ମାନ୍ୟବର ପ୍ରଧାନମନ୍ତ୍ରୀ ମେଲୋନି, 

ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ,

ଗଣମାଧ୍ୟମର ବନ୍ଧୁଗଣ,

ନମସ୍କାର!

ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନିଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ , ମୁଁ ତାଙ୍କୁ ଏବଂ ତାଙ୍କ ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ ଜଣାଉଛି । ଗତ ବର୍ଷ ସେଠାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଇଟାଲୀର ନାଗରିକମାନେ ତାଙ୍କୁ ପ୍ରଥମ ମହିଳା ଏବଂ ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଥିଲେ । ଏହି ଐତିହାସିକ ସଫଳତା ପାଇଁ , ସମସ୍ତ ଭାରତୀୟଙ୍କ ପକ୍ଷରୁ ମୁଁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା ପ୍ରଦାନ କରୁଛି ଏବଂ ଅଭିନନ୍ଦନ ଜଣାଉଛି । ସେ କାର୍ଯ୍ୟଭାର ଗ୍ରହଣ କରିବାର କିଛି ଦିନ ପରେ ବାଲି ଠାରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ଆମର ପ୍ରଥମ ସାକ୍ଷାତ ହୋଇଥିଲା ।

ବନ୍ଧୁଗଣ,

ଆଜି ଆମର ଆଲୋଚନା ଅତ୍ୟନ୍ତ ଉପଯୋଗୀ ଏବଂ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଥିଲା । ଚଳିତ ବର୍ଷ ଉଭୟ ଭାରତ ଏବଂ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କର ୭୫ ତମ ବାର୍ଷିକୀ ପାଳନ କରୁଛନ୍ତି । ଏବଂ ଏହି ଅବସରରେ ଆମେ ଭାରତ - ଇଟାଲୀ ମଧ୍ୟରେ ସହଭାଗୀତାକୁ ରଣନୀତିପୂର୍ଣ୍ଣ ଭାଗୀଦାରୀତାର ମାନ୍ୟତା ଦେବା ନିମନ୍ତେ ନିଷ୍ପତ୍ତି ନେଇଛୁ । ଆମେ ଆମର ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆମେ ଗୁରୁତ୍ୱାରୋପ କରିଛୁ । ଆମର “ମେକ୍ ଇନ୍ ଇଣ୍ଡିଆ” ଏବଂ “ଆତ୍ମନିର୍ଭର ଭାରତ” ଅଭିଯାନ ଭାରତରେ ବୃହତ୍ ପରିମାଣରେ ନିବେଶ ନିମନ୍ତେ ସୁଯୋଗକୁ ଉନ୍ମୁକ୍ତ କରୁଛି । ନବୀକରଣ ଯୋଗ୍ୟ ଶକ୍ତି, ସବୁଜ ଉଦ୍‌ଜାନ, ଆଇଟି, ସେମିକଣ୍ଡକ୍ଟର, ଟେଲିକମ୍ ଏବଂ ମହାକାଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆମେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛୁ । ଆଜି ଆମେ ଭାରତ ଏବଂ ଇଟାଲୀ ମଧ୍ୟରେ ଏକ ଷ୍ଟାର୍ଟଅପ୍ ବ୍ରିଜ୍ ପ୍ରତିଷ୍ଠା କରିବାକୁ ଘୋଷଣା କରୁଛୁ ଏବଂ ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ ।

ବନ୍ଧୁଗଣ,

ଏମିତି ଆଉ ଏକ କ୍ଷେତ୍ର ଅଛି, ଯେଉଁଥିରେ ଉଭୟ ଦେଶ ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛନ୍ତି ଏବଂ ତାହା ହେଉଛି ପ୍ରତିରକ୍ଷା ସହଯୋଗର କ୍ଷେତ୍ର । ଭାରତରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ସହ - ଉତ୍ପାଦନ ଏବଂ ସହ - ବିକାଶ ପାଇଁ ସୁଯୋଗ ସୃଷ୍ଟି ହେଉଛି, ଯାହା ଉଭୟ ଦେଶ ପାଇଁ ଲାଭଦାୟକ ହୋଇପାରେ । ଆମେ ମଧ୍ୟ ଉଭୟ ଦେଶର ସେନା ବାହିନୀ ମଧ୍ୟରେ ନିୟମିତ ଭାବରେ ମିଳିତ କାର୍ଯ୍ୟକ୍ରମ ଏବଂ ତାଲିମ ପାଠ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ । ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ବିରୋଧରେ ଲଢ଼େଇରେ ଭାରତ ଏବଂ ଇଟାଲୀ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରୁଛନ୍ତି । ଏହି ସହଯୋଗକୁ କିପରି ଅଧିକ ମଜବୁତ କରାଯିବ ସେ ବିଷୟରେ ଆମେ ବିସ୍ତୃତ ଭାବରେ ଆଲୋଚନା କରିଛୁ । 

ବନ୍ଧୁଗଣ,

ଭାରତ ଏବଂ ଇଟାଲୀ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ସାଂସ୍କୃତିକ ସମ୍ପର୍କ ଏବଂ ଲୋକ ମାନଙ୍କ ମଧ୍ୟରେ ସମ୍ପର୍କ ରହିଛି । ବର୍ତ୍ତମାନ ସମୟର ଆବଶ୍ୟକତା ଅନୁଯାୟୀ , ଏହି ସମ୍ପର୍କ ଗୁଡିକୁ ଏକ ନୂତନ ଆକାର ଏବଂ ନୂତନ ଶକ୍ତି ଦେବା ଉପରେ ଆମ ଭିତରେ ଏକ ବିଚାର ବିମର୍ଶ ହୋଇଥିଲା । ପ୍ରବାସ ଏବଂ ଗତିଶୀଳ ଭାଗୀଦାରୀତା ଚୁକ୍ତି ଉପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ । ଏହି ଚୁକ୍ତିନାମାର ପ୍ରାରମ୍ଭିକ ସିଦ୍ଧାନ୍ତ ଆମର ଲୋକ - ଲୋକଙ୍କ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ । ଆମେ ମଧ୍ୟ ଦୁଇ ଦେଶର ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡିକ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛୁ । ଭାରତ ଏବଂ ଇଟାଲୀ ମଧ୍ୟରେ ସମ୍ପର୍କର ୭୫ ତମ ବାର୍ଷିକୀ ପାଳନ କରିବା ନିମନ୍ତେ ଆମେ ଏକ କାର୍ଯ୍ୟ ଯୋଜନା କରିବାକୁ ନିଷ୍ପତ୍ତି ନେଇଛୁ । ଏହା ମାଧ୍ୟମରେ ଉଭୟ ଦେଶର ବିବିଧତା, ଇତିହାସ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ନବସୃଜନ, କ୍ରୀଡା ଏବଂ ଉଭୟ ଦେଶର ସଫଳତାକୁ ଏକ ବିଶ୍ୱ ସ୍ତରୀୟ ମଂଚରେ ପ୍ରଦର୍ଶନ କରିବା ନିମନ୍ତେ ସମର୍ଥ ହୋଇ ପାରିବ । 

ବନ୍ଧୁଗଣ,

କୋଭିଡ ମହାମାରୀ ଏବଂ ୟୁକ୍ରେନ ବିବାଦ ଯୋଗୁଁ ସୃଷ୍ଟି ହୋଇଥିବା ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟ ଫଳରେ ସମସ୍ତ ଦେଶ ପ୍ରଭାବିତ ହୋଇଛନ୍ତି । ବିକାଶଶୀଳ ଦେଶ ମାନଙ୍କ ଉପରେ ଏସବୁର ବିଶେଷ ରୂପରେ ନକାରାତ୍ମକ ପ୍ରଭାବ ପଡିଛି । ଆମେ ଏହି ବିଷୟରେ ଆମର ସହଭାଗୀ ଚିନ୍ତା ପ୍ରକଟ କରିଛୁ । ଏହି ସମସ୍ୟାର ସମାଧାନ ପାଇଁ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛୁ । ଭାରତର ଜି ୨୦ ଅଧ୍ୟକ୍ଷତା ସମୟରେ ଆମେ ମଧ୍ୟ ଏହି ବିଷୟ ଉପରେ ପ୍ରାଥମିକତା ଦେଉଛୁ । 

ୟୁକ୍ରେନ ବିବାଦର ଆରମ୍ଭରୁ ଭାରତ ସ୍ପଷ୍ଟ କରିଛି ଯେ , ଏହି ବିବାଦ କେବଳ କଥାବାର୍ତ୍ତା ଏବଂ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇ ପାରିବ । ଏବଂ ଭାରତ କୌଣସି ଶାନ୍ତି ପ୍ରକ୍ରିୟାରେ ସହଯୋଗ କରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ଭାରତ - ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପରେ ଇଟାଲୀର ସକ୍ରିୟ ଅଂଶଗ୍ରହଣକୁ ମଧ୍ୟ ଆମେ ସ୍ୱାଗତ କରୁଛୁ । ଏହା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ଯେ , ଇଟାଲୀ ଭାରତ - ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ଆମେ ଭାରତ - ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପରେ ଆମର ସହଯୋଗ ବୃଦ୍ଧି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକୁ ଚିହ୍ନଟ କରି ପାରିବା । ବୈଶ୍ୱିକ ବାସ୍ତବିକତା ଗୁଡିକୁ ଉନ୍ନତ ଉପାୟରେ ପ୍ରଦର୍ଶିତ କରିବା ନିମନ୍ତେ ବହୁପକ୍ଷୀୟ ସଂସ୍ଥାନରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଆମେ ଏହି ବିଷୟ ଉପରେ ମଧ୍ୟ ବିଚାର ବିମର୍ଶ କରିଥିଲୁ । 

ଆଜି ସନ୍ଧ୍ୟାରେ ଆପଣ ମୁଖ୍ୟ ଅତିଥି ଭାବରେ ରାଇସିନା ସଂଳାପରେ ଯୋଗ ଦେବେ । ଆମେ ସମସ୍ତେ ସେଠାରେ ଆପଣଙ୍କ ବକ୍ତବ୍ୟ ଶୁଣିବା ପାଇଁ ବହୁତ ଉତ୍ସୁକ । ଆପଣଙ୍କର ଏହି ଭାରତ ଗସ୍ତ ପାଇଁ ଏବଂ ଆମର ଉପଯୋଗୀ ଆଲୋଚନା ନିମନ୍ତେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ମାନଙ୍କୁ ଅନେକ ଅନେକ ଧନ୍ୟବାଦ ।

ସ୍ୱୀକରଣ - ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଆନୁମାନିକ ଅନୁବାଦ । ମୂଳ ଟିପ୍ପଣୀ ହିନ୍ଦୀରେ ପ୍ରଦାନ କରା ଯାଇଥିଲା ।

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s AI moment: Sarvam turns unicorn at $1.5 billion valuation

Media Coverage

India’s AI moment: Sarvam turns unicorn at $1.5 billion valuation
NM on the go

Nm on the go

Always be the first to hear from the PM. Get the App Now!
...
Today, the world does not suffer from a shortage of resources; it suffers from a shortage of trust: PM Modi at G7 Summit in Evian, France
June 16, 2026

राष्ट्रपति मैक्रों,
Your Excellencies,

नमस्कार!

G-7 समिट में हमारे गर्मजोशी भरे स्वागत के लिए मैं राष्ट्रपति मैक्रों का हार्दिक आभार व्यक्त करता हूँ।

Friends,

आज का विश्व पहले से कहीं अधिक inter-connected और inter-dependent है। किसी भी देश की ऊर्जा सुरक्षा, खाद्य सुरक्षा, स्वास्थ्य सुरक्षा, साइबर सुरक्षा और आर्थिक समृद्धि केवल उसकी सीमाओं के भीतर तय नहीं होती। Mobility, data, capital, technology, ये सभी हमें आपस में जोड़ते हैं।

ऐसे समय में Partnerships का महत्व स्वाभाविक रूप से बढ़ जाता है। लेकिन साझेदारियाँ तभी सफल होती हैं जब उनके केंद्र में विश्वास हो। आज सबसे महत्वपूर्ण Strategic Asset कोई mineral, technology या market नहीं, बल्कि आपसी विश्वास है।

विश्वास कि टेक्नॉलजी और supply chains को हथियार के रूप में नहीं, global good के लिए इस्तेमाल किया जाएगा। विश्वास कि विकास के अवसर कुछ देशों तक सीमित नहीं रहेंगे। विश्वास कि वैश्विक संस्थान सभी देशों की आकांक्षाओं को पूरा करने में सक्षम होंगे।

Friends,

पिछली सदी में मानवता को दो विश्व युद्धों से गुज़रना पड़ा। अनेक बलिदानों के बाद विश्व समुदाय ने शांति, स्थिरता और समृद्धि की ओर बढ़ने के लिए व्यवस्थाएं विकसित की। इन व्यवस्थाओं का आधार भी trust ही था।

किन्तु अनेक दशकों से, अनेक पीढ़ियों के योगदान से बनाए गए विश्वास को आज चोट पहुँच रही है। कोविड ने हमें आईना दिखाया कि trust और solidarity के दावे कितने खोखले थे।

Today the world does not suffer from a shortage of resources; it suffers from a shortage of trust. And the future of our partnerships depends on building this trust.

अमेरिका के राष्ट्रपति रोनल्ड रेगन ने कहा था: Trust but Verify. यह आज के समय में भी प्रासंगिक है। भावी पीढ़ियों के प्रति हमारा दायित्व है कि हम नए युग के अनुरूप trusted rules based order का निर्माण करें।

Friends,

भारत ने सदैव विश्व को एक परिवार के रूप में देखा है। हमारे सभी प्रयास “सर्वजन हिताय, सर्वजन सुखाय” यानि, welfare and happiness for all के मूल सिद्धांत पर आधारित रहे हैं।

भारत का अनुभव दिखाता है कि विकास सबसे अधिक प्रभावी तब होता है जब वह लोगों की आकांक्षाओं से जुड़ा हो। यही सिद्धांत हमारी अंतरराष्ट्रीय साझेदारियों का भी आधार है। इसी सोच के साथ भारत ने International Solar Alliance, Coalition for Disaster Resilient Infrastructure, ग्लोबल बायोफ्यूल्स एलायंस, Mission LiFE, और “एक पेड़ माँ के नाम” जैसी वैश्विक पहलों को आगे बढ़ाया है।

संकट के समय भारत ने First Responder के रूप में सभी देशों की सहायता करना अपना दायित्व समझा है। कोविड महामारी के दौरान भारत ने डेढ़ सौ से अधिक देशों को दवाइयाँ और vaccines उपलब्ध कराईं।

श्रीलंका में cyclone हो, अफगानिस्तान में भूकंप हो, मोज़ाम्बिक में floods हों, या क्यूबा और जमैका में hurricane, भारत ने सदैव "Humanity First" के सिद्धांत पर कार्य किया है। हमारी विकास साझेदारियाँ भी इसी भावना को प्रतिबिंबित करती हैं। हमारे प्रयास पार्टनर देशों में capacity building और कौशल विकास पर केन्द्रित रहे हैं।

भारत का मानना है: The true test of partnership is not what we build for others, but what we enable others to build for themselves.

Friends,

आज ग्लोबल साउथ की विश्व समुदाय से बहुत उम्मीदें हैं। किन्तु उनकी अपेक्षा सहारे की नहीं, साथ की है। वे वैश्विक विकास के लाभार्थी नहीं, उसके भागीदार बनना चाहते हैं।

हमें donor–recipient की सोच से आगे बढ़कर, equal पार्टनर्स के रूप में काम करना होगा। उनके पास-पास नहीं, साथ-साथ चलना होगा। साझेदारी को dependency के बजाय, dignity से जोड़ना होगा। इन प्रयासों से हम भावी पीढ़ियों के सतत विकास की मजबूत नींव रख सकेंगे।

Friends,

अंतरराष्ट्रीय साझेदारियाँ और वैश्विक एकजुटता तभी सार्थक बन सकती हैं, जब हम साझा चुनौतियों का मिलकर समाधान करें। भारत का दृढ विश्वास है कि विश्व के विभिन्न हिस्सों में चल रहे तनावों और युद्धों का स्थायी समाधान dialogue, diplomacy और अंतरराष्ट्रीय सहयोग के मार्ग से ही संभव है।

हम west asia में शांति प्रयासों में हुई प्रगति का स्वागत करते हैं। इस संघर्ष से west asia में हमारे मित्र देशों को जान-माल का नुकसान झेलना पड़ा है। होर्मुज़ स्ट्रेट में maritime ट्रेड में आई बाधा के कारण पूरे विश्व की अर्थव्यवस्था को नुकसान पहुंचा। भारत के कई civilians को जान गंवानी पड़ी। Global maritime ट्रेड के माध्यम से सभी देशों को आपस में जोड़ने वाले नाविकों की सुरक्षा हमारा दायित्व है। हमें यह सुनिश्चित करना होगा कि समुद्री मार्ग सुरक्षित रहें, और Seafarers बिना भय के अपना कार्य कर सकें।

Friends,

भारत इन विषयों पर सभी पार्टनर्स के साथ मिलकर काम करने के लिए पूरी तरह से तैयार है।

बहुत-बहुत धन्यवाद।