"ଏହା ହେଉଛି ଭାରତର ସମୟ"
ବିଗତ ୧୦ ବର୍ଷରେ ଭାରତ କିପରି ରୂପାନ୍ତରଣ ଆଣିଛି ସେ ନେଇ ବିଶ୍ୱର ପ୍ରତ୍ୟେକ ବିକାଶ ବିଶେଷଜ୍ଞ ଗୋଷ୍ଠୀ ଆଲୋଚନା କରୁଛନ୍ତି
"ବିଶ୍ୱ ଆଜି ଭାରତ ଉପରେ ବିଶ୍ୱାସ କରୁଛି"
"ସ୍ଥିରତା, ନିରବଚ୍ଛିନ୍ନତା ଏବଂ ନିରନ୍ତରତା ଆମର ସାମଗ୍ରିକ ନୀତି ନିର୍ଦ୍ଧାରଣର 'ପ୍ରଥମ ନୀତି' ସୃଷ୍ଟି କରେ"
“ଭାରତ ଏକ କଲ୍ୟାଣକାରୀ ରାଷ୍ଟ୍ର । ଆମେ ସୁନିଶ୍ଚିତ କରିଥିଲୁ ଯେ ସରକାର ନିଜେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବେ”
"ପୁଞ୍ଜି ବ୍ୟୟ ଆକାରରେ ଉତ୍ପାଦନକ୍ଷମ ବ୍ୟୟ, କଲ୍ୟାଣକାରୀ ଯୋଜନାରେ ଅଭୂତପୂର୍ବ ବିନିଯୋଗ, ଅଯଥା ବ୍ୟୟ ଉପରେ ନିୟନ୍ତ୍ରଣ ଏବଂ ଆର୍ଥିକ ଶୃଙ୍ଖଳା - ଆମର ପ୍ରତ୍ୟେକ ବଜେଟରେ ଚାରୋଟି ମୁଖ୍ୟ ଆଧାର"
“ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଗୁଡ଼ିକୁ ଶେଷ କରିବା ଆମ ସରକାରଙ୍କ ପରିଚୟ ପାଲଟିଛି”
“ଆମେ ବିଂଶ ଶତାବ୍ଦୀର ଆହ୍ୱାନ ଗୁଡିକର ମୁକାବିଲା କରୁଛୁ ଏବଂ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ମଧ୍ୟ ପୂରଣ କରୁଛୁ”
“ସଂସଦର ଏହି ଅଧିବେଶନରେ ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ଦେଶ ଅନୁସରଣ କରିଥିବା ନୀତି ସମ୍ପର୍କରେ ଶ୍ୱେତପତ୍ର ଉପସ୍ଥାପିତ ହୋଇଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ହୋଟେଲ ତାଜ ପ୍ୟାଲେସ ଠାରେ ଇଟି ନାଓ ବିଶ୍ୱସ୍ତରୀୟ ବ୍ୟାବସାୟିକ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରି ‘ବିଶ୍ୱସ୍ତରୀୟ ବ୍ୟାବସାୟିକ ଶିଖର ସମ୍ମିଳନୀ ୨୦୨୪ ଦ୍ୱାରା ସ୍ଥିରୀକୃତ ବିଷୟବସ୍ତୁ ଶୀର୍ଷକ ‘ବ୍ୟାଘାତ, ବିକାଶ ଏବଂ ବିବିଧକରଣ' ର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ବିଶ୍ୱରେ ଭାରତ ପ୍ରତି ବୃଦ୍ଧି ପାଉଥିବା ବିଶ୍ୱାସକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଯେତେବେଳେ ବ୍ୟାଘାତ, ବିକାଶ ଏବଂ ବିବିଧକରଣ କଥା ଆସେ, ସମସ୍ତେ ଏକମତ ହୋଇ ପାରିବେ ଯେ , ଏହା ହେଉଛି ଭାରତର ସମୟ" । ଡାଭୋସ୍‌ରେ ଭାରତ ପ୍ରତି ଅଭୂତପୂର୍ବ ଉତ୍ସାହ ବିଷୟରେ କହିବା ଅବସରରେ , ପ୍ରଧାନମନ୍ତ୍ରୀ ଭାରତକୁ ଏକ ଅଭୂତପୂର୍ବ ଅର୍ଥନୈତିକ ସଫଳତାର କାହାଣୀ ବୋଲି କହିବା, ଏହାର ଡିଜିଟାଲ ଏବଂ ଭୌତିକ ଭିତ୍ତିଭୂମି ନୂତନ ଉଚ୍ଚତାକୁ ବୃଦ୍ଧି ପାଇବା ଏବଂ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଭାରତର ଆଧିପତ୍ୟ ବିଷୟରେ ଆଲୋଚନାକୁ ମନେ ପକାଇଥିଲେ ।  ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ମନେ ପକାଇଥିଲେ ଯେ ଭାରତର ସାମର୍ଥ୍ୟକୁ ଏକ 'ଉଗ୍ର ଷଣ୍ଢ' ସହିତ ତୁଳନା କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ୧୦ ବର୍ଷ ମଧ୍ୟରେ ଭାରତର ପରିବର୍ତ୍ତନ ଉପରେ ଆଲୋଚନା କରୁଥିବା ବିଶ୍ୱର ବିକାଶ ବିଶେଷଜ୍ଞ ଗୋଷ୍ଠୀ ଆଜି ଭାରତ ପ୍ରତି ବିଶ୍ୱର ବୃଦ୍ଧି ପାଉଥିବା ବିଶ୍ୱାସକୁ ଦର୍ଶାଉଛନ୍ତି । ଲାଲ୍ କିଲ୍ଲାରୁ ତାଙ୍କ ଅଭିଭାଷଣକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ, "ବିଶ୍ୱରେ ଭାରତର ସାମର୍ଥ୍ୟ ଏବଂ ସଫଳତାକୁ ନେଇ ଆମେ ପୂର୍ବରୁ କେବେ ବି ଏଭଳି ସକାରାତ୍ମକ ଭାବନା ଦେଖିନଥିଲୁ" ।

 

କୌଣସି ଦେଶର ବିକାଶ ଯାତ୍ରା ସମୟରେ ଏମିତି ଏକ ସମୟ ଆସିଥାଏ ଯେତେବେଳେ ସବୁ ପରିସ୍ଥିତି ତା’ ସପକ୍ଷରେ ଥାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସମୟରେ ଦେଶ ଆଗାମୀ ଶହ ଶହ ପର୍ଯ୍ୟନ୍ତ ନିଜକୁ ଶକ୍ତିଶାଳୀ କରିଥାଏ । ଆଜି ମୁଁ ଭାରତ କ୍ଷେତ୍ରରେ ସେହି ସମାନ ସମୟକୁ ଦେଖୁଛି । ଏହି ସମୟ ଅଭୂତପୂର୍ବ । କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଅଭିବୃଦ୍ଧି ହାର ଏବଂ ହ୍ରାସ ପାଉଥିବା ବିତ୍ତୀୟ ନିଅଣ୍ଟ, ରପ୍ତାନି ବୃଦ୍ଧି ଓ ଚାଲୁ ଆକାଉଣ୍ଟ ନିଅଣ୍ଟ କମ୍ ରହିବା, ଉତ୍ପାଦନକ୍ଷମ ପୁଞ୍ଜି ନିବେଶ ଫଳରେ ରେକର୍ଡ ଉଚ୍ଚ ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିବା, ସୁଯୋଗ ଓ ଆୟ ବୃଦ୍ଧି, ଦାରିଦ୍ର‌୍ୟ ହ୍ରାସ, ବଢୁଥିବା ଉପଭୋକ୍ତା ଏବଂ କର୍ପୋରେଟ୍ ଲାଭ ଏବଂ ବ୍ୟାଙ୍କ ଏନପିଏରେ ରେକର୍ଡ ହ୍ରାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏକ ପ୍ରକାରର ଦେଖିବାକୁ ଗଲେ ଦେଶର ଗୁଣାତ୍ମକ ଚକ୍ର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ପାଦନ ଏବଂ ଉତ୍ପାଦକତା ଉଭୟ ବୃଦ୍ଧି ପାଉଛି ।

ଚଳିତ ବର୍ଷର ଅନ୍ତରୀଣ ବଜେଟକୁ ଲୋକପ୍ରିୟ ବଜେଟ୍ ନୁହେଁ ବୋଲି କହି ଅର୍ଥନୈତିକ ବିଶେଷଜ୍ଞ ଓ ସାମ୍ବାଦିକମାନେ ଯେଉଁ ପ୍ରଶଂସା କରିଛନ୍ତି ସେଥିରେ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ସମୀକ୍ଷା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ବଜେଟର 'ପ୍ରଥମ ନୀତି' କିମ୍ବା ସାମଗ୍ରିକ ନୀତି ନିର୍ଦ୍ଧାରଣ ପ୍ରତି ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବଜେଟ୍ ଏହି ନୀତିଗୁଡ଼ିକର ସମ୍ପ୍ରସାରଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ସହିତ  "ସେହି ପ୍ରଥମ ନୀତିଗୁଡ଼ିକ ହେଉଛି - ସ୍ଥିରତା, ନିରବଚ୍ଛିନ୍ନତା ଏବଂ ନିରନ୍ତରତା" ବୋଲି ଉଲ୍ଲେଖ କରିଛନ୍ତି ।

 

କରୋନା ମହାମାରୀ ଉପରେ ନଜର ପକାଇ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ , କିପରି ତାହା ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ୱର ସରକାରମାନଙ୍କ ପାଇଁ ଏକ ବିରାଟ ଆହ୍ୱାନ ପାଲଟିଥିଲା , ଯେଉଁଠାରେ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ଭଳି ଦୁଇଟି ଆହ୍ୱାନର ମୁକାବିଲା କରିବା ବିଷୟରେ କାହାର କୌଣସି ଧାରଣା ନଥିଲା । ଏହି ସମୟରେ ଭାରତ ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦେଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଜୀବନ ରକ୍ଷାକାରୀ ସମ୍ବଳ ସଂଗ୍ରହ କରିବା ଏବଂ ଲୋକଙ୍କୁ ବିପଦ ବିଷୟରେ ସଚେତନ କରାଇବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ସେ କହିଥିଲେ, "ଯଦି ଜୀବନ ଅଛି, ତେବେ ସବୁକିଛି ଅଛି" । ଗରିବଙ୍କ ପାଇଁ ମାଗଣା ରାସନ ଯୋଗାଇଦେବା, ଭାରତରେ ପ୍ରସ୍ତୁତ ଟିକା ଉପରେ ଗୁରୁତ୍ୱ ଦେବା ଏବଂ ଶୀଘ୍ର ଟିକା ଉପଲବ୍ଧତା ସୁନିଶ୍ଚିତ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଲାଭ ହସ୍ତାନ୍ତର, ରାସ୍ତାକଡ଼ ଦୋକାନୀ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତା ଏବଂ କୃଷି ସମ୍ବନ୍ଧୀୟ ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ସରକାର ଉଭୟ ସ୍ୱାସ୍ଥ୍ୟ ଏବଂ ଜୀବିକା ଦାବି ପୂରଣ କରିଛନ୍ତି । ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବା ପାଇଁ ସରକାର ସଂକଳ୍ପ ନେଇଛନ୍ତି ବୋଲି ସେ କହିଛନ୍ତି ।

ଚାହିଦା ବଢ଼ାଇବା ଏବଂ ବଡ଼ ବଡ଼ ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ଟଙ୍କା ଛାପିବା ପାଇଁ ସେ ସମୟରେ ବିଶେଷଜ୍ଞମାନଙ୍କ ମତାମତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ବିଶ୍ୱର ଅନେକ ସରକାର ଗ୍ରହଣ କରିଥିବା ଏହି ଆଭିମୁଖ୍ୟ ଯୋଗୁଁ ମୁଦ୍ରାସ୍ଫୀତି ସ୍ତର ବୃଦ୍ଧି ପାଇଛି । "ଆମ ଉପରେ ଚାପ ପକାଇବା ପାଇଁ ମଧ୍ୟ ଅନେକ ପ୍ରୟାସ କରାଯାଇଥିଲା" ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, "କିନ୍ତୁ ଆମେ ବାସ୍ତବତା ଜାଣିଥିଲୁ ଏବଂ ଏହାକୁ ବୁଝିଥିଲୁ । ଆମେ ଆମର ଅଭିଜ୍ଞତା ଏବଂ ବିବେକ ଆଧାରରେ ଆଗକୁ ବଢ଼ିଛୁ । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ନୀତିକୁ ଶ୍ରେୟ ଦେଇଛନ୍ତି, ଯାହା ଉପରେ ଏକଦା ପ୍ରଶ୍ନ କରାଯାଉଥିଲା , କିନ୍ତୁ ଆଜି ଅର୍ଥନୀତିର ସୁଦୃଢ଼ ସ୍ଥିତି ପାଇଁ ଏହା ଉପଯୁକ୍ତ ପ୍ରମାଣିତ ହୋଇଛି ।

 

ଭାରତ ଏକ କଲ୍ୟାଣକାରୀ ରାଷ୍ଟ୍ର । ସାଧାରଣ ନାଗରିକଙ୍କ ଜୀବନକୁ ସହଜ କରିବା ଏବଂ ଜୀବନଧାରଣର ମାନରେ ଉନ୍ନତି ଆଣିବା ସରକାରଙ୍କ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗୋଟିଏ ପଟେ ନୂଆ ନୂଆ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ସରକାର ଏହାର ଲାଭ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇଛନ୍ତି ବୋଲି ସେ କହିଛନ୍ତି । ଆମେ କେବଳ ବର୍ତ୍ତମାନରେ ନୁହେଁ , ବରଂ ଦେଶର ଭବିଷ୍ୟତରେ ବି ନିବେଶ କରିଛୁ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବଜେଟ୍‌ରେ ମୁଖ୍ୟତଃ ୪ଟି ବିଷୟ ଉପରେ ଆଲୋକପାତ କରିଥିଲେ ଏବଂ  ରେକର୍ଡ ଉତ୍ପାଦନକ୍ଷମ ବ୍ୟୟ ଆକାରରେ ପୁଞ୍ଜି ବ୍ୟୟ, କଲ୍ୟାଣକାରୀ ଯୋଜନାରେ ଅଭୂତପୂର୍ବ ନିବେଶ, ଅଯଥା ବ୍ୟୟ ଉପରେ ନିୟନ୍ତ୍ରଣ ଏବଂ ଆର୍ôଥକ ଶୃଙ୍ଖଳା ଆକାରରେ ବିଷୟରେ ଉଲ୍ଲେଖ କରିଥିଲେ । ସନ୍ତୁଳନ ବଜାୟ ରଖାଯାଇଛି ଏବଂ ଚାରୋଟି ବିଷୟରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରାଯାଇଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ଇଚ୍ଛିତ ଲକ୍ଷ୍ୟ ହାସଲ କରିବାରେ 'ସଞ୍ଚୟ ହୋଇଥିବା ଟଙ୍କା ହିଁ ଅର୍ଥ' ମନ୍ତ୍ରକୁ ଶ୍ରେୟ ଦେଇ ପ୍ରଧାନମନ୍ତ୍ରୀ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ବିଷୟରେ ଉଲ୍ଲେଖ କରିଥିଲେ । ବିଳମ୍ବ ହେବା କାରଣରୁ ପ୍ରକଳ୍ପ ଖର୍ଚ୍ଚ ବୃଦ୍ଧି ପାଉଥିବା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ୨୦୦୮ରେ ଆରମ୍ଭ ହୋଇଥିବା ପୂର୍ବାଂଚଳ ଉତ୍ସର୍ଗୀକୃତ ମାଲ୍ ପରିବହନ କରିଡର ପ୍ରକଳ୍ପର ଉଦାହରଣ ଦେଇ ସୂଚନା ଦେଇଥିଲେ ଯେ ଗତ ବର୍ଷ ଶେଷ ହେବା ପରେ ଏହି ପ୍ରକଳ୍ପ ଖର୍ଚ୍ଚ ୧୬,୫୦୦ କୋଟି ଟଙ୍କାରୁ ୫୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୧୯୯୮ରେ ଆରମ୍ଭ ହୋଇଥିବା ଆସାମର ବୋଗିବିଲ ସେତୁ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ , ଯାହାର ପ୍ରକଳ୍ପ ଖର୍ଚ୍ଚ ୨୦୧୮ରେ ଶେଷ ହେବା ପରେ ନିର୍ଦ୍ଧାରିତ ୧୧୦୦ କୋଟି ଟଙ୍କାରୁ ୫୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

 

ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ଟେକ୍ନୋଲୋଜି ବ୍ୟବହାର କରି ଦେଶର ଅର୍ଥ ସଞ୍ଚୟ କରିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସ୍ପର୍ଶ କରିଥିଲେ । କେବଳ କାଗଜପତ୍ରରେ ଥିବା ୧୦ କୋଟି ନକଲି ହିତାଧିକାରୀଙ୍କୁ ମୁକ୍ତ କରିବା, ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ପାଣ୍ଠି ଯୋଗାଣରେ ରହୁଥିବା ଫାଟକୁ ବନ୍ଦ କରିବା ଦ୍ୱାରା ୩.୨୫ ଲକ୍ଷ କୋଟି ଟଙ୍କା ଭୁଲ ହାତକୁ ଆସିବାରୁ ବଞ୍ଚାଇବାରେ ସାହାଯ୍ୟ କରିବା, ସରକାରୀ ସାମଗ୍ରୀ କିଣିବା ପାଇଁ ଜିଇଏମ୍ ପୋର୍ଟାଲ ବ୍ୟବହାର କରିବା, ଯାହା ଦ୍ୱାରା ୬୫,୦୦୦ କୋଟି ଟଙ୍କା ସଞ୍ଚୟ ଏବଂ ତୈଳ କ୍ରୟରେ ବିବିଧତା ଆଣିବା ପାଇଁ ୨୫,୦୦୦ କୋଟି ଟଙ୍କା ସଞ୍ଚୟ କରିବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ଗତ ବର୍ଷ , ଆମେ କେବଳ ପେଟ୍ରୋଲରେ ଇଥାନଲ ମିଶାଇ ୨୪,୦୦୦ କୋଟି ଟଙ୍କା ସଞ୍ଚୟ କରିଥିଲୁ ବୋଲି ସେ କହିଥିଲେ । ସେ ସ୍ୱଚ୍ଛତା ଅଭିଯାନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ , ଯେଉଁଠାରେ ସରକାରୀ କୋଠାରେ ପଡ଼ିଥିବା କାର୍ଯ୍ୟାଳୟ ଗୁଡିକର ଅଦରକାରୀ ସାମଗ୍ରୀ ବିକ୍ରି କରି ସରକାର ୧୧୦୦ କୋଟି ଟଙ୍କା ରୋଜଗାର କରିଥିଲେ ।

