ମହାମହିମ, ରାଷ୍ଟ୍ରପତି ସାମିୟା ହସନ ମହୋଦୟା,

ଦୁଇ ଦେଶର ପ୍ରତିନିଧି ଗଣ,

ମିଡିଆ ବନ୍ଧୁଗଣ,

ନମସ୍କାର !

ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧିମାନଙ୍କୁ ଭାରତରେ ସ୍ୱାଗତ କରୁଛି ।

ତାଞ୍ଜାନିଆର ରାଷ୍ଟ୍ରପତି ଭାବେ ଏହା ହେଉଛି ତାଙ୍କର ପ୍ରଥମ ଭାରତ ଯାତ୍ରା । କିନ୍ତୁ ସେ ଭାରତ ଏବଂ ଭାରତର ଲୋକମାନଙ୍କ ସହିତ ଦୀର୍ଘ ଦିନ ଧରି ଯୋଡି ହୋଇ ରହିଛନ୍ତି ।

ଭାରତ ପ୍ରତି ତାଙ୍କର ଏହି ଘନିଷ୍ଠତା ଏବଂ ପ୍ରତିବଦ୍ଧତା, ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଆମର ସଂପର୍କ ସୁଦୃଢ କରିବାରେ ପ୍ରେରଣା ଦେଉଛି ।

ଆଫ୍ରିକୀୟ ସଂଘ G-20ର ସ୍ଥାୟୀ ସଦସ୍ୟ ଭାବେ ସାମିଲ ହେବା ପରେ, ପ୍ରଥମ ଥର ପାଇଁ କୌଣସି ଆଫ୍ରିକୀୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ମିଳିଛି ।

ଏଥିପାଇଁ ଏହି ଯାତ୍ରାର ଗୁରୁତ୍ୱ ଆମ ପାଇଁ ଅନେକ ଗୁଣ ବଢି ଯାଇଛି ।

ବନ୍ଧୁଗଣ,

ଆଜିର ଦିନ ହେଉଛି ଭାରତ ଏବଂ ତାଞ୍ଜାନିଆ ସମ୍ବନ୍ଧର ଏକ ଐତିହାସିକ ଦିନ ।

ଆଜି ଆମେ ନିଜର ଶତାବ୍ଦୀ ପୁରୁଣା ବନ୍ଧୁତ୍ୱକୁ ରଣନୀତିକ ଭାଗିଦାରୀର ସୂତ୍ରରେ ବାନ୍ଧୁଛୁ ।

ଆଜିର ବୈଠକରେ ଆମେ ଏହି ଭବିଷ୍ୟତ ରଣନୀତିକ ଭାଗିଦାରୀରର ମୂଳଦୁଆ ପ୍ରତିଷ୍ଠା  କରି ଅନେକ ପଦକ୍ଷେପର ଚିହ୍ନଟ କରିଛୁ ।

ଭାରତ ଏବଂ ତାଞ୍ଜନିଆ ପାରସ୍ପରିକ ବ୍ୟବସାୟ ଏବଂ ନିବେଶ ପାଇଁ ଜଣେ  ହେଉଛନ୍ତି ଅନ୍ୟ ଜଣଙ୍କର ଗୁରୁତ୍ୱପୂର୍ଣ୍ଣ ସହଭାଗୀ ।

ଉଭୟ ପକ୍ଷ ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ ବୃଦ୍ଧି କରିବା ପାଇଁ ଏକ ବୁଝାମଣା ଉପରେ କାର୍ଯ୍ୟ କରୁଛନ୍ତି ।

ଆମର ଆର୍ଥିକ ସହଯୋଗର ସମ୍ପୂର୍ଣ୍ଣ ସମ୍ଭାବନାକୁ ଅନୁଭବ କରିବା ପାଇଁ ଆମେ ନୂତନ ସୁଯୋଗର ସନ୍ଧାନ ଜାରି ରଖିବୁ ।

ତାଞ୍ଜାନିଆ ହେଉଛି ଆଫ୍ରିକାରେ ଭାରତର ସର୍ବ ବୃହତ ଏବଂ ନିକଟତମ ବିକାଶର ସହଭାଗୀ ।

ଭାରତ ଆଇସିଟି କେନ୍ଦ୍ରଗୁଡିକରେ, ଧନ୍ଦାମୂଳକ ତାଲିମ, ପ୍ରତିରକ୍ଷା ପ୍ରଶିକ୍ଷଣ, ଆଇଟିଇସି ତଥା ଆଇସିସିଆର ବୃତି ମାଧ୍ୟମରେ ତାଞ୍ଜାନିଆର ଦକ୍ଷତା ବିକାଶ ଏବଂ ଦକ୍ଷତା ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି ।

ଜଳ ଯୋଗାଣ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମିଳିମିଶି କାର୍ଯ୍ୟ କରି ଆମେ ତାଞ୍ଜାନିଆର ଲୋକମାନଙ୍କ ଜୀବନରେ ସକାରତ୍ମକ ପରିବର୍ତନ ଆଣିବାର ପ୍ରୟାସ କରୁଛୁ ।

ଏହି ପ୍ରତିବଦ୍ଧତା ଦ୍ୱାରା ଆମେ ଆଗକୁ ମଧ୍ୟ ନିଜର ପ୍ରୟତ୍ନ ଜାରି ରଖିବୁ ।

ଆଇଆଇଟି ମାଡ୍ରସ ଦ୍ୱାରା ଜାଞ୍ଜିବରରେ କ୍ୟାମ୍ପସ ଖୋଲିବାର ନିଷ୍ପତି ଆମ ସମ୍ବନ୍ଧ କ୍ଷେତ୍ରରେ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ।

ଏହା କେବଳ ତାଞ୍ଜାନିଆ ପାଇଁ ହିଁ ନୁହେଁ ବରଂ ଆଖପାଖ ଦେଶର ଛାତ୍ର-ଛାତ୍ରୀମାନଙ୍କ ପାଇଁ ଉଚ୍ଚ ଗୁଣାତ୍ମକ ଶିକ୍ଷାର କେନ୍ଦ୍ର ହେବ ।

ଉଭୟ ଦେଶର ବିକାଶ ଯାତ୍ରାର ଏକ ବହୁତ ବଡ଼ ଆଧାର ହେଉଛି ପ୍ରଯୁକ୍ତି ବିଦ୍ୟା ।

ଆଜି ଡିଜିଟାଲ ମାଧ୍ୟମରେ ସାଧାରଣ ଜିନିଷର ସହଭାଗୀତା ଉପରେ ହୋଇଥିବା ବୁଝାମଣା ଦ୍ୱାରା ଆମ ଭାଗିଦାରୀକୁ ଶକ୍ତି ମିଳିବ ।

ମୁଁ ଖୁସି ଯେ, ୟୁପିଆଇର ସଫଳତାର କାହାଣୀ ତାଞ୍ଜାନିଆରେ ଆପଣାଇବା ପାଇଁ ପଦକ୍ଷେପ ନିଆଯାଉଛି ।

ବନ୍ଧୁଗଣ,

ପ୍ରତିରକ୍ଷା କ୍ଷେତ୍ରରେ ଆମ ୫ବର୍ଷର ରୋଡ ମ୍ୟାପ୍ ଉପରେ ସହମତ ହୋଇଛୁ ।

ଏହା ମାଧ୍ୟମରେ ମିଲିଟାରୀ ତାଲିମ, ନୌବାଣିଜ୍ୟ ସହଯୋଗ, ଦକ୍ଷତା ବିକାଶ, ପ୍ରତିରକ୍ଷା ଉଦ୍ୟୋଗ ଭଳି କ୍ଷେତ୍ରରେ ନୂତନ ପରିମାପ ସାମିଲ ହେବ ।

ଉର୍ଜ୍ଜା କ୍ଷେତ୍ରରେ ମଧ୍ୟ ଭାରତ ଏବଂ ତାଞ୍ଜାନିଆ ମଧ୍ୟରେ ନିବିଡ ସହଯୋଗ ରହିଛି ।

ଭାରତରେ ଦ୍ରୁତ ଗତିରେ ବଦୁଳୁଥିବା ସ୍ୱଚ୍ଛ ଇନ୍ଧନ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ଆମେ ଏହି ଗୁରୁତ୍ୱପୁର୍ଣ୍ଣ କ୍ଷେତ୍ରରେ ମିଳିମିଶି କାର୍ଯ୍ୟ କରିବା ଉପରେ ସହମତି ପ୍ରକାଶ କରିଛୁ ।

ମୁଁ ଖୁସି ଯେ, ତାଞ୍ଜାନିଆ ଭାରତ ଦ୍ୱାରା G-20 ଶିଖର ସମ୍ମିଳନୀରେ ଶୁଭାରମ୍ଭ କରାଯାଇଥିବା ବୈଶ୍ୱିକ ଜୈବ ଇନ୍ଧନ ମେଂଟରେ ସାମିଲ ହେବାକୁ ନିଷ୍ପତି ନେଇଛି ।

ଏହା ସହିତ ତାଞ୍ଜାନିଆ ଦ୍ୱାରା ନିଆଯାଇଥିବା ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ମେଂଟ ସହିତ ସାମିଲ ହେବାର ନିଷ୍ପତି ଯୋଗୁଁ ଆମେ ବିଗ୍ କ୍ୟାଟ୍ସଙ୍କ ସଂରକ୍ଷଣ ପାଇଁ ବୈଶ୍ୱିକ ପ୍ରୟାସ ଗୁଡିକୁ ସଶକ୍ତ କରିପାରିବା ।

ଆଜି ଆମେ ମହାକାଶ ଏବଂ ପରମାଣୁ ପ୍ରଯୁକ୍ତି ବିଦ୍ୟାକୁ ଜନ କଲ୍ୟାଣ ପାଇଁ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଲୁ । ଏହି ଗୁରୁତ୍ୱପୁର୍ଣ୍ଣ କ୍ଷେତ୍ରରେ କଠିନ ପଦକ୍ଷେପର ଚିହ୍ନଟ କରି ଆମେ ଆଗକୁ ବଢିବାର ନିର୍ଣ୍ଣୟ ନେଇଛୁ ।

