ଆମର ଜାତୀୟ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଭାବ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିଛି: ପ୍ରଧାନମନ୍ତ୍ରୀ
ରାଜନୀତିରେ ନିଃସ୍ୱାର୍ଥପର ଓ ଗଠନମୂଳକ ଅବଦାନ ଯୋଗାଇ ଦେବାକୁ ଯୁବ ସମାଜକୁ ଆହ୍ୱାନ
ରାଜନୈତିକ ବଂଶବାଦ ସାମାଜିକ ଦୁର୍ନୀତିର ପ୍ରମୁଖ କାରଣ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଦ୍ୱିତୀୟ ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇଛନ୍ତି । ସଂସଦର କେନ୍ଦ୍ରୀୟ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ସବର ୩ ଜଣ ଯୁବ ଜାତୀୟ ବିଜେତାଙ୍କ ମତାମତ ଶୁଣିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟର ପ୍ରବାହ ସତ୍ତ୍ୱେ ଆମର ଜାତୀୟ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଭାବ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିଛି । ଜାତୀୟତା ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଦୃଷ୍ଟିକୋଣ ତଥା ଜନସାଧାରଣ ଓ ସମଗ୍ର ବିଶ୍ୱର ସେବା କରିବା ପାଇଁ ତାଙ୍କ ବାଣୀ ଏବେ ମଧ୍ୟ ଆମକୁ ଅନୁପ୍ରାଣିତ କରୁଛି । ବ୍ୟକ୍ତି ଓ ଅନୁଷ୍ଠାନ ପ୍ରତି ସ୍ୱାମୀଜୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରି ପ୍ରଧାନମନ୍ତୀ କହିଥିଲେ ଯେ ଯେଉଁ ବ୍ୟକ୍ତିବିଶେଷ ସ୍ୱାମୀ ବିବେକାନନ୍ଦଙ୍କ ସଂସ୍ପର୍ଶରେ ଆସି ଅନୁଷ୍ଠାନମାନ ନିର୍ମାଣ କରିଥିଲେ ସେମାନେ ପରବର୍ତ୍ତୀ କାଳରେ ନୂଆ ଅନୁଷ୍ଠାନ ନିର୍ମାତାମାନଙ୍କୁ ସୃଷ୍ଟି କରିଥିଲେ । ଏହାଦ୍ୱାରା ଏକ ସଦ୍‍ଚକ୍ର ସୃଷ୍ଟି ହୋଇଥିଲା ; ଯେଉଁଥିରେ ବ୍ୟକ୍ତିକୁ ନେଇ ଅନୁଷ୍ଠାନ ଗଠିତ ହୋଇଥିଲା ଏବଂ ଅନୁଷ୍ଠାନ ଉତ୍ତମ ବ୍ୟକ୍ତି ନିର୍ମାଣ କରୁଥିଲା । ଏହା ଭାରତର ଏକ ବିରାଟ ବଳ । ଏ ବେକାର ଭାରତରେ ଉତ୍ତମ କଂପାନୀ ନିର୍ମାଣ ଏବଂ ସେହି କଂପାନୀ ମାଧ୍ୟମରେ କିପରି ଉତ୍ତମ ବ୍ୟକ୍ତିବିଶେଷ ତିଆରି ହେଉଛନ୍ତି ତାହାର ଉଦାହରଣ ଦେଇ ସେ ଏହି ସଦ୍‍ଚକ୍ରର ବ୍ୟାଖ୍ୟା କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନୂଆ ଶିକ୍ଷାନୀତିରୁ ଯୁବ ସମାଜ ନମନୀୟତା, ଅଭିନବତା ଓ ନବସୃଜନକାରୀ ଶିକ୍ଷା ଢାଞ୍ଚା ଶିଖିବାର ସୁଯୋଗ ନେବା ଉଚିତ । ଆମେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟିତ; ଯଦ୍ଦ୍ୱାରା କୌଣସି ଯୁବକଯୁବତୀ ବିଦେଶମୁହାଁ ହେବେ ନାହିଁ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ର ଗଠନର ମୂଳଦୁଆ ପାଇଁ ଯେଉଁ ଯୁବ ସମାଜ ଚାହୁଁଥିଲେ ସେଥିରେ ସେ ପ୍ରତ୍ୟେକଙ୍କଠାରେ ବିଶ୍ୱାସ, ସ୍ୱଚ୍ଛ ହୃଦୟ, ନିର୍ଭୀକତା, ଭୟଶୂନ୍ୟତା ଓ ସାହସ ଦେଖୁଥିଲେ । ଏହି ଅବସରରେ ସେ ଯୁବ ସମାଜକୁ ସ୍ୱାମୀ ବିବେକାନନ୍ଦଙ୍କ ମନ୍ତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ ସ୍ୱାମୀଜୀ ଶାରିରୀକ ସୁସ୍ଥତା ପାଇଁ ଲୁହାର ମାଂସପେଶୀ ଓ ଇସ୍ପାତର ସ୍ନାୟୁ କଥା କହୁଥିଲେ । ସେହିଭଳି ବ୍ୟକ୍ତିତ୍ୱର ବିକାଶ ପାଇଁ ସ୍ୱାମୀଜୀଙ୍କ ମନ୍ତ୍ର ଥିଲା ନିଜ ଉପରେ ବିଶ୍ୱାସ କରିବା ବା ଆତ୍ମବିଶ୍ୱାସ । ସେହିଭଳି ନେତୃତ୍ୱ ଓ ଦଳଗତ କାର୍ଯ୍ୟ ପାଇଁ ସ୍ୱାମୀଜୀଙ୍କ ମନ୍ତ୍ର ଥିଲା ସମସ୍ତଙ୍କ ଉପରେ ବିଶ୍ୱାସ ରଖିବା ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବ ସମାଜକୁ ଆହ୍ୱାନ ଦେଇ କହିଥିଲେ ଯେ ସେମାନେ ରାଜନୀତିରେ ନିଃସ୍ୱାର୍ଥପର ଓ ଗଠନମୂଳକ ଅବଦାନ ରଖିବାକୁ ଆଗେଇ ଆସିବା ଉଚିତ । ସେ କହିଥିଲେ ଯେ ଏବେ ସାଧୁ, ସଚ୍ଚୋଟ ଲୋକମାନେ ଜନସେବା ପାଇଁ ସୁଯୋଗ ପାଉଛନ୍ତି । ରାଜନୀତି ନୀତିହୀନ ଓ ନିର୍ଲଜଙ୍କ କାର୍ଯ୍ୟ ବୋଲି ଯେଉଁ ପୁରୁଣା ବିଚାର ରହିଛି ତାହାକୁ ପରିବର୍ତ୍ତନ କରିବା ପାଇଁ କାମ କରିବାକୁ ସେ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ସଚ୍ଚୋଟତା, ସାଧୁତା ଓ ପ୍ରଦର୍ଶନ ରାଜନୀତିରେ ଗୁରୁତ୍ୱ ପାଉଛି । ଏହି ପ୍ରସଙ୍ଗରେ ସେ ପାରିବାରିକ ରାଜନୀତି ଓ ବଂଶବାଦ ସଂପର୍କରେ ଦୀର୍ଘ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ରାଜନେତାମାନେ ଦୁର୍ନୀତିକୁ ଉତ୍ତରାଧିକାରୀ ସୂତ୍ରରେ ପାଇ ରାଜନୀତିରେ ରହିଛନ୍ତି ସେହିମାନଙ୍କ ପାଇଁ ହିଁ ଆଜି ଜନସାଧାରଣଙ୍କ ନିମନ୍ତେ ଭ୍ରଷ୍ଟାଚାର ଏକ ବୋଝ ପାଲଟିଛି । ରାଜନୀତିରୁ ଏହି ବଂଶବାଦର ମୂଳୋତ୍ପାଟନ ପାଇଁ ସେ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ଏହି ବଂଶବାଦୀ ବ୍ୟବସ୍ଥା ଓ ପାରିବାରିକ ରାଜନୀତି ଦ୍ୱାରା ଅଯୋଗ୍ୟତା ସୃଷ୍ଟି ହୁଏ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକଚ୍ଛତ୍ରବାଦ ମୁଣ୍ଡ ଟେକେ । ଏହି ବ୍ୟବସ୍ଥାର ବ୍ୟକ୍ତିବିଶେଷ ପରିବାରର ରାଜନୀତିକୁ ସୁରକ୍ଷିତ କରନ୍ତି ଏବଂ ରାଜନୀତିରେ ବଂଶର ସୁରକ୍ଷା ଦିଗରେ ଯତ୍ନବାନ ହୋଇଥାନ୍ତି । ‘ଆଜି ସାଙ୍ଗିଆ ଓ ପରିବାରର ନାମକୁ ଆଶାବାଡି କରି ନିର୍ବାଚନ ଜିତିବା ନୀତିର ଅବସାନ ଘଟିଛି । ତଥାପି ପାରିବାରିକ ରାଜନୀତି ବେମାରିର ଅବସାନ ଘଟିନାହିଁ । ରାଜନୈତିକ ପରିବାର ନିଜକୁ ଓ ପରିବାରକୁ ଅଗ୍ରାଧିକାର ଦିଏ । ସ୍ୱାର୍ଥରକ୍ଷାରେ ମାତି ରାଷ୍ଟ୍ରର ସ୍ୱାର୍ଥକୁ ପଦଦଳିତ କରେ । ଏହା ହିଁ ଭାରତରେ ସାମାଜିକ ଦୁର୍ନୀତିର ପ୍ରମୁଖ କାରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win