ନାଗରିକମାନେ ଯେପରି ଟଙ୍କା ସଞ୍ଚୟ କରିପାରିବେ ସେଭଳି ସରକାରୀ ଯୋଜନା ସୃଷ୍ଟି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଜଳ ଜୀବନ ମିଶନ ବିଷୟରେ ସ୍ପର୍ଶ କରିଥିଲେ ଯେଉଁଠାରେ ଗରିବଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରାଯାଇଥିଲା, ଯାହା ଦ୍ୱାରା ଜଳବାହିତ ରୋଗ ଦ୍ୱାରା ହେଉଥିବା ରୋଗ ଉପରେ ସେମାନଙ୍କର ଖର୍ଚ୍ଚ ହ୍ରାସ ପାଇଥିଲା । ଆୟୁଷ୍ମାନ ଭାରତ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ , ଏହା ଦେଶର ଗରିବ ଲୋକଙ୍କୁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାରୁ ବଞ୍ଚାଇଛି ଏବଂ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଗୁଡ଼ିକରେ ୮୦% ଶସ୍ତା ଔଷଧ ମାଧ୍ୟମରେ ୩୦,୦୦୦ କୋଟି ଟଙ୍କା ସଞ୍ଚୟ କରାଯାଇଛି ।

କେବଳ ବର୍ତ୍ତମାନର ପିଢ଼ି ନୁହେଁ , ବରଂ ଅନେକ ଭବିଷ୍ୟତ ପିଢ଼ି ପ୍ରତି ସେ ଉତ୍ତରଦାୟୀ ବୋଲି ଶ୍ରୀ ମୋଦୀ ଦୋହରାଇ ଥିଲେ । ତେଣୁ , ନୀତି ଓ ନିଷ୍ପତିରେ ଆର୍ଥିକ ପରିଚାଳନାକୁ ପ୍ରାଥମିକତା ଦିଆଯାଉଛି ।

 

ବିଦ୍ୟୁତ୍‌ର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଏକ କୋଟି ଘର ପାଇଁ ରୁଫ୍ ଟପ୍ ସୋଲାର ସ୍କିମ୍ (ଛାତ ଉପରେ ସୌରୀକରଣ ଯୋଜନା) ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ଲୋକମାନେ ବିଦ୍ୟୁତ  ଉତ୍ପାଦନ କରି ସେମାନଙ୍କର ବିଦ୍ୟୁତ ୍ ବିଲ୍‌କୁ ଶୂନକୁ ହ୍ରାସ କରିପାରିବେ ଏବଂ ଅତିରିକ୍ତ ବିଦ୍ୟୁତ୍ ବିକ୍ରି କରି ଅର୍ଥ ରୋଜଗାର କରି ପାରିବେ ବୋଲି କହିଥିଲେ । ସେ ଉଜାଲା ଯୋଜନାରେ ପ୍ରଦାନ କରାଯାଇଥିବା ଏଲ୍‌ଇଡି ବଲ୍‌ବ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ , ଯାହା ବିଦ୍ୟୁତ ବିଲ୍‌ରେ ୨୦,୦୦୦ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଥିଲା ।

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ , ଗତ ସାତ ଦଶନ୍ଧି ଧରି ଦେଶରେ ଦାରିଦ୍ର‌୍ୟ ଦୂରୀକରଣ ପାଇଁ ଅନେକ ସ୍ଲୋଗାନ ଦିଆ ଯାଇଥିଲେ ମଧ୍ୟ ତାହା ପ୍ରଭାବ ପକାଇବାରେ ବିଫଳ ହୋଇଛି ଏବଂ ଯେଉଁମାନେ ଏୟାର କଣ୍ଡିସନ୍ କୋଠରୀରୁ ବସି ପରାମର୍ଶ ଦେଉଛନ୍ତି ସେମାନେ କୋଟିପତି ହୋଇଥିବା ବେଳେ ଗରିବ ମାନେ ଗରିବ ହୋଇ ରହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ୨୦୧୪ ପରେ ସର୍ବାଙ୍ଗୀନ କାର୍ଯ୍ୟ ଆରମ୍ଭ ହୋଇଛି, ଯାହା ଫଳରେ ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର‌୍ୟରୁ ମୁକୁଳିଛନ୍ତି । ଏଥିପାଇଁ ସେ ଆମ ସରକାରଙ୍କ ନୀତିକୁ ଶ୍ରେୟ ଦେଇଛନ୍ତି । "ମୁଁ ଦାରିଦ୍ର‌୍ୟତାରୁ ଏଠାକୁ ଆସିଛି , ତେଣୁ ମୁଁ ଜାଣେ କିପରି ଦାରିଦ୍ର‌୍ୟ ସହ ଲଢ଼ିବାକୁ ହେବ । ଏହି ଦିଗରେ ଆଗକୁ ବଢ଼ିଲେ ଆମେ ଦେଶର ଦାରିଦ୍ର‌୍ୟ ହ୍ରାସ କରିପାରିବା ଏବଂ ଆମ ଦେଶକୁ ବିକଶିତ କରିପାରିବା ବୋଲି ଶ୍ରୀ ମୋଦୀ କହିଥିଲେ ।

