କୃଷି କ୍ଷେତ୍ରରେ R&D ପ୍ରତି ଅଧିକ ବେସରକାରୀ କ୍ଷେତ୍ରର ଅବଦାନର ଆବଶ୍ୟକତା ଉପରେ ଗୁରୁତ୍ୱ
କ୍ଷୁଦ୍ର ଚାଷୀଙ୍କ ସଶକ୍ତିକରଣ ସରକାରଙ୍କ ଦୃଷ୍ଟିକୋଣର କେନ୍ଦ୍ର ଅଟେ: ପ୍ରଧାନମନ୍ତ୍ରୀ
ପ୍ରକ୍ରିୟାକୃତ ଖାଦ୍ୟ ପାଇଁ ଆମ ଦେଶର କୃଷି କ୍ଷେତ୍ରକୁ ବିଶ୍ୱ ବଜାରରେ ବିସ୍ତାର କରିବାକୁ ପଡିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ କୃଷି ଏବଂ କୃଷକ କଲ୍ୟାଣ ସମ୍ବନ୍ଧୀୟ ବଜେଟ୍ ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଏକ ୱେବିନାରକୁ ସମ୍ବୋଧିତ କରିଥିଲେ । ଏହି ୱେବିନାରରେ କୃଷି, ଦୁଗ୍ଧ, ମତ୍ସ୍ୟ ଚାଷ, ସାର୍ବଜନୀନ, ବେସରକାରୀ ଏବଂ ସମବାୟ କ୍ଷେତ୍ରର ସହଯୋଗୀ ଏବଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ପାଣ୍ଠି ଯୋଗାଉଥିବା ବ୍ୟାଙ୍କଗୁଡ଼ିକର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ|

ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଚାଷୀଙ୍କ ଉପରେ ସରକାରଙ୍କ ଦୂରଦୃଷ୍ଟି କେନ୍ଦ୍ରୀଭୂତ ହୋଇଥିବା ବିଷୟରେ ବର୍ଣ୍ଣନା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କ୍ଷୁଦ୍ର କୃଷକଙ୍କ ସଶକ୍ତିକରଣ ଭାରତୀୟ କୃଷିକୁ ଅନେକ ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହେବ । ସେ ଏହି କେନ୍ଦ୍ର ବଜେଟରେ କୃଷି ପାଇଁ କେତେକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ ଯେପରିକି ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଇ କୃଷି ଋଣ ଲକ୍ଷ୍ୟକୁ 16,50,000 କୋଟି ଟଙ୍କାକୁ ବୃଦ୍ଧି କରିବା, ଗ୍ରାମୀଣ ଭିତ୍ତିଭୂମି ପାଣ୍ଠିକୁ 40,000 କୋଟିକୁ ବୃଦ୍ଧି କରିବା, କ୍ଷୁଦ୍ର ଜଳସେଚନ ପାଇଁ ମଞ୍ଜୁରୀକୁ ଦ୍ୱିଗୁଣିତ କରିବା, ଅପରେସନ୍ ଗ୍ରୀନ୍ ସ୍କିମ୍ ର ପରିସରକୁ 22 ନଷ୍ଟ ହୋଇଯାଉଥିବା ଦ୍ରବ୍ୟକୁ ବିସ୍ତାର କରିବା ଏବଂ 1000 ରୁ ଅଧିକ ମଣ୍ଡିକୁ e-NAM ସହିତ ସଂଯୋଗ କରିବା । କ୍ରମାଗତ ଭାବରେ ବୃଦ୍ଧି ପାଉଥିବା କୃଷି ଉତ୍ପାଦନ ମଧ୍ୟରେ ଏକବିଂଶ ଶତାବ୍ଦୀରେ ଅମଳ ପୂର୍ବ ବିପ୍ଳବ କିମ୍ବା ଖାଦ୍ୟ ପ୍ରକ୍ରିୟାକରଣ ବିପ୍ଳବ ଏବଂ ମୂଲ୍ୟ ଯୁକ୍ତ ପାଇଁ ଭାରତର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦେଶ ପାଇଁ ଏହା ବହୁତ ଭଲ ହୋଇଥାନ୍ତା ଯଦି ଦୁଇ-ତିନି ଦଶନ୍ଧି ପୂର୍ବରୁ ଏହି କାମ ହୋଇଥାନ୍ତା ବୋଲି ସେ ମନ୍ତବ୍ୟ ଦେଇଛନ୍ତି ।

 

