ଡିଜିଟାଲ୍ ଇଣ୍ଡିଆ ସପ୍ତାହର ବିଷୟ ହେଉଛି: ନୂତନ ଭାରତରେ ପ୍ରଯୁକ୍ତିର ତ୍ୱରିତ ବିକାଶ
ପ୍ରଧାନମନ୍ତ୍ରୀ ‘ଡିଜିଟାଲ୍ ଇଣ୍ଡିଆ ଭାଷୀନୀ’, ଡିଜିଟାଲ୍ ଇଣ୍ଡିଆ ଜେନେସିସ୍‌’ ଏବଂ ଇଣ୍ଡିଆଷ୍ଟାକ୍ ଗ୍ଲୋବାଲ୍‌’ର ଶୁଭାରମ୍ଭ କରିଛନ୍ତି
‘ମାଇଁ ସ୍କିମ୍‌’ ଏବଂ ‘ମେରୀ ପେହଚାନ୍‌’ ମଧ୍ୟ ସମର୍ପିତ କରିଛନ୍ତି
ପ୍ରଧାନମନ୍ତ୍ରୀ ଚିପ୍ସ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅଧିନରେ ୩୦ଟି ସଂସ୍ଥାକୁ ପ୍ରଥମ ଦଳ ଭାବେ ଘୋଷଣା କରିଛନ୍ତି
“ଭାରତ ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି, ଉଦ୍ୟୋଗ ୪.୦ରେ ବିଶ୍ୱର ମାର୍ଗଦର୍ଶନ କରୁଛି”
“ଭାରତ ଅନ୍‌ଲାଇନ୍ ହୋଇ ଏବେ ଅନେକ ଲାଇନ୍ (ଧାଡି)କୁ ହଟେଇ ଦେଇଛି”
ଭାରତ ଆଗାମୀ ତିନି – ଚାରି ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ୩୦୦ ବିଲିୟନ୍ ଡଲାରରୁ ଅଧିକ ପର୍ଯ୍ୟନ୍ତ ନେଇ ଯିବା ଲକ୍ଷ୍ୟରେ କାମ କରୁଛି
“ଡିଜିଟାଲ୍ ଇଣ୍ଡିଆ ସରକାରଙ୍କୁ ନାଗରିକ ମାନଙ୍କର ଘର ପର୍ଯ୍ୟନ୍ତ ଏବଂ ଫୋନ୍ ପର୍ଯ୍ୟନ୍ତ ପହଂଚାଇ ଦେଇଛି”
“ଭାରତର ଫିନ୍‌- ଟେକ୍ ପ୍ରୟାସ ବାସ୍ତବରେ ଲୋକ ମାନଙ୍କ ଦ୍ୱାରା, ଲୋକ ମାନଙ୍କର ଏବଂ ଲୋକ ମାନଙ୍କ ନିମନ୍ତେ ଏକ ସମାଧାନ ଅଟେ”
“ଭାରତ ଚିପ୍ କିଣିବା ଦେଶ ମାନଙ୍କ ଭିତରେ ନରହି ଚିପ୍ସ ନିର୍ମାତା ହେବାକୁ ଚାହୁଁଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀନଗର ଠାରେ ଡିଜିଟାଲ୍ ଇଣ୍ଡିଆ ସପ୍ତାହ ୨୦୨୨ର ଉଦ୍‌ଘାଟନ କରିଛନ୍ତି, ଯାହାର ବିଷୟ ହେଉଛି ନୂତନ ଭାରତରେ ପ୍ରଯୁକ୍ତିର ତ୍ୱରିତ ବିକାଶ । ଏହି କାର୍ଯ୍ୟକ୍ରମ ଅବସରରେ, ସେ ପ୍ରଯୁକ୍ତିର ବ୍ୟାପକତାକୁ ବୃଦ୍ଧି କରିବା, ଜୀବନକୁ ସହଜ ଏବଂ ସୁଗମ କରିବା ନିମନ୍ତେ ଡିଜିଟାଲ୍ ସେବା ବିତରଣକୁ ସୁବ୍ୟବସ୍ଥିତ କରିବା ଏବଂ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନେକ ଡିଜିଟାଲ୍ ପଦକ୍ଷେପ ଆରମ୍ଭ କରିଥିଲେ ।

