“ଯେତେବେଳେ ଆମେ ଦେଖୁଛେ ସମାଜର ପ୍ରତ୍ୟେକ ସ୍ତରରେ ଆମର ପୁଅ, ଝିଅ ଓ ଭଉଣୀମାନେ ଦେଶ ଗଠନରେ ଯୋଗଦାନ ଦେଉଛନ୍ତି, ଲାଗେ ଯେ ଏହା ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କ ଭଳି ମହାନ ବ୍ୟକ୍ତିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି”
“ଯେତେବେଳେ ସରକାର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସକୁ ଭିତ୍ତିକରି ସରକାରୀ ଯୋଜନାଗୁଡିକୁ ଲୋକଙ୍କ ପାଖକୁ ନିଅନ୍ତି ଓ ସବକା ପ୍ରୟାସ ଦେଶକୁ ବିକାଶ ପଥରେ ଆଗେଇ ନିଏ, ଆମେ ଏକ ସାମୁହିକ ସମାଜ ଗଠନରେ ଆଗେଇ ଚାଲୁ”
“ଆମ ସମ୍ବିଧାନ ଆମକୁ ଅନେକ ଅଧିକାର ଦେଇଛି । ଆମେ ସାଧୁତାର ସହ ଆମର କର୍ତ୍ତବ୍ୟ ସମ୍ପାଦନ କଲେ ସେହି ଅଧିକାରଗୁଡିକର ସୁରକ୍ଷା କରିପାରିବା”
“ଯେ କୌଣସି ସ୍ଥାନରେ କେହି ନା କେହି ହଇରାଣ ହେଉଥିବା ଦେଖିଲେ ଏହା ବିରୁଦ୍ଧରେ ନିଜର ସ୍ୱର ଉତ୍ତୋଳନ କର । ଏହା ଆମର ଦେଶ ଓ ସମାଜ ପ୍ରତି କର୍ତ୍ତବ୍ୟ”
“ଯଦି କେହି କାହାକୁ କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଦୃଷ୍ଟିରୁ ହିଂସାଦ୍ୱାରା ଭୟଭୀତ କରାଏ, ତା ହେଲେ ଏହା ଅନ୍ୟର ଅଧିକାର ଉଲ୍ଲଂଘନ ବୋଲି ବିବେଚନା କରାଯିବ । ସେ ଦୃଷ୍ଟିରୁ ଏହା ଆମର କର୍ତ୍ତବ୍ୟ ଯେ ଯଦି ହିଂସାତ୍ମକ ଭାବନା ଓ ଅରାଜକତା ସମାଜର ଯେକୌଣସି ସ୍ଥାନରେ ଦେଖାଗଲେ ଆମକୁ ଏହାକୁ ବିରୋଧ କରିବାକୁ ପଡିବ”

ଜୟ ହରି ବୋଲ । ଜୟ ହରି ବୋଲ । ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରେର, ଦୁଶୋ ଏଗାରତମ ଆବିର୍ଭାବ ତିଥି ଉପଲକ୍ଷୋ, ସାକୋଲ ପୁଣ୍ୟାର୍ଥୀ, ସାଧୁ, ଗୋସାଇଁ, ପାଗୋଲ, ଦୌଲୋପତି ଓ ମତୁଆ ଭାଇଦେର ଜାନାଇ ଆନ୍ତରିକ ଶୁଭେଚ୍ଛା ଅଭିନନ୍ଦନ ଓ ନମୋସ୍କାର!

କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଏବଂ ସର୍ବଭାରତୀୟ ମତୁଆ ମହାସଂଘର ସଂଘାଧିପତି ଶ୍ରୀ ଶାନ୍ତନୁ ଠାକୁରଜୀ, ଶ୍ରୀ ମଂଜୁଳ କୃଷ୍ଣ ଠାକୁରଜୀ, ଶ୍ରୀମତୀ ଛବିରାଣୀ ଠାକୁରଜୀ, ଶ୍ରୀ ସୁବ୍ରତା ଠାକୁରଜୀ, ଶ୍ରୀ ରବୀନ୍ଦ୍ରନାଥ ବିଶ୍ୱାସଜୀ, ଅନ୍ୟ ମହାନୁଭବ ଏବଂ ଅନେକ ସଂଖ୍ୟାରେ ଏଠାରେ ଉପସ୍ଥିତ ମୋର ପ୍ରିୟ ଭଉଣୀ ଓ ଭାଇଗଣ!

ଏହା ମୋର ପରମ ସୌଭାଗ୍ୟ ଯେ ଗତବର୍ଷ ଓରାକାଣ୍ଡିରେ ଶ୍ରୀ ଶ୍ରୀ ଗୁରୁଚାନ୍ଦ ଠାକୁରଜୀ ଏବଂ ମହାନ ମତୁଆ ପରମ୍ପରାକୁ ଶ୍ରଦ୍ଧାପୂର୍ବକ ନମନ କରିବାର ଅବସର ମୋତେ ପ୍ରାପ୍ତ ହୋଇଥିଲା । ଆଜି ଠାକୁରବାଡ଼ି ଭଳି ମହାତୀର୍ଥରେ ଆପଣମାନଙ୍କ ସମସ୍ତ ସାଥୀଙ୍କ ସହିତ ପ୍ରଯୁକ୍ତି ମାଧ୍ୟମରେ ଭାବ ବିନିମୟ କରିବାର ସୁଯୋଗ ମିଳିଛି । ଆପଣମାନଙ୍କୁ ସମସ୍ତଙ୍କୁ ଦର୍ଶନ କରିବାର ଅବସର ମୋତେ ପ୍ରାପ୍ତ ହୋଇଛି । ଯେତେବେଳେ ମୁଁ ଓରାକାଣ୍ଡି ଯାଇଥିଲି, ସେଠାରେ ମୁଁ ଖୁବ୍‌ ଆପଣାପଣ ଅନୁଭବ କରିଥିଲି, ପ୍ରଚୁର ଆଶୀର୍ବାଦ ମିଳିଥିଲା ଏବଂ ଠାକୁରବାଡ଼ିରେ ତ ସଦାସର୍ବଦା ମୋତେ ନିଜପଣ ଦେଇଆସିଛି, ବହୁତ ସ୍ନେହ ଦେଇଛି ।

ସାଥୀଗଣ,

ଏ ଯେଉଁ ମତୁଆଧର୍ମୀମାନଙ୍କର ମହାମେଳା, ମତୁଆ ପରମ୍ପରାକୁ ନମସ୍କାର କରିବାର ଏହା ଏକ ସୁଯୋଗ । ଏହା ସେହି ମୂଲ୍ୟବୋଧ ପ୍ରତି ଆସ୍ଥା ବ୍ୟକ୍ତ କରିବାର ମଧ୍ୟ ଏକ ଅବସର ଯାହାର ମୂଳଦୁଆ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀ ସ୍ଥାପନା କରିଥିଲେ । ଏହାକୁ ଗୁରୁଚାନ୍ଦ ଠାକୁରଜୀ ଏବଂ ବଡ଼ ମା’ ଆହୁରି ସୁଦୃଢ଼ କରିଥିଲେ ଏବଂ ଆଜି ଶାନ୍ତନୁଜୀଙ୍କ ସହଯୋଗରେ ଏହି ପରମ୍ପରା ସମସାମୟିକ କାଳରେ ଆହୁରି ସମୃଦ୍ଧ ହୋଇପାରିଛି । ଏକଜୁଟତା, ଭାରତୀୟତା, ନିଜର ଆସ୍ଥା ପ୍ରତି ସମର୍ପଣ ରଖି ଆଧୁନିକତାକୁ ଆପଣାଇଛୁ ମତୁଆ ସମ୍ପ୍ରଦାୟଠାରୁ ଆମେ ସଭିଏଁ ଏହି ପରମ୍ପରା ପ୍ରାପ୍ତ ହୋଇଛେ । ଆଜି ଯେତେବେଳେ ଆମେ ସ୍ୱାର୍ଥସିଦ୍ଧି ନିମନ୍ତେ ହତ୍ୟାକାଣ୍ଡ ଓ ରକ୍ତପାତ ହେବାର ଦେଖୁଛେ, ଯେତେବେଳେ ସମାଜକୁ ବିଭାଜିତ କରିବାର ପ୍ରୟାସ କରାଯାଉଛି, ଯେତେବେଳେ ଭାଷା ଓ କ୍ଷେତ୍ର ଆଧାରରେ ଭେଦଭାବ ସୃଷ୍ଟି କରିବାର ପ୍ରବୃତ୍ତି ଦେଖିବାକୁ ମିଳୁଛି, ସେତେବେଳେ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କ ଜୀବନ, ତାଙ୍କର ଦର୍ଶନ ଆହୁରି ମହତ୍ତ୍ୱପୂର୍ଣ୍ଣ ହେଉଛି । ସେଥିପାଇଁ ଏହି ମେଳା ଏକ ଭାରତ, ଶ୍ରେଷ୍ଠ ଭାରତର ମୂଲ୍ୟବୋଧକୁ ମଧ୍ୟ ସଶକ୍ତ କରୁଛି ।

ଭାଇ ଓ ଭଉଣୀଗଣ,

ଆମେମାନେ ଅଧିକାଂଶ ସମୟରେ ଏହା କହିଥାଏ ଯେ ଆମର ସଂସ୍କୃତି, ଆମର ସଭ୍ୟତା ମହାନ । ଏହା ଏଇଥିପାଇଁ ମହାନ, କାରଣ ଏଥିରେ ନିରନ୍ତରତା ରହିଛି, ଏହା ସଦା ପ୍ରବାହମାନ ଯାହା ନିଜର ମାର୍ଗ ନିଜେ ନିର୍ଦ୍ଧାରଣ କରିଥାଏ ଏବଂ ସେହି ମାର୍ଗରେ ଯାହାକିଛି ପ୍ରତିବନ୍ଧକ ଆସିଥାଏ ତାହା ଅନୁସାରେ ମୁକାବିଲା କରିବାକୁ ନିଜେ ନିଜକୁ ପ୍ରସ୍ତୁତ କରିନେଇଥାଏ । ଏହି ମହାନତାର ଶ୍ରେୟ ହରିଚାନ୍ଦ ଠାକୁରଜୀଙ୍କ ଭଳି ସୁଧାରକମାନଙ୍କ ପାଇଁ ଅଭିପ୍ରେତ ଯେଉଁମାନେ ସମାଜ ସୁଧାରର ପ୍ରବାହକୁ କେତେବେଳେ ସୁଦ୍ଧା ରୋକିଯିବାକୁ ଦେଇନାହାନ୍ତି । ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଙ୍କ ସଂଦେଶଗୁଡ଼ିକୁ ଯିଏ ବି ବୁଝିଛନ୍ତି, ଯେଉଁମାନେ ‘ହରି ଲୀଳା ଅମୃତ’କୁ ପାଠ କରିଛନ୍ତି, ସେମାନେ ସ୍ୱତଃ କହିଉଠନ୍ତି ଯେ ସେ ଶତାବ୍ଦୀ ଶତାବ୍ଦୀର ଆଗୁଆ ସମୟକୁ ଦେଖିପାରିଥିଲେ । ଅନ୍ୟଥା ଆଜି ଯେଉଁ ଲିଙ୍ଗଗତ ସମାନତା କଥା ବିଶ୍ୱବ୍ୟାପୀ ଚର୍ଚ୍ଚା କରାଯାଉଛି ତାହାକୁ ଅଷ୍ଟାଦଶ ଶତାବ୍ଦୀରେ ହିଁ ହରିଚାନ୍ଦ ଠାକୁରଜୀ ନିଜର ଉଦ୍ଦେଶ୍ୟ କରିନେଇଥିଲେ । ସେ କନ୍ୟାସନ୍ତାନମାନଙ୍କ ଶିକ୍ଷାଠାରୁ ନେଇ କାର୍ଯ୍ୟ ପର୍ଯ୍ୟନ୍ତ ଏବଂ ଅଧିକାରଠାରୁ ଆରମ୍ଭ କରି ଏଥିପାଇଁ ନିଜର ସ୍ୱର ଉତ୍ତୋଳନ କରିବା ଦାୟିତ୍ୱ ନିଜ କାନ୍ଧକୁ ନେଇନଥାନ୍ତେ । ମାତା, ଭଉଣୀ କନ୍ୟାମାନଙ୍କ ଗରିମାକୁ ସାମାଜିକ ଚିନ୍ତନରେ ଆଗକୁ ଆଣିବା ଲାଗି ପ୍ରୟାସ କରିନଥାନ୍ତେ । ଏହି କାଳଖଣ୍ଡରେ ସେ ମହିଳା ନ୍ୟାୟାଳୟ ଏବଂ କନ୍ୟାମାନଙ୍କ ନିମନ୍ତେ ବିଦ୍ୟାଳୟ ସ୍ଥାପନା ଭଳି କାର୍ଯ୍ୟ କରିଥିଲେ । ଏହା ଦର୍ଶାଇଛି ଯେ ତାଙ୍କର ପରିକଳ୍ପନା କ’ଣ ଥିଲା, ତାଙ୍କର ଉଦ୍ଦେଶ୍ୟ କେତେ ମହତ ଥିଲା ।

