“ଅମୃତ କାଳରେ ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ଭାରତର ସ୍ୱପ୍ନ ଏବଂ ଆକାଂକ୍ଷାକୁ ସାକାର କରିବାରେ ଭାରତର ଶ୍ରମଶକ୍ତିର ଏକ ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଛନ୍ତି”
“ଭାରତକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଦେଶ ଭାବରେ ପରିଣତ କରିବା ପାଇଁ ଅନେକ ଶ୍ରେୟ ଆମ ଶ୍ରମିକଙ୍କ ନିକଟକୁ ଯାଇଛି”
“ଗତ ଆଠ ବର୍ଷ ମଧ୍ୟରେ ସରକାର ଦାସତ୍ୱ ଏବଂ ଦାସତ୍ୱ କାଳର ମାନସିକତାକୁ ପ୍ରତିଫଳିତ କରୁଥିବା ଆଇନକୁ ରଦ୍ଦ କରିବା ପାଇଁ ପଦକ୍ଷେପ ନେଇଛନ୍ତି”
“ଶ୍ରମ ମନ୍ତ୍ରଣାଳୟ ଅମୃତ କାଳରେ ୨୦୪୭ ବର୍ଷ ପାଇଁ ଏହାର ଭିଜନ ପ୍ରସ୍ତୁତ କରୁଛି”
“ସହଜ କାର୍ଯ୍ୟକ୍ଷେତ୍ର, ଘରେ ରହି କାର୍ଯ୍ୟ କରିବାର ବ୍ୟବସ୍ଥା ଏବଂ ସହଜ ଭାବେ କାର୍ଯ୍ୟ କରିବାର ସମୟ ହେଉଛି ଭବିଷ୍ୟତର ଆବଶ୍ୟକତା”
“ମହିଳା ଶ୍ରମଶକ୍ତିର ଅଂଶଗ୍ରହଣ ପାଇଁ ସୁଯୋଗ ଭାବରେ ଆମେ ସରଳ କାର୍ଯ୍ୟକ୍ଷେତ୍ର ପରି ବ୍ୟବସ୍ଥାର ବ୍ୟବହାର କରିପାରିବା”
“ର୍ନିମାଣ ଏବଂ ର୍ନିମାଣ ଶ୍ରମିକମାନଙ୍କ ପାଇଁ "ସେସ୍‍” ର ସମ୍ପୂର୍ଣ୍ଣ ଉପଯୋଗ ଏକ ଜରୁରୀ ଅଟେ । ରାଜ୍ୟଗୁଡିକ ୩୮୦୦୦ କୋଟିରୁ ଅଧିକ ଟଙ୍କା ବ୍ୟବହାର କରିନାହାଁନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀଙ୍କ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଏବଂ ଶ୍ରୀ ରାମେଶ୍ୱର ଟେଲି ଏବଂ ରାଜ୍ୟ ଶ୍ରମ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ପ୍ରଭୁ ତିରୁପତି ବାଲାଜୀଙ୍କୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଅମୃତ କାଳରେ ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ଭାରତର ସ୍ୱପ୍ନ ଏବଂ ଆକାଂକ୍ଷାକୁ ସାକାର କରିବାରେ ଭାରତର ଶ୍ରମଶକ୍ତିର ଏକ ପ୍ରମୁଖ ଭୂମିକା ରହିଛି ଏବଂ ଏହି ଚିନ୍ତାଧାରା ସହିତ ଦେଶ ସଂଗଠିତ ତଥା ଅସଂଗଠିତ କ୍ଷେତ୍ରର କୋଟି କୋଟି ଶ୍ରମିକଙ୍କ ପାଇଁ ନିରନ୍ତର କାର୍ଯ୍ୟ କରୁଛି ।

