ଏଆଇ ଏହି ଶତାବ୍ଦୀରେ ମାନବିକତା ପାଇଁ କୋଡ୍ ଲେଖୁଛି: ପ୍ରଧାନମନ୍ତ୍ରୀ
ଆମର ମିଳିତ ମୂଲ୍ୟବୋଧକୁ ବଜାୟ ରଖିବା, ବିପଦ ଦୂର କରିବା ଏବଂ ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରଶାସନ ଏବଂ ମାନକ ପ୍ରତିଷ୍ଠା ପାଇଁ ବିଶ୍ୱସ୍ତରରେ ସାମୂହିକ ପ୍ରୟାସ ଆବଶ୍ୟକ: ପ୍ରଧାନମନ୍ତ୍ରୀ
ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆଣି ଲକ୍ଷ ଲକ୍ଷ ଜୀବନରେ ପରିବର୍ତ୍ତନ ଆଣିବାରେ ଏଆଇ ସହାୟକ ହୋଇପାରିବ: ପ୍ରଧାନମନ୍ତ୍ରୀ
ଏକ ଏଆଇ ଭିତ୍ତିକ ଭବିଷ୍ୟତ ପାଇଁ ଆମକୁ ଲୋକଙ୍କୁ ଦକ୍ଷ କରିବା ଏବଂ ପୁନଃ କୁଶଳୀ କରିବା ପାଇଁ ନିବେଶ କରିବାର ଆବଶ୍ୟକତା ରହିଛି: ପ୍ରଧାନମନ୍ତ୍ରୀ
ଜନସ୍ୱାର୍ଥ ପାଇଁ ଆମେ ଏଆଇ ଆପ୍ଲିକେସନ୍ ବିକଶିତ କରୁଛୁ: ପ୍ରଧାନମନ୍ତ୍ରୀ
ଏଆଇ ଭବିଷ୍ୟତ ମଙ୍ଗଳକାରୀ ଏବଂ ସମସ୍ତଙ୍କ ପାଇଁ ବୋଲି ସୁନିଶ୍ଚିତ କରିବା ପାଇଁ ଭାରତ ଏହାର ଅଭିଜ୍ଞତା ଏବଂ ଦକ୍ଷତା ବାଣ୍ଟିବାକୁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସଠାରେ ଫ୍ରାନ୍ସ ର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରୋନଙ୍କ ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲେ । ଫେବ୍ରୁଆରି ୬ରୁ ୭ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ ଦିବସରୁ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ ଏହି ସମ୍ମିଳନୀ ପରେ ଫେବ୍ରୁଆରି ୮ରୁ ୯ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ ସପ୍ତାହ ସହ ଶେଷ ହୋଇଥିଲା। ବିଶ୍ୱସ୍ତରୀୟ ନେତା, ନୀତି ନିର୍ମାତା ଏବଂ ଶିଳ୍ପ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବିଭାଗରେ ଏହା ଶେଷ ହୋଇଥିଲା।

 

ଫେବ୍ରୁଆରି ୧୦ ତାରିଖରେ ଏଲିସି ପ୍ୟାଲେସରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ରାଷ୍ଟ୍ରମୁଖ୍ୟ ଓ ସରକାର ମୁଖ୍ୟ, ଅନ୍ତର୍ଜାତୀୟ ସଂଗଠନର ନେତା, ପ୍ରମୁଖ ଏଆଇ କମ୍ପାନୀର ସିଇଓ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅଂଶଗ୍ରହଣକାରୀ ଏକାଠି ହୋଇଥିଲେ ।

 

ଆଜିର ପୂର୍ଣ୍ଣାଙ୍ଗ ଅଧିବେଶନରେ ରାଷ୍ଟ୍ରପତି ମାକ୍ରୋନ୍ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷ ଭାବେ ଉଦଘାଟନୀ ଭାଷଣ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ବିଶ୍ୱ ଏଆଇ ଯୁଗର ପ୍ରାରମ୍ଭରେ ଥିଲା, ଯେଉଁଠାରେ ଏହି ଟେକ୍ନୋଲୋଜି ଦ୍ରୁତ ଗତିରେ ମାନବିକତା ପାଇଁ ଏକ କୋଡ୍ ଲେଖୁଛି ଏବଂ ଆମ ରାଜନୀତି, ଅର୍ଥନୀତି, ନିରାପତ୍ତା ଏବଂ ସମାଜକୁ ନୂଆ ରୂପ ଦେଉଛି । ପ୍ରଭାବ ଦୃଷ୍ଟିରୁ ଏଆଇ ମାନବ ଇତିହାସରେ ଅନ୍ୟ ବୈଷୟିକ ସ୍ଥାନଠାରୁ ବହୁତ ଭିନ୍ନ ବୋଲି ଗୁରୁତ୍ବାରୋପ କରି ସେ ଶାସନ ଏବଂ ମାନକ ପ୍ରତିଷ୍ଠା ପାଇଁ ସାମୂହିକ ବିଶ୍ୱସ୍ତରୀୟ ପ୍ରୟାସ ପାଇଁ ଆହ୍ୱାନ ଦେଇଥିଲେ । ଯାହା ସମାନ ମୂଲ୍ୟବୋଧକୁ ବଜାୟ ରଖିଥାଏ, ବିପଦର ସମାଧାନ କରିଥାଏ ଏବଂ ବିଶ୍ୱାସ ସୃଷ୍ଟି କରିଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ ଶାସନ କେବଳ ବିପଦ ପରିଚାଳନା କରିବା ନୁହେଁ ବରଂ ଅଭିନବତାକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ବିଶ୍ୱର ମଙ୍ଗଳ ପାଇଁ ନିୟୋଜିତ କରିବା ବିଷୟରେ ମଧ୍ୟ ଅଟେ । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ପାଇଁ, ବିଶେଷକରି ଗ୍ଲୋବାଲ ସାଉଥ୍ ପାଇଁ ଏଆଇର ଉପଲବ୍ଧତା ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଷୟିକ ଜ୍ଞାନକୌଶଳ ଏବଂ ଏହାର ଲୋକାଭିମୁଖୀ ପ୍ରୟୋଗକୁ ଗଣତାନ୍ତ୍ରିକ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଯାହାଦ୍ୱାରା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଏକ ବାସ୍ତବତାରେ ପରିଣତ ହୋଇପାରିବ । ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ପଦକ୍ଷେପ ମାଧ୍ୟମରେ ଭାରତ-ଫ୍ରାନ୍ସ ଭାଗିଦାରୀର ସଫଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ମାର୍ଟ ଏବଂ ଦାୟିତ୍ୱପୂର୍ଣ୍ଣ ଭବିଷ୍ୟତ ପାଇଁ ଏକ ଅଭିନବ ଭାଗିଦାରୀ ଗଠନ ପାଇଁ ଦୁଇ ଦେଶ ହାତ ମିଳାଇବା ସ୍ୱାଭାବିକ ।

 

ମୁକ୍ତ ଏବଂ ସୁଲଭ ଜ୍ଞାନକୌଶଳ ଉପରେ ଆଧାରିତ ୧.୪ ବିଲିୟନ ନାଗରିକଙ୍କ ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ନିର୍ମାଣ ରେ ଭାରତର ସଫଳତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଭାରତର ଏଆଇ ଅଭିଯାନ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏହାର ବିବିଧତାକୁ ଦୃଷ୍ଟିରେ ରଖି ଏଆଇ ପାଇଁ ନିଜର ବୃହତ ଭାଷା ମଡେଲ ନିର୍ମାଣ କରୁଛି । ଏଆଇର ଲାଭ ଯେପରି ସମସ୍ତଙ୍କ ପାଖରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବା ପାଇଁ ଭାରତ ଏହାର ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ଏଆଇ ଶିଖର ସମ୍ମିଳନୀରେ ଭାରତ ଆୟୋଜନ କରିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଅଭିଭାଷଣ ଏଠାରେ ମିଳିପାରିବ । [ Opening Address ; Concluding Address ]

ନେତାମାନଙ୍କ ବିବୃତ୍ତିକୁ ଗ୍ରହଣ କରିବା ସହ ଶିଖର ସମ୍ମିଳନୀ ଶେଷ ହୋଇଥିଲା। ଏହି ଶିଖର ସମ୍ମିଳନୀରେ ଅନ୍ତର୍ଭୁକ୍ତିକରଣ ସୁନିଶ୍ଚିତ କରିବା ପାଇଁ ଏଆଇ ଭିତ୍ତିଭୂମିର ଅଧିକ ଉପଲବ୍ଧତା, ଜନସ୍ୱାର୍ଥ ପାଇଁ ଏଆଇ, ଏଆଇର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଏଆଇକୁ ଅଧିକ ବିବିଧ ଏବଂ ସ୍ଥାୟୀ କରିବା ଏବଂ ଏଆଇର ସୁରକ୍ଷିତ ଏବଂ ବିଶ୍ୱସନୀୟ ପରିଚାଳନା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian scientists break a century-old limit on turning heat into electricity

Media Coverage

Indian scientists break a century-old limit on turning heat into electricity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"