ସେ ଚିପ୍ସ ଟୁ ଷ୍ଟାର୍ଟଅପ୍ (ସି୨ଏସ୍‌) କାର୍ଯ୍ୟକ୍ରମ ଅଧୀନରେ ୩୦ଟି ସଂସ୍ଥାକୁ ପ୍ରଥମ ଦଳ ଭାବରେ ଘୋଷଣା କରିଥିଲେ । ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ୍‌, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶ୍ରୀ ରାଜୀବ ଚନ୍ଦ୍ରଶେଖର, ରାଜ୍ୟର ମନ୍ତ୍ରୀ ଗଣ, ଲୋକ ପ୍ରତିନିଧି, ଷ୍ଟାର୍ଟଅପ୍ ଏବଂ ଏହି କ୍ଷେତ୍ରର ଅନ୍ୟ ହିତାଧିକାରୀ ଉପସ୍ଥିତ ଥିଲେ ।

ଏହି ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମ ୨୧ ଶତାବ୍ଦୀରେ ଭାରତର ନିରନ୍ତର ଆଧୁନିକୀକରଣର ଏକ ଝଲକ ପ୍ରଦର୍ଶନ କରୁଛି । ଡିଜିଟାଲ୍ ଇଣ୍ଡିଆ ମାଧ୍ୟମରେ ଭାରତ ଏହି ଉଦାହରଣ ସୃଷ୍ଟି କରିଛି ଯେ, ମାନବତାର ବିକାଶ ନିମନ୍ତେ ପ୍ରଯୁକ୍ତିର ସଠିକ୍ ଉପଯୋଗ କରିବା କେତେ କ୍ରାନ୍ତିକାରୀ ହୋଇଥାଏ । ସେ ଏହା ମଧ୍ୟ କହିଥିଲେ ଯେ, “ଆଠ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଅଭିଯାନ ବଦଳୁଥିବା ସମୟ ସହିତ ନିଜକୁ ବିସ୍ତାର କରୁଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି ।” 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ସମୟ ସହିତ ଯେଉଁ ଦେଶ ଆଧୁନିକ ଜ୍ଞାନ କୌଶଳକୁ ଗ୍ରହଣ କରୁ ନାହିଁ, ସମୟ ସେହି ଦେଶକୁ ପଛରେ ଛାଡି ଆଗକୁ ଚାଲି ଯାଉଛି । ତୃତୀୟ ଉଦ୍ୟୋଗିକ କ୍ରାନ୍ତି ସମୟରେ ଭାରତ ତାହାର ଶିକାର ହୋଇ ଥିଲା । କିନ୍ତୁ ଆଜି ଆମେ ଗର୍ବର ସହିତ କହି ପାରିବା ଯେ, ଭାରତ ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି, ଉଦ୍ୟୋଗ ୪.୦ରେ ବିଶ୍ୱର ମାର୍ଗଦର୍ଶନ କରୁଛି । ପ୍ରଧାନମନ୍ତ୍ରୀ ଏହି ବିଷୟରେ ନେତୃତ୍ୱ କରୁଥିବାରୁ ଗୁଜରାଟର ମଧ୍ୟ ଢେର୍ ପ୍ରଶଂସା କରିଥିଲେ ।

୮ – ୧୦ ବର୍ଷ ପୂର୍ବର ଅବସ୍ଥାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନ୍ମ ପ୍ରମାଣ ପତ୍ର, ବିଲ୍ ଭରିବା, ରାସନ, ପ୍ରବେଶ, ନାମ ଲେଖା, ଫଳାଫଳ ଏବଂ ବ୍ୟାଙ୍କ ସେବା ଗୁଡିକ ନିମନ୍ତେ ଧାଡିରେ ଠିଆ ହେବା ଭଳି ସ୍ଥିତିରୁ ବାହାରି ଆସି ଏବେ ଭାରତ ଏହାକୁ ଅନ୍‌ଲାଇନ୍ କରି ଦେଇଛି । ଜୀବନ ପ୍ରମାଣ ପତ୍ର, ସଂରକ୍ଷଣ, ବ୍ୟାଙ୍କିଂ ଭଳି ବିଭିନ୍ନ ସେବା ଗୁଡିକ ସୁଲଭ, ଶୀଘ୍ର ଏବଂ ଶସ୍ତା ହୋଇ ଯାଇଛି । ଏହି ଭଳି ଭାବରେ, ପ୍ରଯୁକ୍ତି ମାଧ୍ୟମରେ, ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣ କ୍ଷେତ୍ରରେ, ଗତ ୮ ବର୍ଷ ମଧ୍ୟରେ, ୨୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ସିଧା ସଳଖ ହିତାଧିକାରୀ ମାନଙ୍କ ଖାତାକୁ ସ୍ଥାନାନ୍ତରିତ କରା ଯାଇଛି ।” ଏହି ଜ୍ଞାନ କୌଶଳ କାରଣରୁ, ଦେଶର ୨ ଲକ୍ଷ ୨୩ ହଜାର କୋଟି ଟଙ୍କା ଖରାପ ଲୋକଙ୍କ ହାତକୁ ଯିବାରୁ ରୋକା ଯାଇ ପାରିଛି ବୋଲି କହି ସେ ସେ ଭ୍ରଷ୍ଟାଚାର ଉପରେ ରୋକ ଲଗାଇବା କ୍ଷେତ୍ରରେ ଡିଜିଟାଲ୍ ଇଣ୍ଡିଆର ଭୂମିକା ଉପରେ ଗୁରୁତ୍ୱାରୋପ କରିଥଲେ । ସେ କହିଥିଲେ ଯେ, ଡିଜିଟାଲ୍ ଇଣ୍ଡିଆ ସରକାରଙ୍କୁ ନାଗରିକ ମାନଙ୍କର ଘର ଏବଂ ସେମାନଙ୍କର ଫୋନ୍ ପର୍ଯ୍ୟନ୍ତ ପହଂଚାଇ ଦେଇଛି । ସେ କହିଥିଲେ ଯେ, ୧.୨୫ ଲକ୍ଷରୁ ଅଧିକ କମନ ସର୍ଭିସ ସେଂଟର/ ସାଧାରଣ ସେବା କେନ୍ଦ୍ର ଏବଂ ଗ୍ରାମୀଣ ଷ୍ଟୋର, ଏବେ ଇ – କମର୍ସକୁ ଗ୍ରାମୀଣ ଭାରତ ଆଡକୁ ନେଇ ଯାଉଛି । ଏହି ଭଳି ଭାବରେ ଗ୍ରାମୀଣ ସମ୍ପତିର ଦଲିଲ୍ ଦସ୍ତାବିଜ ପ୍ରଯୁକ୍ତିର ଉପଯୋଗ ଦ୍ୱାରା ଉପଲବ୍ଧ କରା ଯାଉଛି ।