"ଭାରତର ଶାସନ ମଡେଲ ଏକାସାଙ୍ଗରେ ଦୁଇଟି ଧାରାରେ ଆଗକୁ ବଢୁଛି" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗୋଟିଏ ପଟେ ବିଂଶ ଶତାବ୍ଦୀର ଆହ୍ୱାନର ସମାଧାନ କରାଯାଉଥିବା ବେଳେ ଅନ୍ୟପଟେ ଏକବିଂଶ ଶତାବ୍ଦୀର ଆକାଂକ୍ଷା ପୂରଣ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ବିକାଶ ମାପଦଣ୍ଡର ତୁଳନା କରି ପ୍ରଧାନମନ୍ତ୍ରୀ ୧୧ କୋଟି ଶୌଚାଳୟ ନିର୍ମାଣ ଏବଂ ମହାକାଶ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବା, ୧୦,୦୦୦ ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍ ବିକଶିତ କରିବା ସହିତ ଗରିବଙ୍କୁ ୪ କୋଟି ଘର ଯୋଗାଇଦେବା, ମାଲ ପରିବହନ କରିଡର ଏବଂ ପ୍ରତିରକ୍ଷା କରିଡର କାର୍ଯ୍ୟ ଶେଷ କରିବା ସମୟରେ ୩୦୦ରୁ ଅଧିକ ମେଡିକାଲ କଲେଜ ପ୍ରତିଷ୍ଠା, ବନ୍ଦେ ଭାରତ ଟ୍ରେନ୍ ଏବଂ ଦିଲ୍ଲୀ ସମେତ ଅନେକ ସହରରେ ପ୍ରାୟ ୧୦,୦୦୦ ଇଲେକ୍ଟ୍ରିକ୍ ବସ୍ ଚଳାଇବା ବିଷୟରେ ଉଲ୍ଲେଖ କରିଥିଲେ । କୋଟି କୋଟି ଭାରତୀୟଙ୍କୁ ବ୍ୟାଙ୍କିଙ୍ଗ  କ୍ଷେତ୍ର ସହ ଯୋଡ଼ିବା ଏବଂ ଡିଜିଟାଲ୍ ଇଣ୍ଡିଆ ଏବଂ ଫିନ୍‌ଟେକ୍ ମାଧ୍ୟମରେ ଏକାଧିକ ସୁବିଧା ସୁଯୋଗ ସୃଷ୍ଟି କରିବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ବୃଦ୍ଧିଶୀଳ ଚିନ୍ତାଧାରାର ଅଭିଶାପକୁ ସ୍ପର୍ଶ କରି , ପ୍ରଧାନମନ୍ତ୍ରୀ ବୁଝାଇଥିଲେ ଯେ ଏହା ଏକ ସୀମା ସୃଷ୍ଟି କରେ ଏବଂ କାହାକୁ ନିଜ ଗତିରେ ଆଗକୁ ବଢ଼ିବାକୁ ଦିଏ ନାହିଁ । ସେ ଦର୍ଶାଇଛନ୍ତି ଯେ , ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ଅମଲାତନ୍ତ୍ରରେ ମଧ୍ୟ ସମାନ ସମସ୍ୟା ରହିଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିବର୍ତ୍ତନ ଆଣିବା ପାଇଁ ସେ ପୂର୍ବ ସରକାରମାନଙ୍କ ତୁଳନାରେ ବହୁତ ବଡ଼ ଧରଣର ଏବଂ ଅଧିକ ଗତିରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

୨୦୧୪ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟ ସହିତ ଗତ ୧୦ ବର୍ଷର କାର୍ଯ୍ୟର ତୁଳନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ , ରେଳ ଲାଇନର ବିଦ୍ୟୁତୀକରଣ ପ୍ରାୟ ୨୦,୦୦୦ କିଲୋମିଟରରୁ ୪୦,୦୦୦ କିଲୋମିଟରକୁ ବୃଦ୍ଧି ପାଇଛି, ଚାରି ଲେନ୍ ଜାତୀୟ ରାଜପଥ ନିର୍ମାଣ ୧୮,୦୦୦ କିଲୋମିଟରରୁ ପ୍ରାୟ ୩୦,୦୦୦ କିଲୋମିଟରକୁ ବୃଦ୍ଧି ପାଇଛି, ମେଟ୍ରୋ ରେଳ ନେଟୱାର୍କକୁ ୨୫୦ କିଲୋମିଟରରୁ ୬୫୦ କିଲୋମିଟରକୁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୨୦୧୯ ରୁ ଜଳ ଜୀବନ ମିଶନ ଅଧୀନରେ କେବଳ ଗତ ୫ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ୧୦ କୋଟି ଘରେ ନଳ ମାଧ୍ୟମରେ ଜଳ ସଂଯୋଗ ହୋଇଥିବା ବେଳେ ୨୦୧୪ ପର୍ଯ୍ୟନ୍ତ ୭ ଦଶନ୍ଧି ମଧ୍ୟରେ ଭାରତରେ ୩.୫ କୋଟି ନଳ ମାଧ୍ୟମରେ ଜଳ ସଂଯୋଗ ହୋଇଥିଲା ।

୨୦୧୪ ମସିହାର ପୂର୍ବ ୧୦ ବର୍ଷ ମଧ୍ୟରେ ଦେଶ ଯେଉଁ ନୀତି ଗ୍ରହଣ କରିଥିଲା ତାହା ପ୍ରକୃତରେ ଦେଶକୁ ଦାରିଦ୍ର‌୍ୟ ପଥରେ ନେଉଥିଲା ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଏବଂ ଏ ସଂକ୍ରାନ୍ତରେ ସଂସଦର ବଜେଟ୍ ଅଧିବେଶନରେ ଉପସ୍ଥାପିତ ଶ୍ୱେତପତ୍ର ମଧ୍ୟ ସଂସଦର ଏହି ଅଧିବେଶନରେ ଉପସ୍ଥାପିତ ହୋଇଛି ବୋଲି ଉଲ୍ଲେଖ କରିଥିଲେ । ଦୁର୍ନୀତି ଓ ନୀତିଗତ ପକ୍ଷାଘାତ କାରଣରୁ ସାରା ବିଶ୍ୱର ନିବେଶକଙ୍କ ମଧ୍ୟରେ ଘୋର ନିରାଶା ଦେଖାଦେଇଥିବାରୁ ନିବେଶକ ଆତ୍ମବିଶ୍ୱାସ ହରାଇବାର ଆଶଙ୍କା ରହିଛି ବୋଲି ସେ ଦର୍ଶାଇଥିଲେ । ଏବେ ଭାରତର ଅର୍ଥନୀତି ସୁଦୃଢ଼ ସ୍ଥିତିରେ ଥିବା ବେଳେ ସରକାର ଶ୍ୱେତପତ୍ର ଆକାରରେ ସମଗ୍ର ସତ୍ୟକୁ ଦେଶ ସମ୍ମୁଖରେ ଉପସ୍ଥାପନ କରିଛନ୍ତି ।

 

"ଭାରତ ପ୍ରଗତିର ନୂତନ ଉଚ୍ଚତାକୁ ଉନ୍ନୀତ ହେଉଛି" ବୋଲି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ , ଦେଶ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ପଥରେ ଗତି କରୁଛି । ବର୍ତ୍ତମାନର ସରକାରଙ୍କ ତୃତୀୟ ପାଳିରେ ବିରାଟ ନିଷ୍ପତ୍ତି ନିଆଯିବ ଏବଂ ଭାରତର ବିକାଶକୁ ଏକ ନୂତନ ପ୍ରୋତ୍ସାହନ ଦେବା ସହିତ ଦାରିଦ୍ର‌୍ୟ ଦୂରୀକରଣ ପାଇଁ ନୂତନ ଯୋଜନା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ୧୫ ଲକ୍ଷରୁ ଅଧିକ ଲୋକଙ୍କ ପରାମର୍ଶକୁ ବିଚାରକୁ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ, ନୂଆ ଭାରତ ଦ୍ରୁତ ଗତିରେ କାମ କରିବ । ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ।’

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister addresses the Indian Community in Paris
June 18, 2026

नमस्ते!

बों जू!

ऐसा लग रहा है, आप सब छुट्टी के मूड में हैं।

साथियों,

ये पेरिस शहर, Lights का शहर है, रंगों का शहर है, यहां Art है, Ideas हैं, और innovation की प्रेरणा भी है। इस शहर को भारत के अलग-अलग राज्यों से आए आप सभी लोग और भी खूबसूरत बना देते हैं। नए नए रंगों से भर देते हैं।

कोई तमिल है, कोई पंजाबी है, कोई गुजराती है, तो कोई मराठी है, और कोई बंगाली है। भारत के हर कोने का प्रतिनिधित्व यहां दिखाई देता है।

साथियों,

मैं जब 14 जून को नीस पहुंचा था तो सबसे पहले भारत इनोवेट्स कार्यक्रम में शामिल हुआ था। आज जब मैं फ्रांस से वापसी की तैयारी में हूं तो लग रहा है जैसे भारत कनेक्ट्स कार्यक्रम में आ गया हूं।

फ्रांस में रहने वाले आप लोगों ने 21वीं सदी के भारत-फ्रांस रिश्तों को जिस तरह कनेक्ट किया है, वो हमारी Strategic Partnership की बहुत बड़ी ताकत बन रही है। मैं आप सभी के लिए भारत से 140 करोड़ देशवासियों की शुभकामनाएं लेकर आया हूं। इस आत्मीय स्वागत के लिए, मैं आप सभी का हृदय से आभार व्यक्त करता हूं।

साथियों,

आज मैं ऐसे समय में फ्रांस आया हूं जब कुछ ही दिन पहले हमारी सरकार के 12 वर्ष पूरे हुए हैं। चुने हुए प्रधानमंत्री के रूप निरंतर 12 साल तक देश की सेवा करना मेरे जीवन का बहुत बड़ा सौभाग्य रहा है। यह भारत के लोकतंत्र की शक्ति है जिसने एक चायवाले को यहां तक पहुंचा दिया।

साथियों,

बीते 12 वर्ष, 140 करोड़ भारतीयों के अद्भुत सामर्थ्य के रहे हैं। 12 साल के इस कालखंड में भारत का GDP दोगुना हुआ है। Airports की संख्या दोगुनी हुई है। Universities की संख्या भी दोगुनी हो गई है। Highway Construction की स्पीड तीन गुना बढ़ गई। और Metro Network, चार गुणा बड़ा हो गया है।

मैं आपको कुछ और फैक्ट्स दूंगा, उससे आप अंदाजा लगा पाएंगे कि भारत किस स्पीड और कितने बड़े स्केल पर काम कर रहा है। पिछले 12 वर्षों में भारत का Defence Export 35 गुणा यानि Thirty Five Times बढ़ गया है।

औऱ एक फैक्ट सुनिए भारत में मोबाइल मैन्यूफैक्टरिंग यूनिट्स में, 100 गुणा की बढ़ोतरी हुई है। 100 times. भारत अब दुनिया का दूसरा सबसे बड़ा mobile phone manufacturer है। इसी गति, इसी प्रगति का नतीजा है कि आज भारत दुनिया की Fastest Growing Major Economy है।

साथियों,

आज भारत की कहानी सिर्फ Economic Progress की कहानी नहीं है। सिर्फ यहाँ अटक नहीं जाती है। ये Social Transformation की भी कहानी है।

पिछले 12 साल में देश में 25 करोड़ लोग गरीबी से बाहर निकले हैं। यानि एक ऐसी प्रगति जिसका लाभ समाज के अंतिम व्यक्ति तक पहुंच रहा है। फ्रांस में जितने घर हैं, उससे भी अधिक पक्के घर बीते 12 वर्ष में हमने जरूरतमंदों के लिए बनाए हैं।

अब हर परिवार के पास, गरीब से गरीब क्यों न हो, Bank Account है। Financial Inclusion एक सरकारी कार्यक्रम नहीं, बल्कि सामाजिक परिवर्तन का अभियान बना है।

साथियों,

इन 12 वर्षों की उपलब्धियों में, एक उपलब्धि ऐसी भी है जिसे किसी आंकड़े से, या अंकों से, नहीं मापा जा सकता। वह है 140 करोड़ भारतीयों का आत्मविश्वास।

आज का भारत और आज के भारत का युवा बहुत बड़े सपने देख रहा है। भारत का किसान नई संभावनाओं के साथ आगे बढ़ रहा है। भारत की महिलाएं नए नेतृत्व का परिचय दे रही हैं। इसलिए ये सिर्फ Achievements के 12 साल नहीं हैं, ये भारत की एस्पिरेशन्स को नई बुलंदी देने का कालखंड रहा है।

साथियों,

एक समय था जब दूर-दराज के गांवों तक आधुनिक सुविधाएं पहुंचाना वाकई बहुत मुश्किल भरा था। आज उन्हीं गांवों में बिजली भी है, इंटरनेट भी है, और डिजिटल सेवाओं की पूरी दुनिया भी है। आज एक क्लिक पर, कभी भी, कहीं भी बैंकिंग सेवाएं उपलब्ध हैं।

आज मोबाइल फोन, भारत के नागरिकों को अनेक सुविधाओं से कनेक्ट कर रहा है। हमारे किसान, हमारे मछुआरे, हमारे dairy farmers, हमारी महिलाएं, हमारे स्टूडेंट्स, सभी टेक्नोलॉजी के माध्यम से सशक्त हो रहे हैं, और अपने लिए नए अवसर बना रहे हैं।

साथियों,

आपने 125 करोड़ से अधिक Aadhaar IDs के बारे में सुना है। लेकिन आज भारत सिर्फ पहचान को डिजिटल नहीं बना रहा। आज करीब 90 करोड़ भारतीयों की Unique Digital Health IDs बनाई जा चुकी हैं। जिससे मेडिकल रिकॉर्ड सुरक्षित और accessible बन गए हैं। इससे हेल्थकेयर डिलीवरी और अधिक आसान और efficient हो रही है।

साथियों,

इन उपलब्धियों की सबसे बड़ी विशेषता यह है कि इनमें से अधिकांश चीजें कुछ वर्ष पहले तक कल्पना जैसी लगती थीं। कौन सोच सकता था कि गांव-गांव तक हाई-स्पीड इंटरनेट पहुंचेगा ? कौन सोच सकता था कि दूर-सुदूर के गांवों में भी QR code जीवन का हिस्सा बन जायेगा ? गांव में कोई बहन, ड्रोन से खेती करने में मदद करेगी, ये भी असंभव लगता था।

लेकिन आज यह सब, भारत के करोड़ों लोगों के जीवन का सामान्य हिस्सा बनता जा रहा है। और आपको गर्व होगा साथियों, यही नए भारत की पहचान है।

जो कभी सपना था, वह आज सच्चाई है। जो कभी नामुमकिन लगता था, वो आज मुमकिन हुआ है, औऱ ये करने के पीछे सबसे बड़ी ताकत क्या है? किसकी वजह से ये सब संभव हुआ है? यह मोदी के कारण नहीं, वो ताकत है- भारत का लोकतंत्र, भारत की डेमोक्रेसी। इस डेमोक्रेसी में सबका साथ है, सबका विकास है।

साथियों,

आज से 50 या 100 साल बाद जब भारत के इस कालखंड की समीक्षा होगी, तो ये बात उभरकर सामने आएगी कि इस कालखंड को भारत की Aspirations ने ड्राइव किया। यह भारत के एस्पिरेशन्स का नया युग है।

जहां बिजली पहुंची है, वहां लोग सिर्फ बिजली नहीं चाहते, वे Smart Living चाहते हैं। जहां ट्रेन पहुंची है, वहां लोग High-Speed Connectivity चाहते हैं। जहां हाईवे बने हैं, वहां लोग World-Class Expressways चाहते हैं। जहां इंटरनेट पहुंचा है, वहां लोग AI और Digital Innovation में नेतृत्व चाहते हैं।

यानि आज भारत के लोग अपने जीवन को भी Next Level पर ले जाना चाहते हैं, और भारत को भी Next Level पर ले जाना उनका मकसद है, उनका संकल्प है, उनके सपने है।

और साथियों,

यही Aspirations आज भारत की विकास यात्रा की सबसे बड़ी शक्ति हैं। मैं आपको भारत की Space Journey का उदाहरण दूंगा।

भारत ने चंद्रयान को चंद्रमा के South Pole पर उतारा। दुनिया ने इसे एक बहुत बड़ी उपलब्धि माना। लेकिन भारत इसे अपनी मंजिल मानकर रुका नहीं। आज देश गगनयान की तैयारी कर रहा है। भारत अंतरिक्ष में अपना Space Station बनाने की दिशा में आगे बढ़ रहा है।

हमारे Space Startups Global Space Economy में अपनी जगह बनाने के लिए पुरजोश काम कर रहे हैं, आगे बढ़ रहे हैं।

साथियों,

Green Energy के क्षेत्र में भी भारत की यही एस्पिरेशंस दिखाई देती है। Solar Power में भारत की उपलब्धियों की दुनिया भर में लगातार चर्चा हो रही हैं। लेकिन भारत अगली छलांग की तैयारी कर रहा है।

Green Hydrogen में बड़े निवेश हो रहे हैं। Advanced Nuclear Energy पर तेजी से काम हो रहा है। आपने भारत के Fast Breeder nuclear Reactor से जुड़ी प्रोग्रेस के बारे में भी सुना ज़रूर होगा। ये भारत के न्यूक्लियर एनर्जी लैंडस्केप में क्रांतिकारी परिवर्तन करने का बहुत बड़ा अचीवमेंट हमारे सीसेन्टिस्टों ने किया है।

साथियों,

आज का भारत भविष्य का पूरा Ecosystem बना रहा है। भारत एक साथ हर उस क्षेत्र में निवेश कर रहा है, जो आने वाले दशकों की दिशा तय करेगा।

अभी आपने कुछ दिन पहले ही देखा है नीस में भारत इनोवेट्स का एक आयोजन किया। ये इवेंट भारत के डीप टेक सामर्थ्य को दुनिया तक पहुंचाने का एक और माध्यम था। इसमें भारत के 120 Deep-Tech Startups उपस्थित थे। Bharat Innovates में करीब एक हजार चार सौ B2B Meetings हुईं है। कई Startups के लिए Investment Commitments आगे बढ़ीं, Commercial Orders के लिए रास्ते खुले। French और European Universities तथा Incubators के साथ Engagements बढ़ रही हैं।

Student Exchanges, Joint Research, और Innovation Support के नए रास्ते बने। इसलिए Bharat Innovates सिर्फ एक Summit नहीं रहा। यह Innovation Diplomacy का एक नया मॉडल बना है।

और आज ही पेरिस में VivaTech इवेंट के जरिए, इस यात्रा को हमने और आगे बढ़ाया। नीस में हमने Ideas को Capital से जोड़ा और पेरिस में Indian Innovation को Global Scale से जोड़ा। आज दुनिया देख रही है भारत केवल भविष्य के लिए तैयार नहीं हो रहा है। भारत भविष्य को आकार दे रहा है।

साथियों,

एक समय था, जब देशों के बीच रिश्ते केवल व्यापार से तय होते थे। आज व्यापार के साथ-साथ Trust यानि भरोसा भी उतना ही महत्वपूर्ण हो गया है।

हर देश Reliable Supply Chains चाहता है। हर देश Stable Partnerships चाहता है। हर देश ऐसे साथियों की तलाश में है, जिन पर लंबे समय तक भरोसा किया जा सके। और ऐसे समय में, भारत विश्व में एक Trusted Partner के रूप में उभर रहा है।

एवियां में G7 बैठक के दौरान मैंने trust based partnerships बनाने पर ज़ोर दिया। ग्लोबल साउथ के देशों के साथ equal पार्टनर्स के रूप में आगे बढ़ने का आह्वान किया। भारत का G7 समिट में संदेश था Global Governance तभी प्रभावी होगी जब वह Inclusive होगी। Global Growth तभी Sustainable होगी जब वह शेयर्ड होगी। और Global Technology तभी मानवता के लिए उपयोगी होगी जब वह Trusted होगी।

साथियों,

भारत और दुनिया के बीच व्यापारिक रिश्तों में नई ऊर्जा नज़र आ रही है। फ्रांस के साथ भारत का ट्रेड लगतार बढ़ रहा है। पिछले कुछ वर्षों में भारत ने दुनिया के अनेक देशों के साथ Free Trade Agreements किए हैं। यूरोपियन यूनियन हो, यूनाइटेड किंगडम हो दुनिया के हर देश, हर रीजन के साथ भारत समझौते कर रहा है।

अगले महीने से भारत और UK के बीच ट्रेड एग्रीमेंट भी लागू हो जाएगा। यह एग्रीमेंट भारत के farmers, workers और innovators को अनेक नए अवसर प्रदान करेगा।

