଦର ଏବଂ ଐତିହାସିକ ସହରରେ ଆଜି ମୋତେ ଏବଂ ମୋ ପ୍ରତିନିଧି ଦଳକୁ ପ୍ରଦାନ କରାଯାଇଥିବା ଆତିଥ୍ୟ ପାଇଁ ମୁଁ ପୁଣି ଥରେ ଶ୍ରୀ ପ୍ରଧାନମନ୍ତ୍ରୀ ଏବଂ ଗ୍ରୀସ୍‌ର ଲୋକମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

ଟିପ୍ପଣୀ  - ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତିର ଆନୁମାନିକ ଅନୁବାଦ । ମୂଳ ପ୍ରେସ୍ ବିବୃତି ହିନ୍ଦୀରେ ପ୍ରଦାନ କରାଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi At SRCC:

Media Coverage

PM Modi At SRCC: "Those Who Pushed India Into 'Fragile 5' Can't Digest 7.8%"
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."