ମହାମାରୀ ସମୟରେ ପ୍ରଯୁକ୍ତିର ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୮ ବର୍ଷ ମଧ୍ୟରେ ଡିଜିଟାଲ୍ ଇଣ୍ଡିଆ ଦେଶରେ ଯେଉଁ ଶକ୍ତି ସୃଷ୍ଟି କରିଛି, ତାହା ଫଳରେ ଭାରତକୁ କରୋନା ଭଳି ବିଶ୍ୱ ସ୍ତରର ମାହାମାରୀକୁ ପ୍ରତିହତ କରିବା ନିମନ୍ତେ ବହୁତ ସହାୟତା ମିଳିଛି । “ଆମେ ଏକ କ୍ଲିକ୍‌ରେ ଦେଶର କୋଟି କୋଟି ମହିଳା ମାନଙ୍କର, କୃଷକ ମାନଙ୍କର, ଶ୍ରମିକ ମାନଙ୍କର ବ୍ୟାଙ୍କ ଖାତା ଗୁଡିକୁ ହଜାର ହଜାର କୋଟି ଟଙ୍କା ସ୍ଥାନାନ୍ତରଣ କରିଛୁ । ୱାନ୍ ନେସନ, ୱାନ୍ ରାସନ କାର୍ଡ ସହାୟତାରେ ୮୦ କୋଟିରୁ ଅଧିକ ଦେଶବାସୀଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରିବାକୁ ସୁନିଶ୍ଚିତ କରିଛୁ । ଆମେ ବିଶ୍ୱରେ ସବୁଠାରୁ ବଡ ଏବଂ ସବୁଠାରୁ କୁଶଳ କୋଭିଡ୍ ଟୀକାକରଣ ଏବଂ କୋଭିଡ୍ ଉଦ୍ଧାର କାର୍ଯ୍ୟକ୍ରମ ଚାଲୁ କରିଛୁ । ଆମର କୋଇନ୍ ପ୍ଲାଟଫର୍ମ; ମାଧ୍ୟମରେ ପ୍ରାୟ ୨୦୦ ଟୀକାର ଡୋଜ୍‌କୁ ପରିଚାଳନା କରା ଯାଇଛି ଏବଂ ପ୍ରମାଣ ପତ୍ର ପ୍ରଦାନ କରା ଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଭାରତର ଫିନ୍ ଟେକ୍ ପ୍ରୟାସ ବାସ୍ତବରେ ଲୋକ ମାନଙ୍କ ଦ୍ୱାରା, ଲୋକ ମାନଙ୍କର , ଲୋକ ମାନଙ୍କ ନିମନ୍ତେ ଏକ ସମାଧାନ ଅଟେ । ଏଥିରେ ଯେଉଁ ଜ୍ଞାନ କୌଶଳ ରହିଛି, ତାହା ଭାରତର ନିଜସ୍ୱ ଅର୍ଥାତ୍ ଦେଶବାସୀଙ୍କର ଅଟେ । ଦେଶବାସୀ ଏହାକୁ ନିଜ ଜୀବନର ଅର୍ଥାତ୍ ଲୋକ ମାନେ ଏହାକୁ ନିଜର ଏକ ଅଂଶ ବିଶେଷ କରି ଦେଇଛନ୍ତି । ଏହା ଦେଶବାସୀଙ୍କର ଦେଣ – ନେଣକୁ ସହଜ କରି ଦେଇଛି ଅର୍ଥାତ୍ ଲୋକ ମାନଙ୍କ ପାଇଁ ସୁବିଧା କରି ଦେଇଛି ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ସ୍ତରରେ ହେଉଥିବା ସମୁଦାୟ  ଡିଜିଟାଲ୍ ଟ୍ରାନ୍‌ଜାକ୍ସନର ୪୦ ପ୍ରତିଶତ ଭାରତରେ ହୋଇଥାଏ । “ଆମର ଡିଜିଟାଲ୍ ସମାଧାନ ଗୁଡିକର ସ୍ତର, ସୁରକ୍ଷା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ରହିଛି ।”

ପ୍ରଧାନମନ୍ତ୍ରୀ ଆଗାମୀ ୪ – ୫ ବର୍ଷ ମଧ୍ୟରେ ୪.୦ ନିମନ୍ତେ ୧୪ -୧୫ ଲକ୍ଷ ଯୁବକଙ୍କର ସ୍କିଲିଂ, ଅପ୍‌ସ୍କିଲିଂ  ଏବଂ ରିସ୍କିଲିଂ ଉପରେ ଧ୍ୟାନ ଦିଆ ଯିବା ଉପରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ସ୍ପେସ୍ ହେଉ, ମ୍ୟାପିଂ ହେଉ, ଡ୍ରୋନ୍ ହେଉ, ଗେମିଂ ହେଉ ଏବଂ ଆନିମେସନ୍ ହେଉ, ଏମିତି ଅନେକ କ୍ଷେତ୍ର ରହିଛି, ଯାହା ଡିଜିଟାଲ୍ ଟେକ୍ନୋଲୋଜିର ଭବିଷ୍ୟତକୁ ବିସ୍ତାର କରିବାକୁ ଯାଉଛି, ସେସବୁକୁ ନବସୃଜନ ନିମନ୍ତେ ମୁକ୍ତ କରି ଦିଆ ଯାଇଛି । ଇନ୍ – ସ୍ପେସ୍ ଏବଂ ନୂତନ ଡ୍ରୋନ୍ ନୀତି ଭଳି ବ୍ୟବସ୍ଥା ଏହି ଦଶକରେ ଆଗାମୀ ବର୍ଷ ଗୁଡିକରେ ଭାରତର ପ୍ରଯୁକ୍ତିଭିତିକ କ୍ଷମତାକୁ ନୂତନ ଶକ୍ତି ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, “ଆଜି ଭାରତ ଆଗାମୀ ତିନି – ଚାରି ବର୍ଷ ଗୁଡିକରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ୩୦୦ ବିଲିୟନ୍ ଡଲାରରୁ ଅଧିକ କରିବା ପାଇଁ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି । ଭାରତ ଚିପ୍ ଆଣୁଥିବା ଦେଶ ନହୋଇ ଚିପ୍ ନିର୍ମାଣକାରୀ ଦେଶ ହେବାକୁ ଚାହୁଁଛି । ସେମିକଣ୍ଡକ୍ଟର୍ସର ଉତ୍ପାଦନକୁ ବୃଦ୍ଧି କରିବା ନିମନ୍ତେ ଭାରତରେ ନିବେଶ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ, ଡିଜିଟାଲ୍ ଇଣ୍ଡିଆ ଅଭିଯାନ ନିଜେ ନିଜ ଭିତରେ ଏକ ନୂତନ ଦିଗକୁ ଯୋଡି ଚାଲିବ ଏବଂ ଦେଶର ନାଗରିକ ମାନଙ୍କର ସେବା କରି ଚାଲିବ ।

ଆରମ୍ଭ କରା ଯାଇଥିବା ପଦକ୍ଷେପ ଗୁଡିକର ବିବରଣୀ :