ଖାଦ୍ୟ, ପନିପରିବା, ଫଳ, ମାଛ ଆଦି ପ୍ରତ୍ୟେକ କୃଷି ସମ୍ବନ୍ଧୀୟ କ୍ଷେତ୍ରରେ ପ୍ରକ୍ରିୟାକରଣର ବିକାଶ ଉପରେ ପ୍ରଧାନମନ୍ତ୍ରୀ ଦୃଢ ଭାବରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଏଥିପାଇଁ କୃଷକମାନଙ୍କ ଗ୍ରାମ ନିକଟରେ ସଂରକ୍ଷଣ ସୁବିଧା ରହିବା ଜରୁରୀ ଅଟେ । ଉତ୍ପାଦଗୁଡିକୁ କ୍ଷେତରୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ନେବା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସେ ଆହ୍ୱାନ ଦେଇଥିଲେ ଏବଂ କୃଷକ ଉତ୍ପାଦକ ସଂଗଠନ (FPOs) ଦ୍ୱାରା ଏହି ୟୁନିଟ୍ ଗୁଡିକର ହାତ ମିଳାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଦେଶର ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରୟ ପାଇଁ ବିକଳ୍ପ ବିସ୍ତାର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ପ୍ରକ୍ରିୟାକୃତ ଖାଦ୍ୟ ପାଇଁ ଆମ ଦେଶର କୃଷି କ୍ଷେତ୍ରକୁ ବିଶ୍ୱ ବଜାରରେ ବିସ୍ତାର କରିବାକୁ ପଡିବ । ଆମକୁ ଗାଁ ନିକଟରେ ଥିବା କୃଷି ଶିଳ୍ପ କ୍ଲଷ୍ଟର ସଂଖ୍ୟା ବଢାଇବାକୁ ପଡିବ ଯାହା ଦ୍ୱାରା ଗାଁର ଲୋକମାନେ ଚାଷ ସହ ଜଡିତ ନିଯୁକ୍ତି ପାଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଜୈବିକ କ୍ଲଷ୍ଟର ଏବଂ ରପ୍ତାନି କ୍ଲଷ୍ଟର ମଧ୍ୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ସେ କଳ୍ପନା କରିଥିଲେ ଯେ ଆମକୁ ଏକ ଦୃଶ୍ୟପଟ ଆଡକୁ ଯିବାକୁ ପଡିବ ଯେଉଁଠାରେ କୃଷି ଭିତ୍ତିକ ଉତ୍ପାଦିତ ସାମଗ୍ରୀ ଗାଁରୁ ସହରକୁ ଯିବ ଏବଂ ଶିଳ୍ପ ସାମଗ୍ରୀ ସହରରୁ ଗ୍ରାମରେ ପହଞ୍ଚିବ । ଆମର ଉତ୍ପାଦକୁ ବିଶ୍ୱ ବଜାରକୁ ନେବା ପାଇଁ ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ଯୋଜନାକୁ ଉପଯୋଗ କରିବାର ଉପାୟ ଅନୁସନ୍ଧାନ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଯେ ଯଦିଓ ଭାରତ ବିଶ୍ୱର ପ୍ରମୁଖ ମତ୍ସ୍ୟ ଉତ୍ପାଦକ ଏବଂ ରପ୍ତାନିକାରୀମାନଙ୍କ ମଧ୍ୟରୁ ଅନ୍ୟତମ, ଆନ୍ତର୍ଜାତୀୟ ବଜାରରେ ପ୍ରକ୍ରିୟାକୃତ ମାଛ କ୍ଷେତ୍ରରେ ଆମର ଉପସ୍ଥିତି ବହୁତ ସୀମିତ ଅଟେ । ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ସେ କହିଛନ୍ତି ଯେ ସଂସ୍କାର ବ୍ୟତୀତ ସରକାର ପ୍ରାୟ 11,000 କୋଟି ଟଙ୍କା ମୂଲ୍ୟର ଉତ୍ପାଦନ ପ୍ରୋତ୍ସାହନ ଘୋଷଣା କରିଛନ୍ତି ଯେଉଁଥିବରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ, ରାନ୍ଧିବା ପାଇଁ ପ୍ରସ୍ତୁତ ଖାଦ୍ୟ, ପ୍ରକ୍ରିୟାକୃତ ଫଳ ଏବଂ ପନିପରିବା, ପ୍ରକ୍ରିୟାକୃତ ସାମୁଦ୍ରିକ ଖାଦ୍ୟ ଏବଂ ମୋଜାରେଲା ଛେନା ଭଳି ଉତ୍ପାଦକୁ ପ୍ରୋତ୍ସାହନ ଦିଆଯାଉଛି । ସେ ଅପରେସନ୍ ଗ୍ରୀନ୍ସ ବିଷୟରେ କହିଥିଲେ, ଯେଉଁଥିରେ ସମସ୍ତ ଫଳ ଓ ପନିପରିବା ପରିବହନ ପାଇଁ 50 ପ୍ରତିଶତ ରିହାତି ଦିଆଯାଉଛି । ସେ କହିଛନ୍ତି ଯେ କେବଳ ଗତ 6 ମାସ ମଧ୍ୟରେ ପ୍ରାୟ 350 କିଷାନ ରେଳ ଚଳାଚଳ କରାଯାଇଥିଲା ଏବଂ ଏହି ଟ୍ରେନଗୁଡିକ ମାଧ୍ୟମରେ ପ୍ରାୟ 1,00,000 ମେଟ୍ରିକ ଟନ ଫଳ ଏବଂ ପନିପରିବା ପରିବହନ କରାଯାଇଥିଲା । ଏହି କିଷାନ ରେଳ ସମଗ୍ର ଦେଶ ପାଇଁ ଶୀତଳ ଭଣ୍ଡାରର ଏକ ଶକ୍ତିଶାଳୀ ମାଧ୍ୟମ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତ୍ମ ନିର୍ଭର ଭାରତ ଅଭିଯାନ ଅଧୀନରେ ଦେଶର ବିଭିନ୍ନ ଜିଲ୍ଲାରେ ଫଳ ଓ ପନିପରିବା ପ୍ରକ୍ରିୟାକରଣ ପାଇଁ କ୍ଲଷ୍ଟର ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ ଅପଗ୍ରେଡ୍ ସ୍କିମ୍ ଅଧୀନରେ ଲକ୍ଷ ଲକ୍ଷ ଅତି କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରକୁ ସାହାଯ୍ୟ କରାଯାଉଛି । କ୍ଷୁଦ୍ର ଚାଷୀଙ୍କୁ ଟ୍ରାକ୍ଟର, ଅମଳ ମେସିନ୍ କିମ୍ବା ଅନ୍ୟାନ୍ୟ କୃଷି ଯନ୍ତ୍ରପାତିର ଘଣ୍ଟିକିଆ ଭଡା ସହିତ ଶସ୍ତା ଏବଂ ପ୍ରଭାବଶାଳୀ ବିକଳ୍ପ ଏବଂ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଉତ୍ପାଦିତ କୃଷି ସାମଗ୍ରୀକୁ ବଜାରରେ ପହଞ୍ଚିାଇବା ପାଇଁ ଟ୍ରକ ଏଗ୍ରିଗେଟରର ବ୍ୟବହାର ଏକ ଶସ୍ତା ଏବଂ ପ୍ରଭାବଶାଳୀ ମାଧ୍ୟମ । ଦେଶରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ସମ୍ପ୍ରସାରଣ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଚାଷୀମାନଙ୍କ ମଧ୍ୟରେ ସେମାନଙ୍କ ମାଟିର ସ୍ୱାସ୍ଥ୍ୟ ବିଷୟରେ ସଚେତନତା ବୃଦ୍ଧି ଫସଲର ଉତ୍ପାଦନରେ ଉନ୍ନତି ଆଣିବ ।

କୃଷି କ୍ଷେତ୍ରରେ ଆର R&D ପ୍ରତି ଅଧିକ ବେସରକାରୀ କ୍ଷେତ୍ରର ଅବଦାନର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ବର୍ତ୍ତମାନ କୃଷକମାନଙ୍କୁ ଏପରି ବିକଳ୍ପ ଦେବାକୁ ପଡିବ ଯେଉଁଥିରେ ସେମାନେ କେବଳ ଗହମ ଏବଂ ଚାଉଳରେ ସୀମିତ ନୁହଁନ୍ତି । ଆମେ ଜୈବିକ ଖାଦ୍ୟଠାରୁ ଆରମ୍ଭ କରି ସାଲାଡ ଭିତ୍ତିକ ପନିପରିବା ପର୍ଯ୍ୟନ୍ତ ଚେଷ୍ଟା କରିପାରିବା, ସେଠାରେ ଅନେକ ଫସଲ ଅଛି ବୋଲି ସେ କହିଛନ୍ତି । ସମୁଦ୍ର ଶୈବାଳ ଏବଂ ମହୁଫେଣା ପାଇଁ ବଜାର ବ୍ୟବସ୍ଥାର ଠିକଣା ଉପଯୋଗ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ସମୁଦ୍ର ଶୈବାଳ ଏବଂ ମହୁଫେଣା ଆମ ମତ୍ସ୍ୟଜୀବୀ ଏବଂ ମହୁ ଚାଷୀଙ୍କ ପାଇଁ ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବ । ବେସରକାରୀ କ୍ଷେତ୍ରର ଅଂଶଗ୍ରହଣ କୃଷକଙ୍କ ଆତ୍ମବିଶ୍ୱାସ ବଢାଇବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ଚୁକ୍ତିଭିତ୍ତିକ ଚାଷ ଭାରତରେ କେତେକ କ୍ଷେତ୍ରରେ ଦୀର୍ଘ ଦିନ ଧରି ରହିଆସିଛି । ଚୁକ୍ତିଭିତ୍ତିକ ଚାଷ କେବଳ ବ୍ୟବସାୟିକ ଧାରଣା ହୋଇ ରହିବ ନାହିଁ କିନ୍ତୁ ଜମି ପ୍ରତି ଥିବା ଆମର ଦାୟିତ୍ୱ ପୂରଣ ନିଶ୍ଚିତ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି ।

ଦେଶର ଚାଷ କ୍ଷେତ୍ରରେ ମିଳିତ ପ୍ରୟାସ କରିବାକୁ, ଜଳସେଚନ ଠାରୁ ଆରମ୍ଭ କରି ବୀଜରୋପଣ ପର୍ଯ୍ୟନ୍ତ, ଅମଳ ଏବଂ ରୋଜଗାର ପର୍ଯ୍ୟନ୍ତ ବ୍ୟାପକ ବୈଷୟିକ ସମାଧାନ ଖୋଜିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ଆମକୁ କୃଷି କ୍ଷେତ୍ର ସହିତ ଜଡିତ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହିତ କରିବା ଏବଂ ଏଥି ସହିତ ଯୁବକମାନଙ୍କୁ ଯୋଡିବାକୁ ପଡିବ । ସେ କହିଛନ୍ତି କି ବର୍ଷ ବର୍ଷ ଧରି କିଷାନ କ୍ରେଡିଟ କାର୍ଡ କୃଷକ, ଗୋପାଳକ ଏବଂ ମତ୍ସ୍ୟଜୀବୀଙ୍କ ପାଇଁ ଧିରେ ଧିରେ ବୃଦ୍ଧି କରାଯାଇଛି ଏବଂ ଗତ ଏକ ବର୍ଷ ମଧ୍ୟରେ 1.80 କୋଟିରୁ ଅଧିକ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ଦିଆଯାଇଛି । ବିଗତ 6-7 ବର୍ଷ ତୁଳନାରେ ଋଣ ଯୋଗାଣ ଦ୍ୱିଗୁଣିତ ହୋଇଛି । ଦେଶରେ 1000 ଏଫ୍‍ପିଓ ପ୍ରତିଷ୍ଠା ସହିତ ସମବାୟ ସମିତିକୁ ମଜବୁତ କରୁଛି ବୋଲି ସେ କହିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”