ମହାମହିମ ପ୍ରଧାନମନ୍ତ୍ରୀ ଇଶିବା,

ଉଭୟ ଦେଶର ପ୍ରତିନିଧିମାନେ,

ଗଣମାଧ୍ୟମର ବନ୍ଧୁଗଣ,

ନମସ୍ତେ!

କୋନବାନ୍ୱା!

 

ଅଦ୍ୟ ପ୍ରଥମେ, ମୁଁ ପ୍ରଧାନମନ୍ତ୍ରୀ ଇଶିବାଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ ଶବ୍ଦ ଓ ଆଦରଣୀୟ ସ୍ୱାଗତ ପାଇଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି।

ଆଜି ଆମର ଆଲୋଚନା ଫଳପ୍ରଦ ଏବଂ ଉଦ୍ଦେଶ୍ୟମୂଳକ ଥିଲା। ଆମେ ଦୁହେଁ ଏକମତ ଯେ, ବିଶ୍ୱର ଦୁଇଟି ବୃହତ ଅର୍ଥ ବ୍ୟବସ୍ଥା ଏବଂ ସ୍ପନ୍ଦନଶୀଳ ଗଣତନ୍ତ୍ର ଭାବେ, ଆମର ସହଭାଗୀତା କେବଳ ଆମ ଦୁଇ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

 

ଏକ ଉନ୍ନତ ବିଶ୍ୱ ଗଠନରେ ଶକ୍ତିଶାଳୀ ଗଣତନ୍ତ୍ର ହେଉଛି ପ୍ରାକୃତିକ ଅଂଶୀଦାର।

ବନ୍ଧୁଗଣ,

ଆଜି ଆମେ ଆମର ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱସ୍ତରୀୟ ସହଭାଗୀତାରେ, ଏକ ନୂତନ  ସୁବର୍ଣ୍ଣ ଅଧ୍ୟାୟ ପାଇଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛୁ। ଆମେ ଆଗାମୀ ଦଶନ୍ଧି ପାଇଁ ଏକ ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିଛୁ। ଆମ ଦୃଷ୍ଟିକୋଣର କେନ୍ଦ୍ରରେ ରହିଛି ନିବେଶ, ନବସୃଜନ, ଆର୍ଥିକ ସୁରକ୍ଷା, ପରିବେଶ, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଗତିଶୀଳତା, ମାନବ ସମ୍ଵଳ ଆଦାନପ୍ରଦାନ ଏବଂ ରାଷ୍ଟ୍ର - ପ୍ରାନ୍ତ ସହଭାଗୀତା। ଆମେ ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତରେ ଜାପାନ ପକ୍ଷରୁ ୧୦ ଟ୍ରିଲିୟନ ୟେନ ନିବେଶର ଲକ୍ଷ୍ୟ ରଖିଛୁ। ଭାରତ ଏବଂ ଜାପାନର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ଷ୍ଟାର୍ଟ-ଅପ୍ ସଂଯୋଗ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

ଭାରତ - ଜାପାନ ବ୍ୟବସାୟ ମଞ୍ଚରେ, ମୁଁ ଜାପାନୀ କମ୍ପାନୀଗୁଡ଼ିକୁ କହିଥିଲି, ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ।

ବନ୍ଧୁଗଣ,

ଆମର ମିଳିତ କ୍ରେଡିଟ୍ ମେକାନିଜିମ୍ ଶକ୍ତି କ୍ଷେତ୍ର ପାଇଁ ଏକ ବଡ଼ ବିଜୟ। ଏହା ଦର୍ଶାଉଛି ଯେ ଆମର ସବୁଜ ସହଭାଗୀତା ଆମର ଆର୍ଥିକ ସହଭାଗୀତା ପରି ଦୃଢ଼। ଏହି ଦିଗରେ, ଆମେ ସ୍ଥାୟୀ ଇନ୍ଧନ ପଦକ୍ଷେପ ଏବଂ ବ୍ୟାଟେରୀ ଯୋଗାଣ ଶୃଙ୍ଖଳା ସହଭାଗୀତା ମଧ୍ୟ ଆରମ୍ଭ କରୁଛୁ।

ଆମେ ଅର୍ଥନୈତିକ ସୁରକ୍ଷା ସହଯୋଗ ପଦକ୍ଷେପ ଆରମ୍ଭ କରୁଛୁ। ଏହା ଅଧୀନରେ, ଆମେ ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ କ୍ଷେତ୍ରରେ ଏକ ବ୍ୟାପକ ଆଭିମୁଖ୍ୟ ସହିତ ଆଗକୁ ବଢ଼ିବୁ।

ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ଆମ ଉଭୟଙ୍କ ପାଇଁ ପ୍ରାଥମିକତା। ଏହି ପରିପ୍ରେକ୍ଷୀରେ, ଡିଜିଟାଲ୍ ସହଭାଗୀତା ୨.୦, ଏବଂ କୃତ୍ରମ ବୁଦ୍ଧିମତା ସହଯୋଗ ପଦକ୍ଷେପ ଗ୍ରହଣ କରାଯାଉଛି। ସେମିକଣ୍ଡକ୍ଟର ଏବଂ ବିରଳ ଭୂ-ଖଣିଜ ପଦାର୍ଥ ଆମର କାର୍ଯ୍ୟସୂଚୀର ଶୀର୍ଷରେ ରହିବ।

 

ବନ୍ଧୁଗଣ,

ଆମେ ବିଶ୍ୱାସ କରୁଛୁ ଯେ, ଜାପାନୀ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ପ୍ରତିଭା ଏକ ବିଜୟୀ ସଂଯୋଗ ଅଟେ। ଆମେ ଉଚ୍ଚ-ଗତିସମ୍ପନ୍ନ ରେଳ ଉପରେ କାର୍ଯ୍ୟ କରୁଥିବା ବେଳେ, ଆମେ ପରବର୍ତ୍ତୀ ପିଢ଼ିର ଗତିଶୀଳ ସହଭାଗୀତା ଅଧୀନରେ ବନ୍ଦର, ବିମାନ ଚଳାଚଳ ଏବଂ ଜାହାଜ ନିର୍ମାଣ ଭଳି କ୍ଷେତ୍ରରେ ମଧ୍ୟ ଦ୍ରୁତ ପ୍ରଗତି କରିବୁ।

ଚନ୍ଦ୍ରାୟନ - ୫ ମିଶନରେ ସହଯୋଗ ପାଇଁ ଇସ୍ରୋ ଏବଂ ଜାକ୍ସା ମଧ୍ୟରେ ହୋଇଥିବା ଚୁକ୍ତିକୁ ଆମେ ସ୍ୱାଗତ କରୁଛୁ। ଆମର ସକ୍ରିୟ ଅଂଶଗ୍ରହଣ ପୃଥିବୀର ସୀମା ବାହାରକୁ ଏବଂ ମହାକାଶରେ ମଧ୍ୟ ମାନବତାର ପ୍ରଗତି ପାଇଁ ଏକ ପ୍ରତୀକ ହେବ!

 

ବନ୍ଧୁଗଣ,

ମାନବ ସମ୍ବଳ ବିନିମୟର କାର୍ଯ୍ୟ ଯୋଜନା ଅଧୀନରେ, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଉଭୟ ପକ୍ଷର ୫ ଲକ୍ଷ ଲୋକଙ୍କ ଆଦାନପ୍ରଦାନକୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହିତ କରାଯିବ। ଏଥିରେ, ୫୦,୦୦୦ କୁଶଳୀ ଭାରତୀୟ ଜାପାନର ଅର୍ଥନୀତିରେ ସକ୍ରିୟ ଭାବରେ ଯୋଗଦାନ ଦେବେ।


ଭାରତ ଏବଂ ଜାପାନର ଅଂଶଗ୍ରହଣ, କେବଳ ଦିଲ୍ଲୀ ଏବଂ ଟୋକିଓ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ବର୍ତ୍ତମାନ ଭାରତୀୟ ରାଜ୍ୟ ଏବଂ ଜାପାନୀ ପ୍ରାନ୍ତ ମଧ୍ୟରେ ସମ୍ପର୍କ ସଂସ୍ଥାଗତ ସହଯୋଗ ମାଧ୍ୟମରେ ଗଭୀର ହେବ। ଏହା ବାଣିଜ୍ୟ, ପର୍ଯ୍ୟଟନ, ଶିକ୍ଷା ଏବଂ ସାଂସ୍କୃତିକ ବିନିମୟ ପାଇଁ ନୂତନ ଦ୍ୱାର ଖୋଲିବ।