ଭାଇ ଓ ଭଉଣୀଗଣ,

ଆଜି ଯେତେବେଳେ ଭାରତ ବେଟୀ ବଚାଓ, ବେଟୀ ପଢ଼ାଓ ଅଭିଯାନକୁ ସଫଳ କରିପାରିଛି, ଯେତେବେଳେ ଦେଶର ମାତା, ଭଉଣୀ ଓ କନ୍ୟାମାନେ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ସ୍ୱାଭିମାନକୁ ସମ୍ମାନ ଜଣାଉଛନ୍ତି, ଯେତେବେଳେ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ବାଳିକାମାନେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବାର ଅବସର ଅନୁଭବ କରୁଛନ୍ତି, ଯେତେବେଳେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଆମର ଭଉଣୀ ଓ କନ୍ୟାମାନଙ୍କୁ ପୁରୁଷମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ରାଷ୍ଟ୍ରନିର୍ମାଣରେ ଯୋଗଦାନର ସୁଯୋଗ ପ୍ରାପ୍ତ ହେଉଛି, ସେତେବେଳେ ଲାଗୁଛି ଯେ ଆମେ ଉଚିତ ଭାବେ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କ ଭଳି ମହାନ୍‌ ବିଭୂତିମାନଙ୍କୁ ସମ୍ମାନ ପ୍ରଦର୍ଶନ କରିପାରିଛୁ । ଯେତେବେଳେ ସରକାର ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଆଧାରରେ ସରକାରୀ ଯୋଜନାଗୁଡ଼ିକ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି, ଯେତେବେଳେ ସବକା ପ୍ରୟାସରେ ରାଷ୍ଟ୍ରର ବିକାଶ ଶକ୍ତି ସୃଷ୍ଟି ହୋଇପାରୁଛି, ସେତେବେଳେ ଆମେ ସର୍ବସମାବେଶୀ ସମାଜର ନିର୍ମାଣ ଦିଗରେ ଆଗକୁ ଅଗ୍ରସର ହେଉଛୁ ।

ସାଥୀଗଣ,

ଭାରତର ବିକାଶରେ ମତୁଆ ସମାଜର ଭାଗୀଦାରୀ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି । ସେଥିପାଇଁ ଭାରତ ସରକାର ସକଳ ପ୍ରକାର ସମ୍ଭାବ୍ୟ ପ୍ରୟାସ କରିଆସୁଛନ୍ତି ଯେ ସମାଜ ସହିତ ସଂଶ୍ଳିଷ୍ଟ ପ୍ରତ୍ୟେକ ପରିବାରର ଜୀବନ ଯେଭଳି ସହଜସାଧ୍ୟ ହୋଇପାରିବ । କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନା ଯେଭଳି ଦ୍ରୁତ ଗତିରେ ମତୁଆ ପରିବାରମାନଙ୍କ ନିକଟରେ ପହଂଚିବ ସେଥିପାଇଁ ରାଜ୍ୟ ସରକାରମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ତାହା ପକ୍କା ଘର ହୋଇଥାଉ, ନଳ ଯୋଗେ ଜଳ ଯୋଗାଣ ହୋଇଥାଉ, ୬୦ ବର୍ଷ ପରେ ପେନସନ ଯୋଗାଣ ହୋଇଥାଉ, ଲକ୍ଷ ଲକ୍ଷ ଟଙ୍କାର ବୀମା ସୁବିଧା ଯୋଗାଇ ଦିଆଯାଉଛି, ଏଭଳି ପ୍ରତ୍ୟେକ ଯୋଜନା ଅଧୀନରେ ଶତ ପ୍ରତିଶତ ମତୁଆ ପରିବାରଙ୍କୁ ସାମିଲ କରାଯାଇଛି । ଏଥିପାଇଁ ଆମର ପ୍ରୟାସ ଜାରି ରହିଛି ।

ସାଥୀଗଣ,

ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀ ଆଉ ଗୋଟିଏ ସଂଦେଶ ମଧ୍ୟ ଦେଇଛନ୍ତି ଯାହା ସ୍ୱାଧୀନତାର ଅମୃତକାଳରେ ଭାରତର ପ୍ରତ୍ୟେକ ଭାରତବାସୀଙ୍କ ଲାଗି ପ୍ରେରଣାର ସ୍ରୋତରେ ପରିଣତ ହୋଇଛି । ସେ ଈଶ୍ୱରୀୟ ପ୍ରେମ ସହିତ ଆମର କର୍ତ୍ତବ୍ୟ ସଂପର୍କରେ ଆମକୁ ମଧ୍ୟ ସଚେତନ କରାଇଛନ୍ତି । ପରିବାର ପ୍ରତି, ସମାଜ ପ୍ରତି ନିଜର ଦାୟିତ୍ୱକୁ କିଭଳି ଭାବେ ସଂପାଦନ କରିପାରିବ, ଏହା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । କର୍ତ୍ତବ୍ୟର ଏହି ଭାବନାକୁ ଆମେ ରାଷ୍ଟ୍ରର ବିକାଶ ନିମନ୍ତେ ଆଧାରରେ ପରିଣତ କରିଛୁ । ଆମର ସମ୍ବିଧାନ ଆମକୁ ଢେର୍‌ କିଛି ଅଧିକାର ପ୍ରଦାନ କରିଛି । ସେହିସବୁ ଅଧିକାରଗୁଡ଼ିକୁ ଆମେ ସେତେବେଳେ ସୁରକ୍ଷିତ ରଖିପାରିବା, ଯେତେବେଳେ ଆମେ ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରିବା । ସେଥିପାଇଏ ଆଜି ମୁଁ ମତୁଆ ସମାଜର ସମସ୍ତ ସାଥୀମାନଙ୍କୁ ବି କିଛି ନିବେଦନ କରିବାକୁ ଚାହିଁବି । ବ୍ୟବସ୍ଥାରେ ଦୁର୍ନୀତିକୁ ଦୂର କରିବା ସକାଶେ ସମାଜ ସ୍ତରରେ ଆମ ସମସ୍ତଙ୍କୁ ଅଧିକ ଜାଗ୍ରତ ଓ ସଚେତନ ହେବାକୁ ପଡ଼ିବ । ଯଦି କେଉଁଠାରେ ବି କିଛି ବି ଉତ୍ପୀଡ଼ନ ହେଉଥାଏ, ତେବେ ସେଠାରେ ନିଶ୍ଚିତ ଭାବେ ସ୍ୱର ଉତ୍ତୋଳନ କରିବାକୁ ହେବ । ଏହା ଆମର ସମାଜ ପ୍ରତି ଏବଂ ରାଷ୍ଟ୍ର ପ୍ରତି ମଧ୍ୟ କର୍ତ୍ତବ୍ୟ ବୋଲି ଭାବିବାକୁ ପଡ଼ିବ । ରାଜନୀତିକ ଗତିବିଧିରେ ଅଂଶଗ୍ରହଣ କରିବା ହେଉଛି ଆମର ଲୋକତାନ୍ତ୍ରିକ ଅଧିକାର । କିନ୍ତୁ ରାଜନୀତିକ ବିରୋଧ କାରଣ ଯଦି କୌଣସି ପ୍ରକାର ହିଂସା ଦ୍ୱାରା, ଡରାଇ- ଧମକାଇ କେହି ସୁଦ୍ଧା ରୋକିବାକୁ ପ୍ରୟାସ କରିବେ, ତେବେ ତାହା ଅନ୍ୟର ଅଧିକାର ହନନ ସଂଗେ ସମାନ । ସେଥିପାଇଁ ଏହା ମଧ୍ୟ ଆମର କର୍ତ୍ତବ୍ୟ ଯେ ହିଂସା, ଅରାଜକତାର ମାନସିକତା ଯଦି ସମାଜରେ କେଉଁଠାରେ ସୁଦ୍ଧା ରହିଥାଏ ତେବେ ଏହାକୁ ବିରୋଧ କରାଯିବା ଦରକାର । ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟକୁ ନେଇ ନିଜର କର୍ତ୍ତବ୍ୟକୁ ବି ଆମମାନଙ୍କୁ ସଦାସର୍ବଦା ସ୍ମରଣ ରଖିବାକୁ ହେବ । ଏଭଳି ମଇଳାକୁ ଆମକୁ ନିଜ ଘର, ନିଜ ଗଳିଠାରୁ ଦୂରେଇ ଦେବାକୁ ପଡ଼ିବ । ଏହାଦ୍ୱାରା ନିଜର ସଂସ୍କାରରେ ଆମକୁ ଆଣିବାକୁ ପଡ଼ିବ । ଭୋକାଲ ଫର୍‌ ଲୋକାଲ, ଏହାକୁ ମଧ୍ୟ ଆମମାନଙ୍କ ଜୀବନର ଅଂଶବିଶେଷ ବନାଇବାକୁ ପଡ଼ିବ । ପଶ୍ଚିମ ବଙ୍ଗଳାରେ, ଭାରତର ଶ୍ରମିକମାନଙ୍କ, କୃଷକମାନଙ୍କ, ମଜଦୁରମାନଙ୍କ ଶ୍ରମରେ ଯେଉଁ ସାମଗ୍ରୀମାନ ପ୍ରସ୍ତୁତ ହେଉଛି, ସେସବୁ ଆମମାନଙ୍କୁ କ୍ରୟ କରିବାକୁ ପଡ଼ିବ । ସବୁଠାରୁ ବଡ଼ କର୍ତ୍ତବ୍ୟ ହେଲା- ରାଷ୍ଟ୍ର ପ୍ରଥମର ନୀତି । ରାଷ୍ଟ୍ର ଠାରୁ ବଳି ଆଉ କିଛି ନାହିଁ । ଆମର ପ୍ରତ୍ୟେକ କାର୍ଯ୍ୟକୁ ପ୍ରଥମେ ରାଷ୍ଟ୍ର ଦୃଷ୍ଟିରୁ ଅଗ୍ରାଧିକାର ପ୍ରଦାନ କରିବାକୁ ହେବ । କୌଣସି ପଦକ୍ଷେପ ଉଠାଇବା ପୂର୍ବରୁ ଆମକୁ ଏକଥା ଅବଶ୍ୟ ଚିନ୍ତା କରିବାକୁ ହେବ ଏହା ଦ୍ୱାରା ରାଷ୍ଟ୍ରର ଉପକାର ସିଦ୍ଧ ହେବା ଦରକାର ।

ସାଥୀଗଣ,

ମତୁଆ ସମାଜ ନିଜର କର୍ତ୍ତବ୍ୟ ପ୍ରତି ସଦାସର୍ବଦା ସଚେତନ ରହିଆସିଛି । ମୋର ବିଶ୍ୱାସ ଯେ ସ୍ୱାଧୀନତାର ଅମୃତକାଳରେ ଏକ ନୂତନ ଭାରତର ନିର୍ମାଣରେ ଆପଣମାନଙ୍କ ସହଯୋଗ ଏହିଭଳି ଭାବେ ମିଳି ଚାଲିବା ବାଂଛନୀୟ । ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା! ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership