New National Education Policy focuses on learning instead of studying and goes ahead of the curriculum to focus on critical thinking: PM
National Education Policy stresses on passion, practicality and performance: PM Modi
Education policy and education system are important means of fulfilling the aspirations of the country: PM Modi

ଜାତୀୟ ଶିକ୍ଷାନୀତି ଉପରେ ରାଜ୍ୟପାଳମାନଙ୍କ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଏଥିରେ ରାଷ୍ଟ୍ରପତିଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଉପରାଜ୍ୟପାଳ ଓ ବିଭିନ୍ନ ବିଶ୍ଵବିଦ୍ୟାଳୟର କୁଳପତିମାନେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ନୂତନ ଶିକ୍ଷାନୀତି ଦେଶର ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷାର ଦାୟିତ୍ଵ ଯଦିଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ, ତଥାପି ଶିକ୍ଷାନୀତି ନିର୍ଦ୍ଧାରଣରେ ସେମାନଙ୍କ ଭୂମିକା ଖୁବ ଗୌଣ । 

ଶିକ୍ଷାନୀତିର ମହତ୍ଵ ଓ ବ୍ୟାପକତା ସେତେବେଳେ ଅନୁଭୂତ ହେବ ଯେତେବେଳେ ଅଧିକରୁ ଅଧିକ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ଏଥିସହ ସଂଶ୍ଳିଷ୍ଟ ହେବେ । ଦେଶର ଗ୍ରାମ ଓ ସହରରୁ ଶିକ୍ଷା ସହ ସାମିଲ ଲୋକଙ୍କ ମତାମତ ନେବା ପରେ ନୂତନ ଶିକ୍ଷାନୀତି ଚିଠା ପ୍ରସ୍ତୁତ ହୋଇଛି । ଏବେ ଶିକ୍ଷକ ଓ ଶିକ୍ଷାବିତଙ୍କ ସମେତ ସମସ୍ତେ ଏହାକୁ ନୀତିଗତ ଭାବେ ଆପଣେଇ ନେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂତନ ଶିକ୍ଷାନୀତିକୁ ସମସ୍ତେ ପସନ୍ଦ କରୁଛନ୍ତି ଓ ଅନେକଙ୍କ ମନରେ ଏଭଳି ଏକ ଧାରଣା ଜନ୍ମିଛି ଯେ, ପୂର୍ବ ଶିକ୍ଷାନୀତିରେ ମଧ୍ୟ ଏଭଳି ସଂସ୍କାରର ଆବଶ୍ୟକତା ଥିଲା । ସେ କହିଛନ୍ତି ଯେ, ଦେଶରେ ଏହି ନୀତି ଉପରେ ଏକ ସୁସ୍ଥ ଆଲୋଚନାର ଆବଶ୍ୟକତା ଥିଲା କାରଣ ଏହି ନୂତନ ଶିକ୍ଷାନୀତି କେବଳ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ଏକବିଂଶ ଶତାବ୍ଦୀରେ ଦେଶର ସାମାଜିକ ଓ ଆର୍ଥିକ ଢାଞ୍ଚାକୁ ଏକ ନୂତନ ଦିଗ ପ୍ରଦର୍ଶନ କରିବାରେ ସହାୟକ ହେବ । ଏହି ନୀତି ଦେଶକୁ ଆତ୍ମନିର୍ଭର ହେବାରେ ମଧ୍ୟ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦ୍ରୁତ ପରିବର୍ତ୍ତିତ ଦୃଶ୍ୟପଟରେ ଏହି ନୂତନ ନୀତି ଦେଶର ଯୁବଗୋଷ୍ଠୀର ଭବିଷ୍ୟତ ଗଠନ ପାଇଁ ଲକ୍ଷ୍ୟ ରଖିଛି । ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୁବ ଗୋଷ୍ଠୀଙ୍କ ଜ୍ଞାନ ଓ କୌଶଳ ପରିମାର୍ଜିତ କରିବା ପାଇଁ ଏହି ନୀତିରେ ମାର୍ଗଦର୍ଶନ ଦିଆଯାଇଛି ।

ସେ କହିଛନ୍ତି ଯେ, ନୂତନ ଶିକ୍ଷାନୀତି ପାଠ ପଢିବା ତୁଳନାରେ ଅଧିକ ଶିଖିବା ତଥା ପାଠ୍ୟକ୍ରମ ଅପେକ୍ଷା ଅଧିକ ଗଭୀର ଚିନ୍ତନ ଉପରେ ଆଲୋକପାତ କରିଛି । ଏଥିରେ ପଦ୍ଧତିଗତ ଜ୍ଞାନ ଆହରଣ ପରିବର୍ତ୍ତେ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ଵାରୋପ କରାଯାଇଛି । ନୂତନ ଶିକ୍ଷାନୀତିରେ ଶିଖିବା ଦ୍ଵାରା କଣ ଲାଭ ହେଉଛି, ଶିକ୍ଷକଙ୍କ ତାଲିମ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ କିପରି ସଶକ୍ତ କରାଯିବ ତା’ଉପରେ ଦ୍ରୁଷ୍ଟି ଦିଆଯାଇଛି ।

ସେ କହିଛନ୍ତି ଯେ, ନୂତନ ଶିକ୍ଷାନୀତି ପାଠ ପଢିବା ତୁଳନାରେ ଅଧିକ ଶିଖିବା ତଥା ପାଠ୍ୟକ୍ରମ ଅପେକ୍ଷା ଅଧିକ ଗଭୀର ଚିନ୍ତନ ଉପରେ ଆଲୋକପାତ କରିଛି । ଏଥିରେ ପଦ୍ଧତିଗତ ଜ୍ଞାନ ଆହରଣ ପରିବର୍ତ୍ତେ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ଵାରୋପ କରାଯାଇଛି । ନୂତନ ଶିକ୍ଷାନୀତିରେ ଶିଖିବା ଦ୍ଵାରା କଣ ଲାଭ ହେଉଛି, ଶିକ୍ଷକଙ୍କ ତାଲିମ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ କିପରି ସଶକ୍ତ କରାଯିବ ତା’ଉପରେ ଦ୍ରୁଷ୍ଟି ଦିଆଯାଇଛି ।

ଏକବିଂଶ ଶତାବ୍ଦୀରେ ଭାରତକୁ ଆର୍ଥିକ ଜ୍ଞାନଯୁକ୍ତ କରିବା ପାଇଁ ନୂତନ ଶିକ୍ଷାନୀତିରେ ବ୍ୟବସ୍ଥା କରାଯାଇଥିବା ଶ୍ରୀ ମୋଦୀ କହିଛନ୍ତି । ନାମିଦାମି ଅନ୍ତର୍ଜାତିକ ମହାବିଦ୍ୟାଳୟ ପକ୍ଷରୁ ଆମ ଦେଶରେ କ୍ୟାମ୍ପସ ବାଛିବା ବ୍ୟବସ୍ଥା ନୂତନ ଶିକ୍ଷାନୀତିରେ କରାଯାଇଛି, ଯାହାଫଳରେ ଦେଶରୁ ପ୍ରତିଭା ଚାଲାଣ ସମସ୍ୟାର ସମାଧାନ ହୋଇପାରିବ । ବର୍ତ୍ତମାନ ଏହି ନୂତନ ନୀତିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏଦିଗରେ ସମସ୍ତ ଅଂଶୀଦାର ମିଳିମିଶି ଖୁଲମ ଖୁଲା ଆଲୋଚନା ଜରିଆରେ ସବୁପ୍ରକାରର ଭୟ ଓ ଆଶଙ୍କା ଦୂର କରିବା ପାଇଁ ଚେଷ୍ଟା ହେଉଛି । ଏହା ସରକାରଙ୍କ ଶିକ୍ଷାନୀତି ନୁହେଁ, ବରଂ ଦେଶର ଶିକ୍ଷାନୀତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ସମୟର ପରିବର୍ତ୍ତନ ସହ ତାଳ ଦେଇ ଏହି ନୂତନ ଶିକ୍ଷାନୀତିରେ ବ୍ୟବସ୍ଥା କରାଯାଇଛି । ଦେଶରେ ଆଞ୍ଚଳିକ ଓ ସାମାଜିକ ଅସନ୍ତୁଳନ ପ୍ରଯୁକ୍ତିବିଦ୍ୟା ଦ୍ଵାରା ସମାଧାନ ହୋଇପାରୁଥିବାରୁ ଏହାର ବିଶେଷ ପ୍ରଭାବ ଶିକ୍ଷା ଉପରେ ମଧ୍ୟ ପଡିଛି । ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା, ବୃତ୍ତିଗତ ଶିକ୍ଷା ଭଳି ସବୁ କ୍ଷେତ୍ରରେ ଏହାକୁ ଲାଗୁ କରିବା ପାଇଁ ପ୍ରଚେଷ୍ଟା ଅବ୍ୟାହତ ରହିଛି । ନୂତନ ଶିକ୍ଷାନୀତି ଏନଇପି 2020କୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଶ୍ରୀ ମୋଦୀ ଆହ୍ଵାନ ଦେଇଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi