ମହାମହିମ, ରାଷ୍ଟ୍ରପତି ଏବଂ ମୋର ଭାଇ ପ୍ରବୋଓ ସୁବିଆନ୍ତ,

ଉଭୟ ଦେଶର ପ୍ରତିନିଧି,

ଗଣମାଧ୍ୟମର ବନ୍ଧୁମାନେ,

ନମସ୍କାର!

ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆ ମୁଖ୍ୟ ଅତିଥି ଥିଲା ଏବଂ ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ, ଆମେ ଆମର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ, ପୁଣି ଥରେ ଇଣ୍ଡୋନେସିଆ ଏହି ଗୁରୁତ୍ୱପୂର୍ଣ୍ଣ ଅବସରର ଏକ ଅଂଶ ଭାବରେ ରହିଛି । ଏହି ଅବସରରେ ମୁଁ ରାଷ୍ଟ୍ରପତି ପ୍ରବୋଓଙ୍କୁ ଭାରତରେ ସ୍ୱାଗତ କରୁଛି ।

 

ବନ୍ଧୁଗଣ,

୨୦୧୮ରେ ମୋର ଇଣ୍ଡୋନେସିଆ ଗସ୍ତ ସମୟରେ ଆମେ ଆମର ଭାଗିଦାରୀକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆଗେଇ ନେଇଥିଲୁ । ଆଜି ଆମେ ରାଷ୍ଟ୍ରପତି ପ୍ରବୋଓଙ୍କ ସହ ପାରସ୍ପରିକ ସହଯୋଗର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା କରିଛୁ । ପ୍ରତିରକ୍ଷା କ୍ଷେତ୍ରରେ ଆମର ସହଯୋଗକୁ ସୁଦୃଢ଼ କରିବା ପାଇଁ ଆମେ ପ୍ରତିରକ୍ଷା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ ।

ସାମୁଦ୍ରିକ ନିରାପତ୍ତା, ସାଇବର ସୁରକ୍ଷା ଏବଂ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଇଛୁ। ସାମୁଦ୍ରିକ ନିରାପତ୍ତା ଏବଂ ସୁରକ୍ଷା ଉପରେ ଆଜି ସ୍ୱାକ୍ଷରିତ ବୁଝାମଣା ଅପରାଧ ନିବାରଣ, ସନ୍ଧାନ ଏବଂ ଉଦ୍ଧାର ତଥା ଦକ୍ଷତା ବିକାଶ କ୍ଷେତ୍ରରେ ଆମର ସହଯୋଗକୁ ସୁଦୃଢ଼ କରିବ । ଗତ କିଛି ବର୍ଷ ମଧ୍ୟରେ ଆମର ଦ୍ୱିପାକ୍ଷିକ ବାଣିଜ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଗତ ବର୍ଷ ଏହା ୩୦ ବିଲିୟନ ଡଲାର ଅତିକ୍ରମ କରିଛି ।

ଏହାକୁ ଆଉ ଏକ ପାଦ ଆଗକୁ ନେବା ପାଇଁ ଆମେ ବଜାର ପ୍ରବେଶ ଏବଂ ବାଣିଜ୍ୟ ବାସ୍କେଟରେ ବିବିଧତା ଆଣିବା ଉପରେ ମଧ୍ୟ ଆଲୋଚନା କରିଛୁ । ଏହି ପ୍ରୟାସରେ ଘରୋଇ କ୍ଷେତ୍ର ମଧ୍ୟ ସମାନ ଅଂଶୀଦାର ରହିଛି। ଆଜି ଅନୁଷ୍ଠିତ ସିଇଓ ଫୋରମ୍ ବୈଠକ ଏବଂ ଘରୋଇ କ୍ଷେତ୍ରରେ ହୋଇଥିବା ଚୁକ୍ତିକୁ ଆମେ ସ୍ୱାଗତ କରୁଛୁ। ଫିନ୍ ଟେକ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଏବଂ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର ଭଳି କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଆମେ ନିଷ୍ପତ୍ତି ନେଇଛୁ।

ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଭାରତ ମଧ୍ୟାହ୍ନ ଭୋଜନ ଯୋଜନା ଏବଂ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରୁ ନିଜର ଶିକ୍ଷା ଏବଂ ଅଭିଜ୍ଞତା ଇଣ୍ଡୋନେସିଆ ସହିତ ବାଣ୍ଟିଛି । ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମହାକାଶ ଏବଂ ଷ୍ଟେମ ଶିକ୍ଷା କ୍ଷେତ୍ରରେ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ ବୋଲି ମଧ୍ୟ ଆମେ ନିଷ୍ପତ୍ତି ନେଇଛୁ । ଉଭୟ ଦେଶର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମଧ୍ୟ ମିଳିତ ଅଭ୍ୟାସ କରିବେ।

 

ବନ୍ଧୁଗଣ,

ଭାରତ ଓ ଇଣ୍ଡୋନେସିଆର ସମ୍ପର୍କ ହଜାର ହଜାର ବର୍ଷ ପୁରୁଣା । ରାମାୟଣ ଓ ମହାଭାରତରୁ ପ୍ରେରିତ କାହାଣୀ ଏବଂ ବାଲିଯାତ୍ରା ଆମ ଦୁଇ ମହାନ ଦେଶ ମଧ୍ୟରେ ବହୁ ପୁରୁଣା ସାଂସ୍କୃତିକ ଓ ଐତିହାସିକ ସମ୍ପର୍କର ଜୀବନ୍ତ ପ୍ରମାଣ। ମୋତେ ବହୁତ ଆନନ୍ଦ ଲାଗୁଛି ଯେ, ବୌଦ୍ଧ ବୋରୋବୁଦୁର ମନ୍ଦିର ପରେ ଭାରତ ଏବେ ପ୍ରମ୍ବାନାନ ହିନ୍ଦୁ ମନ୍ଦିରର ସଂରକ୍ଷଣ ପ୍ରୟାସରେ ମଧ୍ୟ ଯୋଗଦାନ କରିବ ।

ଏହାବ୍ୟତୀତ ୨୦୨୫ ମସିହାକୁ ଭାରତ-ଏସିଆନ ପର୍ଯ୍ୟଟନ ବର୍ଷ ଭାବେ ପାଳନ କରାଯିବ। ଏହା ଦ୍ୱାରା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ।

ବନ୍ଧୁଗଣ,

ଏସିଆନ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଣ୍ଡୋନେସିଆ ଆମର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଏହି ସମଗ୍ର ଅଞ୍ଚଳରେ ଶାନ୍ତି, ନିରାପତ୍ତା, ସମୃଦ୍ଧି ଏବଂ ନିୟମ ଭିତ୍ତିକ ଶୃଙ୍ଖଳା ବଜାୟ ରଖିବା ପାଇଁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ। ଆମେ ସହମତ ଯେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ନାଭିଗେସନ୍ ର ସ୍ୱାଧୀନତା ସୁନିଶ୍ଚିତ ହେବା ଆବଶ୍ୟକ ।

ଆମର ଆକ୍ଟ ଇଜି ପଲିସିରେ ଏସିଆନ ଏକତା ଏବଂ କେନ୍ଦ୍ରୀୟତା ଉପରେ ଗୁରୁତ୍ୱ ଦିଆଯାଇଛି । ଜି-୨୦, ଆସିଆନ୍ ଏବଂ ଭାରତ ମହାସାଗର ରିମ୍ ଆସୋସିଏସନ୍ ଭଳି ପ୍ଲାଟଫର୍ମରେ ଆମେ ଏକାଠି କାମ ଜାରି ରଖିଛୁ।

 

ବର୍ତ୍ତମାନ ଆମେ ବ୍ରିକ୍ସରେ ଇଣ୍ଡୋନେସିଆର ସଦସ୍ୟତାକୁ ମଧ୍ୟ ସ୍ୱାଗତ କରୁଛୁ । ଏହି ସମସ୍ତ ଫୋରମରେ ଆମେ ଗ୍ଲୋବାଲ ସାଉଥରେ ଥିବା ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥ ଓ ପ୍ରାଥମିକତା ପାଇଁ ସମନ୍ୱୟ ଏବଂ ସହଯୋଗରେ କାର୍ଯ୍ୟ କରିବୁ ।

ମହାମହିମ,

ଆସନ୍ତାକାଲି ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଆପଣଙ୍କ ଭାରତ ଗସ୍ତ ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଆମେ ସମସ୍ତେ ଏହି ଇଭେଣ୍ଟରେ ପ୍ରଥମ ଥର ପାଇଁ ଇଣ୍ଡୋନେସିଆ ପଦଯାତ୍ରା ଦଳକୁ ଦେଖିବାକୁ ଆଗ୍ରହୀ । ପୁଣି ଥରେ ମୁଁ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ଦଳକୁ ଭାରତରେ ସ୍ୱାଗତ ଜଣାଉଛି ।

ଆପଣଙ୍କୁ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour