ଶିଲଂର ନିଗ୍ରିହିମ୍ସରେ ଦେଶର ୭୫୦୦ତମ କେନ୍ଦ୍ର ଜାତି ଉଦ୍ଦେଶ୍ୟରେ ଅର୍ପିତ
ଜନଔଷଧୀ ଯୋଜନା ଗରିବଙ୍କୁ ଉଚ୍ଚ ଚିକିତ୍ସା ଖର୍ଚ୍ଚରୁ ସୁରକ୍ଷା ଦେଇଛି: ପ୍ରଧାନମନ୍ତ୍ରୀ
ଜନଔଷଧୀ କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣିବାକୁ ଜନସାଧାରଣଙ୍କୁ ଆହ୍ୱାନ
ଆପଣ ମୋ ପରିବାର, ଆପଣଙ୍କ ଅସୁସ୍ଥତା ମୋ ପରିବାରସଦସ୍ୟଙ୍କ ଅସୁସ୍ଥତା ସହିତସମାନ, ସେଥିପାଇଁ ମୋରସବୁ ଦେଶବାସୀ ସୁସ୍ଥ ରହନ୍ତୁ ବୋଲି ମୁଁ ଚାହେଁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଆଜି ଜନଔଷଧୀ ଦିବସ ଉତ୍ସବ ପାଳନ ଅବସରରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ ଦେଶର ୭୫୦୦ତମ ଜନଔଷଧୀ କେନ୍ଦ୍ରକୁ ଶିଲଂର ନିଗ୍ରିହିମ୍ସ ଠାରେ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ସେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରି ଯୋଜନାର ହିତାଧିକାରୀମାନଙ୍କ ସହିତ ମତବିନିମୟ କରିଥିଲେ । ଏହାଛଡା ସେ ମଧ୍ୟ ଏହି ଯୋଜନାର ସଂପୃକ୍ତ ପକ୍ଷମାନଙ୍କୁ ସେମାନଙ୍କର ଉତ୍ତମକାର୍ଯ୍ୟ ପାଇଁ ସମ୍ମାନିତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ବି.ଭି. ସଦାନନ୍ଦ ଗୌଡା, ଶ୍ରୀ ମନସୁଖ ମାଣ୍ଡବୀୟ, ଶ୍ରୀ ଅନୁରାଗ ଠାକୁର, ହିମାଚଳ ପ୍ରଦେଶ, ମେଘାଳୟର ମୁଖ୍ୟମନ୍ତ୍ରୀ ତଥା ମେଘାଳୟ ଓ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ଦ୍ୱୟ ଉପସ୍ଥିତ ଥିଲେ ।

 

ପ୍ରଧାନମନ୍ତ୍ରୀ ସଂପୃକ୍ତ ହିତାଧିକାରୀ, କେନ୍ଦ୍ରସଂଚାଳକ, ଜନଔଷଧୀ ମିତ୍ରମାନଙ୍କ ସହ ଟେଲି କନ୍‍ଫରେନ୍ସିଂ ବ୍ୟବସ୍ଥାରେ ୫ଟି ସ୍ଥାନରେ ମତବିନିମୟ କରିଥିଲେ । ଏହିସ୍ଥାନ ଗୁଡିକହେଲା- ସିମଳା, ଭୋପାଳ, ଅହମ୍ମଦାବାଦ, ମାରୁତିନଗର ଓ ମାଙ୍ଗାଲୁରୁ । ହିତାଧିକାରୀମାନଙ୍କ ସହମତ ବିନିମୟ ସମୟରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସୁସ୍ଥଜୀବନୀଶୈଳୀ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସେ ସେମାନଙ୍କୁ କହିଥିଲେ ଯେ ଏବେ ଔଷଧ ସୁଲଭ ଓ ଶସ୍ତା ହୋଇଥିବାରୁ ରୋଗୀମାନେ ଆବଶ୍ୟକ ଔଷଧ ସେବନ କରିଉତ୍ତମସ୍ୱାସ୍ଥ୍ୟଜନିତ ଫଳାଫଳ ପାଉଛନ୍ତି । ଜନଔଷଧୀ ଆନ୍ଦୋଳନକୁ ପ୍ରୋତ୍ସାହିତକରୁଥିବା ଯୁବକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ବର୍ତ୍ତମାନର କରୋନା ଟିକାଦାନ ଅଭିଯାନରେ ସାହାଯ୍ୟ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ହିତାଧିକାରୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସେମାନେ ଜନଔଷଧୀର ସୁଫଳ ସଂକ୍ରାନ୍ତ ବାର୍ତ୍ତା ଅଧିକରୁ ଅଧିକ ପ୍ରଚାର କରିବା ଆବଶ୍ୟକ । ସେ ଆହୁରି କହିଥିଲେ ଯେ ଆପଣ ହିଁ ମୋର ପରିବାରଏବଂ ଆପଣଙ୍କର ଅସୁସ୍ଥତା ମୋ ପରିବାରରସଦସ୍ୟଙ୍କ ଅସୁସ୍ଥତା ସହସମାନ । ସେଥିପାଇଁ ମୁଁ ମୋର ସବୁ ଦେଶବାସୀ ସୁସ୍ଥସବଳ ରୁହନ୍ତୁ ତାହାଚାହେଁ ।

ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନଔଷଧୀ ଯୋଜନା ଗରିବ ଏବଂ ମଧ୍ୟବିତ୍ତ ପରିବାର ପାଇଁ ଏକ ବଡ଼ବନ୍ଧୁ ପାଲଟିଛି । ଏହା ମଧ୍ୟ ଉଭୟସେବା ଓ ନିଯୁକ୍ତିର ମାଧ୍ୟମ ହୋଇଛି । ୭୫୦୦ତମ ଜନଔଷଧୀ କେନ୍ଦ୍ରଶିଲଂରେ ଉଦ୍‍ଘାଟିତ ହେବା ଘଟଣା ସୂଚାଉଛି ଯେ ଉତ୍ତର ପୂର୍ବାଞ୍ଚଳରେ ମଧ୍ୟ ଏହାର ପ୍ରସାର ଘଟିଛି । ପାହାଡିଆ, ଉତ୍ତର ପୂର୍ବାଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଇଲାକାରେ ସୁଲଭମୂଲ୍ୟରେ ମଧ୍ୟ ଔଷଧ ଏହି ଯୋଜନାରେ ଯୋଗାଇ ଦିଆଯାଉଛି । ଶ୍ରୀମୋଦୀ କହିଛନ୍ତି ଯେ ୬ ବର୍ଷ ପୂର୍ବେ ଦେଶରେ ୧୦୦ଟି ଏପରି ଜନଔଷଧୀ କେନ୍ଦ୍ର ନ ଥିଲା । ଏବେ ୭୫୦୦ତମ ଜନଔଷଧୀ କେନ୍ଦ୍ର ଜାତିଉଦ୍ଦେଶ୍ୟରେ ଅର୍ପିତ ହେବା ଘଟଣା ଏହାର ଗୁରୁତ୍ୱବହନ କରେ । ଦେଶରେ ୧୦୦୦୦ ଜନଔଷଧୀ କେନ୍ଦ୍ରସ୍ଥାପନର ଲକ୍ଷ୍ୟ ପୂରଣକରିବାକୁସେ ପରାମର୍ଶ ଦେଇଛନ୍ତି । ଜନଔଷଧୀ କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ ମିଳିବାରୁ ଲୋକେ ଦାମିକା ଔଷଧ ବାବଦରେ ବର୍ଷକ ୩୬୦୦ କୋଟି ଟଙ୍କାସଞ୍ଚୟ କରିପାରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ମହିଳାମାନଙ୍କ ମଧ୍ୟରେ ଆତ୍ମନିର୍ଭରତାର ବାର୍ତ୍ତାକୁ ପ୍ରୋତ୍ସାହିତ କରୁଛି । ଏକ ହଜାରରୁ ଅଧିକ ଏଭଳି କେନ୍ଦ୍ର ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ପ୍ରଧାନମନ୍ତ୍ରୀକହିଥିଲେ ଯେ ଏହି ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପ୍ରୋତ୍ସାହନ ରାଶି ପରିମାଣ ୨.୫ ଲକ୍ଷରୁ ୫ଲକ୍ଷଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହାଛଡା ଦଳିତ, ଆଦିବାସୀ ମହିଳା ଏବଂ ଉତ୍ତର ପୂର୍ବାଞ୍ଚଳର ଲୋକମାନଙ୍କ ପାଇଁ ଏହି ପ୍ରୋତ୍ସାହନ ଉପରେ ଅତିରିକ୍ତ ୨ ଲକ୍ଷଟଙ୍କା ଯାଏଁ ଯୋଗାଇ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ତିଆରି ଔଷଧ ଓ ଅସ୍ତ୍ରୋପଚାରର ଚାହିଦା ବଢୁଛି । ଚାହିଦା ଅନୁସାରେ ଉତ୍ପାଦନ ମଧ୍ୟ ବଢିବାରେଲାଗିଛି । ଏହା ଫଳରେ ବହୁସଂଖ୍ୟାରେ ନିଯୁକ୍ତିସୁବିଧା ସୃଷ୍ଟିହୋଇଛି । ଏବେ ଜନଔଷଧୀ କେନ୍ଦ୍ରରେ ୭୫ ପ୍ରକାର ଆୟୁଷ ଔଷଧ ଉପଲବ୍‍ଧ ହେଉଛି । ରୋଗୀ ସୁଲଭମୂଲ୍ୟରେ ଆୟୁଷ ଔଷଧ କିଣି ଉପକୃତ ହୋଇପାରିବେ । ଏହାଛଡା ଆୟୁର୍ବେଦ ଔଷଧ କ୍ଷେତ୍ର ମଧ୍ୟ ଏହା ଦ୍ୱାରା ଉପକୃତ ହେବ ବୋଲି ପ୍ରଧାନମନ୍ତ୍ରୀ ମତପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ କହିଛନ୍ତି ଯେ ଦୀର୍ଘକାଳ ଧରି ସରକାର ଭାବୁଥିଲେ ସ୍ୱାସ୍ଥ୍ୟର ଚିକିତ୍ସାର ଅର୍ଥ କେବଳ ରୋଗ ଓ ଚିକିତ୍ସା ମଧ୍ୟରେ ସୀମିତ । ତେବେ ସେ ଯାହା ହେଉ ସ୍ୱାସ୍ଥ୍ୟ ପ୍ରସଙ୍ଗ କେବଳରୋଗ ଓ ଚିକିତ୍ସା ମଧ୍ୟରେ ସୀମିତ ନୁହେଁ । ଏହା ମଧ୍ୟ ଦେଶର ଆର୍ଥିକ ଓ ସାମାଜିକତନ୍ତ୍ରକୁ ପ୍ରଭାବିତ କରିଥାଏ । ସେ କହିଥିଲେ ସ୍ୱାସ୍ଥ୍ୟପ୍ରତି ଏକ ସାମଗ୍ରିକ ଆଭିମୁଖ୍ୟ ନେଇ ସରକାର ରୋଗରକାରଣ ଜାଣିବାକୁ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସ୍ୱଚ୍ଛଭାରତ ଅଭିଯାନ, ମାଗଣା ଏଲ୍‍ପିଜି ସଂଯୋଗ, ଆୟୁଷ୍ମାନ ଭାରତ, ମିସନ ଇନ୍ଦ୍ରଧନୁ, ପୋଷଣ ଅଭିଯାନ ତଥା ଯୋଗକୁ ମାନ୍ୟତା ଆଦି କାର୍ଯ୍ୟକ୍ରମରୁ ସ୍ୱାସ୍ଥ୍ୟ ପ୍ରତି ସରକାରଙ୍କ ସାମଗ୍ରିକ ଦୃଷ୍ଟିକୋଣ ସ୍ପଷ୍ଟ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୩କୁ ଜାତିସଂଘ ଆନ୍ତର୍ଜାତିକ ମିଲେଟ (ବାଜରା ଓ ଜବାରଜାତୀୟ ଫସଲ) ବର୍ଷଭାବେ ମାନ୍ୟତା ପ୍ରଦାନ କରିଛି । ଅତଏବ ମୋଟା ଶସ୍ୟର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହିସବୁ ଖାଦ୍ୟଶସ୍ୟ ପୁଷ୍ଟିକର ହୋଇଥିବାବେଳେ ଚାଷୀଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ ।

ଦରିଦ୍ର ପରିବାର ଗୁଡିକର ବିପୁଳ ଚିକିତ୍ସା ଖର୍ଚ୍ଚ ବୋଝ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀକହିଥିଲେ ଯେ ନିକଟ ଅତୀତରେ ଚିକିତ୍ସା କ୍ଷେତ୍ରରେ ଥିବା ସବୁପ୍ରକାର ପାତରଅନ୍ତରର ଅବସାନ ଘଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଦେଶର ପ୍ରତ୍ୟେକ ଗରିବଲୋକଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦେବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀରମୂଲ୍ୟ, ହାର୍ଟଷ୍ଟେଣ୍ଟ, ଆଣ୍ଠୁ ଅସ୍ତ୍ରୋପଚାରରେ ବ୍ୟବହୃତ ଉପକରଣର ମୂଲ୍ୟ ଯଥେଷ୍ଟ କମିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ଦେଶରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଗରିବ ଲୋକଙ୍କୁ ଯୋଗାଇ ଦିଆଯାଇଛି । ଏହି ଯୋଜନାରେ ୫୦ କୋଟିରୁ ଅଧିକ ଗରିବ ଲୋକ ସାମିଲ ହୋଇଛନ୍ତି । ଏ ପର୍ଯ୍ୟନ୍ତ ୧.୫ କୋଟିଲୋକ ଏହା ଦ୍ୱାରା ଉପକୃତ ହେଲେଣି ଏବଂ ଏହା ଫଳରେ ଚିକିତ୍ସା ଖର୍ଚ୍ଚ ବାବଦରେ ସେମାନେ ୩୦ହଜାର କୋଟିଟଙ୍କା ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ।

ଭାରତ ତିଆରି କରୋନା ଟିକା ପାଇଁ ପ୍ରଧାନମନ୍ତ୍ରୀ ଦେଶର ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଭାରତ ପାଖରେ ଏବେ ସ୍ଥାନୀୟ ଆବଶ୍ୟକତା ପୂରଣ ସହିତ ବିଶ୍ୱକୁ ସାହାଯ୍ୟ କରିବା ପାଇଁ ଟିକା ରହିଛି । ଟିକାଦାନ କ୍ଷେତ୍ରରେ ସରକାର ଗରିବ ଓ ମଧ୍ୟବିତ୍ତ ପରିବାରରସ୍ୱାର୍ଥକୁ ଅଗ୍ରାଧିକାର ଦେଇଛନ୍ତି । ସରକାରୀ ହସପିଟାଲରେ ମାଗଣାରେ ଏହି ଟିକା ମିଳୁଛି । ସେହିଭଳି ବେସରକାରୀ ହସପିଟାଲରେ ଟିକାଡୋଜ ପିଛା ୨୫୦ ଟଙ୍କାରେ ଦିଆଯାଉଛି, ଯାହା ବିଶ୍ୱରେ ସବୁଠାରୁ ଶସ୍ତା । ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଂପ୍ରସାରଣ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଗ୍ରାମାଞ୍ଚଳଠାରୁ ଆରମ୍ଭ କରିସହର ଯାଏଁ ସବୁକ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣକାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଏମ୍‍ସ ଭଳି ଉନ୍ନତ ମେଡିକାଲ କଲେଜମାନ ମଧ୍ୟ ସ୍ଥାପନ କରାଯାଉଛି । ଗତ ୬ ବର୍ଷ ମଧ୍ୟରେ ୩୦ ହଜାର ନୂଆଏମ୍‍ବିବିଏସ୍‍ ସିଟ୍‍ ଖୋଲାଯାଇଛି । ୨୦୧୪ ପୂର୍ବରୁ ଏହି ଆସନ ସଂଖ୍ୟାମାତ୍ର ୨୫ ହଜାର ଥିଲା । ଏବେ ଦେଶରେ ୩୦ ହଜାର ପିଜିସିଟ୍‍ ରହିଛି । ସେଥିରେ ଗତ ୬ ବର୍ଷରେ ୨୪ ହଜାର ନୂଆସିଟ୍‍ ଯୋଡାଯାଇଛି । ଆହୁରି ମଧ୍ୟ ଗତ ୬ବର୍ଷ ମଧ୍ୟରେ ୧୮୦ ନୂଆ ମେଡିକାଲ କଲେଜ ସ୍ଥାପନ କରାଯାଇଛି । ଏହାଛଡା ଗ୍ରାମାଞ୍ଚଳରେ ୧.୫ ଲକ୍ଷସ୍ୱାସ୍ଥ୍ୟ ଓ ୱେଲନେସ୍‍ କେନ୍ଦ୍ରସ୍ଥାପନ ହୋଇଛି। ସେଥିମଧ୍ୟରୁ ୫୦ ହଜାରକାର୍ଯ୍ୟ ଆରମ୍ଭ କଲେଣି । ଏସବୁ କେନ୍ଦ୍ରରେ ଗୁରୁତରବ୍ୟାଧିର ଚିକିତ୍ସା ସହ ବିଭିନ୍ନ ପ୍ରକାର ରୋଗର ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦିଆଯାଇଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ପ୍ରତ୍ୟେକଜିଲାରେ ନିଦାନ କେନ୍ଦ୍ର ସହିତ ଶହଶହ କ୍ରିଟିକାଲ କେୟାର ହସପିଟାଲ ମଧ୍ୟ ସ୍ଥାପନ କରାଯାଇଛି । ତିନିଟିଲୋକସଭା ନିର୍ବାଚନମଣ୍ଡଳୀକୁ ନେଇ ଗୋଟିଏ ମେଡିକାଲ କଲେଜ ସ୍ଥାପନ କରିବାକୁ କାର୍ଯ୍ୟ ଚାଲିଛି ବୋଲି ସେକହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ କହିଛନ୍ତି ଚିକିତ୍ସାକୁ ଶସ୍ତା, ସୁଲଭ କରି ସସସ୍ତଙ୍କୁ ଏହାର ଲାଭ ଯୋଗାଇଦେବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ତଦନୁସାରେ ନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତକରାଯାଉଛି । ପ୍ରଧାନମନ୍ତ୍ରୀ ଜନଔଷଧୀ ପ୍ରକଳ୍ପର ସଂପ୍ରସାରଣ ଦ୍ରୁତଗତିରେ ଚାଲିଛିଏବଂ ଏଥିରେ ଯେତେଇଛା ସେତେଲୋକଙ୍କୁ ସାମିଲ କରିବା ପାଇଁ କାର୍ଯ୍ୟ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.