ବନ୍ଧୁଗଣ,

ଆଜି ଆମେ ଅନେକ ବୈଶ୍ୱିକ ଏବଂ ଆଂଚଳିକ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିଛୁ ।

ଭାରତ ମହାସାଗର ସହିତ ଜଡିତ ଦେଶ ଭାବେ ଆମେ ସାମୁଦ୍ରିକ ନିରାପତା, ଡକାୟତି, ନିଶା କାରବାର, ଭଳି ଆହ୍ୱାନଗୁଡିକର ମୁକାବିଲା କରିବା ପାଇଁ ପାରସ୍ପରିକ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛୁ ।

ଭାରତ- ପ୍ରଶାନ୍ତ ମହାସାଗରରେ ସମସ୍ତ ପ୍ରୟାସ କ୍ଷେତ୍ରରେ ଆମେ ତାଞ୍ଜାନିଆକୁ ଏକ ମୂଲ୍ୟବାନ ସହଭାଗୀ ଭାବେ ଦେଖୁଛୁ ।

ଆତଙ୍କବାଦ ମାନବଜାତି ପାଇଁ ସବୁଠାରୁ ବଡ଼ ଗୁରୁତର ବିପଦ ବୋଲି ଭାରତ ଏବଂ ତାଞ୍ଜାନିଆ ସହମତ ହୋଇଛନ୍ତି ।

ଏହି ସମ୍ବନ୍ଧରେ ଆମେ ଆତଙ୍କବାଦର ମୁକାବିଲା ପାଇଁ ପାରସ୍ପରିକ ସହଯୋଗ ବୃଦ୍ଧି କରିବାକୁ ନିଷ୍ପତି ନେଇଛୁ ।

ବନ୍ଧୁଗଣ,

ଆମ ସମ୍ବନ୍ଧର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଶୃଙ୍ଖଳ ହେଉଛି ଆମର ଶତାବ୍ଦୀ ପୁରୁଣା ସୁଦୃଢ ଜନରୁ ଜନ ସହଯୋଗ ।

ଗୁଜରାଟର ମାଣ୍ଡଭୀ ବନ୍ଦର ଏବଂ ଜାଞ୍ଜିବର ମଧ୍ୟରେ ଦୁଇ ହଜାର ବର୍ଷ ପୂର୍ବରୁ ବ୍ୟବସାୟ କାରବାର ହେଉଥିଲା ।

ଭାରତର ସିଦି ଜାତିର ଉତ୍ପତି ପୂର୍ବ ଆଫ୍ରିକାର ଜାଞ୍ଜ୍ୟା ଉପକୂଳରେ ହୋଇଥିଲା ।

ଆଜି ମଧ୍ୟ ବିପୁଳ ସଂଖ୍ୟାରେ ଭାରତର ଲୋକ ତାଞ୍ଜାନିଆକୁ ନିଜର ଦ୍ୱିତୀୟ ଘର ବୋଲି ବିବେଚନା କରିଥାନ୍ତି ।

ସେମାନଙ୍କ ଦେଖାରଖା ପାଇଁ ତାଞ୍ଜାନିଆରୁ ମିଳୁଥିବା ସମର୍ଥନ ଲାଗି ମୁଁ ରାଷ୍ଟ୍ରପତି ହସନଙ୍କୁ ଆନ୍ତରିକ କୃତଜ୍ଞତା ବ୍ୟକ୍ତ କରୁଛି ।

ଯୋଗ ସହିତ କବାଡି ଏବଂ କ୍ରିକେଟର ଲୋକପ୍ରିୟତା ମଧ୍ୟ ତାଞ୍ଜାନିଆରେ ବୃଦ୍ଧି ପାଉଛି ।

ଆମେ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପାରସ୍ପରିକ ଆତ୍ମୀୟତା ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରଖିବୁ ।

ମହାମହିମ,

ପୁଣି ଥରେ ଆପଣଙ୍କୁ ଏବଂ ଆପଣଙ୍କର ପ୍ରତିନିଧିମାନଙ୍କୁ ଭାରତରେ ସ୍ୱାଗତ କରୁଛି ।

ବହୁତ- ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI-ng the ante: PM Modi wants desi connect with global pay

Media Coverage

UPI-ng the ante: PM Modi wants desi connect with global pay
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value and transformative power of knowledge
September 09, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wisdom teaches the art of living in harmony with society. He said that knowledge imparts wisdom and prosperity, fills the heart with joy and enhances one’s dignity.

The Prime Minister shared a Sanskrit Subhashitam-

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”

The Subhashitam conveys that wisdom teaches the art of living in harmony with society. It grants knowledge and prosperity, fills the heart with joy, and raises one's dignity. Thus, wisdom is as precious as service to righteous governance, beloved by the heart, and a force that uplifts life.

The Prime Minister wrote on X;

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”