“ଯେତେବେଳେ ଆମେ ଦେଖୁଛେ ସମାଜର ପ୍ରତ୍ୟେକ ସ୍ତରରେ ଆମର ପୁଅ, ଝିଅ ଓ ଭଉଣୀମାନେ ଦେଶ ଗଠନରେ ଯୋଗଦାନ ଦେଉଛନ୍ତି, ଲାଗେ ଯେ ଏହା ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କ ଭଳି ମହାନ ବ୍ୟକ୍ତିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି”
“ଯେତେବେଳେ ସରକାର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସକୁ ଭିତ୍ତିକରି ସରକାରୀ ଯୋଜନାଗୁଡିକୁ ଲୋକଙ୍କ ପାଖକୁ ନିଅନ୍ତି ଓ ସବକା ପ୍ରୟାସ ଦେଶକୁ ବିକାଶ ପଥରେ ଆଗେଇ ନିଏ, ଆମେ ଏକ ସାମୁହିକ ସମାଜ ଗଠନରେ ଆଗେଇ ଚାଲୁ”
“ଆମ ସମ୍ବିଧାନ ଆମକୁ ଅନେକ ଅଧିକାର ଦେଇଛି । ଆମେ ସାଧୁତାର ସହ ଆମର କର୍ତ୍ତବ୍ୟ ସମ୍ପାଦନ କଲେ ସେହି ଅଧିକାରଗୁଡିକର ସୁରକ୍ଷା କରିପାରିବା”
“ଯେ କୌଣସି ସ୍ଥାନରେ କେହି ନା କେହି ହଇରାଣ ହେଉଥିବା ଦେଖିଲେ ଏହା ବିରୁଦ୍ଧରେ ନିଜର ସ୍ୱର ଉତ୍ତୋଳନ କର । ଏହା ଆମର ଦେଶ ଓ ସମାଜ ପ୍ରତି କର୍ତ୍ତବ୍ୟ”
“ଯଦି କେହି କାହାକୁ କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଦୃଷ୍ଟିରୁ ହିଂସାଦ୍ୱାରା ଭୟଭୀତ କରାଏ, ତା ହେଲେ ଏହା ଅନ୍ୟର ଅଧିକାର ଉଲ୍ଲଂଘନ ବୋଲି ବିବେଚନା କରାଯିବ । ସେ ଦୃଷ୍ଟିରୁ ଏହା ଆମର କର୍ତ୍ତବ୍ୟ ଯେ ଯଦି ହିଂସାତ୍ମକ ଭାବନା ଓ ଅରାଜକତା ସମାଜର ଯେକୌଣସି ସ୍ଥାନରେ ଦେଖାଗଲେ ଆମକୁ ଏହାକୁ ବିରୋଧ କରିବାକୁ ପଡିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ଶ୍ରୀଧାମ ଠାକୁରନଗର ଠାକୁରବାଡ଼ିଠାରେ  (୨୯.୩.୨୨) ଦିନ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କ ୨୧୧ତମ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ମତୁଆ ଧର୍ମମେଳାକୁ ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ସମ୍ବୋଧନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କିପରି ମାର୍ଚ୍ଚ ୨୦୨୧ରେ ବଙ୍ଗଳା ଦେଶର ଓରାକାଣ୍ଡୀ ଠାକୁରବାଡ଼ି ଓ ୨୦୧୯ ଫେବୃଆରୀରେ ଠାକୁରନଗର ପରିଦର୍ଶନ କରି ତାଙ୍କର ଭକ୍ତିଅର୍ଘ୍ୟ ଅର୍ପଣ କରିଥିଲେ ତାର ସ୍ମରଣ କରିଥିଲେ । ମତୁଆ ଧର୍ମମେଳାର ଗୁରୁତ୍ୱ ଉପରେ ଆଲୋକପାତ କରି କିପରି ମତୁଆ ପରମ୍ପରା ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ପରେ ଗୁରୁଚାନ୍ଦ ଠାକୁରଜୀ ଓ ବୋରୋ ମା ଏହାକୁ ଆଗକୁ ନେଇଥିଲେ ସେ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ମନ୍ତ୍ରୀମଣ୍ଡଳ ସହଯୋଗୀ ଶ୍ରୀ ଶାନ୍ତନୁ ଠାକୁର ଏହି ମହାନ ପରମ୍ପରାକୁ ଆଗେଇ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ତାହାର ଅବତାରଣା କରିଥିଲେ ।

ମହାମେଳା ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତିଫଳନ ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ସଂସ୍କୃତି ଓ ସଭ୍ୟତା ଏହାର ନିରବିଚ୍ଛିନ୍ନ ପ୍ରବାହ ଯୋଗୁଁ ମହାନ ହୋଇରହିଛି । ଏହାର ଆତ୍ମ ଜାଗରଣ ଏକ ପ୍ରାକୃତିକ ପ୍ରକ୍ରିୟା । ମତୁଆ ଗୋଷ୍ଠୀର ସମାଜ ସେବା ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ପାଇଁ ନବଭାରତର ଉଦ୍ୟମ, ଦେଶର ଝିଅମାନଙ୍କ ସ୍ୱାସ୍ଥ୍ୟ ଓ ଆତ୍ମବିଶ୍ୱାସ ଉପରେ କହିଥିଲେ । ଯେତେବେଳେ ଆମେ ଦେଖୁ ଯେ, ସମାଜର ପ୍ରତ୍ୟେକ ସ୍ତରରେ ଆମର ପୁଅ, ଝିଅ ଓ ଭଉଣୀମାନେ ଦେଶ ଗଠନରେ ଯୋଗଦାନ ଦେଉଛନ୍ତି, ଲାଗେ ଯେ ଏହା ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କ ଭଳି ମହାନ ବ୍ୟକ୍ତିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସରକାର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସକୁ ଭିତ୍ତିକରି ସରକାରୀ ଯୋଜନା ଗୁଡିକୁ ଲୋକମାନଙ୍କ ପାଖକୁ ନିଅନ୍ତି ଓ ସବକା ପ୍ରୟାସ ଦେଶକୁ ବିକାଶ ପଥରେ ଆଗେଇ ନିଏ, ସେତେବେଳେ ଆମେ ଏକ ସାମୂହିକ ସମାଜ ଗଠନ ଦିଗରେ ଆଗେଇ ଚାଲୁ । ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କ ବିଭୁପ୍ରେମ ସହ କର୍ତ୍ତବ୍ୟବୋଧର ସ୍ମରଣ କରି ପ୍ରଧାନମନ୍ତ୍ରୀ ସାଧାରଣ ଜୀବନରେ କର୍ତ୍ତବ୍ୟର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆମକୁ କର୍ତ୍ତବ୍ୟବୋଧକୁ ଦେଶର ବିକାଶର ମୌଳିକ ପଦକ୍ଷେପ ଭାବେ ନେବାକୁ ପଡିବ । ଆମର ସମ୍ବିଧାନ ଆମକୁ ଅନେକ ଅଧିକାର ଦେଇଛି । ଆମେ ନିଷ୍ଠାପର ଭାବେ ଆମର କର୍ତ୍ତବ୍ୟ ସମ୍ପାଦନ କଲେ ସେହି ଅଧିକାରଗୁଡିକର ସୁରକ୍ଷା କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସମାଜର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ହଟାଇବା ପାଇଁ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ମତୁଆ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ । ଯେ କୌଣସି ସ୍ଥାନରେ କେହି ନା କେହି ହଇରାଣ ହେଉଥିବା ଦେଖିଲେ ଏହା ବିରୁଦ୍ଧରେ ନିଜର ସ୍ୱର ଉତ୍ତୋଳନ କର । ଏହା ଆମର ଦେଶ ଓ ସମାଜ ପ୍ରତି କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ରାଜନୀତିକ କାର୍ଯ୍ୟକଳାପରେ ଅଂଶ ଗ୍ରହଣ କରିବା ଆମର ଗଣତାନ୍ତ୍ରିକ ଅଧିକାର । ମାତ୍ର ରାଜନୀତିକ ବିରୋଧାଭାଷ ଯୋଗୁଁ ଯଦି କେହି କାହାରିକୁ ହିଂସା ଦ୍ୱାରା ଭୟଭୀତ କରାଏ, ତେବେ ଏହା ଆମର ଅଧିକାର ଉଲ୍ଲଂଘନ ବୋଲି ବିବେଚନା କରାଯିବ । ସେହି ଦୃଷ୍ଟିରୁ ଏହା ଆମର କର୍ତ୍ତବ୍ୟ  ଯେ ଯଦି ହିଂସାତ୍ମକ ଭାବନା ଓ ଅରାଜକତା ସମାଜର ଯେ କୌଣସି ସ୍ଥାନରେ ଦେଖାଦିଏ ଆମକୁ ଏହାର ବିରୋଧ କରିବାକୁ ହେବ ।

ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା, ଭୋକାଲ ଫର ଲୋକାଲ ଓ ଦେଶ ପ୍ରଥମ ମନ୍ତ୍ର ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India became the world's most prolific IPO market

Media Coverage

How India became the world's most prolific IPO market
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Adi Shankaracharya
April 21, 2026

The Prime Minister, Shri Narendra Modi, paid tributes to one of India’s greatest spiritual luminaries, Adi Shankaracharya, on his Jayanti today. Shri Modi remarked that his profound teachings, thoughts and philosophy of Advaita Vedanta continue to guide innumerable people globally. And his efforts to revitalise spiritual thought and establish spiritual centres across the nation remain a lasting inspiration."May his wisdom continue to illuminate our path and strengthen our commitment to truth, compassion and collective well-being", Shri Modi added.

The Prime Minister posted on X:

"On the sacred occasion of Adi Shankaracharya Jayanti, paying homage to one of India’s greatest spiritual luminaries. His profound teachings, thoughts and philosophy of Advaita Vedanta continue to guide innumerable people globally. He emphasised harmony, discipline and the oneness of all existence. His efforts to revitalise spiritual thought and establish spiritual centres across the nation remain a lasting inspiration. May his wisdom continue to illuminate our path and strengthen our commitment to truth, compassion and collective well-being."