‘ଡିଜିଟାଲ୍ ଇଣ୍ଡିଆ ଭାଷୀନୀ’ ଶବ୍ଦ ଆଧାରିତ ପହଂଚ ସହିତ ଭାରତୀୟ ଭାଷା ଗୁଡିକରେ ଇଂଟରନେଟ୍ ଏବଂ ଡିଜିଟାଲ୍ ସେବା ଗୁଡିକ ପର୍ଯ୍ୟନ୍ତ ସହଜ ପହଂଚକୁ ସକ୍ଷମ କରିବ ଏବଂ ଭାରତୀୟ ଭାଷା ଗୁଡିକରେ ବିଷୟର ପ୍ରସ୍ତୁତିରେ ସହାୟତା କରିବ । ଭାରତୀୟ ଭାଷା ଗୁଡିକ ନିମନ୍ତେ ଏଆଇ - ଆଧାରିତ ଭାଷା ପ୍ରଯୁକ୍ତି ସମାଧାନ ଗୁଡିକର ପ୍ରସ୍ତୁତିରେ ପ୍ରମୁଖ ହସ୍ତକ୍ଷେପ ହେଉଛି ବହୁଭାଷୀ ଡାଟାସେଟ୍‌ର ସୃଷ୍ଟି । ଡିଜିଟାଲ୍ ଇଣ୍ଡିଆ ଭାଷୀନୀ ଭାଷାଦାନ ନାମରେ ଏକ କ୍ରାଉଡସୋର୍ସିଂ ପଦକ୍ଷେପ ମାଧ୍ୟମରେ, ଏହି ଡାଟାସେଟ୍‌କୁ ପ୍ରସ୍ତୁତ କରିବା ପାଇଁ ବଡ ସ୍ତରରେ ନାଗରିକ ମାନଙ୍କର ସଂଯୋଗୀକରଣକୁ ସକ୍ଷମ କରିବ ।

‘ଡିଜିଟାଲ୍ ଇଣ୍ଡିଆ ଜେନେସିସ୍‌’ (ଇନୋଭେଟିଭ୍ ଷ୍ଟାର୍ଟଅପ୍ ନିମନ୍ତେ ଜେନ୍ – ନେକ୍ସଟ ସପୋର୍ଟ) – ଏକ ନ୍ୟାସନାଲ୍ ଡିପ୍ – ଟେକ୍ ଷ୍ଟାର୍ଟଅପ୍ ପ୍ଲାଟଫର୍ମ, ଯାହା ଭାରତର ଟାୟର – ୨ ଏବଂ ଟାୟର -୩ ସହର ଗୁଡିକରେ ସଫଳ ଷ୍ଟାର୍ଟଅପ୍‌କୁ ଖୋଜି ବାହାର କରିବା, ସମର୍ଥନ ଦେବା ଏବଂ ବିକାଶ ଏବଂ ସଫଳ କରାଇବା ନିମନ୍ତେ ଉଦ୍ଦିଷ୍ଟ । ଏହି ଯୋଜନା ନିମନ୍ତେ ମୋଟ୍ ୭୫୦ କୋଟି ଟଙ୍କା ଖର୍ଚ୍ଚର ପରିକଳ୍ପନା କରା ଯାଇଛି ।

ଇଣ୍ଡିଆ ଷ୍ଟାକ୍ ଗ୍ଲୋବାଲ୍‌’ - ଆଧାର, ୟୁପିଆଇ, ଡିଜି ଲକର, କୋଇନ୍ ଟୀକାକରଣ ପ୍ଲାଟଫର୍ମ, ସରକାରୀ ଇ – ମାର୍କେଟପ୍ଲେସ୍ (ଡିଜିଏମ୍‌), ଦୀକ୍ଷା ପ୍ଲାଟଫର୍ମ ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଭଳି ଇଣ୍ଡିଆଷ୍ଟାକ୍ ଅଧୀନରେ କାର୍ଯ୍ୟାନ୍ୱିତ ପ୍ରମୁଖ ପ୍ରକଳ୍ପ ଗୁଡିକର ବୈଶ୍ୱିକ ଭଣ୍ଡାର । ଗ୍ଲୋବାଲ୍ ପବ୍ଲିକ୍ ଡିଜିଟାଲ୍ ଗୁଡ୍ସ ରିପୋଜିଟୋରୀ ନିମନ୍ତେ ଭାରତର ଏହି ପଦକ୍ଷେପ ଭାରତକୁ ଜନସଂଖ୍ୟା ସ୍ତରରେ ଡିଜିଟାଲ୍ ପରିବର୍ତନ ପ୍ରକଳ୍ପ ଗୁଡିକର ନିର୍ମାଣରେ ଅଗ୍ରଣୀ ରୂପରେ ସ୍ଥାପିତ କରିବାରେ ସହାୟତା କରିବ ଏବଂ ଅନ୍ୟ ଦେଶ ଗୁଡିକ ନିମନ୍ତେ ବହୁତ ସହାୟକ ସାବ୍ୟସ୍ତ ହେବ, ଯେଉଁମାନେ ଏଭଳି ଟେକ୍ନୋଲୋଜି ସମାଧାନ ଗୁଡିକ ନିମନ୍ତେ ଅନୁସନ୍ଧାନରେ ଅଛନ୍ତି । 

ମାଇଁ ସ୍କିମ୍ – ସରକାରୀ ଯୋଜନା ଗୁଡିକ ପର୍ଯ୍ୟନ୍ତ ପହଂଚିବାର ସୁବିଧା ପ୍ରଦାନ କରିବା ପାଇଁ ଏକ ସେବା ଅନୁସନ୍ଧାନ କରିବା ପ୍ଲାଟଫର୍ମ । ଏହାର ଉଦ୍ଦେଶ୍ୟ ୱନ୍ ଷ୍ଟପ୍ ସର୍ଚ୍ଚ (ଗୋଟିଏ ସ୍ଥାନରେ ସମସ୍ତ ପ୍ରକାରର ଅନୁସନ୍ଧାନ) ଏବଂ ଡିସକଭରୀ (ଅନୁସନ୍ଧାନ) ପୋର୍ଟାଲ୍ ମାଧ୍ୟମରେ ସେବା ପ୍ରଦାନ କରିବା, ଯେଉଁଠାରେ ବ୍ୟବହାରକାରୀମାନେ ସେହି ଯୋଜନା ଗୁଡିକୁ ଖୋଜି ପାଇ ପାରିବେ, ଯାହା ପାଇଁ ସେମାନେ ଯୋଗ୍ୟ ଅଟନ୍ତି । ସେ ନାଗରିକ ମାନଙ୍କୁ ‘ମେରୀ ପେହଚାନ’ – ଏକକ ନାଗରିକ ଲଗିନ୍ କରିବା ନିମନ୍ତେ ରାଷ୍ଟ୍ରୀୟ ଏକକ  ସାଇନ୍ - ଅନ୍ ମଧ୍ୟ ସମର୍ପିତ କରିବେ ।

ନ୍ୟାସନାଲ୍ ସିଙ୍ଗଲ୍ ସାଇନ୍ ଅନ୍ (ଏନ୍‌ଏସ୍‌ଏସ୍‌ଓ) ଏକ ବ୍ୟବହାରକାରୀ ପ୍ରମାଣୀକରଣ ସେବା ଅଟେ, ଯେଉଁଥିରେ କ୍ରେଡେନ୍‌ସିଆଲ୍ (ପରିଚୟ ପତ୍ର)ର ଏକ ସେଟ୍ ଅନେକ ଅନ୍‌ଲାଇନ୍ ଆପ୍ଲିକେସନ୍ କିମ୍ବା ସେବା ଗୁଡିକ ପାଇବା ପାଇଁ ସୁବିଧା ପ୍ରଦାନ କରିଥାଏ । ସି୨ଏସ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସ୍ନାତକ, ସ୍ନାତକୋତର ଏବଂ ଅନୁସନ୍ଧାନ ସ୍ତରରେ ସେମିକଣ୍ଡକ୍ଟର ଚିପ୍ସର ଡିଜାଇନ୍ କ୍ଷେତ୍ରରେ ବିଶେଷ ଜନଶକ୍ତିକୁ ପ୍ରଶିକ୍ଷିତ କରିବା ଏବଂ ଦେଶରେ  ସେମିକଣ୍ଡକ୍ଟର ଡିଜାଇନ୍‌ରେ ସାମିଲ୍ ହୋଇଥିବା ଷ୍ଟାର୍ଟଅପ୍‌ର ବିକାଶ ନିମନ୍ତେ ଉତ୍‌ପ୍ରେରକ ରୂପରେ କାର୍ଯ୍ୟ କରିବା । ଏହା ସଙ୍ଗଠନାତ୍ମକ ସ୍ତରରେ ପରାମର୍ଶ ଦେବା ପାଇଁ  ବ୍ୟବସ୍ଥା କରିଥାଏ ଏବଂ ସଂସ୍ଥା ଗୁଡିକର ଡିଜାଇନ୍ ନିମନ୍ତେ ଅତ୍ୟାଧୁନିକ ସୁବିଧା ଗୁଡିକ ଉପଲବ୍ଧ କରାଇଥାଏ । ସେମିକଣ୍ଡକ୍ଟରରେ ଏକ ମଜଭୁତ ଡିଜାଇନ୍ ପାରିବେଶିକ ବ୍ୟବସ୍ଥା ତିଆରି କରିବା ନିମନ୍ତେ ଏହା ଭାରତ ସେମିକଣ୍ଡକ୍ଟର ମିଶନ୍‌ର ଏକ ଅଂଶ ଅଟେ ।

ଡିଜିଟାଲ୍ ଇଣ୍ଡିଆ ସପ୍ତାହ ୨୦୨୨ରେ ୪ରୁ ୬ ଜୁଲାଇ ପର୍ଯ୍ୟନ୍ତ ଗାନ୍ଧୀନଗରରେ ଫିଜିକାଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଡିଜିଟାଲ୍ ଇଣ୍ଡିଆର ବାର୍ଷିକୀ ପାଳନ କରିବ ଏବଂ ପ୍ରଦର୍ଶିତ କରିବ ଯେ କିଭଳି ଭାବେ ଆଧାର, ୟୁପିଆଇ, କୋଇନ୍‌, ଡିଜି ଲକର, ଇତ୍ୟାଦି ଭଳି ସାର୍ବଜନିନ ଡିଜିଟାଲ୍ ପ୍ଲାଟଫର୍ମ ନାଗରିକ ମାନଙ୍କ ନିମନ୍ତେ ଜୀବନକୁ ସହଜ ଏବଂ ସୁଗମ କରିଛି । ଏହା ବିଶ୍ୱ ସ୍ତରରେ ଦର୍ଶକ ମାନଙ୍କ ନିମନ୍ତେ ଭାରତର ପ୍ରଯୁକ୍ତି କୌଶଳକୁ ପ୍ରଦର୍ଶନ କରିବ, ହିତାଧିକାରୀ ମାନଙ୍କର ଏକ ବିସ୍ତୃତ ଶୃଙ୍ଖଳା ସହିତ ସହଯୋଗ ଏବଂ ବ୍ୟବସାୟ ସୁଯୋଗ ନିମନ୍ତେ ଠିକଣା ଖୋଜିବ ଏବଂ ପରପିଢ଼ି ନିମନ୍ତେ ଅବସର ଗୁଡିକର ଟେକ୍‌ଆଡ୍ ସୃଷ୍ଟି କରିବ । ଏଥିରେ ଷ୍ଟାର୍ଟଅପ୍ ଏବଂ ସରକାର, ଉଦ୍ୟୋଗ ଏବଂ ଶିକ୍ଷା ଜଗତର ନେତା ମାନେ ଅଂଶଗ୍ରହଣ କରିବେ ଏବଂ ଉପସ୍ଥିତ ରହିବେ । ୨୦୦ରୁ ଅଧିକ ଷ୍ଟଲ୍ ଗୁଡିକ ସହିତ ଏକ ଡିଜିଟାଲ୍ ମେଳା ମଧ୍ୟ ଆୟୋଜିତ କରା ଯାଉଛି, ଯାହା ଜୀବନକୁ ସହଜ କରିବା ଭଳି ଡିଜିଟାଲ୍ ସମାଧାନ ଗୁଡିକୁ ପ୍ରଦର୍ଶିତ କରିବ ଏବଂ ଏହା ସହିତ ସେହି ସମାଧାନ ଗୁଡିକୁ ମଧ୍ୟ ପ୍ରଦର୍ଶିତ କରିବ ଯାହା ଭାରତୀୟ ୟୁନିକର୍ଣ୍ଣ ଏବଂ ଷ୍ଟାର୍ଟଅପ୍ ବିକଶିତ କରିଛନ୍ତି । ଡିଜିଟାଲ୍ ଇଣ୍ଡିଆ ସପ୍ତାହରେ ୭ ରୁ ୯ ଜୁଲାଇ ଭର୍ଚୁଆଲ୍ (ଆଭାଷୀ) ମୋଡରେ ଇଣ୍ଡିଆଷ୍ଟାକ୍ ଜ୍ଞାନର ଆଦାନପ୍ରଦାନ ମଧ୍ୟ ହେବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”