ପ୍ରଧାନମନ୍ତ୍ରୀ ଶ୍ରମ-ଯୋଗୀ ମନ ଧନ ଯୋଜନା, ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଭଳି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ଏହି ଯୋଜନାଗୁଡିକ ଶ୍ରମିକମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ଏବଂ ଅବଦାନର ସ୍ୱୀକୃତି ପ୍ରଦାନ କରିବାକୁ ନିଶ୍ଚିତ କରିଛି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଏକ ଅଧ୍ୟୟନ ଅନୁଯାୟୀ ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା ମହାମାରୀ ସମୟରେ ୧.୫ କୋଟି ଚାକିରୀ ସୁରକ୍ଷିତ କରିପାରିଛି । ସେ ବକ୍ତବ୍ୟ ଜାରି ରଖି କହିଛନ୍ତି ଯେ ଆମେ ଦେଖୁଛୁ ଯେ ଦେଶ ଯେପରି ନିଜ ଶ୍ରମିକମାନଙ୍କୁ ସେମାନଙ୍କର ଆବଶ୍ୟକତା ସମୟରେ ସମର୍ଥନ କରିଥିଲା, ସେହିଭଳି ଶ୍ରମିକମାନେ ମଧ୍ୟ ଏହି ମହାମାରୀରୁ ମୁକ୍ତି ପାଇବା ପାଇଁ ସମ୍ପୂର୍ଣ୍ଣ ଶକ୍ତି ଯୋଗାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ପୁଣି ଥରେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି, ତେଣୁ ଅନେକ ସଫଳତା ଆମ ଶ୍ରମିକଙ୍କ ନିକଟକୁ ଯାଉଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ସାମାଜିକ ସୁରକ୍ଷା ଆଭିମୁଖ୍ୟରେ ଶ୍ରମଶକ୍ତିକୁ ଆଣିବା ପାଇଁ ଇ-ଶ୍ରମ ପୋର୍ଟାଲ ହେଉଛି ଅନ୍ୟତମ ପ୍ରମୁଖ ପଦକ୍ଷେପ । କେବଳ ଗୋଟିଏ ବର୍ଷ ମଧ୍ୟରେ ୪୦୦ ଟି ଅଞ୍ଚଳର ପ୍ରାୟ ୨୮ କୋଟି ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି । ଏହା ବିଶେଷ କରି ର୍ନିମାଣ ଶ୍ରମିକ, ପ୍ରବାସୀ ଶ୍ରମିକ ଏବଂ ଘରୋଇ ଶ୍ରମିକମାନଙ୍କୁ ଉପକୃତ କରିଛି ।  ଇ-ଶ୍ରମ ପୋର୍ଟାଲ ସହିତ ରାଜ୍ୟ ପୋର୍ଟାଲଗୁଡ଼ିକୁ ଯୋଡିବାକୁ ସେ ସମସ୍ତ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଆଠ ବର୍ଷ ମଧ୍ୟରେ ସରକାର ଦାସତ୍ୱର ମାନସିକତାକୁ ପ୍ରତିଫଳିତ କରୁଥିବା ଦାସତ୍ୱ ଆଇନକୁ ରଦ୍ଦ କରିବାକୁ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ବର୍ତ୍ତମାନ ପରିବର୍ତ୍ତନ କରୁଛି, ସଂସ୍କାର କରୁଛି, ଏଭଳି ଶ୍ରମ ଆଇନକୁ ସରଳ କରୁଛି । ଏହାକୁ ଦୃଷ୍ଟିରେ ରଖି ୨୯ ଟି ଶ୍ରମ ନିୟମକୁ ୪ ଟି ସରଳ ଶ୍ରମ ସଂକେତରେ ପରିଣତ କରାଯାଇଛି । ଏହା ସର୍ବନିମ୍ନ ମଜୁରୀ, ଚାକିରି ସୁରକ୍ଷା, ସାମାଜିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ମାଧ୍ୟମରେ ଶ୍ରମିକଙ୍କ ସଶକ୍ତିକରଣ ନିଶ୍ଚିତ କରିବ ବୋଲି ସେ କହିଛନ୍ତି ।