 

ବନ୍ଧୁଗଣ,

ଭାରତ ଏବଂ ଜାପାନ ଏକ ମୁକ୍ତ, ଖୋଲା, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ନିୟମ-ଭିତ୍ତିକ ଭାରତ - ପ୍ରଶାନ୍ତ ମହାସାଗର ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

ଆମେ ଆତଙ୍କବାଦ ଏବଂ ସାଇବର ସୁରକ୍ଷା ଉପରେ ସମାନ ଦୃଷ୍ଟିକୋଣ ରଖୁ। ଆମର ସମାନ ସ୍ୱାର୍ଥ ପ୍ରତିରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା ସହିତ ଜଡିତ। ଆମେ ପ୍ରତିରକ୍ଷା ଶିଳ୍ପ ଏବଂ ନବସୃଜନ କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ଆହୁରି ମଜବୁତ କରିବାକୁ ନିଷ୍ପତ୍ତି ନେଇଛୁ।

ବନ୍ଧୁଗଣ,

ଭାରତ ଏବଂ ଜାପାନ ସହଭାଗୀତାର ଆଧାର ପାରସ୍ପରିକ ବିଶ୍ୱାସ, ଆମର ଜାତୀୟ ପ୍ରାଥମିକତାକୁ ପ୍ରତିଫଳିତ କରେ, ଏବଂ ଆମର ସମାନ ମୂଲ୍ୟବୋଧ ଏବଂ ବିଶ୍ୱାସ ଦ୍ୱାରା ଆକୃତିପ୍ରାପ୍ତ।

ଏକାଠି, ଆମେ ଆମର ଲୋକଙ୍କ ଏବଂ ବିଶ୍ୱର ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିର ଏକ ସାଧାରଣ ସ୍ୱପ୍ନ ବହନ କରୁ।

ମହାମହିମ,

ମୁଁ ପୁଣି ଥରେ ଆପଣଙ୍କ ବନ୍ଧୁତା ପାଇଁ ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି। ଏବଂ ମୁଁ ଆପଣଙ୍କୁ ପରବର୍ତ୍ତୀ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ କରିବାକୁ ଆନ୍ତରିକ ଭାବରେ ନିମନ୍ତ୍ରଣ କରୁଛି।

 

ଆରିଗାଟୋ ଗୋଜା-ଇମାସୁ।

 

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Bharat Innovates' Bridge Between India’s Talented Youth And European Expertise: PM Modi

Media Coverage

'Bharat Innovates' Bridge Between India’s Talented Youth And European Expertise: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the role of diversity in innovation and entrepreneurship
June 15, 2026

The Prime Minister, Shri Narendra Modi said that in the fields of innovation and entrepreneurship, every individual has a distinct way of thinking and a unique creative vision, and it is this diversity that gives rise to new possibilities. He noted that just as every source of water has a different taste, every talent possesses its own unique identity and contribution. The Prime Minister added that innovation and progress become possible through the convergence of diverse ideas and capabilities.

The Prime Minister shared a Sanskrit Subhashitam-

“पिण्डे पिण्डे मतिर्भिन्ना कुण्डे कुण्डे नवं पयः।

जातौ जातौ नवाचाराः नवा वाणी मुखे मुखे॥”

The Subhashitam conveys that in the field of innovation and enterprise, each person has a different way of thinking and a unique creative vision, and this diversity gives rise to new possibilities. Just as the taste of water differs from one source to another, every talent has its own distinct identity and contribution. It is through the combination of these different ideas and abilities that innovation and progress become possible.

The Prime Minister wrote on X;

“पिण्डे पिण्डे मतिर्भिन्ना कुण्डे कुण्डे नवं पयः।

जातौ जातौ नवाचाराः नवा वाणी मुखे मुखे॥”