साथियों,

आज दुनिया Uncertainty और Disruption के दौर से गुजर रही है। ऐसे समय में भारत और फ्रांस की साझेदारी विश्वास, स्थिरता और सहयोग का एक मजबूत स्तंभ बन रहा है।

इस वर्ष हमने भारत और फ्रांस के संबंधों को Special Global Strategic Partnership का दर्जा दिया था। नीस में मेरे मित्र President Macron और मैंने हमारे संबंधों को force for global good बनाने पर चर्चा की। Defence से लेकर space और नुक्लियर तक AI और क्रिटीकल मिनरल्स से लेकर high speed railway तक, हर क्षेत्र में हम मिलकर आगे बढ़ेंगे।

साथियों,

Solar energy हो, या AI के क्षेत्र में सहयोग हो, भारत और फ्रांस मिलकर ऐसे समाधान विकसित कर रहे हैं जो पूरी मानवता के हित में हैं। पिछले वर्ष पेरिस में और इस वर्ष दिल्ली में हमने AI Summit को Co-chair किया।

अब हम साथ मिलकर अगले वर्ष “तृष्णा” satellite को लॉन्च करने जा रहें हैं। यह “तृष्णा” satellite जो विश्व में फूड और वाटर सिक्युरिटी सुनिश्चित करने में योगदान देगा।

और साथियों,

यह सभी गवर्नमेंट टू गवर्नमेंट पहलो में आप सभी का योगदान बहुत महत्वपूर्ण है। ये आप हैं जो भारत और यूरोप के बीच सबसे मजबूत सेतु हैं। आप दोनों समाजों को समझते हैं। दोनों बाजारों को समझते हैं। आने वाले समय में Talent, Trade, Technology, Tourism और Investment के नए अवसरों को आगे बढ़ाने में आपकी भूमिका लगातार बढ़ने वाली हैं।

साथियों,

भारत और फ्रांस के रिश्तों को साझा इतिहास, साझा मूल्यों और साझा विश्वास ने आगे बढ़ाया है। विश्व युद्धों के दौरान फ्रांस की धरती पर बलिदान देने वाले भारतीय सैनिकों की स्मृतियां आज भी हमें जोड़ती हैं।

मुझे पहले नव शापेल में श्रद्धांजलि देने का अवसर मिला, पिछले वर्ष प्रेसिडेंट मैक्रों के साथ मार्सेय के वॉर मेमोरियल जाने का अवसर भी मिला। ये हमारी साझा विरासत है।

फ्रांस, भारतीयों के योगदान को संजोता भी है और सराहता भी है। भारतीय मूल की नूर इनायत खान हों, जिन्होंने फ्रांस की Resistance के लिए अपना जीवन बलिदान किया, या महाराजा रणजीत सिंह के साथ काम करने वाले जनरल जां फ्रांस्वा अलार हों ये सभी भारत और फ्रांस की साझा विरासत के प्रतीक हैं।

भारत के राज्य पुडुचेरी में भी फ्रेंच विरासत की झलक दिखाई देती है। वहां का Architecture, वहां की कला-संस्कृति और खान-पान सभी में हमारे संबंधों की महेक है।

साथियों,

इस समय फ्रांस समेत पूरी दुनिया में International Yoga Day की तैयारी भी चल रही है। इस अवसर पर मैं, फ्रांस में योग को आगे बढ़ाने वाले श्रीमान महेश घाट्राड्याल जी को भी आदरपूर्वक श्रद्धांजलि देता हूं। मैं पद्म पुरस्कार से सम्मानित, शार्लोत शोपां जी को भी प्रणाम करता हूं। जिन्होंने सौ वर्ष की आयु में भी, योग के माध्यम से फ़्रांस को भारत की विरासत से जोड़ा है। उनका जीवन यह सिद्ध करता है: Yoga does not add years to life, it adds life to years.

साथियों,

मैं फ्रेद नेग्री जी को भी आदरपूर्वक श्रद्धापूर्वक याद करता हूं। भारतीय विरासत को संरक्षित करने में उनका योगदान अतुल्य रहा है।

साथियों,

भारत और फ्रांस को कनेक्ट करने वाली एक और चीज है, और वो है फुटबॉल। इस वक्त यहां फुटबॉल फीवर पूरे जोर पर है। फ्रांस में इसकी दीवानगी, चप्पे-चप्पे पर दिखती है। लेकिन भारत में भी फुटबॉल का क्रेज़ सिर चढ़कर बोलता है।

खासतौर पर फ्रांस की टीम के फैन्स भारत में बहुत अधिक हैं। फ़्रांस ने इस वर्ल्ड कप की शुरुआत एक जोरदार जीत से शुरू की है। मैं फ्रांस की टीम को बहुत-बहुत शुभकामनाएं देता हूं।

साथियों,

जाने से पहले, आप सभी के लिए कुछ और अच्छी खबरें भी लेकर के आया हूँ। वो आपके लिए हैं। पिछले वर्ष, मार्सेय में कॉन्सुलेट खोला गया, इससे काफी अधिक सुविधा मिल रही है। कुछ हफ्ते पहले, Indian Nationals के लिए French Airports पर Visa-free Transit की व्यवस्था शुरू हो गई है।

Students और Professionals की Mobility बढ़ाना हो, या Educational Qualifications की Mutual Recognition की बात हो, या फिर French Universities के भारत में Campus खोलना हो, इन सभी पर हम मिलकर आगे बढ़ रहें हैं।

अब फ्रांस में UPI के उपयोग का दायरा भी और बढ़ने जा रहा है। यानि भारत-फ्रांस कनेक्ट भी Instant और आपसी Payment भी Instant!

साथियों,

इन सभी पहलों से, हम भारत और फ़्रांस को और करीब ला रहें हैं। और मैं फिर कहूंगा इस साझेदारी की नींव, इस रिश्ते की असली ताकत आप सभी हैं। आप सब मेरे देशवासी हैं।

आज जब भारत तेज़ी से विकसित भारत के लक्ष्य की ओर बढ़ रहा है, तो मैं आप सभी से भारत के साथ और गहराई से जुडने का आग्रह करूंगा। इससे भारत की विकास यात्रा को नई शक्ति मिलेगी, और आपको अपनी पुरखों की धरती की सेवा करने का अवसर भी मिलेगा।

इन्हीं शब्दों के साथ आप सभी के प्रेम आपके उत्साह और इस आत्मीय स्वागत के लिए मैं एक बार फिर आप सभी का आभार व्यक्त करता हूं।

भारत माता की जय!

बहुत बहुत धन्यवाद।