ପରିବର୍ତ୍ତିତ ପରିସ୍ଥିତି ଅନୁଯାୟୀ ପରିବର୍ତ୍ତନର ଆବଶ୍ୟକତାକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ଚତୁର୍ଥ ଶିଳ୍ପ ବିପ୍ଳବର ଶୀଘ୍ର ଲାଭ ଉଠାଇ ତୁରନ୍ତ କାର୍ଯ୍ୟକାରୀ କରି ତାହାର ସମ୍ପୂର୍ଣ୍ଣ ଲାଭ ଉଠାଇବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ପ୍ଲାଟଫର୍ମ ଏବଂ ଗିଗ୍ ଇକୋନୋମି ଏବଂ ଅନଲାଇନ୍ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କାର୍ଯ୍ୟର ଉଦୀୟମାନ ଦିଗ ପ୍ରତି ସକ୍ରିୟ ରହିବା ଆବଶ୍ୟକ ବୋଲି କହିଥିଲେ । ସେ କହିଛନ୍ତି, ଏହି କ୍ଷେତ୍ରରେ ସଠିକ୍ ନୀତି ଏବଂ ପ୍ରୟାସ ଭାରତକୁ ବିଶ୍ୱବ୍ୟାପୀ ଅଗ୍ରଣୀ କରାଇବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ଦେଶର ଶ୍ରମ ମନ୍ତ୍ରଣାଳୟ ଅମୃତ କାଳରେ ୨୦୪୭ ବର୍ଷ ପାଇଁ ନିଜର ଭିଜନ ପ୍ରସ୍ତୁତ କରୁଛି । ଭବିଷ୍ୟତରେ ନମନୀୟ କାର୍ଯ୍ୟକ୍ଷେତ୍ର, ଘରେ ରହି କାର୍ଯ୍ୟକରିବାର ବ୍ୟବସ୍ଥା ଏବଂ ସହଜ କାର୍ଯ୍ୟ ସମୟ ଆବଶ୍ୟକ ବୋଲି ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହିଳାଙ୍କ ଶ୍ରମଶକ୍ତିର ଅଂଶଗ୍ରହଣ ପାଇଁ ସୁଯୋଗ ଭାବରେ ଆମେ ସରଳ କାର୍ଯ୍ୟକ୍ଷେତ୍ର ଭଳି ବ୍ୟବସ୍ଥାକୁ ବ୍ୟବହାର କରିପାରିବା । ଅଗଷ୍ଟ ୧୫ ରେ ଲାଲ କିଲ୍ଲାରୁ ଦେଶକୁ ଦେଇଥିବା ସମ୍ବୋଧନକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଦେଶର ମହିଳା ଶକ୍ତିର ସମ୍ପୂର୍ଣ୍ଣ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳା ଶକ୍ତିର ସଠିକ୍ ଉପଯୋଗ କରି ଭାରତ ଶୀଘ୍ର ଲକ୍ଷ୍ୟ ହାସଲ କରିପାରିବ । ଦେଶର ନୂତନ ଉଦୀୟମାନ କ୍ଷେତ୍ରରେ ମହିଳାମାନଙ୍କ ପାଇଁ କ'ଣ କରାଯାଇପାରିବ ସେ ଦିଗରେ ଚିନ୍ତା କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

ଭାରତର ଜନସଂଖ୍ୟାଗତ ଲାଭାଂଶ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଭାରତର ସଫଳତା ଏହା କେତେ ଭଲ ବ୍ୟବହାର ତାହା ଉପରେ ର୍ନିଭର କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏକ ଉଚ୍ଚମାନର କୁଶଳୀ ଶ୍ରମଶକ୍ତି ସୃଷ୍ଟି କରି ବିଶ୍ୱସ୍ତରୀୟ ସୁଯୋଗର ଲାଭ ଉଠାଇ ପାରିବା । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଆଲୋକପାତ କରିଛନ୍ତି ଯେ ଭାରତ ବିଶ୍ୱର ଅନେକ ଦେଶ ସହିତ ସ୍ଥାନାନ୍ତରଣ ଏବଂ ଗତିଶୀଳତା ସହଭାଗୀତା ଚୁକ୍ତି ସ୍ୱାକ୍ଷର କରୁଛି ଏବଂ ଏହି ସୁଯୋଗର ଫାଇଦା ନେବାକୁ ଦେଶର ସମସ୍ତ ରାଜ୍ୟକୁ ଅନୁରୋଧ କରିଛନ୍ତି ।  ସେ କହିଛନ୍ତି ଯେ ଆମକୁ ଆମର ଉଦ୍ୟମ ବୃଦ୍ଧି କରିବାକୁ ହେବ, ପରସ୍ପରଠାରୁ ଶିଖିବାକୁ ହେବ ।

ଆମର କୋଠାବାଡି ଏବଂ ର୍ନିମାଣ ଶ୍ରମିକମାନେ ଆମର ଶ୍ରମଶକ୍ତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅବଗତ କରାଇବା ସହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ‘ସେସ୍‌'ର ସମ୍ପୂର୍ଣ୍ଣ ଉପଯୋଗ କରିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋତେ କୁହାଯାଇଛି ଯେ ଏହି ସେସ୍ ମଧ୍ୟରୁ ପ୍ରାୟ ୩୮,୦୦୦ କୋଟି ଟଙ୍କା ରାଜ୍ୟମାନେ ବ୍ୟବହାର କରିନାହାଁନ୍ତି । ଆୟୁଷ୍ମାନ ଭାରତ ଯୋଜନା ସହିତ ଇଏସ୍‍ଆଇସି ମିଶି କିପରି ଅଧିକରୁ ଅଧିକ ଶ୍ରମିକ ଉପକୃତ ହୋଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆମର ଏହି ସାମୂହିକ ପ୍ରୟାସ ଦେଶର ପ୍ରକୃତ ସମ୍ଭାବନାକୁ ପରିପ୍ରକାଶ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସମସ୍ତଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ସମାପ୍ତ କରିଛନ୍ତି ।

ପୃଷ୍ଠଭୂମି

ଦୁଇ ଦିନିଆ ସମ୍ମିଳନୀ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଦ୍ୱାରା ୨୫-୨୬ ଅଗଷ୍ଟ ୨୦୨୨ ରେ ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଆୟୋଜିତ ହେଉଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଶ୍ରମ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସହଯୋଗୀ ସଂଘୀୟତାର ଭାବନାରେ ଏହି ସମ୍ମିଳନୀ ଡକାଯାଉଛି । ଉନ୍ନତ ନୀତି ପ୍ରସ୍ତୁତ କରିବାରେ ଏବଂ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଯୋଜନାଗୁଡିକର ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବାରେ ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଅଧିକ ସମନ୍ୱୟ ସୃଷ୍ଟି କରିବାରେ ସାହାଯ୍ୟ କରିବ ।

ସାମାଜିକ ସୁରକ୍ଷାକୁ ବ୍ୟାପକ କରିବା ପାଇଁ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ ଉପରେ ଇ-ଶ୍ରମ ପୋର୍ଟାଲକୁ ଏକୀଭୂତ କରିବା ଉପରେ ଏହି ସମ୍ମିଳନୀରେ ଚାରୋଟି ବିଷୟରେ ଅଧିବେଶନ ହେବ; ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଇଏସ୍‍ଆଇ ଡାକ୍ତରଖାନା ମାଧ୍ୟମରେ ପିଏମଜେଏୱାଇ ସହିତ ଏକତ୍ର ଚିକିତ୍ସା ସେବାରେ ଉନ୍ନତି ଆଣିବା ପାଇଁ ସ୍ୱାସ୍ଥ୍ୟ ସେ ସମୃଦ୍ଧି; ଚାରୋଟି ଶ୍ରମ ସଂକେତ ଅଧୀନରେ ନିୟମ ଗଠନ ଏବଂ ସେଗୁଡିକର କାର୍ଯ୍ୟକାରିତା ପାଇଁ ଢାଞ୍ଚା ପ୍ରସ୍ତୁତ; କାର୍ଯ୍ୟର ନ୍ୟାୟ ଏବଂ ସମାନ ଅବସ୍ଥା ଉପରେ ଧ୍ୟାନ ଦେଇ ଭିଜନ ଶ୍ରମେଭ ଜୟତେ  @୨୦୪୭, ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ସମସ୍ତ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା, ଗିଗ୍ ଏବଂ ପ୍ଲାଟଫର୍ମ ଶ୍ରମିକ, କାର୍ଯ୍ୟରେ ଲିଙ୍ଗଗତ ସମାନତା ଆଦି ଅର୍ନ୍ତଭୁକ୍ତ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in factory explosion in Nagpur, Maharashtra
March 01, 2026
Prime Minister announces ex-gratia from PMNRF

The Prime Minister has expressed deep distress over the explosion at a factory in Nagpur, Maharashtra.

Extending his condolences to the families of the deceased, the Prime Minister also prayed for the speedy recovery of the injured. The Prime Minister further affirmed that the local administration is assisting those affected.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. The injured would be given Rs. 50,000.

The Prime Minister Shared on X;

"The explosion at a factory in Nagpur, Maharashtra, is deeply distressing. My condolences to the families of the deceased. I pray for the speedy recovery of the injured. The local administration is assisting those affected.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000"