ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ମିଳିତ ଭାବେ ମରିସସ ସୁପ୍ରିମକୋର୍ଟର ନୂତନ ଅଟ୍ଟାଳିକାକୁ ଗୁରୁବାର, ଜୁଲାଇ 30, 2020ରେ ଉଦଘାଟନ କରିବେ । ମରିସସ ନ୍ୟାୟପାଳିକାର ବରିଷ୍ଠ ସଦସ୍ୟଗଣ ଏବଂ ଉଭୟ ଦେଶର ଅନ୍ୟ ପ୍ରତିନିଧିମାନଙ୍କର ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତିରେ ଏ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାରତର ଅନୁଦାନ ସହାୟତାରେ ଏହି ଅଟ୍ଟାଳିକା ନିର୍ମାଣ କରାଯାଇଛି ଏବଂ କୋଭିଡ ପରେ ରାଜଧାନୀ ସହର ପୋର୍ଟ ଲୁଇସରେ ଭାରତ ସହାୟତା ପ୍ରାପ୍ତ ପ୍ରଥମ ଭିତ୍ତିଭୂମି ପ୍ରକଳ୍ପ ।

ଭାରତ ସରକାର ମରିସସକୁ 2016ରେ 353 ନିୟୁତ ଆମେରିକୀୟ ଡଲାର ‘ସ୍ଵତନ୍ତ୍ର ଅର୍ଥନୈତିକ ପ୍ୟାକେଜ’ ଯୋଗାଇ ଦେଇଥିଲେ । ଏହାର ଅଧୀନରେ କାର୍ଯ୍ୟକାରୀ ହେଉଥିବା 5ଟି ପ୍ରକଳ୍ପ ମଧ୍ୟରୁ ନୂଆ ସୁପ୍ରିମକୋର୍ଟ କୋଠା ଅନ୍ୟତମ । ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଏବଂ ଆନୁମାନିକ ମୂଲ୍ୟ ମଧ୍ୟରେ ନିର୍ମିତ ହୋଇଛି । ଏହି ଅଟ୍ଟାଳିକା 47ଶହ ବର୍ଗମିଟର ଅଞ୍ଚଳରେ ନିର୍ମିତ ହୋଇଥିବା ବେଳେ ଏଥିରେ 10 ମହଲା ରହିଛି ଏବଂ ଏହାର ସମ୍ପୂର୍ଣ୍ଣ ପରିଧି 25 ହଜାର ବର୍ଗମିଟର। ଏହି ଅଟ୍ଟାଳିକାରେ ଅତ୍ୟାଧୁନିକ ଡିଜାଇନ ଏବଂ ସବୁଜ ବୈଶିଷ୍ଟ୍ୟ ରହିଛି । ଏଥିରେ ତାପ ଏବଂ ଶବ୍ଦ ନିରୋଧୀ ବ୍ୟବସ୍ଥା ସହିତ ଉଚ୍ଚ ଶକ୍ତି ଦକ୍ଷତା ଉପରେ ଜୋର ଦିଆଯାଇଛି ।

ଅକ୍ଟୋବର 2019ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମରିସସ ପ୍ରଧାନମନ୍ତ୍ରୀ ମିଳିତ ଭାବେ ମେଟ୍ରୋ ଏକ୍ସପ୍ରେସ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଏବଂ ମରିସସରେ ଏକ ନୂଆ ଇଏନଟି ଡାକ୍ତରଖାନାର ଉଦଘାଟନ କରିଥିଲେ । ଏ ଦୁଇଟି ପ୍ରକଳ୍ପ ମଧ୍ୟ ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ ଅଧୀନରେ ନିର୍ମାଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ମେଟ୍ରୋ ଏକ୍ସପ୍ରେସ ପ୍ରକଳ୍ପରେ 12 କିମି ମେଟ୍ରୋ ଲାଇନ ନିର୍ମାଣ ଗତବର୍ଷ ସେପ୍ଟେମ୍ବରରେ ଶେଷ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ 14 କିମି ମେଟ୍ରୋ ଲାଇନ ନିର୍ମାଣ ଜାରି ରହିଛି । ଇଏନଟି ହସ୍ପିଟାଲ ପ୍ରକଳ୍ପ ଜରିଆରେ ଭାରତ ମରିସସରେ ଏକ ଅତ୍ୟାଧୁନିକ 100 ଶଯ୍ୟା ବିଶିଷ୍ଟ ଇଏନଟି ହସ୍ପିଟାଲ ନିର୍ମାଣ କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦେଇଛି ।
ନୂଆ ସୁପ୍ରିମକୋର୍ଟ ଅଟ୍ଟାଳିକା ସହରର କେନ୍ଦ୍ରସ୍ଥଳୀରେ ଏକ ଗୁରୁତ୍ଵପୂର୍ଣ୍ଣ ସ୍ମାରକୀ ହୋଇପାରିବ ଯାହା ଦୁଇ ଦେଶର ଦୃଢ଼ ଦ୍ଵିପାକ୍ଷିକ ଭାଗିଦାରୀକୁ ପ୍ରତିଫଳିତ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In a first, NCERT adds Emergency to Class 9 textbooks; chapter details rights suspension and press censorship

Media Coverage

In a first, NCERT adds Emergency to Class 9 textbooks; chapter details rights suspension and press censorship
NM on the go

Nm on the go

Always be the first to hear from the PM. Get the App Now!
...
Governor of Gujarat meets the Prime Minister
June 25, 2026

Governor of Gujarat, Shri Acharya Devvrat met with the Prime Minister Shri Narendra Modi, today.

The Prime Minister posted on X;

Governor of Gujarat, Shri @ADevvrat met Prime Minister @narendramodi today.