ଏହି ବୈଠକ ଉତ୍ତର ପୂର୍ବାଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହର ପ୍ରତୀକ
ସରକାର ‘ଲୁକ ଇଷ୍ଟ’ ନୀତିକୁ ‘ଆକ୍ଟ ଇଷ୍ଟ’ ନୀତିରେ ବଦଳାଇବା ଠାରୁ ଆଗେଇ ସାରିଛନ୍ତି ଓ ଏବେ ଏହା ‘ଆକ୍ଟ ଫାଷ୍ଟ ଫର ନର୍ଥଇଷ୍ଟ’ ନୀତିରେ ପରିଣତ ହୋଇଛି
ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳ ବିକାଶର ୮ଟି ମୂଳ ସ୍ତମ୍ଭ ସମ୍ପର୍କରେ ଆଲୋଚନା କରିଛନ୍ତି
ଜି-୨୦ ବୈଠକ ଏହି ଅଞ୍ଚଳର ପ୍ରକୃତି, ସଂସ୍କୃତି ଓ ଦକ୍ଷତାକୁ ପ୍ରଦର୍ଶିତ କରିବାର ପ୍ରକୃଷ୍ଟ ଅବସର: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶିଲଂ ଠାରେ ଉତ୍ତର ପୂର୍ବାଞ୍ଚଳ ପରିଷଦ (ଏନଇସି)ର ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ବୈଠକ ଉତ୍ତର ପୂର୍ବାଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହର ପ୍ରତୀକ । ଏହି ପରିଷଦ ୧୯୭୨ରେ ବିଧିବଦ୍ଧ ଭାବେ ଉଦଘାଟିତ ହୋଇଥିଲା । 

ଉତ୍ତର ପୂର୍ବାଞ୍ଚଳ ବିକାଶରେ ଏନଇସିର ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏନଇସିର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜାଦୀ କି ଅମୃତ ମହୋତ୍ସବ ସହିତ ଆୟୋଜିତ ହେଉଛି । ଅଞ୍ଚଳର ୮ ରାଜ୍ୟକୁ ଅଷ୍ଟ ଲକ୍ଷ୍ମୀ ଭାବେ ସେ ବିବେଚନା କରୁଥିବା କହିବା ସହ ଏହି ଅଞ୍ଚଳର ବିକାଶ ପାଇଁ ସରକାର ଶାନ୍ତି, ଶକ୍ତି, ପର୍ଯ୍ୟଟନ, ୫ଜି କନେକ୍ଟିଭିଟି, ସଂସ୍କୃତି, ପ୍ରାକୃତିକ କୃଷି, କ୍ରୀଡା ଦକ୍ଷତା ଭଳି ୮ଟି ମୂଳ ସ୍ତମ୍ଭ ଉପରେ କାମ କରିବା ଦରକାର ବୋଲି କହିଛନ୍ତି । 

ଉତ୍ତର ପୂର୍ବାଞ୍ଚଳ ଦକ୍ଷିଣ ପୂର୍ବ ଏସିଆକୁ ଆମ ପ୍ରବେଶ ଦ୍ୱାର ଓ ସମଗ୍ର କ୍ଷେତ୍ର ପାଇଁ ଏହା ବିକାଶର କେନ୍ଦ୍ର ପାଲଟି ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅଞ୍ଚଳର ସମ୍ଭାବନାକୁ ସାକାର କରିବା ପାଇଁ ଭାରତୀୟ- ମିଆଁମାର- ଥାଇଲାଣ୍ଡ ତ୍ରିପକ୍ଷୀୟ ରାଜପଥ ଓ ଅଗରତାଲା- ଅଖୌରା ରେଳ ପ୍ରକଳ୍ପ ଭଳି କାମ ଚାଲିଥିବା ସେ କହିଛନ୍ତି । ସରକାର ‘ଲୁକ ଇଷ୍ଟ’ ନୀତିକୁ ‘ଆକ୍ଟ ଇଷ୍ଟ’ ନୀତିରେ ବଦଳାଇବା ଠାରୁ ଆଗେଇ ସାରିଛନ୍ତି ଓ ଏବେ ଏହା ‘ଆକ୍ଟ ଫାଷ୍ଟ ଫର ନର୍ଥଇଷ୍ଟ’ ନୀତିରେ ପରିଣତ ହୋଇସାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଞ୍ଚଳରେ ଶାନ୍ତି ପ୍ରୟାସର ସଫଳତା ସମ୍ପର୍କରେ ଆଲୋକପାତ କରି ସେ କହିଛନ୍ତି ବହୁ ଶାନ୍ତି ରାଜିନାମା ସ୍ୱାକ୍ଷରିତ ହୋଇଛି, ଆନ୍ତଃ ରାଜ୍ୟ ସୀମା ରାଜିନାମା ହୋଇଛି ଓ ଆତଙ୍କବାଦ ଘଟଣା ବେଶ ହ୍ରାସ ପାଇଛି । 

ନେଟ ଜିରୋ ପ୍ରତି ଭାରତର ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ଜଳବିଦ୍ୟୁତ ଶକ୍ତି କେନ୍ଦ୍ର ପାଲଟି ପାରିବ । ଏହାଦ୍ୱାରା ଅଞ୍ଚଳର ରାଜ୍ୟଗୁଡିକ ଅତିରିକ୍ତ ବିଦ୍ୟୁତ ପାଇବେ, ଶିଳ୍ପଦ୍ୟୋଗ ବିକାଶ ହେବ ଓ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ହେବ । ଅଞ୍ଚଳର ପର୍ଯ୍ୟଟନ କ୍ଷମତା ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଅଞ୍ଚଳର ପ୍ରକୃତି ଓ ସଂସ୍କୃତି ଦେଶବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏହି ଅଞ୍ଚଳରେ ପର୍ଯ୍ୟଟନ ସର୍କିଟ ଚିହ୍ନିତ ଓ ବିକଶିତ କରାଯାଉଛି । ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଏକାଠି କରିବା ପାଇଁ ୧୦୦ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ତର ପୂର୍ବାଞ୍ଚଳ ପଠାଇବା ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ଏହି ଛାତ୍ରଛାତ୍ରୀମାନେ ଅଞ୍ଚଳର ଦୂତ ସାଜିବେ ।

ଅଞ୍ଚଳରେ କନେକ୍ଟିଭିଟି ବୃଦ୍ଧି ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦଶନ୍ଧି ଦଶନ୍ଧି ଧରି ପଡି ରହିଥିବା ଅନେକ ପୋଲ ନିର୍ମାଣ ପ୍ରକଳ୍ପ ଶେଷ ହୋଇଛି । ବିଗତ ୮ ବର୍ଷରେ ଏହି ଅଞ୍ଚଳର ବିମାନ ବନ୍ଦର ସଂଖ୍ୟା ୯ରୁ ୧୬ରେ ପହଞ୍ଚିଛି ଓ ୨୦୧୪ ପୂର୍ବରୁ ପ୍ରାୟ ୯୦୦ ଥିବା ବିମାନ ଉଡାଣ ସଂଖ୍ୟା ଏବେ ବୃଦ୍ଧି ପାଇ ପ୍ରାୟ ୧୯୦୦ ହୋଇଛି । ଅନେକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପ୍ରଥମ ଥର ପାଇଁ ରେଳ ମାନଚିତ୍ରକୁ ଆସିଛନ୍ତି ଓ ଜଳମାର୍ଗ ବିସ୍ତାର ପାଇଁ ଉଦ୍ୟମ ଜାରି ରହିଛି । ଏହି ଅଞ୍ଚଳରେ ୨୦୧୪ ପରେ ଜାତୀୟ ରାଜପଥ ଦୈର୍ଘ୍ୟ ୫୦ ପ୍ରତିଶତ ବଢିଛି । ପିଏମ- ଡିଭାଇନ ଯୋଜନା ଶୁଭାରମ୍ଭ ଦ୍ୱାରା ଉତ୍ତର ପୂର୍ବାଞ୍ଚଳରେ ଭିତ୍ତିଭୂମି ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି । ଅପ୍ଟିକାଲ ଫାଇବର ନେଟୱର୍କ ବୃଦ୍ଧି କରି ଉତ୍ତର ପୂର୍ବାଞ୍ଚଳରେ ଡିଜିଟାଲ ସଂଯୋଗୀକରଣ ବୃଦ୍ଧି କରିବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । ଆତ୍ମନିର୍ଭର ୫ଜି ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ୫ଜି ମାଧ୍ୟମରେ ଅଞ୍ଚଳରେ ଷ୍ଟାର୍ଟଅପ ଇକୋସିଷ୍ଟମ, ସେବା କ୍ଷେତ୍ର ଆଦି ବିକଶିତ ହୋଇପାରିବ । ସରକାର ଉତ୍ତର ପୂର୍ବାଞ୍ଚଳକୁ କେବଳ ଅର୍ଥନୈତିକ ବିକାଶ କେନ୍ଦ୍ର ଭାବେ ନୁହେଁ ବରଂ ସାଂସ୍କୃତିକ ବିକାଶ କେନ୍ଦ୍ର ଭାବେ ଗଢି ତୋଳିବାକୁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । 

ଅଞ୍ଚଳର କୃଷି ଦକ୍ଷତା ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ପ୍ରାକୃତିକ କୃଷି କ୍ଷେତ୍ରରେ ଉତ୍ତର ପୂର୍ବାଞ୍ଚଳ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । କୃଷି ଉଡାନ ମାଧ୍ୟମରେ ଅଞ୍ଚଳର ଚାଷୀମାନେ ସେମାନଙ୍କ ଉତ୍ପାଦଗୁଡିକୁ ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନକୁ ପଠାଇ ପାରିବେ । ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଖାଦ୍ୟ ତୈଳ ଉପରେ ଚାଲୁଥିବା ଜାତୀୟ ମିଶନ- ଅଏଲ ପାମରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଭୌଗୋଳିକ ଆହ୍ୱାନର ମୁକାବିଲା ସାଙ୍ଗକୁ ଉତ୍ପାଦ ବଜାରରେ ପହଞ୍ଚାଇବା ପାଇଁ ଡ୍ରୋନ କିପରି ଚାଷୀଙ୍କୁ ସାହାଯ୍ୟ କରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି ।

କ୍ରୀଡା ପ୍ରତି ଅଞ୍ଚଳର ଅବଦାନ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ସରକାର ଉତ୍ତର ପୂର୍ବାଞ୍ଚଳରେ ଭାରତର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ବିକଶିତ କରି ଅଞ୍ଚଳର କ୍ରୀଡାବିତମାନଙ୍କୁ ସହାୟତା କରିବା ପାଇଁ ଉଦ୍ୟମରତ । ଅଞ୍ଚଳର ୮ଟି ରାଜ୍ୟରେ ୨୦୦ରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର ଅନୁମୋଦିତ ହୋଇଛି ଓ ଏହି ଅଞ୍ଚଳର ବହୁ କ୍ରୀଡାବିତ ଟପ୍ସ ଯୋଜନାରେ ଲାଭାନ୍ୱିତ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ଆଲୋଚନା କରିବା ସହ କହିଛନ୍ତି ଏହାର ବୈଠକରେ ଭାଗ ନେବାକୁ ସାରା ବିଶ୍ୱରୁ ଆସୁଥିବା ଲୋକେ ଉତ୍ତର ପୂର୍ବାଞ୍ଚଳ ଆସିବେ । ଅଞ୍ଚଳର ପ୍ରକୃତି, ସଂସ୍କୃତି ଓ ଦକ୍ଷତା ପ୍ରଦର୍ଶିତ କରିବାର ଏହା ପ୍ରକୃଷ୍ଟ ଅବସର । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India crosses 300 GW non-fossil capacity, on track for 500 GW by 2030: Pralhad Joshi

Media Coverage

India crosses 300 GW non-fossil capacity, on track for 500 GW by 2030: Pralhad Joshi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.